Author: sanitelevision

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଲୋକସେବା ଭବନରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ୧୯୯୧ ବ୍ୟାଚର ଆଇଏଏସ ଅଫିସର । ଡିସେମ୍ବର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ତାନରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ପଦବୀ ନେବା ପୂର୍ବରୁ ଅନୁ ଗର୍ଗ ରାଜ୍ୟର ଉନ୍ନୟନ କମିଶନର, ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ କାର୍ଯ୍ୟରତ ଥିଲେ। ଦୀର୍ଘ ଦିନ ଧରି ମୋହନ ସରକାରଙ୍କ ଶାସନ କଳ ସହିତ ଜଡିତ ଅଛନ୍ତି ଅନୁ ଗର୍ଗ। ସେ ପାୱାର କରିଡରରେ ଜଣେ…

Read More

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ପ୍ରସଙ୍ଗ । ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ବିକ୍ରି ବନ୍ଦ ରହିଲା । ଶ୍ରୀମନ୍ଦିର ପ୍ରଶାସନ ସୂଚନା କେନ୍ଦ୍ରରେ ବିକ୍ରି ହେଉନି କ୍ୟାଲେଣ୍ଡର । ଦୁଇଟି ଯାକ କାଉଣ୍ଟରରେ ଆଉ ବିକ୍ରି ହେଉନାହିଁ କ୍ୟାଲେଣ୍ଡର । କ୍ୟାଲେଣ୍ଡରରେ ମହାପ୍ରଭୁଙ୍କ ଫଟୋ ଅଦଳବଦଳ ତ୍ରୁଟି ସାମ୍ନାକୁ ଆସିଥିଲା । ଏହାକୁ ନେଇ ସେବାୟତ ଓ ଭକ୍ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ତ୍ରୁଟି କାହିଁକି ହେଲା ତର୍ଜମା କରାଯିବ କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଏସଜେଟିଏ ଅରବିନ୍ଦ ପାଢୀ ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ କ୍ୟାଲେଣ୍ଡରରେ ବ୍ୟବହୃତ ଚିତ୍ର ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ୩୦୦-୪୦୦ ବର୍ଷ ପୁରୁଣା ତାଳପତ୍ର ଚିତ୍ର ଉପରେ ଆଧାରିତ। ତେବେ ଚିତ୍ର ଶିଳ୍ପୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଚିତ୍ର କେବଳ କ୍ୟାଲେଣ୍ଡରରେ ସ୍ଥାନିତ ହୋଇଥିଲା। ଏହି ଚିତ୍ର କଳାକାରଙ୍କ ସୃଜନଶୀଳତାକୁ ପ୍ରତିଫଳିତ କରେ”।

Read More

ଅଲଚିକି ଲିପି, ସାନ୍ତାଳୀ ଭାଷା ସାହିତ୍ୟର ବରିଷ୍ଠ ପ୍ରଚାରକ, ମିସନ ଅଲଚିକିର ଦୃଢ଼ ସଂଗଠକ ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ଫାଗୁନର ପରିଚାଳିକା ଏବଂ ସମ୍ପାଦିକା ତଥା ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ, ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଗଠନ (ଆସେକା)ର ଆଜୀବନ ସଦସ୍ୟା, ସାଓହେଁଦ ଆଖଡାର ସଭାନେତ୍ରୀ ଶ୍ରୀମତୀ ମାଳତୀ ମୁର୍ମୁ ଆଉ ଆମ ଗହଣରେ ନାହାନ୍ତି ।ଆଜି ରାତ୍ରି ୧ଟା ସମୟରେ ଭୁବନେଶ୍ୱର ୬ନଂ ସ୍ଥିତ ସରକାରୀ ବାସଭବନରେ ୫୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ଖବର ସାନ୍ତାଳୀ ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକର ଛାୟା ଖେଳିଯାଇଛି। ୧୧ ଫେବ୍ରୁଆରୀ ୧୯୭୫ରେ ମୟୂରଭଞ୍ଜଜିଲ୍ଲା କୁଳିଅଣା ବ୍ଲକର ଗୟଳକଟା ଗାଁରେ ପିତା ମଙ୍ଗଲ ମୁର୍ମୁ ଓ ମାତା ଶର୍ମା ମୁର୍ମୁଙ୍କ କୋଳରେ ଜନ୍ମ ନେଇଥିବା ମାଳତୀ ମୁର୍ମୁ ଛଅ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲେ। ସେ ଆସେକା…

Read More

ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଏହା ପରେ ଅର୍ଥାତ୍ ୧ ଏପ୍ରିଲରୁ ପିୟୁସି ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର । ମାର୍ଚ୍ଚ ୩୧ ସୁଦ୍ଧା ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ କହିଲେ ପରିବହନ ମନ୍ତ୍ରୀ । ସେପଟେ ମନ୍ତ୍ରୀ କହିଛନ୍ତି, ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ୱାନ କରୁଛୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଦେବୁ ।ଗ୍ରୀନ୍‌ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ଲଗାଇଲେ ଯାଞ୍ଚ ପାଇଁ ସୁବିଧା । ଯେଉଁମାନେ PUCC କରି ସାରିଛନ୍ତି, ସେମାନେ ଷ୍ଟିକର RTOରୁ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।

Read More

ହରିୟାଣାର ଫରିଦାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଲିଫ୍ଟ ଦେବା ବାହାନାରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଅଭିଯୁକ୍ତମାନେ ତାଙ୍କୁ ଫରିଦାବାଦ-ଗୁରୁଗ୍ରାମ ରାସ୍ତାରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାରରେ ବୁଲାଇଥିଲେ ।ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି ଏବଂ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାରର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ଘଟଣାସ୍ଥଳ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ।ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡିତାଙ୍କ ଭଉଣୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କୁ ରାତି ୮:୩୦ରେ ତାଙ୍କ ଭଉଣୀଙ୍କ ଠାରୁ ଏକ ଫୋନ୍ ଆସିଥିଲା। ତାଙ୍କୁ କୁହାଯାଇଥିଲା ଯେ ତାଙ୍କର ତାଙ୍କ ମାଆଙ୍କ ସହ ଝଗଡ଼ା ହୋଇଛି ଏବଂ ସେ ତାଙ୍କ ବନ୍ଧୁଙ୍କ ଘରକୁ…

Read More

ଓଲିଉଡର ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ବିପଦମୁକ୍ତ ଅଛନ୍ତି। ଆଗାମୀ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ମାସରୁ ଡାକ୍ତରଖାନାରେ ଭର୍ତ୍ତି ହୋଇ ଆଇସିୟୁରେ ଥିଲେ ଅଭିଜିତ। ଏବେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେଉଛନ୍ତି | ସେପ୍ଟେମ୍ବର ୪ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ନ୍ୟୁରୋ ସମସ୍ୟା ନେଇ ସେ ଭର୍ତ୍ତି ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡିଥିଲେ। ଦେହ ଖରାପ ଲାଗି ତାଙ୍କ ଦେହରେ ଅନେକ ଅଙ୍ଗ କାମ କରୁନଥିଲା । ସେ ଆଇସିୟୁରେ ଥିଲେ। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ବର୍ତ୍ତମାନ ତାଙ୍କ ସବୁ ଅର୍ଗାନ ଠିକ୍ ଭାବେ କାମ କରୁଛି । ତେଣୁ ତାଙ୍କୁ ଖୁବଶୀଘ୍ର ମେଡିକାଲକୁ…

Read More

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ । ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଟେବୁଲ କ୍ୟାଲେଣ୍ଡର, ଫଟୋ କ୍ୟାଲେଣ୍ଡରରେ ରହିଛି ସମାନ ଚିତ୍ର । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି ।ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶିତ କ୍ୟାଲେଣ୍ଡର ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ” ଏହା ଏକ ତାଳପତ୍ର ଚିତ୍ର । ଯାହାକି ୩୦୦/୪୦୦ ବର୍ଷ ପୁରାତନ । ଶିଳ୍ପୀଙ୍କ ଦ୍ଵାରା ପ୍ରଦତ୍ତ ଚିତ୍ରକୁ କେବଳ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି । ଏ ଚିତ୍ରଟି ଶିଳ୍ପୀଙ୍କ କ୍ରିଏଟିଭିଟି ।” ଛପା ଯାଇଥିବା କ୍ୟାଲେଣ୍ଡରକୁ ପୁନଃ ପ୍ରକାଶିତ କରାଯିବ ନା ନାହିଁ ସେ ସମ୍ପର୍କରେ କୌଣସି ଉତ୍ତର ରଖିନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ଇଂରାଜୀ ନୂଆବର୍ଷ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ…

Read More

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା ଯୁଦ୍ଧବିରତିରେ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି।କିନ୍ତୁ ଉଭୟ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଯୁଦ୍ଧବିରତିରେ ୩ୟ ପକ୍ଷର ସମ୍ପୃକ୍ତି ନଥିଲା ବୋଲି ଭାରତ ସ୍ପଷ୍ଟ କରିଛି । ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସମ୍ପ୍ରତି କହିଛନ୍ତି, ବେଜିଂ ଭାରତ-ପାକିସ୍ତାନ ବିବାଦ ସମେତ ଅନେକ ବିଶ୍ୱ ବିବାଦର ସମାଧାନରେ ଭୂମିକା ଗ୍ରହଣ କରିଛି।ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ପୂର୍ବରୁ ଅନେକ ଥର ଏହିପରି ଦାବି କରିଛନ୍ତି । ଭାରତ କିନ୍ତୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ଭାରତ ଆହୁରି ମଧ୍ୟ କହିଛି ଯେ, ଏହି ଯୁଦ୍ଧବିରତି କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପରୁ ହୋଇନାହିଁ । ଦୁଇ ବରଂ ଦେଶର ଡାଇରେକ୍ଟର ଜେନେରାଲ ଅଫ୍ ଷ୍ଟାଫ୍ (DGMO)ଙ୍କ ମଧ୍ୟରେ ଆଲୋଚନାରୁ ହୋଇଛି ।

Read More

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅବସର ନେବେ। ତାଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି। ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ମନୋଜ ଆହୁଜା ଅବସର ନେବା ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ବ ନେବେ। ଏବେ ଉନ୍ନୟନ କମିସନର ଥିବା ଅନୁ ଗର୍ଗ, ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇବେ । ଏଥିସହ ସେ ହେବେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ୨୦୨୪ରୁ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରୁଛି ।

Read More

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ସ୍ଥାନରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସେହିପରି ରଥଯାତ୍ରାର ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ସ୍ଥାନ ପାଇଛି । ଟେବୁଲ କ୍ୟାଲେଣ୍ଡର, ୱାଲ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ଦେଖାଯାଇଛି। ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି । ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Read More