ଚାନ୍ଦବାଲିରେ ପୁଣି ଲଜ୍ଜା। ଦୁଷ୍କର୍ମ ଉଦ୍ୟମ ଶିକାର ପରେ ବିଷ ପିଇଦେଲେ ଯୁବତୀ। ଭଦ୍ରକ ଜିଲ୍ଲା ଧାମରା ପଞ୍ଚାୟତ ନରସିଂହପୁର ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରୋଷେଇ ଘରେ ଜଣେ ବାପଛେଉଣ୍ଡ ଝିଅଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୧୭ ତାରିଖ ସନ୍ଧ୍ୟାରେ ଘଟଣାଟି ଘଟିଥିବା ବେଳେ ଲୋକଲଜ୍ଜା ଭୟରେ ବିଷପିଇ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୀଡ଼ିତାଙ୍କ ମା’ ଏନେଇ ଗୁରୁବାର ଧାମରା ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ପୀଡ଼ିତାଙ୍କ ହାତଲେଖା ଚିଠି ଏବଂ ତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।ସୂଚନା ମୁତାବକ, କିଛି ଦିନ ତଳେ ପଡୋଶୀ ଘରର ଯୁବକ ସମ୍ପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲା। ଘରେ କେହି ନଥିବାର ସୁଯୋଗ ପାଇଁ ଯୁବକ ଜଣକ ଦୁଷ୍କର୍ମ କରିଥିଲା । ଲୋକଲଜ୍ଜା ତଥା…
Author: sanitelevision
ଆଜିଠୁ ଲାଗୁ ହୋଇଛି ନୂତନ ବର୍ଦ୍ଧିତ ରେଳ ଭଡ଼ା । ଏଣିକି ୨୧୫ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ସାଧାରଣ ଶ୍ରେଣୀ ଟିକେଟ ଲାଗି ପ୍ରତି କିଲୋମିଟରରେ ପିଛା ଏକ ପଇସା ଅଧିକ ଦେବାକୁ ପଡ଼ିବ । ସମସ୍ତ ଟ୍ରେନର ଏସି, ନନ୍-ଏସି ମେଲ୍ / ଏକ୍ସପ୍ରେସ୍ ଏବଂ ଏୟାରକଣ୍ଡିସନ୍ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ଦୁଇ ପଇସା ବୃଦ୍ଧି କରାଯାଇଛି ।ଆଗୁଆ ଡିସେମ୍ବର ୨୬ପାଇଁ ବୁକ୍ ହୋଇଥିବା ଟିକେଟ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ, ଅର୍ଥାତ୍ ଆପଣ ପୂର୍ବ ପରି ସମାନ ଦରରେ ଯାତ୍ରା କରିପାରିବେ । ହେଲେ ଯଦି ଆପଣ ଷ୍ଟେସନରେ ଟିକେଟ କିଣନ୍ତି, ତେବେ ଆପଣଙ୍କୁ ନୂତନ ନିୟମ ଅନୁସାରେ ଦେୟ ଦେବାକୁ ପଡିବ ।ତେଜସ ରାଜଧାନୀ, ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ବନ୍ଦେ ଭାରତ, ହମସଫର, ଅମୃତ ଭାରତ, ତେଜସ, ମହାମନା, ଗତିମାନ, ଅନ୍ତ୍ୟୋଦୟ, ଗରିବ ରଥ, ଜନ ଶତାବ୍ଦୀ, ଯୁବ ଏକ୍ସପ୍ରେସ,…
ଏଥର ଦୁବାଇରେ ପାଇବେ ଓଡ଼ିଶା ରସୁଣ ଓ ବିନ୍ସରେ ସ୍ୱାଦ।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାର୍ଗୋ ମାଧ୍ୟମରେ ଦୁବାଇକୁ ତାଜା ପରିବା ରପ୍ତାନି କରାଯାଇଛି । ତେବେ କଳାହାଣ୍ଡି ଏବଂ ନବରଙ୍ଗପୁରର ଚାଷୀଙ୍କ ଦ୍ୱାରା ଉତ୍ପାଦିତ କେବଳ ରସୁଣ କିମ୍ବା ବିନ୍ସ ନୁହଁ, କୁନି ଆଳୁ, କୁନ୍ଦୁରି, ପୋଟଳ ଓ ଅମୃତଭଣ୍ଡା ସମେତ ହଜାରେ କେଜି ତାଜା ପରିବା ପଠାଯାଇଛି । ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କୁଞ୍ଜ ବିହାରୀ ମିଶ୍ର କହିଛନ୍ତି, ପୂର୍ବରୁ, ଚାଷୀମାନେ ସ୍ଥାନୀୟ ବଜାରରେ ସେମାନଙ୍କର ଉତ୍ପାଦ ବିକ୍ରି କରୁଥିଲେ। କିନ୍ତୁ ଏବେ ସେମାନେ ସେଗୁଡ଼ିକୁ ଅଧିକ ମୂଲ୍ୟରେ ରପ୍ତାନି କରିପାରିବେ ଏବଂ ଯଥେଷ୍ଟ ଲାଭ କରିପାରିବେ। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପାଇଁ ପାଲାଡିୟମ୍ କନସଲ୍ଟିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା କୃଷକ-ଉତ୍ପାଦକ ସଂଗଠନର ପ୍ରୋତ୍ସାହନ ପ୍ରକଳ୍ପ ଅଧୀନରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିଲା ଓ ଏହା କୃଷି ଏବଂ…
ଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ। ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ ଏବଂ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଘର ତଲାସୀ କରାଯାଇଥିଲା।ଓଡିଶା ଭିଜିଲାନ୍ସ ଦ୍ୱାରା ଜାରି ଏକ ସୂଚନା ଅନୁଯାୟୀ,ଚଢ଼ଉ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ବରଗଡ଼ର ଏକ ଦ୍ୱିତଳ ଆବାସିକ କୋଠା, ସମ୍ବଲପୁରର ଚାରଭାଟିରେ ଏକ କୋଠା, ବରଗଡ଼ରେ ତାଙ୍କ ପୈତୃକ ଘର ଏବଂ ସମ୍ବଲପୁରରେ ତାଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ। ସୁନ୍ଦରଗଡ ସିଭିଲ ସ୍ପଲାଏ ଅଫିସ (OSCSC)ର ସୁନ୍ଦରଗଡ ସ୍ଥିତ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କ ବିରୋ?ଧରେ ଆୟଠାରୁ ଅଧିକ ସମ୍ପତ୍ତି (DA)ରଖିବା ଅଭିଯୋଗ ହୋଇଛି।
ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ।ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଖୁସିର ବିଷୟ। ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ, ଓଲ ଚିକି ଲିପିରେ ଉପଲବ୍ଧ। ସେମାନଙ୍କୁ ନିଜ ଭାଷାରେ ସମ୍ବିଧାନ ପଢ଼ିବା ଏବଂ ବୁଝିବା ସହଜ ହେବ। ରାଷ୍ଟ୍ରପତି କହିଛନ୍ତି ଯେ ଏହି ବର୍ଷ ଆମେ ଓଲ ଚିକି ଲିପିର ଶତବାର୍ଷିକୀ ପାଳନ କରୁଛୁ। ଆଉ ସେହି ଶତବାର୍ଷିକୀ ବର୍ଷରେ ଓଲ ଚିକି ଲିପିରେ ଭାରତର ସମ୍ବିଧାନ ପ୍ରକାଶନ ପାଇଁ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଥିଲେ।୯୨ତମ ସଂଶୋଧନ ଆଇନ, ୨୦୦୩ ମାଧ୍ୟମରେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ…
ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଏହାର ନୀତିରେ ପରିବର୍ତ୍ତନ କରିଛି। ନୂଆ ପରିବର୍ତ୍ତନ ଅନୁଯାୟୀ, ଯବାନ ଏବଂ ଅଧିକାରୀମାନେ କେବଳ ରିଲ୍ସ୍ ଦେଖିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ।ଏହି ସମୟ ମଧ୍ୟରେ ସେମାନେ କୌଣସି ପୋଷ୍ଟକୁ ଲାଇକ୍ କିମ୍ବା କମେଣ୍ଟ କରିପାରିବେ ନାହିଁ। ଅପରପକ୍ଷରେ ସେନା ପାଇଁ ଡିଜିଟାଲ୍ କାର୍ଯ୍ୟକଳାପ ସମ୍ପର୍କୀତ ସମସ୍ତ ବିଦ୍ୟମାନ ନିୟମ ସମାନ ରହିବ।ଅନ୍ୟପକ୍ଷରେ, WhatsApp, Telegram, Signal ଏବଂ Skype ପରି ମେସେଜିଂ ଆପ୍ କେବଳ ସାଧାରଣ ପ୍ରକୃତିର ଅଣବର୍ଗୀକୃତ (Unclassified) ସୂଚନା/ବିଷୟବସ୍ତୁର ଆଦାନପ୍ରଦାନକୁ ଅନୁମତି ଦିଏ। ବିଷୟବସ୍ତୁ କେବଳ ସେହି ଲୋକଙ୍କ ସହିତ ସେୟାର କରାଯାଇପାରିବ ଯାହାକୁ ବ୍ୟବହାରକାରୀ ବ୍ୟକ୍ତିଗତ ଭାବରେ ଜାଣନ୍ତି। ପ୍ରାପ୍ତକର୍ତ୍ତାଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହାରକାରୀ ସମ୍ପୂର୍ଣ୍ଣ ଭାବରେ ଦାୟୀ ରହିବେ। ଏହା ସହିତ, ସାମରିକ କର୍ମଚାରୀମାନେ କେବଳ ସେମାନଙ୍କର ଜୀବନବୃତ୍ତାନ୍ତ ଅପଲୋଡ୍ କରିବା କିମ୍ବା ସମ୍ଭାବ୍ୟ ନିଯୁକ୍ତିଦାତା/କର୍ମଚାରୀମାନଙ୍କ ବିଷୟରେ ସୂଚନା ପାଇବା ପାଇଁ LinkedIn ବ୍ୟବହାର…
ଜୀବନ ପ୍ରତି ବିପଦ ଥିବା କହିଛନ୍ତି କମେଡିଆନ ଗୁଲୁଆ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଛନ୍ତି । ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା ୟୁଟ୍ୟୁବର ବର୍ଷା ସାହୁ ମୁହଁ ଖୋଛନ୍ତି। ସେ କହିଛନ୍ତି, ବିବାହ ପରେ ଇଛି ଦିନ ଭଲରେ ଚାଲିଥିଲା। କିନ୍ତୁ ତାଙ୍କ ପରକୀୟା ପ୍ରୀତି ଯୋଗୁ ଧୀରେ ଧୀରେ ଆମ ସମ୍ପର୍କ ଖରାପ ହୋଇଥିଲା। ଗୁଲୁଆ ମୋତେ ବାଡ଼େଇକି ଘରୁ ବାହାର କରିଦେଇଥିଲେ। ମୋ ପାଖରେ ମେଡିକାଲ ରିପୋର୍ଟ ଅଛି। ତାଙ୍କ ଫ୍ୟାମିଲି ମୋତେ ଟଚର୍ର୍ କରିଛନ୍ତି। ମୁଁ ବର୍ଷେ ହେଲା ଚୁପ୍ ଥିଲି। ମୁଁ ତାଙ୍କ ସ୍ତ୍ରୀ ମୋତେ ପଚାରୁନାହାନ୍ତି। ଅନ୍ୟ ଝିଅଙ୍କ ସହ ବହୁତ ଜାଗାରେ ସମୟ ବିତାଉଛନ୍ତି। ମନାଲିରେ ମଧ୍ୟ ଝିଅଙ୍କୁ ନେଇ ସମୟ ବିତାଉଥିଲେ। ଗୁଲୁଆ ଯେତେ ଝିଅଙ୍କ ସହ ସଂପର୍କରେ ଅଛନ୍ତି ସମସ୍ତଙ୍କ ଭିଡିଓ ମୋ ପାଖରେ ଅଛି। ତାଙ୍କ ସବୁ କଳାଚିଠା…
ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ଦେବୀ କହିଛନ୍ତି, ବିଜେଡି ଦେଶର ବୃହତ୍ତମ ଆଞ୍ଚଳିକ ଦଳ । ଶୁକ୍ରବାର ଦଳର ପ୍ରତିଷ୍ଠା ଦିବସ । କ୍ଷେତ୍ରୀୟ ସ୍ତରରେ ପାଳନ କରାଯିବ । ଶଙ୍ଖ ଭବନରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଦଳର ସଭାପତି ଯୋଗ ଦେବେ ।ଭୂପିନ୍ଦର ବାବୁ ସବୁବେଳେ ମିଡିଆରେ କହୁଛନ୍ତି । ମୁଁ ଶୁଣୁଛି । ଯଦି ଦଳ ପରିଚାଳନା ୩ରୁ ୪ ଜଣ କରୁଛନ୍ତି ତେବେ ନିର୍ଦ୍ଦିଷ୍ଟ ଭାବେ ସଠିକ୍ ଫୋରମ୍ରେ କୁହନ୍ତୁ । ଏବେ ପିକନିକ ମାସ । ସମସ୍ତେ ଭୋଜି ଭାତ କରିବେ । ଦଳ ସଙ୍ଗଠିତ ଅଛି, ସମସ୍ତଙ୍କୁ ନେଇ ଚାଲିଛି ବୋଲି ଦେବୀ ମିଶ୍ର । ସୂଚନାମୁତାବକ । ଭୂପିନ୍ଦର କହିଛନ୍ତି ଯେ ନୂଆବର୍ଷରେ କାହାକୁ ସଭାପତି ଦାୟିତ୍ୱ ଦିଆଯିବ ନାହିଁ । ଦଳର ସଭାପତି ସ୍ପଷ୍ଟ କରି…
ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା । ଏହାରି ଭିତରେ ଓଡ଼ିଶାର ପ୍ରଦୂଷଣକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ଚିନ୍ତାକୁ ଦ୍ବିଗୁଣିତ କରିଛି ।ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି । ଓଡ଼ିଶାର ବାଲେଶ୍ଵର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏଠାରେ AQI ୩୩୬ ରହିଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର, ଯେଉଁଠାରେ AQI ୩୨୪ ରହିଛି । ଏହାପରକୁ ତୃତୀୟ ସ୍ଥାନରେ ରହିଛି ୩୦୪ AQI ସହ ବାରିପଦା ସହର ଯାହା ଦେଶର ୫ମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି ।ଏହି ୩…
ରାଜ୍ୟ ଉପରୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବା ପରେ ଗତ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମୁଛି । ଗୁରୁବାରଠାରୁ ପାରଦ ଆହୁରି ତଳମୁହାଁ ହେବ। ସମତଳ ଏବଂ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।ଆସନ୍ତା ଦୁଇ ଦିନ ପାଇଁ ସୁନ୍ଦରଗଡ,ଢେଙ୍କାନାଳ,କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୮,୨୯,୩୦ ତାରିଖ ପାଇଁ ସୁନ୍ଦରଗଡ, କନ୍ଧମାଳ,କୋରାପୁଟ ପାଇଁ ରହିଛି ୟଲୋ ଓ୍ବାର୍ଣ୍ଣିଂ। ତେବେ ୨୦୨୬ ଜାନୁଆରୀ ପ୍ରଥମ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବେ ପଡ଼ିବ ନାହିଁ ଆଶଙ୍କା କରାଯାଉଛି ।









