Author: sanitelevision

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଚା’ କୁ ନେଇ ଏକ ସ୍ପଷ୍ଟ ମତ ଦେଇଛି। କେବଳ କାମେଲିଆ ସାଇନେସିସ୍ ଗଛରୁ ତିଆରି ଉତ୍ପାଦଗୁଡ଼ିକୁ ହିଁ “ଚା” କୁହାଯାଇପାରିବ ବୋଲି ସ୍ପଷ୍ଟ ଭାବରେ କୁହାଯାଉଛି।FSSAI ନିର୍ଦ୍ଦେଶ ଦେଇଛି ହର୍ବାଲ୍ ଟି, ଡିଟକ୍ସ ଟି ଏବଂ ଫ୍ଲାଓ୍ବାର ଟି ଭଳି ବହୁ ପ୍ରଡକ୍ଟକୁ ଏବେ ସେମାନଙ୍କର ନାମ ବଦଳାଇବାକୁ ପଡିବ। ଏହାକୁ ଚା’ ଭାବରେ ବିକ୍ରି ହୋଇପାରିବ ନାହିଁ। ବଜାରରେ ଉପଲବ୍ଧ ହର୍ବାଲ୍ ଟି, ରୁଇବୋସ୍ ଟି ଏବଂ ଫ୍ଲାଓ୍ବାର ଟି’ କୁ ଚା’ ଭାବରେ କହିବା ବେଆଇନ । ଏହାପରେ ବି ଯଦି ହର୍ବାଲ କିମ୍ବା ଗ୍ରୀନ୍ ଟି କହି ଚା’ ବିକ୍ରି କରନ୍ତି ତେବେ ତାହା ଭ୍ରମାତ୍ମକ ବିଜ୍ଞାନ ଓ ଭୁଲ ଲେବଲିଂ ବୋଲି କୁହାଯିବ। ଚା ପ୍ୟାକେଜରେ ପ୍ରକୃତ ନାମ ଲେଖିବା ବାଧ୍ୟତାମୂଳକ, ଭୁଲ ନାମକରଣକୁ ଭୁଲ ବ୍ରାଣ୍ଡିଂ ଭାବରେ ବିବେଚନା କରାଯିବ। ଏହା ବ୍ୟତୀତ,…

Read More

ହାତୀଦାନ୍ତ ବେପାର ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ବାଲେଶ୍ଵର ନୀଳଗିରି କୂଳଡିହା ଅଭୟାରଣ୍ୟରେ ମାଟି ତଳୁ ହାତୀର ଗଳିତ ଶବ ତସ୍କର ଖୋଳିବା ଘଟଣାରେ ଅଭିଯୁକ୍ତମାନେ ଜଣକ ପରେ ଜଣେ ଗିରଫ ହେଉଛନ୍ତି ।ଏମାନଙ୍କୁ ମିଶାଇ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ବନ ବିଭାଗ କରିବା ସହ ୩ଟି ଦାନ୍ତ ଜବତ କରିଛି ।ତେବେ ମାଟି ତଳେ ପୋତାଯାଇଥିବା ହାତୀ ହାଡ଼ ଖୋଳି ଏହାକୁ ପଲିସ୍ କରି ହାତୀଦାନ୍ତ ତିଆରି କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଏପର୍ଯ୍ୟନ୍ତ ୨୫ ଜଣ ଶିକାରୀ ଓ ବେପାରୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରିସାରିଲେଣି ।ଦୁଇ ସପ୍ତାହ ପୂର୍ବରୁ ଏଆଇ କ୍ୟାମେରା ସହାୟତରେ ୩ ଜଣ ଶିକାରୀ ଗିରଫ ହେବା ସହ ମୃତ ଝିଙ୍କ ଓ ଜଙ୍ଗଲୀ ମୂଷା ସହିତ ବନ୍ଧୁକ ଜବତ ହୋଇଥିଲା । ତାଙ୍କ ଫୋନ ରେକର୍ଡ…

Read More

ମୁଖ୍ୟମନ୍ତ୍ରୀ ବସ୍ ସେବାରେ ସ୍କୁଲ ପିଲାଙ୍କ ପାଇଁ ମାଗଣା ସେବା । ଡ୍ରପଆଉଟ୍ ସଂଖ୍ୟା ରୋକିବାକୁ ପଦକ୍ଷେପ । ଅଧିକ ସ୍କୁଲକୁ ଯାତାୟତ ବଢ଼ାଇବାକୁ ନୂଆ ରୁଟ୍‌ ପ୍ରସ୍ତୁତ କରିବ ଓଏସଆରଟିସି । ୫୦% ରିହାତି ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍ ଯାତ୍ରାର ବ୍ୟବସ୍ଥା କରାଯିବ । ଉଭୟ ଏସି ଓ ନନ ଏସି ବସରେ ଲାଗୁ ହେବ ଏହି ସେବା । ବସରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରଛାତ୍ରୀ । ବର୍ତ୍ତମାନର ବସ ରୁଟ ଟାଇମିଂରେ ସଂଶୋଧନ କରିବ ଓଏସଆରଟିସି । ସଂଶୋଧିତ ରୁଟରେ ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ କରାଯିବ ।

Read More

ଶନିବାର ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ(ଇସିଆଇ) ଜ୍ଞାନେଶ କୁମାର। ସେ ୩ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହା ପରେ ପୁରୀରୁ ସେ କୋଣାର୍କ ଯିବେ।ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ୨୮ ତାରିଖରେ ସେ ଐତିହ୍ୟ ଗ୍ରାମ ରଘୁରାଜପୁର ଯିବେ। ସେଠାରୁ ଫେରି ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ଵର ମନ୍ଦିର ବୁଲିବେ।ମୁଖ୍ୟ ନିର୍ବାଚନ କମିଶନର ଡିସେମ୍ବର ୨୯ ତାରିଖ (ସୋମବାର) ଅପରାହ୍ନ ୩.୦୦ ଘଟିକାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରି ସେମାନଙ୍କୁ ସମ୍ବୋଧନ କରିବେ ଏବଂ ସେହିଦିନ ରାତିରେ ଭୁବନେଶ୍ୱରରୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯକ୍ରମ ରହିଛି ।

Read More

ସତୁରୀ ଦଶକର ଶେଷ ଏବଂ ଅଶୀ ଦଶକର ଆରମ୍ଭରୁ ହୋଇଥିଲା ଗ୍ରୀଟିଙ୍ଗସ ଯୁଗ । ୯୦ ଦଶକରେ ଏହା ଯେମିତି ଟ୍ରେଣ୍ଡ୍ ପାଲଟିଯାଇଥିଲା । ସ୍କୁଲ, କଲେଜ ପିଲା ଗ୍ରୀଟିଙ୍ଗସ୍ କାର୍ଡ କିଣିବାକୁ ବ୍ୟାକୁଳ ହୋଇଯାଉଥିଲେ । ଖାଲି ସେତିକି ନୁହେଁ, ନୂଆ ବର୍ଷରେ ମନର ଭାବକୁ ପ୍ରକାଶ କରିବା ପାଇଁ ଏହି କାର୍ଡ ହିଁ ସାଜିଥିଲା ସୂତ୍ରଧର । କିନ୍ତୁ ଆଜି କାଲିକା ନୂଆବର୍ଷ ଏମିତି ଭାବନାଠାରୁ ଟିକେ ଭିନ୍ନ ।ଡିଜିଟାଲ ଯୁଗରେ ମୋବାଇଲକୁ ମୋବାଇଲ, ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ବାର୍ତ୍ତା ପଠା ଯାଉଛି । ଗ୍ରୀଟିଙ୍ଗସ କହିଲେ କେତେ ଯେ ରଙ୍ଗ ବେରଙ୍ଗର କାଗଜର ଫର୍ଦ ଆଖିଆଗକୁ ଚାଲି ଆସେ। ହେଲେ ଏବେ ଯୁବପୀଢ଼ିମାନେ ଆଧୁନିକତା ଆଡକୁ ମୁହାଁଉଛନ୍ତି । ନବବର୍ଷରେ ଆଉ ଦେଖିବାକୁ ମିଳୁନି ଗ୍ରୀଟିଙ୍ଗସ୍ କାର୍ଡ ଆଦାନ ପ୍ରଦାନ । ଏବେ ନବବର୍ଷକୁ କେକ୍ କାଟି ସ୍ୱାଗତ କରାଯାଉଛି । କିଏ ଫୋନ ମାଧ୍ୟମରେ ଶୁଭେଚ୍ଛାବାର୍ତ୍ତା…

Read More

ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଏକ ଝଟକା ଲାଗିଛି । ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ପାସପୋର୍ଟ ୮୫ତମ ସ୍ଥାନକୁ ଖସିଯାଇଛି, ଯାହା ପୂର୍ବରୁ ଏହାର ସ୍ଥାନ ୮୦ତମ ଥିଲା ।ବର୍ତ୍ତମାନ, ଆମେରିକା ପାସପୋର୍ଟ ୧୨ ତମ ସ୍ଥାନକୁ ଖସି ଆସିଛି । ପୂର୍ବରୁ ଏହା ୧୦ତମ ସ୍ଥାନରେ ଥିଲା । ଭାରତୀୟ ପାସପୋର୍ଟର ରାଙ୍କିଂ ହ୍ରାସ ଯୋଗୁଁ, ଭାରତୀୟ ନାଗରିକମାନେ ଏବେ ବିଶ୍ୱର କେବଳ ୫୬ ରୁ ୫୯ ଦେଶକୁ ଭିସା ବିନା ଯାତ୍ରା କରିପାରିବେ । ସିଙ୍ଗାପୁର ନାଗରିକମାନେ ୧୯୩ ଦେଶକୁ, ଦକ୍ଷିଣ କୋରିଆ ନାଗରିକମାନେ ୧୯୦ ଦେଶକୁ, ଜାପାନୀ ନାଗରିକମାନେ ୧୮୯ ଦେଶକୁ ଏବଂ ଜର୍ମାନୀ, ଇଟାଲୀ, ସ୍ପେନ୍ ଏବଂ ସ୍ୱିଜରଲ୍ୟାଣ୍ଡର ନାଗରିକମାନେ ୧୮୭ ଦେଶକୁ ଭିସା ବିନା ଯାତ୍ରା କରିପାରିବେ । ତେବେ ସିଙ୍ଗାପୁର କ୍ରମାଗତ ଭାବରେ ଏହାର ପ୍ରଥମ ସ୍ଥାନ ବଜାୟ ରଖିଛି ।

Read More

ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଛନ୍ତି ।ଶୁଭେଚ୍ଛା ଜଣାଇବା ସହ ବିଜେପି ଉପରେ ବର୍ଷିଛନ୍ତି । ନବୀନ କହିଛନ୍ତି, ଆମେ ବିଜୁ ବାବୁ ଆଦର୍ଶରେ ରାଜ୍ୟବାସୀଙ୍କ ସେବା କରିଆସୁଛୁ । ସେବା, ସ୍ବାଭିମାନ ଓ ସଂଗ୍ରାମ ଆମ ମନ୍ତ୍ର । ବିକାଶ ଆମର ପରିଚୟ । ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ଗୋଲ୍ଡେନ୍ ପିରିୟଡ୍ । ଓଡ଼ିଶାକୁ ନୂଆ ପରିଚୟ ଆମେ ଦେଇଛୁ । ମାଆମାନଙ୍କୁ ଆମେ ସ୍ୱାବଲମ୍ବୀ କରିଛୁ । ଚାଷୀଙ୍କ ରୋଜଗାର ବୃଦ୍ଧି କରିଛୁ । ବିଏସକେ ଭଳି ସ୍ୱାସ୍ଥ୍ୟ ସେବା ଦେଇଛୁ । ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜଭୁତ କରିଛୁ । ରାଜ୍ୟକୁ ନିବେଶ ଆଣିଛୁ । ଯୁବପିଢୀଙ୍କୁ ରୋଜଗାର ଦେଇଛୁ ।…

Read More

ଜାଡ଼ରେ ଥରୁଛି ଓଡ଼ିଶା। ଉପକୂଳରୁ ଦକ୍ଷିଣ ପୁଣି ପଶ୍ଚିମ ଓଡ଼ିଶା। ସବୁଠି ଅସହ୍ୟ ଶୀତ। ଥଣ୍ଡାରୁ ନିସ୍ତାର ନାହିଁ। ରାଜ୍ୟରେ ଭୟଙ୍କର ଶୀତ ଲହରୀ। ଥଣ୍ଡା ସାଙ୍ଗକୁ ଅନେକ ସ୍ଥାନରେ କଲବଲ କରୁଛି କୁହୁଡ଼ି । ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ କୁହୁଡ଼ି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାକୁ ୟୋଲୋ ଚେତାବନୀ ଦିଆଯାଇଛି । ଆସନ୍ତାକାଲି ପାଇଁ ମଧ୍ୟ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ କୁହୁଡ଼ି ହେବ । ତେବେ ଏହି ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ହେବ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ଚେତାବନୀ ଦିଆଯାଇଛି ।

Read More

ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ହୋଇଛି ଯିଏ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଇଣ୍ଟରନେଟ୍ ମିଡିଆକୁ ସମ୍ପୂର୍ଣ୍ଣ ନିଷେଧ କରିଛି।ତେବେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମାଡ୍ରାସ୍ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ କେକେ ରାମକୃଷ୍ଣନ ଏବଂ ଜଷ୍ଟିସ୍ ଜି ଜୟଚନ୍ଦ୍ରନଙ୍କ ଖଣ୍ଡପୀଠ ଏକ ଜନସ୍ଵାର୍ଥ ମାମଲାର ଶୁଣାଣି କରିବା ବେଳେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ମଦୁରାଇ ଜିଲ୍ଲାର ଏସ. ବିଜୟକୁମାର ୨୦୧୮ରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।ଏଥିରେ, ସେ ଚିନ୍ତା ପ୍ରକାଶ କରିଥିଲେ ଯେ ଅଶ୍ଳୀଳ ସାମଗ୍ରୀ ସହଜରେ ଉପଲବ୍ଧ ଏବଂ ଛୋଟ ପିଲାମାନଙ୍କ ପାଇଁ ଉପଲବ୍ଧ। ସେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ତାମିଲନାଡୁ ଶିଶୁ ଅଧିକାର ସୁରକ୍ଷା ଆୟୋଗକୁ ସଚେତନତା ବୃଦ୍ଧି ପାଇଁ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେମାନଙ୍କର କ୍ଷମତା ବ୍ୟବହାର କରିବାକୁ ଅନୁରୋଧ…

Read More

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୯ ବର୍ଷରେ ପାଦ ଥାପିଲା ବିଜେଡି। ଶଙ୍ଖ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଦଳୀୟ ନେତା ଓ ତୃଣମୂଳ ସ୍ତରର କର୍ମୀଙ୍କୁ ସଞ୍ଜୀବନୀ ଦେବେ ନବୀନ ପଟ୍ଟନାୟକ। ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସଭାପତି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ବିଜେଡି କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ। ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ। ବିଜୁ ବାବୁଙ୍କ ଆଦର୍ଶ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା। ତେବେ ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ। ବିରୋଧୀ ଦଳ…

Read More