ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡିରେ ଲାଗିବ ଗ୍ରୀନ୍ ଷ୍ଟିକର । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଗ୍ରୀନ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ । ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସଡକ ସୁରକ୍ଷା ମାସ ଆସୁଥିବାରୁ ପିୟୁସିସି କୋହଳ କରାଯାଇଛି । ୨୦୧୯ ରେ ଯେଉଁ ଫାଇନ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରିବୁ ବୋଲି କହିଛନ୍ତି। ନୂଆ ଓ ପୁରୁଣା ସବୁ ଗାଡ଼ିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି। ସମୟ ସୀମା ୧ ମାସ ବୃଦ୍ଧି କରାଯାଇଛି। ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର (RC), ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ଏବଂ ବୀମାକୁ ବିନା ଜରିମାନାରେ ଅପଡେଟ୍ କରି ପାରିବେ। ମାସକ ମଧ୍ୟରେ ଗାଡିର ସବୁ ସାର୍ଟିଫିକେଟ କରିବା ନେଇ…
Author: sanitelevision
ଭାରତରେ କୋଭିଡ୍-୧୯ ମହାମାରୀ ବୃହତ୍ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ ଉଭା ହୋଇଛି। ଜରୁରୀ ପଦକ୍ଷେପ ନିଆ ନ ଗଲେ ଏହା ପ୍ରତିବର୍ଷ ଆହୁରି ଖରାପ ସ୍ଥିତି ଉପୁଜାଇବ ବୋଲି ବ୍ରିଟେନ୍ରେ ଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ସତର୍କ କରାଇଛନ୍ତି।ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ ଶ୍ୱାସକ୍ରିୟା ଜନିତ ରୋଗ ଏକ ବଡ଼ ସଙ୍କଟ ଧୀରେ ଧୀରେ ବିକଟାଳ ରୂପ ନେଉଛି। ଯାହାକୁ ଏପର୍ଯ୍ୟନ୍ତ ନା ବ୍ୟାପକ ଭାବରେ ଚିହ୍ନଟ କରାଯାଇଛି, ନା କି ଏହାର ସମାଧାନ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆ ଯାଉଛି। ବ୍ରିଟେନରେ କାର୍ଯ୍ୟରତ ଅନେକ ବରିଷ୍ଠ ଡାକ୍ତର ପିଟିଆଇକୁ କହିଛନ୍ତି ଯେ, ଶ୍ୱାସକ୍ରିୟା ଜନିତ ରୋଗର ଏହି ଲୁକାୟିତ ସଙ୍କଟ ଧୀରେ ଧୀରେ ଗମ୍ଭୀର ରୂପ ନେଉଛି ଏବଂ ଆଗାମୀ ଲହର ଭାରତର ଜନସାଧାରଣ ଏବଂ ଦେଶର ସ୍ୱାସ୍ଥ୍ୟାବସ୍ଥା ଉପରେ ଗଭୀର…
ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼ ୨୦୨୬ ନୂତନ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ୬୦ ପ୍ଲାଟୁନ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀକୁ ନିୟୋଜିତ କରାଯିବ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ କଠୋର ଟ୍ରାଫିକ ଡାଇଭର୍ସନ, ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ , ବ୍ୟାରିକେଡ୍ ଏବଂ ସାର୍ବଜନୀନ ସମ୍ବୋଧନ ବ୍ୟବସ୍ଥା କରିଛି । ଅସାମାଜିକ ଆଚରଣ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ ହେଉଛି । ଶାନ୍ତି ବଜାୟ ରଖି ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଳାଭୂମି ବୁଲିବାକୁ ନିବେଦନ କରାଯାଇଛି ।ନବବର୍ଷ ପୂର୍ବ ଦିନର ଭିଡ଼କୁ ଦୃଷ୍ଟିରେ ରଖି, ଶ୍ରୀମନ୍ଦିର ପରିସରରୁ ବେଳାଭୂମି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରମୁଖ ସ୍ଥାନରେ ଅନେକ ପ୍ଲାଟୁନ ପୋଲିସ ଏବଂ ବରିଷ୍ଠ ଅଧିକାରୀଙ୍କୁ…
ଯାତ୍ରା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗତକାଲି ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ହୋଇଥିବାବେଳେ ଆଜି କଳିଙ୍ଗ ଗଣନାଟ୍ୟର ଜଣେ ହାସ୍ୟାଭିନେତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ଦେବେନ୍ଦ୍ର ଦାଶ ଓରଫ୍ ବୁଧିଆନା କଳିଙ୍ଗ ଗଣନାଟ୍ୟର ଥିଲେ। ଦୀର୍ଘ ୫୦ ବର୍ଷର ଯାତ୍ରା କ୍ୟାରିୟରରେ ହସର ଫୁଆରା ଫୁଟେଇଥିବା ବୁଧିଆଙ୍କ ମୃତ୍ୟୁ ବେଳକୁ ୬୩ ବର୍ଷ ହୋଇଥିଲା |ମିଳିଥିବା ସୂଚନା ମୁତାବକ ଆଜ୍ମା ବା ଶ୍ୱାସରେ ପୀଡିତ ଥିବା ବୁଧିଆ ନନାଙ୍କର ଗତକାଲି ମୃତ୍ୟୁ ହୋଇଯାଇଛି | ଅସତ୍ୟ ସହର, ବଦନାମ ଗଳିର ଝିଅ ଭଳି ସୁପରହିଟ ଯାତ୍ରାରେ ଅଭିନୟ କରିଥିଲେ | ରଙ୍ଗମହଲ, ବିଶ୍ୱ ଦରବାର, କଳିଙ୍ଗ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ ଭଳି ନାମିଦାମୀ ପାର୍ଟିରେ ଅଭିନୟ କରିଥିଲେ | ବୁଧିଆ ନନାଙ୍କ ଘର ଜଗତସିଂହପୁରର ଗୋପାଳପୁର ହୋଇଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ଯାତ୍ରା ଦୁନିଆ ସହ ପ୍ରଶଂସକଙ୍କ ମହଲରେ ଦୁଃଖର…
ବିଦାୟ ଦେବ ୨୦୨୫, ଆଉ ଆସିବ ଫର୍ଦ୍ଧ ୨୦୨୬। ଜିରୋ ନାଇଟ୍ ସେଲିବ୍ରେସନ୍ ଲାଗି ସବୁ ହୋଟେଲ, ରେଷ୍ଟୁରାଣ୍ଟ , ମଲ୍ ଏବଂ ପବ୍ ଗୁଡିକରେ ଜୋରଦାର ପ୍ରସ୍ତୁତି କରାଯାଉଛି। ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବେ ଗୁରୁତ୍ଵ ଦିଆଯାଉଛି। ନୂଆବର୍ଷ ପାଇଁ ରାଜଧାନୀକୁ ଜଗିବେ ୧୫ପ୍ଲାଟୁନ ପୋଲିସ ଫୋର୍ସ ।ଟ୍ରାଫିକ, ସିକ୍ୟୁରିଟି ,ଷ୍ଟାଣ୍ଡ ବାୟ ଟିମ୍ ବ୍ୟବସ୍ଥା ହୋଇଛି । ସବୁ ଥାନା ମାନଙ୍କୁ ସେମାନଙ୍କ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିରୋ ନାଇଟ୍ ଦିନ ରେଷ୍ଟୁରାଣ୍ଟ ମାଲିକ ମାନଙ୍କୁ ନିଜେ ଉପସ୍ଥିତ ରହି ନଜର ରଖିବାକୁ କୁହାଯାଇଛି। ରାତି ୧୨ଟା ପର୍ଯ୍ୟନ୍ତ ସେଲିବ୍ରେସନ ଚାଲିବ । ବାର୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ନିୟମ ପାଳନ କରିବାକୁ କୁହାଯାଇଛି ।ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି। ସୁରକ୍ଷିତ ସହ ଲୋକେ କିଭଳି ସେଲିବ୍ରେସନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ମଦ୍ୟପ…
ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍ । ଆଜି ୬୦ ବର୍ଷରେ ପାଦ ଥାପିଛନ୍ତି ସମସ୍ତଙ୍କ ପ୍ରିୟ ସଲ୍ଲୁ ଭାଇ । ଦୀର୍ଘ ଦିନ ହେବ ବଲିଉଡରେ ରାଜ କରୁଥିବା ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ବି ପ୍ରଶଂସକଙ୍କ ଭିଡ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି । ଜନ୍ମଦିନ ପାର୍ଟିରେ ବହୁ କଳାକାର, ସିଙ୍ଗର ଯୋଗ ଦେଇଛନ୍ତି । ପାର୍ଟିରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀ ମଧ୍ୟ ନଜର ଆସିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଭାଇଜାନ୍ଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ପାର୍ଟିରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଛନ୍ତି ।୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରରେ…
ଆସନ୍ତା ଜାନୁୟାରୀ ୨୧ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ମଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି)। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ଗୋଟିଏ ସିଟିଂରେ ପେପର-୧ ଏବଂ ୨ୟ ସିଟିଂରେ ପେପର-୨ ପରୀକ୍ଷା ହେବ। ଏହି ପରୀକ୍ଷା ଉକ୍ତ ଦିନ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ହେବ। ଜାନୁୟାରୀ ୧୦ରୁ ୱେବସାଇଟ(bseodisha.ac.in)ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିହେବ।ଏହା ଆସନ୍ତା ଜାନୁଆରୀ ମାସ ୧୦ ତାରିଖରୁ ୱେବ୍ସାଇଟ୍ରେ ଉପଲବ୍ଧ ହେବ । ପରୀକ୍ଷା ପଞ୍ଜୀକରଣ ସମୟରେ ଦେଇଥିବା ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ପରୀକ୍ଷାର୍ଥୀ ନିଜର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରି ପରୀକ୍ଷାରେ ବସିପାରିବେ ।
ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ସାମୁଦ୍ରିକ ବ୍ୟବସାୟ ବିବାଦକୁ ନେଇ ରୁଜୁ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଏମଭି ଦି ପାଟ୍ରନ ଟିମ ଆଇଏମଓ-481439 ଜାହାଜ ବିରୋଧରେ କରାଯାଇଛି । ପ୍ରତିପକ୍ଷ ଏମଭି ଦି ପାଟ୍ରନ ଟିମକୁ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଥିବା ବେଳେ ଜାନୁଆରୀ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ୨୦୨,୦୦୦ ଆମେରିକୀୟ ଡଲାର ଦାବି କରି ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ବିରୋଧରେ ଏହି ମାମଲା ରୁଜୁ ହୋଇଛି ।ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ପାରାଦୀପ ବନ୍ଦର ଛାଡି ଦେଲେ…
କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ ନିଜ ପରିବାର ସହ ଦାଦନ ଖଟିବାକୁ ଯୁବତୀ ଜଣକ ତେଲେଙ୍ଗାନା ଯାଇଥିଲେ। ହେଲେ ତେଲେଙ୍ଗାନାର ଖମନ ପ୍ରକାଶ ନଗର , ନଦୀବ୍ରିଜ ତଳୁ ଶୁକ୍ରବାର ସକାଳରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରି ପୋଲତଳେ ପକାଇ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।
ଆଜି ଖାରବେଳଭବନର ପ୍ରଥମ ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’ ଲୋକାର୍ପିତ ହୋଇଛି । ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ଏଠାରେ ବିମାନ ଓ ରେଳ ଟିକଟ ସୁବିଧାରେ ଉପଳବ୍ଧ କରାଯାଇଛି ଏବଂ ପର୍ଯ୍ୟଟନପାଇଁ ମଧ୍ୟ ପରାମର୍ଶ ଦିଆଯିବାର ବ୍ୟବସ୍ଥା ରହିଛି ।ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ ଏଠାରେ କାର୍ଯ୍ୟ କରୁଥିବା ବିଭାଗଗୁଡିକର ପ୍ରାୟ ସାତଶହରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ । ଏତଦ୍ବ୍ୟତିତ ବିଭିନ୍ନ ସମୟରେ ଖାରବେଳଭବନକୁ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକେ ମଧ୍ୟ ଉପକୃତ ହୋଇପାରିବେ । କାରଣ ଏହାର ଆଖପାଖରେ ବିଶେଷ କିଛି ସୁବିଧା ନାହିଁ ।








