Author: sanitelevision

ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ । ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି । ବିଏମ୍‌ସିର ପ୍ରସ୍ତୁତ ବୈଠକ ପରେ ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ । ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା ହେବ । ମୋଟ୍ ୭ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ ଜାନୁଆରୀ ୨୩ ତାରିଖରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଖଣ୍ଡିଗିରି ମାଘ ମେଳା ଯାତ୍ରା ।ତେବେ ଖଣ୍ଡଗିରି ମେଳା କିପରି ସୁରୁଖୁରୁରେ ସରିବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବ ।

Read More

ଜାନୁଆରି ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ ।ଆରଟିଓମାନଙ୍କରେ ଗ୍ରୀନ ଷ୍ଟିକର ପ୍ରଦାନ କରାଯିବ । ତେବେ ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ନେଇପାରିବେ ବୋଲି ବିଜ୍ଞପ୍ତିପରେ କୁହାଯାଇଛି । ତେବେ ଯେଉଁମାନେ ୧୦ ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଗ୍ରୀନ ଷ୍ଟିକର ମିଳିବ ।ତେବେ ଏନେଇ ଆରଟିଓ ଅଫିସରେ ଏକ ସ୍ପେସାଲ ସେଣ୍ଟର ଖୋଲିବ । ତେବେ ଗ୍ରୀନ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ, ଆରସି ତଥା ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ । ତେବେ ଆରଟିଓ ଅଫିସ ଯାଇ ଗ୍ରୀନ ଷ୍ଟିକର ଆଣିବା ସମୟରେ ଅରିଜିନାଲ ପିୟୁସିସି କପି, ଆରସି ଏବଂ ପରିଚୟ ପତ୍ର ଦେଖାଇବାକୁ ହେବ । ଯଦି ଗାଡି ମାଲିକଙ୍କ ବିନା…

Read More

ଏ ବର୍ଷ ଆକାଶରେ ଦେଖାଯିବ ସୁପରମୁନ୍ । ସୁପରମୁନ୍ ଓ ମାଇକ୍ରୋମୁନ୍ ଭଳି ମହାଜାଗତିକ ଦୃଶ୍ୟ ଏବର୍ଷ ଆକାଶରେ ଦୃଶ୍ୟମାନ ହେବ । ଜାନୁଆରୀ ୩ ତାରିଖରେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ ।ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ।ଆସନ୍ତାକାଲି ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ତିନି ଲକ୍ଷ ୬୨ହଜାର କିଲୋମିଟର ଦୂରରେ ରହିବ। ସାଧାରଣ ଦିନରେ ଦେଖାହେଉଥିବା ଚନ୍ଦ୍ରଠାରୁ ଏହା ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ ‘ସୁପରମୁନ’ ଆସନ୍ତା ନଭେମ୍ବର ୨୪ରେ ଦେଖାଯିବ। ଶେଷ ‘ସୁପରମୁନ’ ଡିସେମ୍ବର ୨୩ରେ ଦେଖିବାକୁ ମିଳିବ। ଚଳିତ ବର୍ଷ ୩ଟି ସୁପରମୁନ୍‌ ସହ ୩ଟି ମାଇକ୍ରୋମୁନ ଦେଖିବାକୁ ମିଳିବ। ମେ’ ୧, ମେ’ ୩୧ ଏବଂ ଜୁନ୍‌ ୨୯ରେ ‘ମାଇକ୍ରୋମୁନ’ ଦେଖିବାକୁ ମିଳିବ।ସୁପରମୁନ୍ ଶବ୍ଦର ବ୍ୟବହାର ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ୍ ନର୍ଲ୍ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ ସୋସିଆଲ୍ ମିଡିଆର ବହୁଳ…

Read More

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାକୁ ନେଇ ଭାରତରୁ ଉଠିଛି ଅସନ୍ତୋଷର ସ୍ବର । ବାଂଲାଦେଶ ସହ ସମ୍ପର୍କ ତୁଟାଇବାକୁ ଉଠିଲାଣି ଦାବି । ଏସବୁ ଭିତରେ କିଙ୍ଗ୍ ଖାନ୍ ଶାହାରୁଖଙ୍କ ପାଇଁ ବଢିଛି ଅଡୁଆ । ୧୪ ଦିନରେ ୪ ହିନ୍ଦୁଙ୍କୁ ଆକ୍ରମଣ ହୋଇଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଜୀବନ ମୃତ୍ୟୁ ସହ ଲଢୁଛନ୍ତି ।ଏହାରି ଭିତରେ ଆଇପିଏଲ ପାଇଁ ବାଂଲା ପ୍ଲେୟାରଙ୍କୁ କିଣିବାକୁ ନେଇ ଶାହାରୁଖ ଖାନଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା । ହେଲେ କଂଗ୍ରେସ ଶାହରୁଖଙ୍କୁ ସମର୍ଥନ କରିବା ସହିତ ବିଜେକିକୁ ସମାଲୋଚନା କରିଛି ।ଆଇପିଏଲ୍ ୨୦୨୬ ପାଇଁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଖେଳିବେ ନା ନାହିଁ । ଏହା ଉପରେ ବିସିସିଆଇ ଏବେ ଯାଏ କିଛି ନିଷ୍ପତ୍ତି ନେଇନାହିଁ । କିନ୍ତୁ ନିଲାମୀରେ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୯.୨୦ କୋଟି ଟଙ୍କାରେ କିଣିଛି…

Read More

ତନଘନା ପରେ ବିଲ ଭିତରୁ ଉଦ୍ଧାର ହେଲା ଲୁଟ୍ ଏଟିଏମ୍ । ଯାଜପୁର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ ଥିଲା । ଲୁଟି ନେଇଥିଲେ ଟଙ୍କା ବୋଝେଇ ଏଟିଏମ୍‌ । ଯାଞ୍ଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ବଜାରରୁ ଏକ ଡାଲା ଅଟୋରେ ଏଟିଏମ୍‌ ଲୁଟ ହୋଇଥିବା ସିସିଟିଭିରେ କଏଦ ହୋଇଛି । ମଇଁଦା ଛକଠାରେ ଥିବା ଏଚଡିଏଫସି ବ୍ୟାଙ୍କର ଏଟିଏମ୍‌ ମେସିନକୁ ଲୁଟେରାମାନେ ସମମ୍ପୂର୍ଣ୍ଣଭାବେ ଉଠାଇ ନେଇ ନିକଟରେ ଥିବା ଏକ ଡାଲା ଅଟୋରେ ଚୋରୀ କରି ନେଇଥିବା ଅଭିଯୋଗ ହୋଇଥିଲା ।। ବିଞ୍ଝାରପୁର ପୋଲିସ ତଦନ୍ତ କରି ବିଲରୁ ଖାଲି ଏଟିଏମ୍ ମେସିନକୁ ଉଦ୍ଧାର କରିଛି । ସେପଟେ ବ୍ୟାଙ୍କ ସମ୍ମୁଖରୁ ଏକ ଡାଲା ଅଟୋ ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି ।

Read More

ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଗାଇଡ୍‌ଲାଇନ୍‌ ଆଣିବ। ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ରିଲ୍ସ ମନା। ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ତାଗିଦ କରିବେ । ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ପଦକ୍ଷେପ ନେବେ । ଲୋକସେବା ଭବନରେ ରିଲ୍ସ ମୋ ନଜରକୁ ଆସିନାହିଁ କହିଲେ ମନ୍ତ୍ରୀା

Read More

ନୂଆବର୍ଷରେ ବରିଷ୍ଠ IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଅନୁ ଗର୍ଗଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ଉନ୍ନୟନ କମିଶନର ହୋଇଛନ୍ତି । ତେବେ ଶୁକ୍ରବାର ଉନ୍ନୟନ କମିଶନ ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଦେଓରଞ୍ଜନ ସିଂହ। ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗଙ୍କୁ ଦାୟିତ୍ଵ ମିଳିବା ପରେ ରାଜ୍ୟ ସରକାର ଡିସି ଭାବରେ ଦେଓ ରଞ୍ଜନଙ୍କୁ ଦାୟିତ୍ଵ ଦେଇଥିଲେ। ଦେଓରଞ୍ଜନ ସିଂହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ରହିବେ। ଆଜି ଦାୟିତ୍ୱ ନେବା ପରେ ଦେଓ ରଞ୍ଜନ ସିଂହ କହିଛନ୍ତି। ମୋ ଉପରେ ବିଶ୍ଵାସ ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶା ବିକାଶର ଏବେ ନୂଆ ଅଧ୍ୟାୟ ଲେଖାଯାଉଛି। ୨୦୩୬ ସୁଦ୍ଧା ଓଡିଶା ସମୃଦ୍ଧ ହେବ।

Read More

ଭାରତ ରତ୍ନ ହେଉଛି ଭାରତ ଗଣରାଜ୍ୟର ସର୍ବୋଚ୍ଚ ବେସାମରିକ ସମ୍ମାନ । ଏହାର ଆରମ୍ଭ ୨ ଜାନୁଆରି, ୧୯୫୪ରେ ହୋଇଥିଲା । ଏହି ସମ୍ମାନ ଦେଶର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ସମ୍ମାନ ମରଣୋତ୍ତର ଭାବେ (ମୃତ୍ୟୁ ପରେ) ମଧ୍ୟ ଦିଆଯାଇପାରିବ। ଭାରତ ରତ୍ନକୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଭଳି ଅନ୍ୟ ପୁରସ୍କାରଠାରୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ।ପ୍ରଥମ ଭାରତ ରତ୍ନ ଦେଶର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ମହାନ ବୈଜ୍ଞାନିକ ଡଃ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କୁ ପ୍ରଦାନ କରାଯାଇଥିଲା।ଯେଉଁମାନେ ସମାଜସେବା, କଳା, ବିଜ୍ଞାନ, ସାହିତ୍ୟ, କ୍ରୀଡ଼ା ଆଦି କ୍ଷେତ୍ରରେ ଅସାଧାରଣ ଅବଦାନ ଦେଇଛନ୍ତି । ସେହିମାନଙ୍କୁ ଏହି ସମ୍ମାନ ମିଳିଥାଏ | ଏହି ସମ୍ମାନ ସାଧାରଣତଃ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯାଏ ।ସମ୍ମାନିତ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ଏକ…

Read More

ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଥିବା ଡାଇରିଆ ବା ଝାଡାବାନ୍ତି ପାଇଁ ଏବେ ସବୁଠି ଚର୍ଚ୍ଚା । ତେବେ ପାନୀୟ ଜଳରେ ଡ୍ରେନ୍ ପାଣି ମିଶିଯିବାରୁ ଏତେ ବଡ ଘଟଣା ଘଟିଥିବା ଲ୍ୟାବ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।ରିପୋର୍ଟ ଅନୁସାରେ, ସହରରେ ହଠାତ ଶତାଧିକ ଲୋକ ଡାଇରିଆରେ ପୀଡିତ ହୋଇଥିଲେ । ଧିରେ ଦିରେ ଏହି ସଂଖ୍ୟା ବଢିଥିଲା । ଏବେ ୧୪୦୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ଅଛନ୍ତି । ଏହାସହ ୯ ଜଣ ପ୍ରାଣ ମଧ୍ୟ ହରାଇ ସାରିଲେଣି । ପ୍ରଥମେ ଭାଗୀରଥପୁରରେ ଡାଇରିଆ ମାମଲା ସାମ୍ନାକୁ ଆସିଥିଲା । ପରେ ଅନ୍ୟ କିଛି ଜାଗାରେ ଏହା ମାଡି ଯାଇଥିଲା ।ପାଣିକୁ ନେଇ ଲ୍ୟାବରେ ପରୀକ୍ଷଣ କରାଯାଇଥିଲା । ପାଇପରେ କିଛି ଫାଟ ଥିବାରୁ ଏଥିରେ ନାଳ ନର୍ଦ୍ଦମା ପାଣି ମିଶିଯାଇଥିଲା । ଏକ ଥାନା ପାଖ ଦେଇ ଯାଇଥିବା ପାଣି ପାଇପରେ ଫାଟ ଦେଖିବାକୁ ମିଳିଛି । ଏହା ପାଖରେ ସ୍ୱରେଜ୍…

Read More

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଜାନୁଆରୀ ୧୫ ତାରିଖ ଯାଏ ପରୀକ୍ଷା ଚାଲିବ ।ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯାଏ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା ହେବ । ତେବେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ହେବ । ବିଜ୍ଞାନରେ ଫର୍ମ ପୂରଣ କରିଥିବା ୧ଲକ୍ଷ ୩୨ ହଜାର ପିଲାଙ୍କ ସମେତ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଆଉ ୧ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେବେ । ମୋଟ ୨ ଲକ୍ଷ ୩୫ ହଜାରରୁ ଅଧିକ ପିଲା ପ୍ରାକ୍ଟିକାଲ ଦେବେ ।

Read More