Author: sanitelevision

ଦକ୍ଷିଣ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିୟରକୁ ବିଦାୟ ଦେଇଛନ୍ତି। ଅଭିନେତାଙ୍କ ଶେଷ ଫିଲ୍ମ “ଜନ ନାୟଗନ” ଆସନ୍ତା ବର୍ଷ ଜାନୁଆରୀରେ ବଡ଼ ପରଦାରେ ଆସିବ। ବିଜୟ ଅଭିନୟ ଛାଡି ରାଜନୀତିରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ସେ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟି କାଝାଗମ ଆରମ୍ଭ କରିଥିଲେ। ଅଭିନେତା ଆଗାମୀ ତାମିଲନାଡୁ ରାଜ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ପିଙ୍କଭିଲା ଅନୁଯାୟୀ, ଥାଲାପତି ବିଜୟ ତାଙ୍କର ଶେଷ ଚଳଚ୍ଚିତ୍ର “ଜନ ନାୟଗନ” ବିଷୟରେ କହିଛନ୍ତି, ‘ମୁଁ ଜାଣିନାହିଁ ଏହା କହିବା ଉଚିତ କି ନାହିଁ, କିନ୍ତୁ ମୋର ଶେଷ ଚଳଚ୍ଚିତ୍ର ଟିକେ ଯନ୍ତ୍ରଣା ଦାୟକ ଥିଲା ।’ବିଜୟଙ୍କ ଶେଷ ଫିଲ୍ମ ୯ ଜାନୁଆରୀ, ୨୦୨୬ ରେ ସିନେମା ହଲରେ ମୁକ୍ତିଲାଭ କରିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏଚ୍. ବିନୋଦ। ଏହି ଫିଲ୍ମରେ ବବି ଦେଓଲ, ପୂଜା ହେଗଡେ, ମମିତା ବୈଜୁ, ଗୌତମ…

Read More

ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଗାନ୍‌ଭି ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ବେଙ୍ଗାଲୁରୁ ଫେରିବା ପରେ ଗାନଭି ବାପଘରକୁ ଚାଲିଯାଇଥିଲେ । ଆଉ ସେଠାରେ ସେ ଆତ୍ମହତ୍ୟା କରିଥିଲେ । ଝିଅର ବାପ ଘର ଲୋକ ମୃତ୍ୟୁ ପାଇଁ ସୂରଜ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ । ଏମିତିକି ଯୌତୁକ ପାଇଁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବା ପାଇଁ ଉଷୁକାଇବା ମାମଲା ମଧ୍ୟ ରୁଜୁ କରାଇଥିଲେ । ଶୁକ୍ରବାର ସୂରଜ ଓ ତାଙ୍କ ମା’ ଜୟନ୍ତୀ ନାଗପୁର ପଳାଇଥିଲେ। ସେଠାରେ ଏକ ହୋଟେଲରେ ଉଭୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୂରଜଙ୍କ ମୃତ୍ୟୁ ଘଟିଥିବାବେଳେ ଜୟନ୍ତୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Read More

ଶୀତରୁ ନାହିଁ ନିସ୍ତାର । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ପ୍ରବଳ ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ଅଧ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ିରେ ଅଦୃଶ୍ୟ ହୋଇଯାଉଛି ରାସ୍ତାଘାଟ । ନୂଆବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଆହୁରି ୫ ଦିନ ଏଭଳି କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜି ପାଇଁ ୯ଟି ଜିଲ୍ଲାକୁ କୁହୁଡ଼ି ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୯ ଜିଲ୍ଲା ହେଉଛି, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ୱଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି । ଏହି ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପାରେ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।ମଙ୍ଗଳବାର ଭଦ୍ରକ, ବାଲେଶ୍ଵର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼ରେରେ ଘନ କୁହୁଡ଼ି…

Read More

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି । ୪୦ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ୮୦ ବର୍ଷରୁ ଊର୍ଦ୍ଧ୍ବ କଳାକାରଙ୍କ ଭତ୍ତା ମାସକୁ ୩୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । କେନ୍ଦୁଝରରେ ଏ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ପ୍ରାୟ ୪୭ ହଜାର ୭ ଶହ ୪ କଳାକାର ଯୋଜନା ଦ୍ୱାରା ଉପକୃତ ହେବେ ।

Read More

ରାଜ୍ୟର ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (OMSA) ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଅନୁଧ୍ୟାନ କରିବା ନିମନ୍ତେ ଏକ ଅନ୍ତର୍ବିଭାଗୀୟ କମିଟି ଗଠନ କରାଯାଇଛି।ଏହି କମିଟି ଅତିରିକ୍ତ ମୁଖ୍ୟ ସଚିବ ଜିଏ ଏବଂ ପିଜି ବିଭାଗଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି । କମିଟିର ସଦସ୍ୟ ଭାବେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ କମିଟିର ସଦସ୍ୟ-convener ଭାବେ କାର୍ଯ୍ୟ କରିବେ।ଏହି କମିଟି OMSA ର ବିଭିନ୍ନ ଦାବି ଉପରେ ଆଲୋଚନା କରି, ସେଗୁଡ଼ିକର ବିଭିନ୍ନ ଦିଗ ଗୁଡିକ ବିଚାର କରି…

Read More

ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବାଲେଶ୍ବର ଜିଲ୍ଲାର ସହଦେବଖୁଣ୍ଟା ପୋଲିସ ସୀମା ଅନ୍ତର୍ଗତ ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି । ସୂଚନାମୁତାବକ ସହରର ଏକ ଜଣାଶୁଣା ହୋଟେଲରେ ରହିଥିଲେ ଦୁଇ ଯୁବକ ଓ ଜଣେ ଯୁବତୀ । ସେମାନେ ତିନିଜଣ ହୋଟେଲ ରୁମ ବୁକ୍ କରିବା ପାଇଁ ନକଲି କାଗଜପତ୍ର ବ୍ୟବହାର କରିଥିଲେ।ହୋଟେଲ୍‌ରେ ରାତି କଟାଇଲେ ୩ ଜଣ । ଶନିବାର ସକାଳୁ ମିଳିଲା ଜଣଙ୍କ ମୃତଦେହ । ଶୁକ୍ରବାର ଠାରୁ ହୋଟେଲ୍ ରୁମ୍ ଭିତରେ ପଡ଼ି ରହିଥିଲା ମୃତଦେହ । ମୃତକ ହେଉଛନ୍ତି ଆକାଶ ମହାନ୍ତ । ତେବେ ଆକାଶଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସନ୍ଦେହରେ ଜଣେ ଯୁବକଙ୍କ ସହ ହୋଟେଲ୍ ରୁମ୍‌ରେ ରାତି କଟାଇଥିବା ଯୁବତୀ । ଆକାଶଙ୍କ ବନ୍ଧୁ ରାମ ଚନ୍ଦ୍ର ସିଂକୁ ପୋଲିସ ଅଟକ ରଖିଥିବା ବେଳେ…

Read More

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଚାର୍ଜସିଟ୍ ଦାଖଲ। ଶହେ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ହାଇଦ୍ରାବାଦ ପୋଲିସ। ଚାର୍ଜସିଟ୍‌ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ଅଛି। ୧୧ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜଶିଟ୍‌ରେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି। ଏଥିସହିତ ତାଙ୍କ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଚାର୍ଜଶିଟ୍‌ ଦାଖଲ ହୋଇଛି। ସନ୍ଧ୍ୟା ଥିଏଟର ପରିଚାଳନା ସଂସ୍ଥାକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।ତାଙ୍କ ବ୍ୟକ୍ତିଗତ କର୍ମଚାରୀ, ସୁରକ୍ଷା ଦଳ ଏବଂ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ଅଭିଯୁକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ୨୦୨୪ ଡିସେମ୍ବର ୫ ତାରିଖରେ ପୁଷ୍ପା ୨ ରିଲିଜ୍ ହୋଇଥିବା ବେଳେ ଏହାର ପୂର୍ବଦିନ ଅର୍ଥାତ୍ ୪ ତାରିଖରେ ପୁଷ୍ପା ଟୁ ସ୍ପେଶାଲ୍ ସ୍କ୍ରିନିଂରେ ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ ଯାଇଥିଲେ ଅଲ୍ଲୁ । ତାଙ୍କୁ ଦେଖିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାରୁ ସେମାନଙ୍କ ଭିତରୁ ଜଣେ ୩୫…

Read More

ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା ଅଞ୍ଚଳରେ। ଏତଲା ପରେ ଅଭିଯୁକ୍ତ ଶିକ୍ଷକ ଜଣକ ଗିରଫ ହୋଇଛନ୍ତି। ପୀଡ଼ିତା ଘର ପାଖ ଦୋକାନକୁ ସଉଦା ଆଣିବାକୁ ଯାଇଥିବା ବେଳେ ସ୍ଥାନୀୟ ଶିକ୍ଷକ ଜଣକ ମିଠେଇ ଖାଇବାକୁ ଦେଇ ଛାତିରେ ହାତ ମାରିବା ସହିତ ଦୁଷ୍କର୍ମ ଉଦ୍ୟମ କରିବା ନେଇ ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି।ଛାତ୍ରୀ ଜଣକ ପଞ୍ଚମ ଶ୍ରେଣୀର ହୋଇଥିବାବେଳେ ନିଜ ଗାଁରେ ଶିକ୍ଷକ ତାଙ୍କୁ ଏପରି ଅସଦାଚରଣ କରିଥିବା ଏତଲାରେ ଦର୍ଶାଯାଇଛି।

Read More

ଏଣିକି ଅନଲାଇନ ସହ ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ୱ । ମୋବାଇଲ ନଂ ଅପଡେଟ ନଥିବାରୁ ଓଟିପି ପାଉ ନଥିବା ବ୍ୟକ୍ତିଙ୍କୁ ହେବ ସହାୟକ । ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କୁ ମଧ୍ୟ ଏହା ସହାୟକ ହେବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।ଅନଲାଇନରେ ପୂର୍ବଭଳି https://echallan.parivahan.gov.in/ ରେ ଇ-ଚାଲାଣ ପୈଠ କରିହେବ ।

Read More

କଟକ ଚୌଦ୍ୱାର ଜେଲକୁ ଡିସିପିଙ୍କ ସରପ୍ରାଇଜ ଭିଜିଟ । ଡିସିପି ଋଷିକେଶ ଖିଲାରିଙ୍କ ସହ ଆଡିସନାଲ ଏସପି ମୀନାକ୍ଷୀ ଠାକୁର, ଜିଲ୍ଲା ଜଜ ମାନସ ରଞ୍ଜନ ବାରିକ ଜେଲ ପରିଦର୍ଶନ କରି ସୁପରିଚାଳନାର ତଦାରଖ କରୁଛନ୍ତି । ଜେଲର ବାତାବରଣ, କଏଦୀଙ୍କ ସୁରକ୍ଷାର ସମୀକ୍ଷା କରିଛନ୍ତି । ଗତ ଅକ୍ଟୋବରରେ ଚୌଦାର ଜେଲରୁ ଦୁଇ କଏଦୀଙ୍କ ଚମ୍ପଟ ପରେ ଜେଲ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଏବେବି ପୋଲିସ ଚମ୍ପଟ କଏଦୀଙ୍କ ପତ୍ତା ପାଇପାରିନାହିଁ । କହାଯାଉଛି ଯେ, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ନେପାଳ ପଳାଇଛନ୍ତି । କେବଳ ଚୌଦାର ନୁହେଁ, ବାଲେଶ୍ୱର ଜିଲ୍ଲା ସୋର ସବ ଜେଲରେ ଜଣେ ବନ୍ଦୀ କଏଦୀ ଫେରାର ହୋଇଯାଇଥିଲେ ।

Read More