ଦିଲ୍ଲୀ ପ୍ରଦୂଷଣକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଦିଲ୍ଲୀର ବାୟୁ ଲୋକଙ୍କ ପାଇଁ ରୋଗର ଗନ୍ତାଘର ପାଲଟିଗଲାଣି । ସ୍ଥିତି ଏମିତି ହେଲାଣି ଯେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି । ତେବେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ଦିଲ୍ଲୀରେ ୩ ଦିନ ରହିଲେ ଆଲର୍ଜି ହୋଇଯାଉଛି ।କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସ୍ୱୀକାର କରିଛନ୍ତି ଯେ ଯାନବାହାନରୁ ନିର୍ଗତ ଧୂଆଁ ପାଇଁ ୪୦% ପ୍ରଦୂଷଣ ହୋଇଛି । ଏହାସହ ପ୍ରତିବର୍ଷ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଯୁକ୍ତି ଉପରେ ପ୍ରଶ୍ନ ଉଠାଇ ବିକଳ୍ପ ଏବଂ ଜୈବ ଇନ୍ଧନରେ ଅଧିକ ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ ଦେଇଛନ୍ତି ।ଗଡକରୀ ପଚାରିଥିଲେ ଯେ, “ଏହା କି ପ୍ରକାରର ରାଷ୍ଟ୍ରବାଦ? ଜୀବାଶ୍ମ ଇନ୍ଧନ ସୀମିତ, ଏବଂ ପ୍ରଦୂଷଣ ବଢ଼ୁଛି। ଆମେ କ’ଣ ଆମର ଜୀବାଶ୍ମ ଇନ୍ଧନର…
Author: sanitelevision
ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । ଉନ୍ନୟନ କମିସନର ଦାୟିତ୍ୱ ତୁଲାଉଥିଲେ ଅନୁ ଗର୍ଗ ।୧୯୯୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏବେ ଅନୁ ଗର୍ଗ ଉନ୍ନୟନ କମିଶନର ସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଶ୍ରମ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ରହି ଦକ୍ଷତା ପ୍ରତିପାଦନ କରିଛନ୍ତି । ଏଥିସହ କେନ୍ଦ୍ର ସରକାରରେ ଟେକ୍ସଟାଇଲ୍, ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଅଭିଜ୍ଞତା ରହିଛି ।
ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲା ବିଜେଡି ଓ କଂଗ୍ରେସ । ସକାଳ ୬ରୁ ଦିନ ୧୨ଟା ଯାଏଁ ଚାନ୍ଦବାଲି ବ୍ଲକରେ ବନ୍ଦ ଡାକରା । ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ସୂଚନା ଦେଇଛନ୍ତି ବିଜେଡି ଓ କଂଗ୍ରେସ ନେତା । ସୂଚନାଥାଉକି, ଗତକାଲି ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଇଥିବା ବେଳେ ଅପରାହ୍ମ ୨ଟା ସମୟରେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ଏକ ନିଛାଟିଆ ଜାଗାରେ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ତାଙ୍କ ଝିଅକୁ କେହି ଜଣେ ଦୁଷ୍କର୍ମ କରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଧରିଛି । ଏପଟେ ଝିଅକୁ ନ୍ୟାୟ ଦାବିରେ ଭଦ୍ରକର ୩ଟି ରାସ୍ତାରେ ଟାୟାର ଜାଳି…
ଚାନ୍ଦବାଲି ଲଜ୍ଜା ଘଟଣାରେ ୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୀଡିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଦିଆଯିବ ଅନୁକମ୍ପା ରାଶି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ କରି ଦୋଷୀକୁ କଠୋରରୁ ଅତି କଠୋର ଦଣ୍ଡବିଧାନ ହେବ କହିଲେ ମୁଖ୍ୟମନ୍ତ୍ରୀ । ସୂଚନାଥାଉକି, ଗତକାଲି ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଇଥିବା ବେଳେ ଅପରାହ୍ମ ୨ଟା ସମୟରେ ଆଉ ଘରକୁ ପେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ଏକ ନିଛାଟିଆ ଜାଗାରେ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ତାଙ୍କ ଝିଅକୁ କେହି ଜଣେ ଦୁଷ୍କର୍ମ କରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ…
ଚାନ୍ଦବାଲିରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟ।। ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖି କହିଛନ୍ତି, ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଘଟଣା ସମାଜରେ ଆଉ ନହେଉ । କେବଳ ସରକାରଙ୍କ ନୁହେଁ ସମାଜର ବି ଦାୟିତ୍ୱ ଅଛି । ଝିଅମାନଙ୍କ ଉପରକୁ ଆସୁଥିବା ଅତ୍ୟାଚାର ରୋକିବାକୁ ପଡିବ । ଏବେ ସରକାରଙ୍କ ବଡ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ ଆକ୍ସନ । ଆଇନ ତା ବାଟରେ ଯିବ, ଯାହା ଆବଶ୍ୟକ କରାଯିବ । ସୁଚନା ମୁତାବକ ଗତକାଲି ସକାଳେ ୧୦ ବର୍ଷିୟା ନାବାଳିକା ନିଖୋଜ ଥିଲେ । ପରେ ସନ୍ଧ୍ୟାରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ ଦୁଷ୍କର୍ମ କରି ଅନ୍ଧକାର ଭିତରେ ବୁଦାଳିଆ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା । ଏବେ ମୂଖ୍ୟ ଅଭିଯୁକ୍ତ ଗିରଫ ହୋଇଛି।
ମାସେ ବଢିଲା ପିୟୁସିସି ଅବଧି। ଫେବୃଆରୀ ପହିଲା ଯାଏଁ ଗାଡିର ବୈଧ କାଗଜପତ୍ର କରାଇନେବାକୁ ପରାମର୍ଶ ଦିଆଯାଇଛି। ଏହି ଅବଧି ଭିତରେ RC, ଫିଟନେସ୍, ପିୟୁସି, ବୀମା ଆଦି କରାଇନେବାକୁ କୁହାଯାଇଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପିୟୁସିସି ବିନା ଗାଡ଼ିକୁ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଘୋଷଣା ହୋଇଥିଲା। ଏହା ସହ ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ ବୋଲି ସୂଚନା ଦେଇଥିଲେ ପରିବହନ କମିଶନର ଅମିତାଭ ଠାକୁର। ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଅବଧିକୁ ବୃଦ୍ଧି କରାଯାଇଛି । ବିଭାଗର ନିର୍ଦ୍ଦେଶକ୍ରମେ, ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡାକଡି କରାଯିବ । ଫେବୃଆରୀ ୧ ପୂର୍ବରୁ ପିୟୁସିସି ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି ।
ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ପେଟି ପେଟି ଔଷଧକୁ ଫିଙ୍ଗିଦେଲେ, ପୋଡ଼ି ଦେଲେ। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିଛି ଓ ପୋଡ଼ାଯାଇଛି ଅନେକ ଏକ୍ସପାରି ଔଷଧ ଓ ରକ୍ତ ପରୀକ୍ଷା କିଟ୍ । ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ପକାଇବା ସ୍ଥାନରେ ପେଟିପେଟି ଔଷଧକୁ ରୋଗୀଙ୍କୁ ଦିଆନଯାଇ ନଷ୍ଟ କରାଯାଇଛି । ବିଭିନ୍ନ ରୋଗ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ଆସିଥିବା ଔଷଧ ଏବଂ ସିରାପ, ମଲମ, ଇଞ୍ଜେକ୍ସନ ଆଦି ରୋଗୀଙ୍କୁ ଦିଆଯିବା ପରିବର୍ତ୍ତେ ଫିଙ୍ଗା ଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିବା ସ୍ଥାନୀୟ ଲୋକ ପ୍ରତିନିଧି ଓ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ତେବେ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାତ ବେହେରାଙ୍କ ନିର୍ଦ୍ଦେଶରେ ବହାନଗା ମେଡିକାଲରେ ୬ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିବା ମେଡିକାଲ ସୁପରିଟେଣ୍ଡଣ୍ଟ ଧୀରେସ ଷଡଙ୍ଗୀ ସୂଚନା ଦେଇଛନ୍ତି । ମେଡିସିନ ପୋଡାଯିବା…
ଆଜିଠାରୁ ବରଗଡ ଧନୁଯାତ୍ରା ଆରମ୍ଭ । ଏହି ଯାତ୍ରା ୧୧ ଦିନ ଧରି ଚାଲିବ । ବରଗଡ ପାଲଟିବ ମଥୁରା ଓ ଅମ୍ବାପଲ୍ଲୀ ପାଲଟିବ ଗୋପପୁର। ମଝିରେ ଥିବା ଜିରା ନଦୀରେ ଚାଲିବ ଯମୁନାର ରାସ । ଆଜି ଅପରାହ୍ନ ୨ଟାରୁ ବାହାରିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ୟା ୭ଟାରେ ହାଟପଦା ସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଏହା ପରେ ଧନୁଯାତ୍ରାର ପ୍ରଥମ ଦୃଶ୍ୟ ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ ।ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରଗଡ଼ ଧନୁଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି ଧନୁଯାତ୍ରାର ସଫଳ ଆୟୋଜନ ପାଇଁ ରାଷ୍ଟ୍ରପତି କାମନା କରିଛନ୍ତି। ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ମହାମହିମ ଲେଖିଛନ୍ତି ‘ବରଗଡ଼ର ସୁପ୍ରସିଦ୍ଧ ଧନୁଯାତ୍ରାର ଶୁଭ ଅବସରରେ ମୁଁ ଦେଶବାସୀଙ୍କୁ, ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚର ଅନନ୍ୟ ପରମ୍ପରା…
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହେବ ଉଚ୍ଚ ସ୍ତରୀୟ ବୈଠକ । ରତ୍ନ ଗଣତି ମଣତି ନେଇ ଆସନ୍ତା ୨୭ ତାରିଖରେ ବସିବ ବୈଠକ । ଏ ନେଇ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ।ଏଥିପାଇଁ ମୁକ୍ତି ମଣ୍ଡପ ପରାମର୍ଶ ନିଆଯିବ । ଗଣତି ମଣତି ପାଇଁ ଦର୍ଶନରେ ସମସ୍ୟା ହୋଇପାରେ । ତେଣୁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ା । ରତ୍ନ ଭଣ୍ଡାର ମରାମତି କାମ ସରିଛି । ଭିତର ଭଣ୍ଡାରରେ ସମସ୍ତ ରତ୍ନ ରଖି ଦିଆଯାଇଛି ।ତେବେ ଗଣତିମଣତି ପ୍ରକ୍ରିୟାରେ କେଉଁମାନେ ସାମିଲ ହେବେ, ସ୍ଥିର ହୋଇନି । ୨୭ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହେବ। ରତ୍ନର ମୂଲ୍ୟ ଆକଳନ କରିବା ମୁସ୍କିଲ। ରତ୍ନ ଗୁଡ଼ିକର ଗୁଣ ମାନ ନିର୍ଣ୍ଣୟ କରାଯିବ । ୨ ଜଣ ଏକ୍ସପର୍ଟ ଏ କାର୍ଯ୍ୟରେ ସହାୟତା କରିବେ । ଏଥିପାଇଁ ରିଜର୍ଭ ବ୍ୟାଙ୍କର ସହଯୋଗ ଲୋଡ଼ାଯାଇଛି । ବିଶେଷ ପର୍ବ…
ଫାଷ୍ଟଫୁଡ୍ ନେଲା ଜୀବନ। ଉତ୍ତରପ୍ରଦେଶର ଅମରୋହରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ଅହାନା (୧୬ ବର୍ଷ) ଫାଷ୍ଟଫୁଡ୍ ଖାଇ ପ୍ରାଣ ହରାଇଛନ୍ତି ।ଚାଉମିନ୍, ମ୍ୟାଗି, ପିଜା ଏବଂ ବର୍ଗର ଭଳି ଖାଦ୍ୟର ଅତ୍ୟଧିକ ସେବନ ଯୋଗୁଁ ଏକାଦଶ ଶ୍ରେଣୀର ଛାତ୍ରୀ ଅହାନାଙ୍କର ଅନ୍ତନଳୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ଦୀର୍ଘ ଦିନର ଚିକିତ୍ସା ପରେ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ହାର୍ଟ ଫେଲ୍ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନାମୁତାବକ ଅମରୋହା ନଗରର ମୋହଲ୍ଲା ଅଫଗାନାନରେ ରହୁଥିବା ମନ୍ସୁର ଖାନ୍ ଙ୍କ ସବୁଠୁ ସାନ ଝିଅ ହେଉଛନ୍ତି ଅହାନା । ଅହାନଙ୍କ ଜଣେ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ଅହାନା ଫାଷ୍ଟଫୁଡ୍ ଖାଇବାକୁ ଭଲ ପାଉଥିଲେ । ଯେତେ ଆକଟ କଲେ ବି ସେ ମାନୁ ନ ଥିଲେ । ଅଧିକାଂଶ ସମୟରେ ସେ ମ୍ୟାଗି, ଚାଉମିନ୍, ପିଜ୍ଜା-ବର୍ଗର ଭଳି ଫାଷ୍ଟଫୁଡ୍ ଖାଉଥିଲେ…









