ଚିଲିକାରେ ଦିନ ୧୧ଟା ଯାଏ ଡଙ୍ଗା ଚଳାଚଳ ବନ୍ଦ । ପ୍ରବଳ କୁହୁଡ଼ି ଯୋଗୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।ଗତକାଲି ଘନ କୁହୁଡ଼ି ଯୋଗୁଁ ଚିଲିକାରେ ଫସିଥିଲା ଭସାପୋଲ ।ଜଳ ଯାତ୍ରା ପାଇଁ ସରକାର ସେଫଟି ଜ୍ୟାକେଟ ବାଧ୍ୟତାମୂଳକ କରିଥିବାବେଳେ ଭସାପୋଲରେ ଥିବା ଯାତ୍ରୀ ପିନ୍ଧିନଥିଲେ । ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର ସାବତ(୬୦) ବୋଲି ଜଣାଯାଇଛି। ତାଙ୍କ ଘର ମାଲକାନଗିରି ବାଲିମେଳା ବୋଲି ଏକ ସୂଚନା ମିଳିଛି। ଏହି ଘଟଣା ପରେ ଆଜି ପୁରୀ ଜିଲାପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
Author: sanitelevision
ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ଏହା ପରେ ପୁଣି ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରି ସେଲିସିୟସ କମିବ ତାପମାତ୍ରା । ଶୀତ ସହିତ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଠିକରେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଘନ କୁହୁଡି ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ବାତିଲ ହେଉଛି ଗୋଟିଏ ପରେ ଗୋଟିଏ ବିମାନ । ଆଜି ସକାଳୁ ଦିଲ୍ଲୀ, ଅହମଦାବାଦ,କୋଲକତାକୁ ଉଡାଣ ଭରିବାକୁ ଥିବା ୩ଟି ବିମାନ ବାତିଲ ହୋଇଛି । ସେହିପରି…
ପ୍ରସିଦ୍ଧ ଖଣ୍ଡଗିରି ମେଳା ଆସୁଛି । ମାଘ ସପ୍ତମୀରୁ ଆରମ୍ଭ ହେବ ମାଘମେଳା । ଏଥିସହ ଆରମ୍ଭ ହୋଇଯିବ ଖଣ୍ଡଗିରି ଯାତ୍ରା ମହସମର ।ଚଳିତ ଖଣ୍ଡଗିରି ଯାତ୍ରା ମହାସମରରେ ଭାଗ୍ୟ ପରୀକ୍ଷା କରିବେ ମୋଟ ୧୨ଟି ଅପେରା ପାର୍ଟି । ସେଥିମଧ୍ୟରେ ଅଶୋକ ସମ୍ରାଟ, ତୁଳସୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଅପେରା ସୂର୍ଯ୍ୟମନ୍ଦିର, ଯାତ୍ରା ରାଣୀ ସିଂହବାହିନୀ, ଶିବାନୀ ଗଣନାଟ୍ୟ, ଅପେରା ସ୍ୱର୍ଣ୍ଣ ମହଲ, ରଙ୍ଗମହଲ, ନାଟ୍ୟମଣ୍ଡପ, ରାଜଦରବାର, ବିଶ୍ୱଦରବାର ଓ ନୂଆକରି ଗଢ଼ାଯାଇଥିବା ଶ୍ରୀମନ୍ଦିର ଭଳି ଆଗଧାଡ଼ିର ପାର୍ଟି ରହିଛନ୍ତି ।ସବୁ ଯାତ୍ରା ପାର୍ଟି ପର୍ଯ୍ୟାୟକ୍ରମେ ଯାତ୍ରା ପରିବେଷଣ କରିବେ ବୋଲି ବିଭିନ୍ନ କମିଟି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମକର ସଂକ୍ରାନ୍ତି ପରେ ପରେ ମଞ୍ଚ ବନ୍ଧା ଆରମ୍ଭ ହୋଇଯାଇଥିବ ବୋଲି ଜଣାପଡ଼ିଛି ।
ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଆଜି ୫୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅଭିନେତ୍ରୀଙ୍କ ଜନ୍ମ ୧ ଜାନୁଆରୀ ୧୯୭୫ ମସିହାରେ ମୁମ୍ବାଇରେ ହୋଇଥିଲା। ୧୯୯୦ ଦଶକରେ ବଲିଉଡରେ ଡେବ୍ୟୁ କରିଥିବା ସୋନାଲି ବେନ୍ଦ୍ରେ ତିନି ଖାନ, ଗୋବିନ୍ଦା, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ଅନ୍ୟାନ୍ୟ ପ୍ରମୁଖ ଦକ୍ଷିଣ ଭାରତୀୟ ଅଭିନେତାଙ୍କ ସହ କାମ କରିଛନ୍ତି। ସୋନାଲି ବେନ୍ଦ୍ରେଙ୍କୁ ପ୍ରଥମେ “ରାମ” ଫିଲ୍ମ ଅଫର୍ କରାଯାଇଥିଲା, କିନ୍ତୁ ଫିଲ୍ମଟି ପ୍ରସ୍ତୁତ ହୋଇପାରିନଥିଲା। ତା’ପରେ ସେ ୧୯୯୪ ମସିହାରେ ଗୋବିନ୍ଦାଙ୍କ ଅଭିନୀତ “ଆଗ” ଫିଲ୍ମ ସହିତ ଡେବ୍ୟୁ କରିଥିଲେ। ସୋନାଲି ୧୯୯୫ରେ ମଣିରତ୍ନମଙ୍କ ଫିଲ୍ମ “ବମ୍ବେ” ର “ହମ୍ମା ହମ୍ମା” ଗୀତ ସହିତ ଲୋକପ୍ରିୟତା ପାଇଥିଲେ। ସୋନାଲି ସଲମାନଙ୍କ ସହ “ହମ ସାଥ ସାଥ ହେଁ”, ଶାହରୁଖ ଖାନଙ୍କ ସହ “ନକଲ”, ଆମିର ଖାନଙ୍କ ସହ “ସରଫରୋଶ”, ଅଜୟ ଦେବଗନଙ୍କ ସହ “ଜଖମ”, “ଦିଲଜଲେ” ଓ ଅକ୍ଷୟ କୁମାରଙ୍କ ସହ “ତାରାଜୁ”…
ଭାରତ ଏବଂ ପାକିସ୍ତାନ ଗୁରୁବାର ଦିନ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ଏକ ତାଲିକା ଆଦାନପ୍ରଦାନ କରିଛନ୍ତି ଯାହା ଉଭୟ ପକ୍ଷଙ୍କୁ ପରସ୍ପରର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ବାରଣ କରିଥାଏ। ନୂତନ ବର୍ଷ ଆରମ୍ଭରେ ଏହି ଅଭ୍ୟାସ ତିନି ଦଶନ୍ଧି ଧରି ଜାରି ରହିଛି।ଗୁରୁବାର ଦିନ, ଉଭୟ ଦେଶ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ତାଲିକା ଆଦାନପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଉଭୟ ଦେଶ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ନୂଆଦିଲ୍ଲୀ ଏବଂ ଇସଲାମାବାଦରେ ଏକକାଳୀନ ପରମାଣୁ ପ୍ରତିଷ୍ଠାନ ଏବଂ କେନ୍ଦ୍ରଗୁଡ଼ିକର ତାଲିକା ଆଦାନପ୍ରଦାନ କରିଛନ୍ତି। ପରମାଣୁ ପ୍ରତିଷ୍ଠାନ ଏବଂ ସୁବିଧା ଉପରେ ଆକ୍ରମଣ ନିଷେଧ କରିବା ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏହା କରାଯାଇଛି।
ଜାନୁଆରୀ ୨୦୨୬ରେ କେତେ ଦିନ ବନ୍ଦ ରହିବ ଓ ବ୍ୟାଙ୍କ ଖୋଲିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏନେଇ ଛୁଟି କ୍ୟାଲେଣ୍ଡର ଜାରି କରିଛି ।ଜାନୁଆରୀ ମାସରେ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ । ସ୍ଥାନୀୟ ଓ ଜାତୀୟ ପର୍ବ ସହ ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ବ୍ୟାଙ୍କ ପୂର୍ବଭଳି ବନ୍ଦ ରହିବ । ଜାନୁଆରୀରେ କେବେ କେବେ ବ୍ୟାଙ୍କ ବନ୍ଦ ? ଜାନୁଆରୀ ୧- ନବବର୍ଷ/ଗଣ-ନାଗି (ମିଜୋରାମ, ମଣିପୁର, ନାଗଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ସିକ୍କିମ ଏବଂ ପଶ୍ଚିମବଙ୍ଗ)ଜାନୁଆରୀ ୨- ନୂଆ ବର୍ଷ/ମନ୍ନମ ଜୟନ୍ତୀ (କେରଳ, ମିଜୋରାମ)ଜାନୁଆରୀ ୩- ହଜରତ ଅଲୀଙ୍କ ଜୟନ୍ତୀ (ଉତ୍ତରପ୍ରଦେଶ)ଜାନୁଆରୀ ୧୦- ଦ୍ଵିତୀୟ ଶନିବାରଜାନୁଆରୀ ୧୨- ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ (ପଶ୍ଚିମବଙ୍ଗ)ଜାନୁଆରୀ ୧୪- ମକର ସଂକ୍ରାନ୍ତି/ମାଘ ବିହୁ (ଆସାମ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଗୁଜରାଟ)ଜାନୁଆରୀ ୧୫- ଉତ୍ତରାୟାଣ/ପୋଙ୍ଗଲ/ମାଘ ସଂକ୍ରାନ୍ତି/ମକର ସଂକ୍ରାନ୍ତି (ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା)ଜାନୁଆରୀ ୧୬-…
ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗୌହାଟି ରୁ କୋଲକାତା ରୁଟ୍ରେ ଚାଲିବ।ଟ୍ରେନ୍ର ଏକାଧିକ ଥର ସଫଳ ପରୀକ୍ଷଣ ପରେ ରେଳମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ରାତ୍ରୀକାଳୀନ ଯାତ୍ରା ପାଇଁ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗ୍ରାହକଙ୍କୁ ଆରାମାଦାୟକ ଯାତ୍ରା ଦେବ।ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଆସନ୍ତା ଛଅ ମାସ ମଧ୍ୟରେ ଆଠଟି ବନ୍ଦେ ଭାରତ ସ୍ଲିପର ଟ୍ରେନ କାର୍ଯ୍ୟକ୍ଷମ ହେବ ଏବଂ ବର୍ଷ ଶେଷ ସୁଦ୍ଧା ୧୨ଟି କାର୍ଯ୍ୟକ୍ଷମ ହେବ। ରେଳମନ୍ତ୍ରୀ କହିଛନ୍ତି ଯେ ଆସାମରୁ ଆସୁଥିବା ଟ୍ରେନଗୁଡ଼ିକରେ ଆସାମୀୟ ଖାଦ୍ୟ ପରିବେଷଣ କରାଯିବ, ଯେତେବେଳେ କୋଲକାତାରୁ ଆସୁଥିବା ଟ୍ରେନଗୁଡ଼ିକରେ ବଙ୍ଗାଳୀ ଖାଦ୍ୟ ପରିବେଷଣ କରାଯିବ। ‘ବନ୍ଦେ ଭାରତ ସ୍ଲିପର ଟ୍ରେନ’ ୧,୦୦୦ ରୁ ୧୫୦୦ କିଲୋମିଟର ଦୂରତା ମଧ୍ୟରେ ଥିବା ସହରଗୁଡ଼ିକୁ ସଂଯୋଗ…
ଭୁବନେଶ୍ୱର ନିକୋ ପାର୍କରେ ହେବ ନବ କଳେବର । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପିଲାଙ୍କ ମନୋରଞ୍ଜନ ସହ ମାର୍କେଟ କମ୍ପେ୍ଲକ୍ସ ଓ ଫୁଡ୍ ପାର୍କ ନିର୍ମାଣ ହେବ ।ଏହି ନବକଳେବର ପାଇଁ ମୋଟ ୬୦୦କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ମୋଟ ୩ଟି ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯିବ । ପ୍ରତି ପର୍ଯ୍ୟାୟରେ ୨୦୦କୋଟି ଲେଖାଏଁ ଖର୍ଚ୍ଚ ହେବ । କରୋନା ମହାମାରୀ ପରଠୁ ପାର୍କର ଅବସ୍ଥା ବହୁତ ଶୋଚନୀୟ ଥିଲା । ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍, ଆୟୁର୍ବେଦିକ ପାର୍କ, ଫୁଟ୍ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି ।
ଦେଶରେ ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଉତ୍ପାଦ ଦର । ଅର୍ଥ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଶୁଳ୍କରେ ଏକ ବଡ଼ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଆସନ୍ତା ଫେବୃଆରୀ ଆରମ୍ଭରୁ ଲାଗୁ ହେବ । ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୧ରୁ, ପାନ ମସଲା, ସିଗାରେଟ, ତମାଖୁ ଏବଂ ସମାନ ଉତ୍ପାଦଗୁଡ଼ିକ ଉପରେ ୪୦ ପ୍ରତିଶତ GST ହାର ଲାଗିବ, ଯେତେବେଳେ ବିଡ଼ି ଉପରେ ୧୮ ପ୍ରତିଶତ ସାମଗ୍ରୀ ଏବଂ ସର୍ବିଶେଷ ଟାକ୍ସ (GST) ଲାଗିବ।ଏହି ଶୁଳ୍କ ଲାଗୁ କରିବା ପରେ ଭାରତର ସର୍ବବୃହତ ସିଗାରେଟ୍ ନିର୍ମାତା ITC ଏବଂ ଗଡଫ୍ରେ ଫିଲିପ୍ସର ଷ୍ଟକ୍ ୮% ପର୍ଯ୍ୟନ୍ତ ହ୍ରାସ ପାଇଛି । ସଂସଦ ଡିସେମ୍ବର ମାସରେ ପାନ ମସଲା ଉତ୍ପାଦନ ଉପରେ ନୂତନ ସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ସେସ୍ ଏବଂ ତମାଖୁ ଉପରେ ଉତ୍ପାଦ ଶୁଳ୍କ ଆଦାୟକୁ ଅନୁମତି ଦେଉଥିବା ଦୁଇଟି ବିଲ୍…
ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଟିରେ ଚାଲିବ ଧାନ କିଣା । ଏନେଇ ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଏପର୍ଯ୍ୟନ୍ତ ୧୦ଲକ୍ଷ ୫୦ହଜାର ମେଟ୍ରିକ ଟନ୍ ଧାନ କିଣା ହୋଇଥିବା ବେଳେ ୨ଲକ୍ଷ ୩୦ହଜାର ଚାଷୀ ଧାନ ବିକିଛନ୍ତି । ୧୮ଜିଲାରେ ଚାଲିଛି ଧାନ କିଣା, ୧୧ଲକ୍ଷ ଚାଷୀଙ୍କୁ ଟୋକନ ଦିଆଯାଇଛି । ଏହାସହିତ ଚାଷୀଙ୍କ ଆକାଉଣ୍ଟକୁ ୨୩୫୦କୋଟି ଟଙ୍କା ଯାଇଛି । ସବୁ ଚାଷୀଙ୍କ ଧାନ କିଣିବୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଏହା ସହ ଅରୁଆ, ଉଷୁନା ବିବାଦକୁ ନେଇ ସେ କହିଛନ୍ତି ଯେ ଓଡିଶାରୁ ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବ କେନ୍ଦ୍ର । ୫ ଲକ୍ଷ ମୋଟ୍ରିକ ଟନ୍ ଉଷୁନା ଓ ଲକ୍ଷେ ମୋଟ୍ରିକ ଟନ୍ ଅରୁଆ ଉଠାଇବ କେନ୍ଦ୍ର । ରାଜ୍ୟରେ ମୋଟ ୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଅଛି । ବାକି ୧ ଲକ୍ଷ…









