Author: sanitelevision

ବାହାରିଲା ଯୁକ୍ତ ୨ ରେଜଲ୍ଟ । ଏକାସଙ୍ଗେ ବାହାରିଲା କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଫଳାଫଳ ଘୋଷଣା ହେବା ପରେ, ଅପରାହ୍ନ 3ଟାରେ ଛାତ୍ରଛାତ୍ରୀମାନେ CHSE ବୋର୍ଡ +2 ଫଳାଫଳ 2026 ସରକାରୀ ୱେବସାଇଟ୍: chseodisha.nic.in ଏବଂ results.odisha.gov.in ରେ ରେଜଲ୍ଟ ଦେଖିପାରିବେ । କଳାରେ ପାସ୍‌ ହାର ୮୪.୫୦ ପ୍ରତିଶତ । କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍‌ ହାର ୭୭.୯୭% ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ୮୯.୪୫ % ରହିଛି ।ସେହିପରି ବାଣିଜ୍ୟରେ ପାସ୍‌ ହାର ୮୮.୦୭ ପ୍ରତିଶତ ରହିଛି । ଯେଉଁଥିରେ ଛାତ୍ରଙ୍କ ପାସ୍‌ ହାର ୮୬, ୬୭ ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ୯୦.୪୩ ପ୍ରତିଶତ ରହିଛି । ​​​​​​​ବିଜ୍ଞାନରେ ପାସ୍‌ ହାର ୮୮.୮୦ ରହିଛି । ଯେଉଁଥିରେ ଛାତ୍ରଙ୍କ ପାସ୍‌ ହାର ୮୭.୪୧…

Read More

ଲଭ୍, ସେକ୍ସ, ଧୋକା, ତାପରେ ଠକେଇ ଅଭିଯୋଗ । ଫସିଗଲେ ଓଡ଼ିଆ ଅଭିନେତା । ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ଧୋକ୍କା ଦେବା ସହ ତାଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମହାକାଳପଡ଼ା ବଡ଼ମଠର ରଶ୍ମିକାନ୍ତ ଭୂୟାଁଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ ।ଅଭିନେତା ରଶ୍ମିକାନ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ମଠ ଗାଁରେ। ସେ ବାଙ୍କୁଆରେ ରହୁଥିଲେ। ସିରିଏଲ୍ ଓ ରିଆଲିଟି ସୋ’ରେ କାମ କରନ୍ତି। ବଡ଼ଗଡ଼ ଥାନା ବିଜେବି ନଗରରେ ରହୁଥିବା ଜଣେ ଯୁବତୀଙ୍କ ସହ ରଶ୍ମିକାନ୍ତଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୁହେଁ ଭୁବନେଶ୍ବରରେ ଏକାଠି ଲିଭ-ଇନରେ ରହୁଥିଲେ । ଅଭିଯୁକ୍ତ ପୀଡ଼ିତାଙ୍କ ଠାରୁ ଟଙ୍କା ନେଇ ଫିଲ୍ମ ତିଆରି କରିଥିଲା । ଫିଲ୍ମରେ ଅଭିଯୁକ୍ତ ନିଜେ ହିରୋ ହେବା ସହ ପୀଡ଼ିତାଙ୍କୁ ହିରୋଇନ୍ କରିଥିଲେ । କିନ୍ତୁ ଫିଲ୍ମ ଫ୍ଲପ ହେବାରୁ ପୀଡ଼ିତା ତାଙ୍କର ଟଙ୍କା ଦାବି…

Read More

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ (X) ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, “ରୋମକୁ ସ୍ୱାଗତ, ମୋର ବନ୍ଧୁ!”। ତେବେ ଉଭୟଙ୍କ ଏକ ସେଲ୍ଫି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୂର୍ବରୁ ଏକ ସେଲ୍ଫି ଭିଡିଓ ସେୟାର ହେବା ପରେ ଏହା ଖୁବ୍ ଚର୍ଚ୍ଚାରେ ରହିଥିଲା। ପୁଣିଥରେ ସେଲ୍ଫି ଭାଇରାଲ୍ ହେବା ପରେ ବହୁଳ ଭାବରେ ପ୍ରଶଂସା କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୦୨୪ ରେ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଇଟାଲୀ ଯାଇଥିଲେ।

Read More

ଆଜି ଜ୍ୟେଷ୍ଠ କୃଷ୍ଣ ମଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ରୁ ରାତି ୧୦ଟା ଅର୍ଥାତ୍‌ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥା’ନ୍ତି। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ଉକ୍ତ ଦିନର ଠାକୁରଙ୍କ…

Read More

ଆହୁରି ୭ ଦିନ ହେବ ଭୟଙ୍କର ଗରମ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ,ଗତକାଲି ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରର ୨୨ଟି ସହରରେ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରି ରେକର୍ଡ କରାଯାଇଛି। ତେବେ ଆଜିଠୁ ଆହୁରି ବଢ଼ିବ ତାତି। ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ପୂରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି। ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ବାକି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି। ସବୁଠି ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି।

Read More

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ହାତାହାତି ଘଟଣାରେ ଆକ୍ସନ୍। ବରିଷ୍ଠ ସେବାୟତ ନାରାୟଣ ମେକାପ ନିଲମ୍ବିତ କଲା ଶ୍ରୀମନ୍ଦିର ପ୍ରଶାସନ।ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଭିତରେ ବିଶୃଙ୍ଖଳା ହୋଇଛି । ବରିଷ୍ଠ ଅଧିକାରୀ, ତଦାରଖ କମିଟି ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଭଣ୍ଡାର ମେକାପ ସେବକ ଦାଦା କିଶନ ମେକାପ ଓ ପୁତୁରା କୁନୁ ମେକାପ ହାତାହାତି ହେଇଛନ୍ତି । ପାଳିକୁ ନେଇ ଉଭୟ ପରିବାର ଭିତରେ ବିବାଦ ଥିଲା । ମଙ୍ଗଳବାର ଉଭୟ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବା ପରେ ପୁରୁଣା କଥାକୁ ଉଠାଇ ହାତାହାତି ହୋଇଥିଲେ ।

Read More

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍‌ କୋର୍ସ ଫଳ ପ୍ରକାଶ ପାଇବ । ପରୀକ୍ଷା ଫଳ ମଧ୍ୟାହ୍ଣ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ।ଆଜି ଅପରାହ୍ଣ ୩ ଟାରୁ ଛାତ୍ରଛାତ୍ରୀମାନେ ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ୱେବସାଇଟ୍ results.odisha.gov.in ଓ results. digilocker.gov.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ । ଚଳିତ ବର୍ଷ ସମୁଦାୟ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ବିଷୟରେ ମାର୍କ ବଢ଼ାଇବାକୁ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି।

Read More

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-KISAN) ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍ |୧୩ ମାର୍ଚ୍ଚ, ୨୦୨୬ ରେ, ପ୍ରଧାନମନ୍ତ୍ରୀ ମୋଦୀ ଆସାମର ଗୌହାଟିରୁ ଏହି ଯୋଜନାର ୨୨ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଥିଲେ । ସେହି ସମୟରେ, ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (DBT) ମାଧ୍ୟମରେ ସାରା ଦେଶର ୯୩ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦୁଇ ହଜାର ଟଙ୍କା ପଠାଯାଇଥିଲା ।ଏବେ, ଚାଷୀମାନେ ପୁଣି ଥରେ ପରବର୍ତ୍ତୀ ଅର୍ଥାତ୍ ୨୩ତମ କିସ୍ତି ଉପରେ ନଜର ରଖିଛନ୍ତି । ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ ରିଲିଜ୍ ହୁଏ । ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ରିଲିଜ୍ ହୁଏ । ଯେହେତୁ ୨୨ତମ କିସ୍ତି ମାର୍ଚ୍ଚ ୨୦୨୬ ରେ ଆସିସାରିଛି, ତେଣୁ ଏବେ ଏପ୍ରିଲ-ଜୁଲାଇ ମଧ୍ୟରେ ୨୩ତମ କିସ୍ତି ପାଇଁ ସମୟ ଆସିଛି ।ବର୍ତ୍ତମାନର…

Read More

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବର ୨୦୨୬ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେପ୍ଟେମ୍ବର 12 ଏବଂ 13 ତାରିଖରେ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ।ଏହି ଗସ୍ତ ଗୋଟିଏ ବର୍ଷ ମଧ୍ୟରେ ପୁଟିନଙ୍କ ଦ୍ୱିତୀୟ ଭାରତ ଯାତ୍ରା ହେବ।ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଗତ ବର୍ଷ ଡିସେମ୍ୱର ୨୩ରେ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ମାସ ଆରମ୍ଭରେ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ବ୍ରିକ୍ସ ଦେଶର ବିଦେଶ ମନ୍ତ୍ରୀଙ୍କ ବୈଠକ ପାଇଁ ଭାରତ ଆସିଥିଲେ । ବ୍ରିକ୍ସ ନେତାଙ୍କ ବୈଠକ ଗତ ବର୍ଷ ଜୁଲାଇରେ ବ୍ରାଜିଲର ରିୟୋ ଡି ଜନେରିଓରେ ହୋଇଥିଲା । ଏହା ବ୍ରିକ୍ସର ୧୭ତମ ଶିଖର ସମ୍ମିଳନୀ ହେବ । BRICS ହେଉଛି ବ୍ରାଜିଲ, ରୁଷ, ଭାରତ, ଚୀନ୍…

Read More

କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ । ପ୍ରାକୃତିକ ପ୍ରଣାଳୀରେ ଚାଷ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଧାନ ଉତ୍ପାଦନ ପରିମାଣ ବଢିଛି। କେରଳ, ବିହାର ଆମଠୁ ଚାଉଳ ନେଉଥିଲେ, ଏବେ ତାଙ୍କ ଉତ୍ପାଦନ ବଢିଥିବାରୁ ଅନ୍ୟ ରାଜ୍ୟକୁ ଚାଉଳ ଦେବା ପାଇଁ କେନ୍ଦ୍ର ସହ ଆଲୋଚନା କରାଯାଉଛି।ବର୍ତ୍ତମାନ ଅର୍ଗାନିକ ଚାଉଳରୁ ପ୍ରସ୍ତୁତ ଭୋଗ ଶ୍ରୀମନ୍ଦିରରେ ଲାଗୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରକି ରାଜ୍ୟରେ କୃଷକ ସମୃଦ୍ଧ ଯୋଜନାରେ ଚାଷୀଙ୍କୁ ୩୧୦୦ ଟଙ୍କା ଦିଆଯାଉଛି। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ସବୁ ସବଡିଭିଜନରେ ଶୀତଳ ଭଣ୍ଡାର ପାଇଁ ବ୍ୟବସ୍ଥା କରୁଛନ୍ତି। ୨ ବର୍ଷରେ କୋରାପୁଟରେ ୧ ଲକ୍ଷ ଏକରରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ।

Read More