ଧୋକା ଦେଲା ଗୁଗଲ ମ୍ୟାପ ,ଗାଁକୁ ମାଡ଼ି ଗଲା ଟ୍ରକ। ଦୁର୍ଘଟଣାରେ ଭାଙ୍ଗିଲା ଘର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ।ସୌଭାଗ୍ୟବଶତଃ ଘର ବାହାରେ କେହି ନଥିବାରୁ ମୃତାହତ ହୋଇ ନାହାନ୍ତି । ସୂଚନା ଅନୁସାରେ, କଟକରୁ ଟ୍ରକ୍ ନେଇ ଧାମରା ଆଡ଼କୁ ଯାଉଥିଲେ ଡ୍ରାଇଭର୍ । ବାଟ ଜାଣି ନଥିବାରୁ ଗୁଗଲ୍ ମ୍ୟାପ୍ ଖୋଲିଲେ, ମ୍ୟାପ୍ ଯେଉଁ ରାସ୍ତା ଦେଖାଇଲା ସେଇ ବାଟେ ଯାଉ ଯାଉ ଗାଁ ଭିତରେ ଫସିଗଲେ ।ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଯାଉଥିବା ବେଳେ ଗୁଗଲ୍ ମ୍ୟାପ୍ ଦେଖି ଗାଁ ଭିତରକୁ ମାଡ଼ି ଯାଇଥିଲା ଟ୍ରକ୍ଟି । ଗାଁର ଅଣଓସାରିଆ ରାସ୍ତାରେ ଟ୍ରକ୍ଟି ଫସିଯିବା ସହ ଧକ୍କା ଦେଇ ଘରର ସମ୍ମୁଖ ପଟ ଭାଙ୍ଗି ଦେଇଛି । କଟକରୁ ଭୋର୍ ସମୟରେ ଧାମରା ବନ୍ଦର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।ଏହା ଦେଖି ଗାଁ ଲୋକେ…
Author: sanitelevision
ଆଜିଠୁ ଆରମ୍ଭ ହୋଇଛି ନୂଆ ବର୍ଷ। ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ବିଜେଡ଼ିର ସୁପ୍ରିମ ଓ ବିରୋଧୀ ଦଳର ମୁଖ୍ୟ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ “ଇଂରାଜୀ ନୂଆବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। ବନ୍ଦେ ଉତ୍କଳ ଜନନୀ ” ଏହା ସହ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ । ଦାୟିତ୍ଵ ଗ୍ରହଣ କରିବା ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅରବିନ୍ଦ ପାଢୀ ସ୍ବାଗତ କରିଥିଲେ । ଏହାସହିତ ସେବାୟତମାନେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରି ସ୍ବାଗତ କରିଥିଲେ । ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିଭିନ୍ନ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ ନୂଆ ମୁଖ୍ୟ ଶାସନ ସଚିବ ।ତେବେ ଦର୍ଶନ ସାରି ଫେରିବା ପରେ ଅନୁ ଗର୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି, “ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ୍ ଆନନ୍ଦ ଅନୁଭବ କରୁଛି । ଓଡ଼ିଶା ବାସୀଙ୍କ ସେବା ଏବଂ…
ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଟୁଇଟ୍ କରି ଲେଖିଛନ୍ତି, ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ନୂଆ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ ନେଇଆସୁ। ସେହିଭଳି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ବର୍ଷର ଏହି ଆନନ୍ଦମୟ ଅବସରରେ ମୁଁ ଦେଶ ଏବଂ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି । ପ୍ରଧାନମନ୍ତ୍ରୀ ମୋଦି ୨୦୨୬ ନୂତନ ବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ…
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯନ୍ତ୍ରଣା ଓ ଜ୍ୱରର ସବୁ ମୌଖିକ ଔଷଧ ନିର୍ମାଣ, ବିକ୍ରି ଓ ବିତରଣ ଉପରେ ତତ୍କାଳ ପ୍ରଭାବ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ୧୦୦ ମିଲଗ୍ରାମ (ଏମଜି)ରୁ ଅଧକ ମାତ୍ରାର ନିମୁସ୍ଲାଇଡ ଟାବଲେଟ ଓ ସିରପକୁ ଦେଶରେ ନିଷିଦ୍ଧ କରି ଦିଆଯାଇଛି।ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ ଆକ୍ଟ ୧୯୪୦ର ଧାରା 26A ଅଧିନରେ ଏହି ପ୍ରତିବନ୍ଧକ ଲାଗିଛି । ୧୦୦ ମିଲିଗ୍ରାମରୁ ଅଧିକ ନିମେସୁାଇଲଡ୍ ଔଷଧ ନେବା ମଣିଷ ପାଇଁ ବିପଦଜ୍ଜନକ ହୋଇପାରେ । ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବଜାରରେ ସୁରକ୍ଷିତ ବିକଳ୍ପ ଉପଲବ୍ଧ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନିମେସୁାଇଲଡ୍ ଏକ ନନ୍ ଷ୍ଟେରୟଡନାଲ୍ ଔଷଧ, ଯାହାକୁ ପେନ୍ କିଲର ଭାବେ ବ୍ୟବହାର କରାଯାଏ । ୨୦୧୧ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୨ରୁ କମ୍ ବୟସର ପିଲାଙ୍କ ପାଇଁ ନିମେସୁଲାଇଡ୍ ବ୍ୟବହାର ଉପରେ ବ୍ୟାନ ଲଗାଇଥିଲେ । ତେବେ, ସରକାର ଏହାକୁ…
ଆସିଛି ନୂଆ ବର୍ଷ ୨୦୨୬ । ନୂଆ ବର୍ଷର ଆରମ୍ଭ ସହିତ ଅନେକ ବଡ଼ ଆର୍ଥିକ ନିୟମ ମଧ୍ୟ ବଦଳୁଛି, ଯାହା ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇପାରେ । LPG ସିଲିଣ୍ଡର ମହଙ୍ଗା| ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 1580.50 ରୁ 111 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଲକାତାରେ, ମୂଲ୍ୟ 1684 ରୁ 1795, ଚେନ୍ନାଇରେ 1739.50 ରୁ 1849.50, ଏବଂ ମୁମ୍ୱାଇରେ 1531.50 ରୁ 1642.50 ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ ଲାଗୁ କରାଯାଇଛି। ୧ ଜାନୁଆରୀ, ୨୦୨୬ ଠାରୁ, ଅନଲାଇନ ଠକେଇ ରୋକିବା ପାଇଁ UPI ଏବଂ ଅନ୍ୟାନ୍ୟ ଡିଜିଟାଲ କାରବାର ପାଇଁ ନିୟମ କଡ଼ାକଡ଼ି କରାଯାଇଛି। ସେହି ସମୟରେ, SIM କାର୍ଡ ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଆଧାର କାର୍ଡ ଏବଂ ପାନ କାର୍ଡକୁ ଲିଙ୍କ୍ କରିବାର ସମୟସୀମା ଡିସେମ୍ବର…
ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ନଭେମ୍ୱର ୨୦୨୩ ପରଠାରୁ ଏହା ପ୍ରଥମ ଥର ପାଇଁ ୧୦୦ ରୁ ଅଧିକ ବୃଦ୍ଧି। ଅକ୍ଟୋବର ୨୦୨୩ ପରଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହା ସବୁଠାରୁ ବଡ଼ ବୃଦ୍ଧି। ଦିଲ୍ଲୀ, କୋଲକାତା ଏବଂ ମୁମ୍ୱାଇ ମହାନଗରଗୁଡ଼ିକରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୧୧ ବୃଦ୍ଧି ପାଇଛି। ଏହା ପରେ, ତିନୋଟି ମହାନଗରରେ ଏକ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଯଥାକ୍ରମେ 1,691.50, 1,795 ଏବଂ ₹1,642.50 କୁ ବୃଦ୍ଧି ପାଇଛି। ଚେନ୍ନାଇରେ, ଏକ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 110 ବୃଦ୍ଧି ପାଇଛି, ଯାହା ଫଳରେ ଏହି ମୂଲ୍ୟ 1,849.50 କୁ ବୃଦ୍ଧି ପାଇଛି।
ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ -୨୦୨୬ । ନୂଆ ସମ୍ଭାବନା ସହ ଆସିଛି ନୂଆବର୍ଷ । ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ନୂଆବର୍ଷ ପାଇଁ ପୁରୀରେ ପ୍ରବଳ ଭିଡ଼ ।ରାତି ୧ଟା ୩୩ରେ ଦ୍ବାର ଫିଟାଯାଇଛି । ଗତକାଲି ରାତି ୧୦.୨୫ ରେ ପହୁଡ଼ ହୋଇଥିଲା ।ରାତି ୨ଟାରୁ ପୁଣି ଆରମ୍ଭ ହୋଇଥିଲା ଦର୍ଶନ। ଗୋପାଳ ବଲ୍ଲଭ ଭୋଗ ପାଇଁ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା । ସକାଳ ୬ ଟା ରୁ ପୁଣିଥରେ ଆରମ୍ଭ ହୋଇଥିଲା ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ରାସନ କାର୍ଡ ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର । ଆହୁରି ୨ ମାସ ବଢିଇଛନ୍ତି ରାସନ୍ କାର୍ଡ ଇ-କେୱାଇସି ଅବଧି । ଆଜି ଶେଷ ହେଉଥିଲା ଇ -କେୱାଇସି ଅବଧି । ପେବୃଆରି ମାସ ଯାଏଁ ଇ – କେୱାଇସି ଅବଧି ବୃଦ୍ଧି କରାଯାଇଛି । ୯୬ ପ୍ରତିଶତ ହିତାଧିକାରୀ ଇ – କେୱାଇସି କରିସାରିଲେଣି । ବଳକା ୪ ପ୍ରତିଶତ ଇ – କେୱାଇସି କରିନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ହିତାଧିକାରୀ ଇ-କେୱାଇସି ଭରିଦିଅନ୍ତୁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି । ସେପଟେ ଏପର୍ଯ୍ୟନ୍ତ ୮ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ ହୋଇଥିବା କଥା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
T-ସେତୁରେ ୪ ଦିନ ଗାଡ଼ି ଚଳାଚଳ ବନ୍ଦ ରହିବ । ଆଠଗଡ଼ ବଡ଼ମ୍ବା ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ପୀଠରେ ମକର ମେଳା ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିବ ।ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ଯାଏଁ ଗାଡ଼ି ଚଳାଚଳ ମନା କରାଯାଇଛି। ସକାଳ ୭ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାରଣ କରାଯାଇଛି। ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ବଡ଼ମ୍ବା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।ସିଂହନାଥ ପୀଠରେ ମକର ମେଳା ଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ମକର ମେଳା କେମିତି ସୁରୁଖୁରୁରେ କରାଯିବ ସେ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତି ହୋଇଛି ।









