Author: sanitelevision

ପୁଣି ଆସିବ ଚିଠି। ପୁଣି ଥରେ ଘରକୁ ଫେରିବାର ସେହି ଗୀତ ଶୁଣିବାକୁ ପାଇବେ ଦର୍ଶକ। ବର୍ଷ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୮ ବର୍ଷ ପରେ ଫେରୁଛି ଫିଲ୍ମ ‘ବର୍ଡର-୨’। ଖୁବ୍ ଶୀଘ୍ର ସିନେମା ହଲରେ ରିଲିଜ୍ ହେବ “ବର୍ଡର ୨” । ଏଥିରେ ସନି ଦେଓଲଙ୍କ ସହିତ ନୂଆ ପିଢ଼ିର ଅଭିନେତାଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଟିଜର ନିକଟରେ ଦର୍ଶକଙ୍କ ଉତ୍ସାହ ବୃଦ୍ଧି କରିଥିଲା। ଏବେ, “ଘର କବ୍ ଆଓଗେ” ଗୀତର ଟିଜର ରିଲିଜ୍ ହୋଇଛି ।ଚାରି ଜଣ ପ୍ରସିଦ୍ଧ ଗାୟକ ଏହି ଗୀତଟି ଗାଇଛନ୍ତି। ୧୯୯୭ ମସିହାରେ ସନି ଦେଓଲଙ୍କ ଦେଶାତ୍ମବୋଧକ ଚଳଚ୍ଚିତ୍ର “ବର୍ଡର” ମୁକ୍ତିଲାଭ କରିଥିଲା। ଏହା ସମସ୍ତଙ୍କ ହୃଦୟରେ ଦେଶପ୍ରେମର ଉତ୍ସାହ ସୃଷ୍ଟି କରିଥିଲା। କହିବାକୁ ଗଲେ ଫିଲ୍ମଟି ୨୩ ଜାନୁଆରୀ ୨୦୨୬ରେ ସିନେମା ଘରେ ଧମାଲ କରିବ ।ଏହି ୪୬ ସେକେଣ୍ଡର ଟିଜରରେ ଗୋଟିଏ ପରେ ଗୋଟିଏ ଚାରି ଜଣ ପ୍ରସିଦ୍ଧ…

Read More

ହ୍ୟୁମାନ ସାଗର ମୃତ୍ୟୁ ମାମଲା । ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବା କଟକ ଡିସିପିଙ୍କ ସୂଚନା । ଚିକିତ୍ସା ସମ୍ପର୍କରେ ଯାଞ୍ଚ କରାଯାଉଛି କାଗଜପତ୍ର । ଅଭିଯୋଗର ଗୋଟି ଗୋଟି ଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ କେସ ରୁଜୁ ହୋଇ ତଦନ୍ତ ହେଉଛି ।ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ। ଶେଫାଳି ଗଣମାଧ୍ୟମରେ କହିଥିଲେ ପୁଅ ହ୍ୟୁମାନକୁ ଲିଭର ସିରୋସିସ୍‌ ହୋଇଥିଲା, ହେଲେ ମ୍ୟାନେଜର ଥରେ ହେଲେ ମୋତେ କହିନଥିଲା । ସେ ଆହୁରି ମଧ୍ୟ କହିଥିଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ବିଭିନ୍ନ ସମୟରେ ପୁଅ ହ୍ୟୁମାନ୍‌ ପାଖକୁ ରାତି ଅଧରେ ଆସୁଥିଲା, ଏହି କଥାକୁ ସେ ବିରୋଧ କରିଥିଲେ । ସାଗର ସଙ୍ଗମ ଲାଇଭ୍‌ ଟ୍ରୁପର…

Read More

ନୂଆବର୍ଷ ପାଇଁ ପୋଲିସର ଗାଇଡଲାଇନ ଜାରି । ରାତି ୧୨ଟା ୩୦ ଯାଏ ଜିରୋ ନାଇଟ୍ ସେଲିବ୍ରେସନ। ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୧୮ ପ୍ଲାଟୁନ ଫୋର୍ସ । ଭୁବନେଶ୍ବରର ୧୮ଟି ସ୍ଥାନରେ ବ୍ଲକିଂ, ଚେକିଂ ହେବ। ସୁରକ୍ଷା ତଦାରଖ କରିବେ ୨୯ଟି ୱାଚ ପାଟ୍ରୋଲିଂ ଟିମ୍ ।ନୂଆବର୍ଷ ସେଲିବ୍ରେସନ୍ କରୁଥିବା ହୋଟେଲ, କ୍ଲବ ଦିକୁ ସମସ୍ତ ପୋଲିସ ଥାନା ଚିହ୍ନଟ କରିବେ । ସେଲିବ୍ରେସନର ପ୍ରକାରରୁ ନେଇ ସମୟ ସବୁକିଛିର ତଥ୍ୟ ରଖିବ ପୋଲିସ ।ରାସ୍ତା କଡ଼ରେ କୌଣସି ପ୍ରକାର ସେଲିବ୍ରେସନ୍, ଏକାଠି ହେବା, ଅସ୍ଥାୟୀ ମଞ୍ଚ ଏବଂ ମ୍ୟୁଜିକ୍ ଲଗାଇବାକୁ କୌଣସି ପରିସ୍ଥିତିରେ ଅନୁମତି ଦିଆଯିବ ନାହିଁ ।୪ଟି କ୍ୟୁଆରଟି ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ । ଏହାସହ ୫ଟି ଟୁରିଷ୍ଟ ଲୋକେସନରେ ପୋଲିସ ପ୍ରହରା ଦେବ । ମଦ ପିଇ ହଙ୍ଗାମା କଲେ ପୋଲିସ ସାବାଡ କରିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ…

Read More

ଆଜି ନନ୍ଦନକାନନ ପାଳୁଛି ୬୬ ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଡିସେମ୍ବର ୨୯ ତାରିଖରେ ନନ୍ଦନକାନନରେ ତାର ପ୍ରତିଷ୍ଠା ଦିବସ ପାଳନ କରି ଆସୁଛି । ଆଜି ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇ ବିଭିନ୍ନ ନୂତନ ଖୁଆଡର ଶୁଭ ଉଦଘାଟନ କରିଛନ୍ତି |କଲରାପତରିଆ ବାଘ ଖୁଆଡ, ତୃଣଭୋଜୀ କ୍ୱାରେଣ୍ଟାଇନ ଓ ସରୀସୃପ କ୍ୱାରେଣ୍ଟାଇନ ପ୍ରାଣୀ ଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ବାଘ ଛୁଆ, ସିଂହ ଛୁଆ, ସିମ୍ପାଞ୍ଜି ଛୁଆଙ୍କ ନାମ କରଣ କରାଯାଇଛି |ଧଳା ବାଘୁଣୀ ରୂପାର ଦୁଇ ଅଣ୍ଡିରା ଛୁଆ ଅରୁଣ, ଅର୍ଜୁନ, ଧଳା ବାଘୁଣୀ ମୌସୁମୀର ମାଈ ଛୁଆ ଅନନ୍ୟା, ବାଘୁଣୀ ଅଙ୍କିତର ଛୁଆ କାହ୍ନ, ସିଂହ ରେବା ଛୁଆ ରକି, ମାଈ ଛୁଆ ଲକି, ସିଂହୀ ବିଜୁଳିର ଛୁଆ ହର୍ଷ ଓ ଧ୍ରୁବ, ଗୋଟିଏ ମାଈ ଛୁଆ ଶ୍ରେୟା, ସିମ୍ପାଜି ଦୁର୍ଗାର ଅଣ୍ଡିରା…

Read More

ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶବ୍ୟାପୀ ଖାଦ୍ୟ ବିତରଣ କରୁଥିବା କର୍ମଚାରୀମାନେ ଏକ ବଡ ପ୍ରତିବାଦ ପ୍ରସ୍ତୁତି କରିଛନ୍ତି । ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ, ଆମାଜନ ଭଳି ଜଡିତ ଡେଲିଭରି ପାର୍ଟନର , କ୍ୟାବ ଡ୍ରାଇଭର ଏବଂ ହୋମ ସର୍ଭିସ କର୍ମଚାରୀମାନେ ଧର୍ମଘଟରେ ଯିବେ । ଯାହା ଫଳରେ ଖାଦ୍ୟ ବିତରଣ , ଦ୍ରୁତ ବାଣିଜ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହେବ ।ରିପୋର୍ଟ ଅନୁସାରେ- ସ୍ଵିଗୀ, ଜୋମାଟୋ, ଜେପ୍ଟୋ, ବ୍ଲିଙ୍କଇଟ୍, ଆମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀର କର୍ମଚାରୀ ଦରମା, ସୁରକ୍ଷା ପରିସ୍ଥିତିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ । ଏହି ହରତାଳ ଡାକରା ଦେଇଛି ଇଣ୍ଡିଆନ୍ ଫେଡରେସନ ଅଫ୍ ଆପ୍-ବେସଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ (IFAT) । ଏହା ପୂର୍ବରୁ ଗିଗ୍ ୱାର୍କର ଡିସେମ୍ବର ୨୫ ତାରିଖରେ ହରତାଳ କରିଥିଲେ । ଯେଉଁଥିରେ ସର୍ବାଧିକ ପ୍ରଭାବିତ ହୋଇଥିଲା ଗୁରୁଗ୍ରାମ । ଏବେ ପୁଣି ଥରେ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅନଲାଇନ୍ ଡେଲିଭରି…

Read More

ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ବରଗଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାରାଜା କଂସଙ୍କ ନିମନ୍ତ୍ରଣରେ ଧନୁଯାତ୍ରା ଦେଖିବାକୁ ଯିବେ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୂଚନାଥାଉକି, ଧନୁଯାତ୍ରା ଡିସେମ୍ବର ୨୪, ୨୦୨୫ରେ ଉଦଘାଟନ ହୋଇଥିଲା । ଜାନୁଆରୀ ୩ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରା ୧୧ ଦିନ ଧରି ଚାଲିବ ।ମହାରାଜା କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ ଦୁଲୁକୁଛି ମଞ୍ଚ । ବରଗଡରେ ବହୁ ଦୂରରୁ ଆସି ଲୋକଙ୍କ ଭିଡ ଜମୁଛି । ସମସ୍ତଙ୍କ ମନ ଆନନ୍ଦ ଉଲ୍ଲାସରେ ଭରି ଉଠୁଛି ।

Read More

ଆରାବଲ୍ଲୀ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ହସ୍ତକ୍ଷେପ । ନଭେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ଏହାସହିତ କେନ୍ଦ୍ର ସରକାର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜୁରାଟ ସରକାରଙ୍କ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି । କମିଟିର ସୁପାରିଶକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୧ ତାରିଖରେ ଅନୁଷ୍ଠିତ ହେବ।ଆଉ ସେପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ବିସ୍ତୃତ ଭାବରେ ବିଚାର କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।ନଭେମ୍ବର ମାସରେ, ସୁପ୍ରିମକୋର୍ଟ ଏକ କମିଟିର ସୁପାରିଶକୁ ଅନୁମୋଦନ କରିଥିଲେ ଯେ କେବଳ ୧୦୦ ମିଟରରୁ ଅଧିକ ଉଚ୍ଚ ପର୍ବତଗୁଡ଼ିକୁ ଆରାବଲ୍ଲୀ ଭାବରେ ବିବେଚନା କରାଯିବ। ଏହା ଆରାବଲ୍ଲୀର ୯୦% ଅଞ୍ଚଳକୁ ଆଇନଗତ ସୁରକ୍ଷାରୁ ବାଦ ଦେବ। ଯଦିଓ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ନୂତନ ପରିଭାଷା ପର୍ବତମାଳାକୁ କୌଣସି ବିପଦ ସୃଷ୍ଟି…

Read More

ସୁନା ପରି ରୂପା ମୂଲ୍ୟ ରେକର୍ଡ କରୁଛି। ଆଜି ରୂପା ପୁଣି ଥରେ ଏକ ନୂତନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସୋମବାର ରୁପା ଦର ପ୍ରାୟ ୬ ପ୍ରତିଶତ ବଢ଼ିଛି । ଫଳରେ କେଜି ପିଛା ରୁପା ଦର ୨ ଲକ୍ଷ ୫୪ ହଜାର ୧୭୪ ଟଙ୍କାରେ ପହଞ୍ଚିଛି ।ବିଗତ ସପ୍ତାହକରେ ରୁପା ଦରମ ପ୍ରାୟ ୧୫ ପ୍ରତିଶତ ବଢ଼ିଛି । ଏହା ପୂର୍ବରୁ ଶୁକ୍ରବାର କେଜି ପିଛା ରୁପା ଦର ୨ ଲକ୍ଷ ୪୨ ହଜାର ଟଙ୍କା ରହିଥିଲା ।ଆଜି ସକାଳେ, ଅନ୍ତର୍ଜାତୀୟ ବଜାରରେ ରୂପାର ମୂଲ୍ୟ ପ୍ରଥମ ଥର ପାଇଁ $୮୦ ସ୍ତର ଅତିକ୍ରମ କରିଥିଲା, ଯାହା ପରେ ଧଳା ଧାତୁରେ ଲାଭ ନେବା ଯୋଗୁଁ ଏହା ହ୍ରାସ ପାଇଥିଲା, କିନ୍ତୁ ଏହା ପୂର୍ବରୁ, ଏଥିରେ ୧୮୦% ରୁ ଅଧିକ ବୃଦ୍ଧି ଦେଖାଯାଇଥିଲା। MCX ରେ, ରୂପା ମାର୍ଚ୍ଚ ଫ୍ୟୁଚର୍ସ ୫.୯୯% ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୨୫୪,୧୭୪ରେ…

Read More

ରାଗିଗଲେ ମଥୁରା ନରେଶ କଂସ ମହାରାଜ । “ନଗର ପରିକ୍ରମା” ଅବସରରେ କଂସ ମହାରାଜ ପ୍ରାଚୀନ ମଥୁରାରେ ପରିଣତ ହୋଇଥିବା ବରଗଡ଼ ଉପରେ “ଶାସନ କରୁଛନ୍ତି”। ଏହାର ଏକ ଅଂଶ ଭାବରେ ସେ ପରିବହନ ବିଭାଗର ଅଧିକାରୀମାନଙ୍କୁ ଡକାଇ ସରକାରୀ ବସ୍ ଷ୍ଟାଣ୍ଡରେ ଖରାପ ପରିମଳ ଏବଂ ଅପର୍ଯ୍ୟାପ୍ତ ସୁବିଧା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଖାଲି ସେତିକି ନୁହେଁ ମହାରାଜ କଂସ ବସଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ମୁଖ୍ୟ ଅଧିକାରୀ ନ ଥିବାରୁ ରାଗି ଯାଇଥିଲେ କଂସାଶୁର। ଏଥିପାଇଁ ଓଡ଼ିଶା ରାଜ୍ୟ ପରିବହନ ମଥୁରା ନଗରୀର ମୁଖ୍ୟ ଗୀତାଞ୍ଜଳି ବାରିକଙ୍କୁ ୧୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଫାଇନ କରିଥିଲେ। ତେବେ ଧନୁଯାତ୍ରାର ପଞ୍ଚମ ଦିନରେ ମଥିରାରେ ଜରାସନ୍ଧ ସହିତ କଂସଙ୍କ ଯୁଦ୍ଧ ଏବଂ ହେତୀ-ପ୍ରହେତୀଙ୍କ ସହିତ ବିବାହ ଅନୁଷ୍ଠିତ ସହିତ ଗୋପରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା, ଜମଲାର୍ଜୁନ ଭଞ୍ଜନ, କାଲୀୟ ଦଳନ ଏବଂ ଗୋପିଙ୍କ ଦଧିବିକା ଦୃଶ୍ୟ ଅଭିନିତ ହେବ।

Read More

ପୋଲିସ ଏସଆଇ କେଳେଙ୍କାରୀ ମମଲାରେ ପ୍ରଥମିକ ଚାର୍ଜସିଟ୍ ଦାଖଲ । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ ଦାଖଲ CBI । ଶଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ ସାମଲ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ କୁମାର ସମେତ ୧୬ଜଣଙ୍କ ନାଁ ଚାର୍ଜସିଟ୍ସ ଦାଖଲ ହୋଇଛି ।SI ପରୀକ୍ଷା ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଛି । ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ୭ ଜଣଙ୍କୁ ବାନ୍ଧିଛି ସିବିଆଇ । ଓଡ଼ିଶା ପୋଲିସ SI ପରୀକ୍ଷା ସ୍କାମ୍ ମାମଲାର ତଦନ୍ତ ଜାରି ରହିଛି ।ଅଭିଯୋଗ ଅନୁସାରେ, ସ୍ଵାମୀ, ସ୍ତ୍ରୀ ମିଶି ଗୁଜୁରାଟରେ କମ୍ପାନୀ ଖୋଲି କରୁଥିଲେ ଚାକିରି କେଳେଙ୍କାରୀ । ବିହାରରୁ ଗିରଫ ନୀତିଶ କୁମାରଙ୍କୁ ଜେରା କରିବା ପରେ ଗୁଜରାଟର ନିତୁ ଆରୋରା ଓ ତାଙ୍କ ସ୍ୱାମୀଙ୍କ ବିଷୟରେ ତଥ୍ୟ…

Read More