Author: sanitelevision

ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ ନୂଆବର୍ଷରେ ୧୨ଟି ଜିଲାକୁ ଶୀତ ଲହରି ଓ ଘନ କୁହୁଡି ପାଇଁ ୟେଲୋ ୱାର୍ନିିଂ ଜାରି କରିଛି ପାଣିପାଗ ବିଭାଗ।ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଥିଲା।ବୁଧବାର ଓ ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରେ ଅତ୍ୟଧିକ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଶୁକ୍ରବାର ଓ ଶନିବାର ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାକୁ ଘନ କୁହୁଡ଼ି ପାଇଁ ଓ୍ବାର୍ନିଂ ଜାରି ହୋଇଛି।

Read More

ଆଜି ୨୦୨୫ର ଶେଷ ଦିନ । ଆସୁଛି ଇଂରାଜୀ ନୂଆବର୍ଷ ୨୦୨୬ । ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ । ନୂଆବର୍ଷ ଉପଲକ୍ଷେ ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଭିତରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଇଛି ପୁଲିସ । ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି । ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରିନ୍ କରିଡର ହୋଇଛି । ବିଚ୍‌ରେ ହଟସ୍ପଟ ପାଟ୍ରୋଲିଂ, ସମୁଦ୍ରକୂଳ ଅଞ୍ଚଳରେ ୩ଟି ଫାଣ୍ଡି, ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ବ ଦେଇଛି ପୁରୀ ପୁଲିସ । ଶ୍ରୀମନ୍ଦିର ବାହାରେ,ଭିତରେ,ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ, ୩୩ DSP ଏବଂ ୬୨ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ଆଜି ଓ ୧ତାରିଖ ପାଇଁ ଭିଡ଼କୁ ଆଖିରେ ରଖି ପୁରୀ…

Read More

ନବୀନ ନିବାସରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳର ନୂତନ ଭାବେ ନିଯୁକ୍ତ ହୋଇଥିବା କର୍ମକର୍ତ୍ତାମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସାଧାରଣ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ଦଳର ପ୍ରତିଷ୍ଠା ଦିବସରେ ନବୀନ ଦେଇଥିବା “ବିଜେଡି ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବ” ଆହ୍ୱାନକୁ ସାକାର କରିବା ପାଇଁ ଯୁବ ଓ ଛାତ୍ର ନେତାଙ୍କୁ ଗୁରୁମନ୍ତ୍ର ଦିଆଯାଇଛି ।ନିକଟରେ ଦଳର ପୁନର୍ଗଠନ ପ୍ରକ୍ରିୟାରେ ଯୁବ ବିଜେଡି ପାଇଁ ୧୬୦ ଜଣ ଏବଂ ଛାତ୍ର ବିଜେଡି ପାଇଁ ୧୪୫ ଜଣ ଅଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା ।

Read More

ନୂଆ ବର୍ଷକୁ ଦୃଷ୍ଟୀରେ ରଖି ମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ । ଏନେଇ ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିଶନର । ମଦ ପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍‌ରେ ଗଲେ ତଣ୍ଡ କଟାଯିବ । ସେହିପରି ବାଇକରେ ୩ ଜଣ ବସି ଯାତ୍ରା କଲେ ଏବଂ ରଙ୍ଗ ରୁଟ୍‌ରେ ଗଲେ ତଣ୍ଡ ଗଣିବେ। ଦୁଇ ଦିନ ପାଇଁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ନେଇ ସୂଚନା ଜାରି କରାଯାଇଛି। ୧ ତାରିଖ ଭିତରେ ସମସ୍ତ ପ୍ରକାର ଇ-ଚାଲାଣ ନେଇ ଜଣାଇବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।

Read More

ପିକନିକ୍ ପାଇଁବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପିକନିକ୍ ଋତୁରେ ହେଉଥିବା ଦୁର୍ଘଟଣା ହ୍ରାସ କରିବା ପାଇଁ ମାର୍ଗଦର୍ଶିକାର କଠୋର ପାଳନ କରାଯିବ। ସମସ୍ତ ଆରଟିଓ ଏବଂ ଏଆରଟଓିଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାରି ମାର୍ଗଦର୍ଶିକା ଅନୁସାରେ, ମଦ୍ୟପାନଜନିତ ଦୁର୍ଘଟଣା ରୋକିବାକୁ ପର୍ଯ୍ୟଟକଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ ହେବ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଓଭରଲୋଡିଂ, ଅସୁରକ୍ଷିତ ପରିବହନ, ଯାନର ବେଆଇନ୍ ବ୍ୟବହାର କଲେ ଆକ୍ସନ ନିଆଯିବ । ପ୍ରମୁଖ ବଣଭୋଜି ସ୍ଥଳରେ ମୁତୟନ ହେବେ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍ । ପିକନିକ୍‌ ସ୍ପଟ୍‌ର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ । ପିକନିକ୍ ବାହାରୁଥିବା ଗାଡ଼ିଗୁଡ଼ିକ ଆରଟିଓଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ। ପିକନିକ୍ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ…

Read More

ନୂଆବର୍ଷ ୨୦୨୬ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । “ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଏହି ଦିନ ମୋର କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ । ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ୍, ଭୋଜିଭାତ, ପାର୍ଟି ଇତ୍ୟାଦି ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଉଛି। ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନର ମୁଖ୍ୟ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read More

ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାର ପଟ ସିସିଟିଭି ନଜରରେ ରହିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପ୍ରତୀକ ସିଂ । ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ଶଋଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ରହିଛି ।୩୦ ଡିସେମ୍ବରରୁ ୪ ଜାନୁଆରି ପର୍ଯ୍ୟନ୍ତ ପୁରୀର ସମସ୍ତ ଅଫିସର୍ ଙ୍କ ଛୁଟି ବାତିଲ ହୋଇଛି । ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଆତିଥେୟତା କୁ ନଜରରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ତେବେ ନୂଆବର୍ଷରେ ବ୍ୟାପକ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର ।…

Read More

ବଣଭୋଜି କରୁଥିଲେ ସାବଧାନ । ପ୍ରଦୂଷଣ କଲେ ହେବ ଆକ୍ସନ । ବଣଭୋଜି ଉପରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନଜର ରଖୁଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।ଭୁବନେଶ୍ବରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବା ବେଳେ ସମସ୍ତେ ଏନେଇ ସତର୍କ ରହିବା ଆବଶ୍ୟକ । ବଣଭୋଜି ନାଁରେ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।ଓଡିଶାରେ ପ୍ରଦୂଷଣ ବଢୁଛି । ଅନୁଗୂଳ , ବାଲେଶ୍ୱର , ତାଳେଚର ଭୁବନେଶ୍ୱରରେ ଏକ୍ୟୁଆଇ ଅଧିକ ରହୁଛି । ଭୁବନେଶ୍ୱରର ଅବସ୍ଥା ବିପଜ୍ଜନକ । ଲୋକେ ସଚେତନ ହେବା ଆବଶ୍ୟକ । ଖୁବଶୀଘ୍ର ଅର୍ବାନ ଇଣ୍ଡଷ୍ଟ୍ରି ପରିବହନ ବିଭାଗ ଶିଳ୍ପ ବିଭାଗ ସହ ସମନ୍ୱୟ ବୈଠକ ବସିବ । ମାଇନ୍ସ ଏରିଆରେ ୱାଟର ସ୍ପିଙ୍କଲର ସଠିକ ଭାବେ କାମ କରୁଛି କି ନାହିଁ ତାହା ତଦନ୍ତ ହେବା ଆବଶ୍ୟକ…

Read More

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମାଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଅର୍ପିତା ଆବେଦନ କରିଛନ୍ତି ।ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀଙ୍କ ସହ ମିଳିତ ଆଗୁଆ ଜାମିନ ଆବଦେନ କରିଥିଲେ ଅର୍ପିତା। ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ମମାଲା ରୁଜୁ କରିଥିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା।ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ମର୍କତ ନଗର ଥାନାରେ ରୁଜୁ ମାମଲାର ତଦନ୍ତ କରୁଛି କମିଶନରେଟ ପୋଲିସ । ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ବିଷ ଦେଇ କିମ୍ବା ଶାରୀରିକ କ୍ଷତି ପହଞ୍ଚାଇ ହତ୍ୟା କରାଯାଇଥିବା ଶେଫାଳି ସୁନା ଆଶଙ୍କା କରିଛନ୍ତି ।

Read More

ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏହି ସମୟରେ ସାଦା ପୋଷାକରେ ନଜର ଆସିଥିଲେ ଅରିଜିତ୍ ସିଂ । ଅରିଜିତଙ୍କୁ ପାଖରେ ପାଇ ଘେରି ଯାଇଥିଲେ ଫ୍ୟାନ୍ସ । କିଏ ସେଲ୍ଫି ନେଉଥାଏ ତ କିଏ ଭିଡିଓ କରୁଥାଏ । ନିଜ ମନ ପସନ୍ଦର ଗାୟକଙ୍କୁ ହଠାତ ପାଖରେ ପାଇ ଖୁସିରେ ବିଭୋର ହୋଇ ଉଠିଥିଲେ ପିଲା ଠୁ ବୟସ୍କ ।ତେବେ ଗଡ଼ମଧୁପୁର ଅଞ୍ଚଳକୁ ଅରିଜିତଙ୍କ ଏହି ଅଚାନକ ଗସ୍ତର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ କୌଣସି ସୁଟିଂ କରିବା ପାଇଁ ଆସିଥିବା ସନ୍ଦେହ କରାଯାଉଛି ।ବେଶ ଚର୍ଚ୍ଚିତ କଳାକାର ହେଉଛନ୍ତି ଅରିଜିତ ସିଂ । ହିନ୍ଦୀ ଗାୟକଙ୍କ ମଧ୍ୟରେ ସେ ଜଣେ ଆଗ ଧାଡିର ସଫଳ କଳାକାର ଭାବେ ଖୁବ ପରିଚିତ । ଅରିଜିତ ସିଂ ଜଣେ ଏଭଳି ସିଙ୍ଗର ଯିଏ…

Read More