ନେପାଳରେ ଅବତରଣ ବେଳେ ରନୱେରୁ ଖସିଗଲା ବିମାନ । ଅଳ୍ପକେ ବର୍ତ୍ତିଲେ ୫୧ ଯାତ୍ରୀ ଓ ୪ କ୍ରିଉ ସଦସ୍ୟ । ନେପାଳ ଭଦ୍ରପୁରରେ ଏକ ଟର୍ବୋପ୍ରପ ଯାତ୍ରୀବାହୀ ଏୟାରକ୍ରାଫ୍ଟ ଅବତରଣ ବେଳେ ରନୱେରୁ ଖସି ଯାଇଥିଲା । ବିମାନରେ ୫୧ଜଣ ଯାତ୍ରୀ ଓ ୪ଜଣ କ୍ରିଉ ମେମ୍ବର ଥିଲେ । ତେବେ ଦୁର୍ଘଟଣାରୁ ସମସ୍ତେ ଅଳ୍ପେକ ବର୍ତ୍ତି ଯାଇଛନ୍ତି ।ଯାତ୍ରୀ ଓ କ୍ରିଉମେମ୍ବର ସୁରକ୍ଷତି ଥିବା ବୁଦ୍ଧ ଏୟାରଲାଇନସ ପକ୍ଷରୁ କୁହାଯାଉଛି । ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଆସିଥିଲା ।
Author: sanitelevision
ଆଜି ପୌଷପୁର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି । ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି।ଗତକାଲି ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ରତ୍ନ ସିଂହାସନରେ ବର୍ଷକୁ ୪ ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜିର ବେଶ ଅନ୍ୟତମ । ସକାଳଧୂପ ପରେ ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ ।
ଘନ କୁହୁଡ଼ିରେ ଲୁଚିଗଲା ପୁରୀ ଶ୍ରୀମନ୍ଦିର । ଆଜି ପ୍ରବଳ କୁହୁଡ଼ି ହୋଇଥିବା ବେଳେ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି । କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା ମୁସକିଲ ହୋଇପଡିଛି ।ଆଉ ୪ ଦିନ ଘନ କୁହୁଡ଼ି । ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଧାରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ଅନ୍ୟପଟେ ଭୁବନେଶ୍ବରର ପାରଦ ସ୍ତର ଗତକାଲି ରାତିରେ ୧୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨ ଡିଗ୍ରି । ରାଜ୍ୟରେ ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାପରେ ପୁଣି ପାରଦ ସ୍ତର ନିମ୍ନଗାମୀ ହେବ ଓ ପରବର୍ତ୍ତୀ ସମୟରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଫଳରେ…
ଘନ କୁହୁଡ଼ିରେ ଲୁଚିଗଲା ପୁରୀ ଶ୍ରୀମନ୍ଦିର । ଆଜି ପ୍ରବଳ କୁହୁଡ଼ି ହୋଇଥିବା ବେଳେ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି । କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା ମୁସକିଲ ହୋଇପଡିଛି ।ଆଉ ୪ ଦିନ ଘନ କୁହୁଡ଼ି । ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଧାରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ଅନ୍ୟପଟେ ଭୁବନେଶ୍ବରର ପାରଦ ସ୍ତର ଗତକାଲି ରାତିରେ ୧୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨ ଡିଗ୍ରି । ରାଜ୍ୟରେ ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାପରେ ପୁଣି ପାରଦ ସ୍ତର ନିମ୍ନଗାମୀ ହେବ ଓ ପରବର୍ତ୍ତୀ ସମୟରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଫଳରେ…
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ୍ ୭ଟି ସେବାର ୩୧୪ଟି ପଦବି ପୂରଣ ପାଇଁ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଓଡ଼ିଶା ସିଭିଲ୍ ସର୍ଭିସ୍ ଯେଉଁମାନେ ଦିଅନ୍ତି ସେମାନଙ୍କର ଲକ୍ଷ୍ୟ ଥାଏ ଓଏଏସ୍ ହେବେ। ଆଶ୍ଚର୍ଯ୍ୟର ବିଷୟ ଏଥର ଗୋଟିଏ ବି ଓଏଏସ୍ ପଦବି ନାହିଁ। କେବଳ ଓଏଏସ୍ ନୁହେଁ, ଓଏଫ୍ଏସ୍, ଓଆର୍ଏସ୍ ପାଇଁ ମଧ୍ୟ କୌଣସି ଗୋଟିଏ ପଦ ନାହିଁ।ରାଜ୍ୟର ଲକ୍ଷାଧିକ ଆଶାୟୀ ଆଜି ଓଏଏସ୍, ଓଏଫ୍ଏସ୍, ଓଆର୍ଏସ୍ ଚାକିରିରୁ ବଞ୍ଚିତ ହେବାର ବଡ଼ କାରଣ ହେଉଛି ପ୍ରଶାସନିକ ଅବ୍ୟବସ୍ଥା। ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ମଡେଲ୍ କ୍ୟାଡର୍ ରୁଲ୍କୁ ଅର୍ଥ ବିଭାଗ ଓ ରାଜସ୍ବ ବିଭାଗ ମାନିନାହାନ୍ତି। ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ବିଭିନ୍ନ କ୍ୟାଡର୍କୁ ପଦୋନ୍ନତି ଦେଇଥିବାରୁ ବିବାଦ କୋର୍ଟରେ…
ଗୃହ ସଚିବ ଭାବେ ହେମନ୍ତ ଶର୍ମାଙ୍କ ଦାୟିତ୍ୱ ଗ୍ରହଣ । ଦାୟିତ୍ୱ ଗ୍ରହଣ ପରେ ଗୃହ ସଚିବ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଗୁରୁତ୍ୱ । ରାଜ୍ୟରେ ପ୍ରତ୍ୟେକ ଜନ ସାଧାରଣ କେମିତି ନିରାପଦ ଏବଂ ସୁରକ୍ଷିତ ମନେ କରିବେ, ତାହା ହିଁ ମୋ ପ୍ରାଥମିକତା ହେବ । ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ । ଥାନା ଏବଂ ଫାଣ୍ଡିରେ ଭିତ୍ତିଭୂମି ଉନ୍ନତି, ଖାଲିଥିବା ପଦବୀ ପୂରଣ ସହ ପୋଲିସଙ୍କୁ ଗ୍ରାସ୍ ରୁଟ୍ ସ୍ତରରେ ମଜଭୂତ କରାଯିବ ।ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି । ଶାନ୍ତି ଓ ଶୃଙ୍ଖଳାକୁ ଦିଆଯିବ । ଲୋକଙ୍କୁ ସୁରକ୍ଷା ଦେବା ଆମର ଲକ୍ଷ୍ୟ ।ଉଲ୍ଲେଖଯୋଗ୍ୟ ଯେ, ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଥିଲେ ।ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ଥିବା ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କୁ…
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନ କରିବା ପାଇଁ ନିର୍ମିତ ହୋଇଥିବା ସ୍ବର୍ଣ୍ଣ ଧନୁଷର ଶୋଭାଯାତ୍ରା । ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିଶାଳ ଆଠ ଫୁଟ ଲମ୍ବ ଏବଂ ତିନି ଫୁଟ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ଧନୁଷ ଆଜି ବିଧିବଦ୍ଧ ଭାବରେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପ୍ରାୟ ୨୮୬ କେଜି ଓଜନର ଏହି ସ୍ବର୍ଣ୍ଣ ଧନୁଷରେ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହୃତ ହୋଇଛି। ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମିତ ହୋଇଛି ସ୍ଵର୍ଣ୍ଣ ଧନୁଷ । ଏହି ଭେଟିଟି ସହୀଦ ଯବାନ ଏବଂ ଦେଶ ପାଇଁ ଜୀବନ ଦେଉଥିବା ମହାନ ବ୍ୟକ୍ତିତ୍ବଙ୍କ ଉଦ୍ଦେଶ୍ବରେ ତଥା ସନାତନ ଧର୍ମର ଅଧିକ ପ୍ରଚାର ପ୍ରସାର ପାଇଁ କରାଯାଇଛି । ସୁନାର ଧନୁ ଦେଖିବା ପାଇଁ ଛୁଟି ଆସିଥିଲେ ଅଞ୍ଚଳବାସୀ । ଏକ ଗାଡ଼ିକୁ ଫୁଲରେ ସଜାଯାଇ ଏହି ଧନୁକୁ…
ଆସିଲା ଗତ ବର୍ଷ ଅର୍ଥାତ୍ ୨୦୨୫ରେ ମୃତ୍ୟୁ ହୋଇଥିବା ବାଘଙ୍କ ସଂଖ୍ୟାର ରିପୋର୍ଟ । ୨୦୨୫ରେ ୧୬୬ଟି ବାଘଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ତୁଳନାରେ ଏହା ୪୦ଟି ଅଧିକ ବୋଲି ଜଣାପଡ଼ିଛି । ତଥ୍ୟ ଅନୁଯାୟୀ, ଦେଶରେ ବାଘ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶ ସର୍ବାଧିକ ରହିଛି । ମଧ୍ୟପ୍ରଦେଶରେ ସର୍ବାଧିକ ୫୫ଟି ବାଘଙ୍କର ମୃତ୍ୟୁ ହୋଇଥିଲା ।୨୦୨୫ରେ ମହାରାଷ୍ଟ୍ରରେ ୩୮, କେରଳରେ ୧୩ ଏବଂ ଆସାମରେ ୧୨ଟି ବାଘ ମୃତ୍ୟୁ ହୋଇଛି। ୧୬୬ ମୃତ ବାଘଙ୍କ ମଧ୍ୟରେ ୩୧ଟି ଶାବକ ଅଛନ୍ତି। ସ୍ଥାନ ଅଭାବରୁ ନିଜ ନିଜ ମଧ୍ୟରେ ସଂଘର୍ଷରୁ ଅନେକ ବାଘଙ୍କ ମୃତ୍ୟୁ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ୨୦୨୪ରେ ଭାରତରେ ୧୨୬ଟି ବାଘଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ସର୍ବପ୍ରଥମେ ଜାନୁଆରି ୨ରେ ମହାରାଷ୍ଟ୍ରର ବ୍ରହ୍ମପୁରୀ ବନଖଣ୍ଡରେ ଏକ ବୟସ୍କ ବାଘର ମୃତ୍ୟୁ ହୋଇଥିଲା। ଏହାର ତିନି ଦିନ ପରେ ମଧ୍ୟପ୍ରଦେଶର ଏକ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଗୋଟିଏ ବାଘର…
ଦେଶରେ ଖୁବ୍ଶୀଘ୍ର ପ୍ରଥମ ବୁଲେଟ ଟ୍ରେନ ଚାଲିବାର ଦେଖାଯିବ। ନୂତନ ବର୍ଷ ଅବସରରେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ ଭାରତ ଅଗଷ୍ଟ ୧୫, ୨୦୨୭ ସୁଦ୍ଧା ଏହାର ପ୍ରଥମ ବୁଲେଟ ଟ୍ରେନ ପାଇବ। ଏହା ସହରଗୁଡ଼ିକ ମଧ୍ୟରେ ସଂଯୋଗକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବ।ପ୍ରଥମ ପର୍ଯ୍ୟାୟରେ ୫୦୮କିଲୋମିଟର ଗଡ଼ିବ ବୁଲେଟ୍ ଟ୍ରେନ୍ । ଏହା ଭିତରେ ୮ଟି ପାହାଡ଼ ଟନେଲ ଓ ଗୋଟିଏ ସାମୁଦ୍ରିକ ଟନେଲ୍ ଦେଇ ଗତି କରିବ ଏହି ବୁଲେଟ୍ ଟ୍ରେନ୍ । ଏହି ପ୍ରକଳ୍ପର ମୋଟ୍ ଦୈର୍ଘ୍ୟ ୫୦୮ କିଲୋମିଟର୍, ଯେଉଁଥିରେ ୨୭କିଲୋମିଟରରୁ ଅଧିକ ଟନେଲ୍ ରହୁଛି । ଏଥିରୁ ୨୧ କିଲୋମିଟର୍ ଅଣ୍ଡରଗ୍ରାଣ୍ଡ ଏବଂ ୬.୪ କିଲୋମିଟର୍ ସର୍ଫେସ୍ ଟନେଲ୍ ରହିଛି । ପ୍ରକଳ୍ପରେ ଥିବା ୮ଟି ପର୍ବତ ଟନେଲ୍ରୁ ୭ଟି ମହାରାଷ୍ଟ୍ରରେ ମୋଟ୍ ୬.୦୫ କିଲୋମିଟର୍ ଏବଂ ଗୁଜରାଟରେ ଗୋଟିଏ ୩୫୦ ମିଟର୍ ଲମ୍ବା ରହିଛି । ଏହି ପ୍ରକଳ୍ପରେ ମୋଟ୍…
ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି । ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ହିଁ ତ୍ରୁଟି ଧରାପଡିଛି । ଯାହାର ସମାଧାନ ଖୁବଶୀଘ୍ର କରାଯିବ । ସମ୍ପୂର୍ଣ୍ଣ ବ୍ୟବସ୍ଥିତ ହେବା ପରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ । ଶ୍ରୀମନ୍ଦିର ଧାଡି ଦର୍ଶନକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ସାମ୍ନାକୁ ଆସିଛି । ଧାଡି ଦର୍ଶନ କାର୍ଯ୍ୟକାରୀ ସ୍ଥିତିକୁ ଗଲା ବେଳେ ସାମାନ୍ୟ ତ୍ରୁଟି ଦେଖା ଦେଲା । ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯାଇ ଧାଡି ଦର୍ଶନ ଲାଗୁ କରାଯିବ । ଏଥିପାଇଁ କାମ କରୁଥିବା ଏଜେନ୍ସିମାନଙ୍କୁ କୁହାଯାଇଛି । ତ୍ରୁଟିକୁ ଟେକ୍ନୋଲୋଜି ଉପଯୋଗ କରି ସୁଧାରିବା ପାଇଁ ଚେଷ୍ଟା ଚାଲିଛି । ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେଲେ ଧାଡି ଦର୍ଶନ ଚାଲୁ କରାଯିବ ।…








