Author: sanitelevision

ମହାପ୍ରଭୁଙ୍କୁ ମହୋଦଧିରେ ଭସେଇଦେଲେ । ସମୁଦ୍ର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର। ଏ ଭିଡିଓ ଦେଖିବାକୁ ଅତି କଷ୍ଟଦାୟକ। ଏହା ପୁରୀ ବେଳାଭୂମିର ଦୃଶ୍ୟ ବୋଲି ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ବେଳାଭୂମିରେ ଭସେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ବେଳାଭୂମିରେ ମହାପ୍ରଭୁଙ୍କ ମୂର୍ତ୍ତି ଭାସୁଥିବାର ଦେଖି କିଛି ପର୍ଯ୍ୟଟକ ମୂର୍ତ୍ତିକୁ ପାଣି ଭିତରୁ ଆଣୁଥିବା ବେଳେ ଆଉ କିଛି ପର୍ଯ୍ୟଟକ ମାନେ ସେଲଫି ନେଉଛନ୍ତି ।

Read More

କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥାରେ ଛଅଟି ଅଲିଭ୍ ରିଡଲେ କଇଁଛଙ୍କୁ ସରକାର ବୁଧବାର ଦିନ ସାଟେଲାଇଟ୍-ଲିଙ୍କ୍ଡ୍ ଟ୍ରାକିଂ ଡିଭାଇସ୍ ସହିତ ଟ୍ୟାଗ୍ କରିଛନ୍ତି ।ଏଥିସହିତ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣରେ ଆହୁରି ତିନୋଟି କଇଁଛଙ୍କୁ ଟ୍ୟାଗ୍ କରିବାର ଯୋଜନା ଥିବା ନେଇ ଜଣେ ବରିଷ୍ଠ ବନ ଅଧିକାରୀ ସୂଚନା ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ ଚିହ୍ନଟ କରିବା, ମାଛ ଧରିବା ଭଳି ବିପଦକୁ ହ୍ରାସ କରିବା, ଗତିଶୀଳ ସାମୁଦ୍ରିକ ସଂରକ୍ଷିତ କ୍ଷେତ୍ର ଡିଜାଇନ୍ କରିବା ଏବଂ କଇଁଛଙ୍କ ଜୀବନଚକ୍ର ବିଷୟରେ ଗଭୀର ଜ୍ଞାନ ହାସଲ କରିବା ଟ୍ୟାଗିଂର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି। ତେବେ ଏଥିରେ ଖାଦ୍ୟ ଏବଂ ପ୍ରଜନନ ପର୍ଯ୍ୟାୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏହା ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟମାନଙ୍କୁ ମଧ୍ୟ ଲାଭ ପହଞ୍ଚାଇବ ବୋଲି ଅଧିକାରୀ କହିଛନ୍ତି। ତେବେ ମୋଟ ନଅଟି କଇଁଛ ଅର୍ଥାତ୍ ଚାରି ଅଣ୍ଡିରା ଏବଂ ପାଞ୍ଚଟି ମାଈ କଇଁଛଙ୍କୁ ଟ୍ୟାଗ୍ କରାଯିବ।

Read More

ଇଣ୍ଡିଗୋ ବିଭ୍ରାଟ ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଦେଶରେ ଉଡ଼ିବ ଆଉ ୩ ନୂଆ ଏୟାରଲାଇନ୍ସ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଶଙ୍ଖ ଏୟାର, ଅଲ୍ ହିନ୍ଦ୍ ଏୟାର ଓ ଏବଂ ଫ୍ଲାଏ ଏକ୍ସପ୍ରେସ୍ ଅନୁମତି ମିଳିଛି । ଏହା ଦ୍ବାରା ଯାତ୍ରୀଙ୍କ ପାଖରେ ବିକଳ୍ପ ବଢିବା ସହିତ ବିମାନ ସେବାରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ସୃଷ୍ଟି ହେବ। ଗତ ସପ୍ତାହରେ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହି ୩ ଏୟାରଲାଇନ୍ସ ଦଳ ସହ ସାକ୍ଷାତ କରିଥିଲେ। ଶଙ୍ଖ ଏୟାରକୁ ପୂର୍ବରୁ ଏନଓସି ମିଳିସାରିଥିଲା। ତେବେ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ଚଳିତ ସପ୍ତାହରେ ଅନୁମତି ପ୍ରଦାନ କରାଯାଇଛି। ଏବେ ଏହି କମ୍ପାନୀମାନେ ଆଗାମୀ କିଛି ପ୍ରକ୍ରିୟା ପୂରା କରିବା ପରେ ବ୍ୟାବସାୟିକ ଉଡାଣ ପାଇଁ ପ୍ରସ୍ତୁତ ହୋଇପାରିବେ।

Read More

ର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ସଦୈବ ଅଟଳ” ସ୍ମାରକୀରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ, ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ଅଟଳ ଜୀଙ୍କ ଜୀବନ ଦେଶକୁ ପ୍ରେରଣା ଦେଇ ଚାଲିଛି, ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ନେତୃତ୍ୱ ପଦବୀ ଦ୍ୱାରା ନୁହେଁ ବରଂ ଆଚରଣ ଦ୍ୱାରା ନିର୍ଣ୍ଣୟ କରାଯାଏ। ସଂସ୍କୃତ ପଂକ୍ତି ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ମହାନ ନେତାଙ୍କ କାର୍ଯ୍ୟ ସମାଜକୁ ମାର୍ଗଦର୍ଶନ କରେ, ଏବଂ ସେ କହିଛନ୍ତି ଯେ ଏହା ବାଜପେୟୀଙ୍କ ସାର୍ବଜନୀନ ଜୀବନରେ ପ୍ରତିଫଳିତ ହୋଇଥିଲା।ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରି ବାଜପେୟୀ, ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି । ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି,…

Read More

ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ସମ୍ବଲପୁର ସହରରେ ବାଲାଂଦେଶୀ ସନ୍ଦେହରେ ଜଣେ ବଙ୍ଗାଳୀ ଶ୍ରମିକଙ୍କୁ ୪ ଜଣ ବ୍ୟକ୍ତି ପିଟିପିଟି ହତ୍ୟା କରିଥିବା ଭଳି ଗୁରୁତର ଅଭିଯୋଗ ଆସିଛି। । ସୂଚନା ଅନୁଯାୟୀ ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାଘରେ କିଛି ବଙ୍ଗାଳୀ ଶ୍ରମିକ କାମ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ଉକ୍ତ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ନିକଟସ୍ଥ ଏକ ସ୍ଥାନକୁ ପାନ ମସଲା ଓ ବିଡି ପାଇଁ ଯାଇଥିଲେ। ସେହି ସମୟରେ ପ୍ରାୟ ୪ ଜଣ ଯୁବକ ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏବଂ ବିଡି ମାଗି ପିଇଥିଲେ। ବିଡ଼ି ପିଇବା ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଉକ୍ତ ୪ ଯୁବକ ଶ୍ରମିକମାନଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବାରୁ ଯୁକ୍ତିତର୍କ ହୋଇଥିଲା। ସେଥିରୁ ସେମାନେ ଶ୍ରମିକମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପ୍ରବଳ ମାଡ଼ ଯୋଗୁଁଁ ଶେଖ ଜୁଏଲଙ୍କର ମୃତ୍ୟୁ ହୋଇଯାଇଥିଲା। ଅକୁର…

Read More

ସାଉଦି ଆରବରେ ତୁଷାରପାତ ବିରଳ, କିନ୍ତୁ ଦେଶର ଉତ୍ତର ଅଞ୍ଚଳର କିଛି ଅଂଶରେ ଏହି ଶୀତରେ ଯାହା ଘଟିଲା ତାହା ଅସାଧାରଣ ତଥା ଉଦ୍‌ବେଗଜନକ । ତାବୁକ୍ ଓ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି, ତୁଷାରପାତ ଯୋଗୁ ପାହାଡ଼ଗୁଡ଼ିକ ଧଳା ହୋଇଯାଇଛି ଏବଂ କର୍ତ୍ତୃପକ୍ଷ ପାଣିପାଗ ସତର୍କ ସୂଚନା ଜାରି କରିଛନ୍ତି। ଚଳିତ ବର୍ଷ ଭାରତ ଏହି ଚିନ୍ତାଜନକ ଧାରାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛି। ବିଶ୍ୱର ସବୁଠାରୁ ଜନବହୁଳ ଦେଶରେ ଉତ୍ତର ଓ ମଧ୍ୟ ଭାରତରେ ରେକର୍ଡ ଭାଙ୍ଗିଥିବା ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି, ଏହା ପରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ସିକିମ୍‌ରେ ପ୍ରଳୟଙ୍କରୀ ବାଦଲଫଟା ବର୍ଷା ହୋଇଛି। ବିଳମ୍ବରେ ଆସିଥିବା ସେହି ମୌସୁମୀ କେତେକ ଅଞ୍ଚଳରେ ବିଳମ୍ବରେ ଏବଂ ଅନ୍ୟ ଅଞ୍ଚଳରେ ଅନିୟମିତ ଭାବରେ ମାରାତ୍ମକ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ଏଗୁଡ଼ିକ ସଂଯୋଗ ନୁହେଁ; ଚାପରେ ଥିବା ଜଳବାୟୁ ପ୍ରଣାଳୀର ସଙ୍କେତ।

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । ରାଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ୨୦୨୫ ବର୍ଷର ଶେଷ କ୍ୟାବିନେଟ ।ଓଡ଼ିଶାର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, କବି, ସାହିତି୍ୟକ, ଶିକ୍ଷାବିତ୍‌, ସମାଜ ସୁଧାରକ ଏବଂ ମହାନ୍‌ ବ୍ୟକ୍ତିତ୍ୱମାନେ ଓଡ଼ିଶାର ସାମାଜିକ-ସାଂସ୍କୃତିକ-ସାହିତି୍ୟକ ପରିବେଶକୁ ଗଢ଼ିଥିଲେ। ସେମାନଙ୍କର ଜୀବନବ୍ୟାପୀ ସାଧନା ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ସ୍ମୃତିକୁ ପରପିଢ଼ି ପାଇଁ ସାଇତି ରଖିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ପାଇଁ ୨୫ ଜଣ ବରପୁତ୍ରଙ୍କ ନାମ ନିର୍ଦ୍ଧାରିତ ହୋଇଛି । ପ୍ରତ୍ଯେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ପାଇଁ ସର୍ବାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମସ୍ଥାନର…

Read More

ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ ସଂଗ୍ରହ ବୈଠକ ଅବସରରେ କହିଛନ୍ତି। ଅଣଧାନ ଫସଲକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି ।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଛି । ସେହିପରି ୧୭ଟି ଜିଲ୍ଲାରେ ଟୋକନ ବଣ୍ଟନ କରାଯାଇଛି । ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ୧୦ ଜାନୁଆରୀ ୨୦୨୬ ମଧ୍ୟରେ ସବୁ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ।ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୧,୧୧,୧୨୮ ଜଣ କୃଷକ ତାଙ୍କର ୪,୯୭,୫୯୪…

Read More

ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ଚର୍ଚ୍ଚରେ ଚାଲିଛି ସମୂହ ପ୍ରାର୍ଥନା। ସବୁଠି ସଜେଇ ହୋଇଛି ଚର୍ଚ୍ଚ। ବଡ଼ ଦିନ ପାଳନ କରିବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । କ୍ୟାରୋଲ ସଙ୍ଗ ଗାଇବା ପରେ ଯୀଶୁଙ୍କ ଜୀବନ କଥା ଶୁଣିଥିଲେ ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । ବଡ଼ ଦିନ ପାଇଁ ଚର୍ଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିଭଳି ଦେଶରେ ବିଭିନ୍ନ ଜାଗାରେ ଧୁମଧାମରେ ବଡ଼ ଦିନ ପାଳନ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବିଭିନ୍ନ ସହରରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି । ହିମାଚଳ ପ୍ରଦେଶରେ ଥିବା ବହୁ ପୁରୁଣା ଚର୍ଚ୍ଚରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । କେରଳର ଥ୍ରିସୁରରେ ଥିବା କାଥେଡ୍ରାଲକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି…

Read More

ଅସଲି ପୋଲିସ ହାତରେ ଧରାପଡିଲେ ନକଲି ପୋଲିସ । ନିଜକୁ ପୋଲିସ କହି ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲ୍ କରୁଥିଲେ, ବାନ୍ଧିଲା ପୋଲିସ । ଖଣ୍ଡଗିରି ଓ ଉଦୟଗିରି ନିକଟରେ ପ୍ରେମୀଯୁଗଳଙ୍କୁ ବ୍ଲାକ ମେଲ କରିବା ସହ ଅନ୍ତରଙ୍ଗ ମୂହୁର୍ତ୍ତ ଫଟୋ ଓ ଭିଡ଼ିଓ କରି ଟଙ୍କା ମାଗୁଥିଲେ । ନିଜକୁ ସାଧା ପୋଷାକଧାରୀ ପୋଲିସ କହି ମୋଟା ଅଙ୍କର ଟଙ୍କା ଆଦାୟ ବେଳେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।ଗିରଫ ଅଭିଯୁକ୍ତ ହେଲେ କେରଳର ଜୋଶେଫ ଏମ.ଇ ଏବଂ ଭୁବନେଶ୍ୱର ଜାଗମରା ଅଞ୍ଚଳର ଜିତେନ୍ଦ୍ର ସାମନ୍ତରାୟ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ ସହ ଦୁଇଟି ମୋବାଇଲ୍ ଜବତ ହୋଇଛି ।ସେମାନଙ୍କ ନାଁ ରେ ଆଉ କଣ’ କେସ ରହିଛି ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

Read More