ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚିଲିକା ହ୍ରଦକୁ ଏକାଧିକ ବିଦେଶୀ ପକ୍ଷୀ ଆଗମନ କରୁଛନ୍ତି କିନ୍ତୁ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଛି। ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି କହିଛନ୍ତି ଓଡ଼ିଶାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ଯଦି ଗତ ୨୦୨୪ ବର୍ଷ ତୁଳନାରେ ୨୦୨୫ କୁ ଦେଖିବା ତାହେଲେ ଚଳିତ ସିଜିନ୍ରେ ଚିଲିକାକୁ ପ୍ରାୟ ୧୦,୦୦୦ କମ୍ ପକ୍ଷୀ ଆସିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହାରି ମଧ୍ୟରେ ଚଲିକାର ନିକଟବର୍ତ୍ତୀ ଗଞ୍ଜାମ ଜିଲାର ଋଷିକୁଲ୍ୟା ସମେତ ବିଭିନ୍ନ ପୋଖରୀ ଓ ଜଳାଶ୍ରୟରେ ଅନେକ ପକ୍ଷୀ ଆସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପକ୍ଷୀ ଗଣନା ସମୟରେ ଏହାକୁ ସାମିଲ କରାଯିବା ସହିତ ପରିବେଶବିତ୍ ଏହାକୁ ନେଇ ନଜର ରଖିଥାନ୍ତି । ସେପଟେ ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାର ଜାତୀୟ ଉଦ୍ୟାନ ଆର୍ଦ୍ରଭୂମିରେ ବଢ଼ୁଛି…
Author: sanitelevision
ମାସିକ ୧୫ଶହ ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ଯୋଜନାର ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ କରିଛନ୍ତି । ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିନ୍ନରଙ୍କ ପିତାମାତାଙ୍କୁ ସେମାନଙ୍କ ଲାଳନପାଳନ ଲାଗି ମାସିକ ୧,୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିଲାଗି ପିତାମାତାଙ୍କୁ ପିଲାର ଲିଙ୍ଗ ସଂକ୍ରାନ୍ତ ଏକ କରିବାକୁ ହେବ । ଯଦି ପିତାମାତାଙ୍କ ମୃତ୍ୟୁ ହୋଇଯାଏ, ତେବେ ଏକ ବୈଧ ଅଭିଭାବକ ଅଭିଭାବକତ୍ଵ ପ୍ରମାଣପତ୍ର ପ୍ରଦାନ କରି ଏହି ସହାୟତା ପାଇପାରିବେ । ଏହି ଯୋଜନା ମାଧ୍ୟମରେ କଲେଜ, ବିଶ୍ୱବିଦ୍ୟାଳୟରେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ଆବାସିକ ବ୍ୟବସ୍ଥା ବା ହଷ୍ଟେଲ ନିର୍ମାଣ କରାଯିବ । କେବଳ ସେତିକି ନୁହେଁ, ସେମାନଙ୍କ ପାଠପଢ଼ା ପାଇଁ ପ୍ରତି ମାସରେ ଏକ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ ।…
ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବୟସ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ୍, ହୃଦରୋଗ, କିଡନୀ ସମସ୍ୟା ଏବଂ ମଧୁମେହ ଭଳି ଅନେକ ଜଟିଳ ରୋଗରେ ପୀଡ଼ିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ବେଗମ ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅବଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସେ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଭାରତ-ବାଂଲାଦେଶ ସମ୍ପର୍କକୁ ମଜବୁତ କରିଥିଲେ।
ଜିରୋ ନାଇଟ୍ ସେଲିବ୍ରେସନ୍ । କଠୋର ହୋଇଛି ଅବକାରୀ ବିଭାଗ ।ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ ।ଜିରୋ ନାଇଟ୍ ପାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିକଟରେ ଅସ୍ଥାୟୀ ଲାଇସେନ୍ସ ( ଦିନିକିଆ ଲାଇସେନ୍ସ) ପାଇଁ ୩୦ଟି ଇଭେଣ୍ଟ ଅର୍ଗାନାଇଜର ଆବେଦନ କରିଥିଲେ । ପୁରୁଣା ଅବକାରୀ ନିତି ଅନୁସାରେ, ୨୫ ଲୋକଙ୍କ ପାଇଁ ୩ ହଜାର, ୨୫ରୁ୧୦୦ ଲୋକଙ୍କ ପାଇଁ ୫ ହଜାର, ୧୦୧ ଲୋକଙ୍କ ଠାରୁ ୨୦୦ ଶହ ଲୋକଙ୍କ ପାଇଁ ୧୦ ହଜାର, ୨୦୧ରୁ୫୦୦ ଲୋକଙ୍କ ପାଇଁ ୧୫ ହଜାର, ୫୦୧-୧୦୦୦ ଲୋକଙ୍କ ପାଇଁ ଦିନିକିଆ ଅସ୍ଥାୟୀ ଲାଇସେନ୍ସ ଫି ୨୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ । ୧ ହଜାରୁ ଅଧିକ ଲୋକଙ୍କ ପାଇଁ ଦିନିକିଆ ଲାଇସେନ୍ସ ଫି’ ୨୫ ହଜାର ଟଙ୍କା ଦେବାକୁ ପଡିବ । ସେହି…
ଶାମ୍ବ ଦଶମୀ ଅବସରରେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିଛି । ବିନା ଟିକେଟରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟକୁ ବୁଲି ଦେଖୁଛନ୍ତି କୋଣାର୍କକୁ ବୁଲି ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ । ପୌଷ ଶୁକ୍ଲ ଦଶମୀ ତିଥି ଶାମ୍ବ ଦଶମୀର ସ୍ବତନ୍ତ୍ରତା ରହିଛି। ପବିତ୍ର ଶାମ୍ବଦଶମୀ ଅବସରର ମଙ୍ଗଳବାର କୋଣାର୍କ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ଯୋଗୁଁ ଭିଡ଼ ରହିବ।
ରାଗିଗଲେ ଡୋନାଲ୍ଡ ଟ୍ରମ୍ପ୍ । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ମାଡ ଘଟଣାକୁ ନେଇ ଜୋରଦାର କ୍ରୋଧ ପ୍ରକାଶ କରିଛନ୍ତି ୟୁଏସ ପ୍ରେସିଡେଣ୍ଟ୍ । ଏହା ଭଲ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ଶାନ୍ତି ଆଲୋଚନା ମଝିରେ ପୁଟିନଙ୍କର ଏହା ଏକ ବଡ଼ ଚାଲ ବୋଲି କହିଲେ ଜେଲେନସ୍କି । ଏହିସହ ପୁଟିନ ମିଛ ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ଜେଲେନ୍ସକି କହିଛନ୍ତି ।ରିପୋର୍ଟ ଅନୁସାରେ, ପୁଟିନଙ୍କ ବାସଭବନ ନିକଟରେ ୯୧ରୁ ଅଧିକ ଡ୍ରୋନ୍ ଆଟାକ୍ ହୋଇଥିଲା । ଏନେଇ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ୟୁକ୍ରେନ ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ୯୧ଟି ଡ୍ରୋନ ମାଡ଼ କରିଛି । ନୋଭଗୋରୋଡ ଅଞ୍ଚଳରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରାଯାଇଛି। ଆକ୍ରମଣ ଡିସେମ୍ବର ୨୮-୨୯ ତାରିଖ ରାତିରେ ଦୂରଗାମୀ ଡ୍ରୋନ ଦ୍ୱାରା କରାଯାଇଥିଲା। ରୁଷର…
ଭିଜିଲାନ୍ସ ପଞ୍ଝାରେ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ରେଡ୍। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍।ଖବର ଅନୁସାରେ, ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ଖୋର୍ଦ୍ଧା ଏବଂ କଟକର ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । କେନ୍ଦୁଝର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ୱାରେଣ୍ଟକୁ ନେଇ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା, ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା ଠାବ ହୋଇଛି । ଏହି ଚଢା଼ଉରେ ୪ DSP, ୭ ଇନ୍ସପେକ୍ଟର, ଜଣେ SI ଓ ୮ ASI ଚଢାଉରେ ସାମିଲ୍ ରହିଛନ୍ତି । ସେହିପରି ବାବୁଙ୍କର ହାଟଡିହିର ବସନ୍ତିଆ ବଜାରରେ ମା ସରସ୍ୱତୀ…
ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଭଗବାନଙ୍କ ପୂଜା । ବିଶ୍ବାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ ।ଏ ନେଇ ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିବା କୁହାଯାଏ।ଆଜିର ଦିନରେ ଓଡ଼ିଆ ଘରର ମାଆମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଉଦୟ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ପରିବାରର ସମସ୍ତଙ୍କ ମଙ୍ଗଳ କାମନା କରିଥାନ୍ତି ।
ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଆକ୍ରମଣ ପରେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶୀଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ଓଡ଼ିଶାରେ ବି ସମାନ ସ୍ଥିତି।ବେଆଇନ ପ୍ରବେଶ ଭୁଲ କିନ୍ତୁ ଆଇନକୁ ହାତକୁ ନନେବାକୁ ଆଇନ ମନ୍ତ୍ରୀ ଅପିଲ କରିଛନ୍ତି।ଯେଉଁମାନେ ଆଇନ ଦୃଷ୍ଟିରୁ ଆମର ନାଗରିକ ନୁହଁନ୍ତି ତାଙ୍କ ଦେଶକୁ ତଡିବା ପାଇଁ ନୈତିକତା ଦେଖାଇଛୁ। ଆଗାମୀ ଦିନରେ ଦେଖାଇବୁ। ଗୋଟିଏ କଥା ସ୍ପଷ୍ଟ ଯେଉଁମାନେ ବେଆଇନ ଭାବେ ଆମ ଦେଶକୁ ପ୍ରବେଶ କରିଛନ୍ତି ତାଙ୍କୁ ଚିହ୍ନଟ କରି ତାଙ୍କ ଦେଶକୁ ପଠାଯିବ। କିନ୍ତୁ ଲୋକମାନେ ଲୋକେ ଏଭଳି କୌଣସି କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ସରକାର ଅପିଲ କରିଛନ୍ତି।
୨୦୨୫ରେ କଟକ ସହରରେ ଥିବା ୨୧ଟି ଥାନାରେ ମୋଟ ୯ ହଜାର ୧୩୯ଟି ମାମଲା ରୁଜୁ ହୋଇଛି । ଯାହାକି ୨୦୨୪ ମସିହା ତୁଳନାରେ ପ୍ରାୟ ୨ ହଜାର ଅଧିକ ଅଟେ । କେବଳ ସଦର ଥାନାରେ ଚଳିତ ବର୍ଷ ପ୍ରାୟ ରେକର୍ଡ ସଂଖ୍ୟକ ୧ ହଜାର ମାମଲା ରୁଜୁ ହୋଇଛି । ଯାହାକି ଥାନା ପାଇଁ ଚିନ୍ତାକର ବିଷୟ ପାଲଟିଛି ।ଗୁରୁତ୍ୱପୂର୍ଣ୍ଣ ହେଉଛି ସହର ଉପକଣ୍ଠରେ ଥିବା ସଦର, ଚୌଦ୍ୱାର, ଜଗତପୁର ଓ ବାରଙ୍ଗ ଥାନା ଏବେ ମାମଲାର ବୋଝ ତଳେ ଚପିଲା ଭଳି ଲାଗୁଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି କେବଳ ସଦର ଥାନାରେ ଚଳିତ ବର୍ଷ ପ୍ରାୟ ରେକର୍ଡ ସଂଖ୍ୟକ ୧ ହଜାର ମାମଲା ରୁଜୁ ହୋଇଛି । ଯାହାକି ଥାନା ପାଇଁ ଚିନ୍ତା ବଢ଼ାଇଛି ।ଏବେ କଟକରେ ମୋଟ ୨୪ଟି ଥାନା ରହିଛି । ସେଥିମଧ୍ୟରୁ ୧୯ଟି ସାଧାରଣ ଥାନା, ଗୋଟିଏ ମହିଳା ଥାନା, ଗୋଟିଏ…









