Author: sanitelevision

ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ । ଜାନକୀଙ୍କ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ଏହାପରେ ସେ କହିଛନ୍ତି ଯେ ଜାନକୀ ବାବୁ ୬୦ ବର୍ଷ ଧରି ଓଡିଶାର ଜନଜୀବନ ସହ ଜଡିତ ଥିଲେ । ତାଙ୍କ ଜୀବନ ସାହିତ୍ୟ, ସଂସ୍କୃତି ଓ ରାଜନୀତିର ତ୍ରିବେଣୀ ସଂଗମ ଥିଲା । ଦୀର୍ଘ ୧୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିଛନ୍ତି । କୃଷି, ଜଳସେଚନ, ଆଇଟି କ୍ଷେତ୍ରରେ ଅନେକ କାମ କରିଛନ୍ତି । ତାଙ୍କର ବଡ ଆସେଟ ଥିଲା ସାଂଗଠନିକ ଦକ୍ଷତା ଓ ଧୈର୍ଯ୍ୟ ।

Read More

ପୁଣି ଅସୁରକ୍ଷିତ ହୋଇ ପଡିଛି ଶ୍ରୀମନ୍ଦିର । ଆଜି ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । କେହି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।ଯାହା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ କାର୍ଯ୍ୟରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି । ଖବର ଅନୁସାରେ, ଆଜି ସକାଳୁ ଜଣେ ପ୍ରତିହାରୀ ସେବକ ଶ୍ରୀମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆସିଥିଲେ । ଭୋଗ ମଣ୍ଡପ ଦ୍ବାର ନିକଟରେ ଏହି ଯୋତାକୁ ସେ ରଖାଯାଇଥିବା ଦେଖିବାକୁ ପାଇଥିଲେ । ଜୋତା ରହିଥିବା ଦେଖିବା ମାତ୍ରେ ଜୋତାକୁ ହାତରେ ଧରି ବାହାରକୁ ଆଣିଥିଲେ । ତେବେ ସିସିଟିଭି ଫୁଟେଜ ଦେଖି କିଏ ସେ ବ୍ୟକ୍ତି ଜୋତା ପିନ୍ଧି ମନ୍ଦିର ମଧ୍ୟକୁ ଯାଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି…

Read More

ସାଟେଲାଇଟ ସର୍ଭେରୁ ଧରାପଡିଲା ଫେକ ଧାନ ଚାଷ ପ୍ଲଟ । ଇନପୁଟ ସବସିଡି ଲୋଭରେ ଫେକ ପ୍ଲଟ ପଞ୍ଜୀକୃତ କରିଛନ୍ତି । ୨୫ ଲକ୍ଷ ପ୍ଲଟର ସାଟେଲାଇଟ ସର୍ଭେରେ ୧୯ଟି ଫେକ ପ୍ଲଟ ରହିଛି । ଏନେଇ ତଥ୍ୟ ଉପସ୍ଥାପନା କଲା ସମବାୟ ବିଭାଗ । ୩୦ଟି ଜିଲ୍ଲାରେ ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ପଞ୍ଜୀକୃତ ହୋଇଛି । ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି । ୫ ଲକ୍ଷ ୪୬ ହଜାର ୫୧୯ଟି ପ୍ଲଟରେ ଧାନ ଚାଷ ହେଉଛି । ୧୯ ଲକ୍ଷ ପ୍ଲଟରେ ଧାନ ଚାଷ କରାଯାଉ ନାହିଁ । ଫେକ ପ୍ଲଟ ଥିବା ଚାଷୀମାନଙ୍କୁ ସୋ କଜ ନୋଟିସ ଦେବାକୁ ନିର୍ଦ୍ଦେଶ ରହିଛି ।

Read More

ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଆସନ୍ତା ୬ ତାରିଖ ସୁଦ୍ଧା ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ଅଭିଯୋଗକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ୨୦୨୪ ଫେବୃୟାରୀ ୮ତାରିଖରେ ରାଜ୍ୟ ଗୃହ ସଚିବଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଛି । ବିଏନ୍‌ଏସଏସର ଧାରା ୯୪ ଅନ୍ତର୍ଗତ ଡିସେମ୍ବର ୧୫ତାରିଖରେ ଏହି ନୋଟିସ୍ ଜାରି କରିଛନ୍ତି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସପି ସନ୍ତୋଷ କୁମାର ଗୌଡ଼ । ଅଭିଯୋଗ ଅନୁଯାୟୀ, ଫାଇଭ-ଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସମୟରେ ପାଣ୍ଡିଆନ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ବେଆଇନ ଭାବେ ସରକାରୀ କ୍ଷମତାର ଅପବ୍ୟବହାର କରିଥିଲେ । ପାଣ୍ଡିଆନ ସରକାରୀ ତହବିଲରୁ ବିପୁଳ…

Read More

ଧର୍ମନଗରୀ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆରମ୍ଭ ହୋଇଛି। ଆଜି ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ମିଳନ ସ୍ଥଳରେ ଆସ୍ଥାର ବୁଡ଼ ପକାଇଛନ୍ତି । ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଏବଂ କଳ୍ପବାସ କରିବା ଦ୍ୱାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୁଏ ଏବଂ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପୌଷ ପୂର୍ଣ୍ଣିମା ସହିତ ମାଘ ମେଳାରେ ଏକ ମାସ ଧରି ଚାଲିବାକୁ ଥିବା ‘କଳ୍ପବାସ’ ମଧ୍ୟ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳ୍ପବାସୀ ମାନେ ସଙ୍ଗମ କୂଳରେ ତମ୍ବୁ ଗାଡ଼ି ନିଜର ଆଧ୍ୟାତ୍ମିକ ସାଧନା ଆରମ୍ଭ କରିଛନ୍ତି । କଳ୍ପବାସ ସମୟରେ ଶ୍ରଦ୍ଧାଳୁମାନେ ସାତ୍ତ୍ୱିକ ଜୀବନଯାପନ କରନ୍ତି, ଦିନକୁ ଥରେ ମାତ୍ର ଭୋଜନ କରନ୍ତି ଏବଂ ଅଧିକାଂଶ ସମୟ ଭଗବାନଙ୍କ ନାମ ଜପ ଓ ଭଜନ କୀର୍ତ୍ତନରେ…

Read More

ନୂଆ ରୂପ ପାଇବ ଲୋକସେବା ଭବନ। ସମ୍ପୂର୍ଣ୍ଣ ଲୋକସେବା ଭବନର ହେବ ପୁନଃବିନ୍ୟାସ । ଏନେଇ ଡିପିଆର ପ୍ରସ୍ତୁତ ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ପୂରା ଲୋକସେବା ଭବନ ପୁନଃବିନ୍ୟାସ କାର୍ଯ୍ୟ ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଏହି ନବୀକରଣ ଯୋଜନାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଅତ୍ୟାଧୁନିକ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା । ଲୋକସେବା ଭବନ ପରିସରରେ ଗାଡ଼ି ପାର୍କିଂ ସମସ୍ୟାର ସମାଧାନ ପାଇଁ ବେସମେଣ୍ଟରେ ତଳକୁ ତଳ ତିନି ମହଲା ବିଶିଷ୍ଟ ସ୍ମାର୍ଟ ପାର୍କିଂ ନିର୍ମାଣ କରାଯିବ । ଏହି ପାର୍କିଂ ସ୍ଥଳରେ ଏକସଙ୍ଗେ ୫୭୩ଟି କାର୍ ରହିବା ଭଳି ବ୍ୟବସ୍ଥା କରାଯାଉଛି । ଏହାର ବିଶେଷତ୍ୱ ହେଉଛି, ଏଠାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରାଯିବ, ଯାହା ଗାଡ଼ିର ନମ୍ବର ପ୍ଲେଟ୍ ଏବଂ ଡ୍ରାଇଭରଙ୍କୁ ସହଜରେ ଚିହ୍ନଟ କରିପାରିବ ।

Read More

ଆଇପିଏଲ ୨୦୨୬ ନିଲାମରେ ମୁସ୍ତାଫିଜୁର ରହମାନ ଏକମାତ୍ର ବାଂଲାଦେଶୀ ଖେଳାଳି । ଆଇପିଏଲ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ ମୁସ୍ତାଫିଜୁର ରେହମାନ । ବିସିସିଆଇର ସଚିବ ଦେବଜିତ ସାଇକିଆ ଏନେଇ ସ୍ପଷ୍ଟ କରିଛନ୍ତି । ସେ କେକେଆରକୁ କଡ଼ାକଡି ଭାବେ ସ୍ପଷ୍ଟ କରି କହିଛନ୍ତି ଯେ, ତୁରନ୍ତ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ସେମାନଙ୍କ ଦଳରୁ ରିଲିଜ କରିବାକୁ କହିଛନ୍ତି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ସମୟରେ ପ୍ରଶଂସକମାନେ କେକେଆର ସହ-ମାଲିକ ଶାହାରୁଖ ଖାନଙ୍କୁ ମୁସ୍ତାଫିଜୁରଙ୍କୁ ଦଳରରେ ସାମିଲ ନକରିବାକୁ ଅନୁରୋଧ କରିବା ସହ କଡା ସମାଲୋଚନା କରିଥିଲେ। ଏଥିପାଇଁ ଶାହାରୁଖଙ୍କୁ ମଧ୍ୟ ସୋସିଆଲ ମିଡ଼ିଆରେ କଡା ନିନ୍ଦା କରାଯାଇଥିଲା।

Read More

ଗ୍ରୀନ ଷ୍ଟିକର ଗାଡିରେ ଲଗାଇବା ବାଧ୍ୟତାମୂଳକ ନୁହେଁ । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଏହି ମାସରେ ସମସ୍ତ ଆରଟିଓରେ ପର୍ଯ୍ୟାପ୍ତ ପରିମାଣ ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ । କୌଣସି ଦେୟ ଦେବାକୁ ପଡିବନି । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବ୍ୟକତା ନାହିଁ । ତେବେ ପୂର୍ବରୁ ଏକ ଗୁଜବ ରହିଥିଲା ଯେ, ଗାଡ଼ିରେ ଗ୍ରୀନ ଷ୍ଟିକର ନଲଗାଇଲେ ତେଲ ମିଳିବ ନାହିଁ । କିନ୍ତୁ ଏହାକୁ ମନ୍ତ୍ରୀ ଖଣ୍ଡନ କରି ଗୁଜବ କହିଛନ୍ତି । ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ଆରଟିଓରୁ ନେଇପାରିବେ । ତେବେ ଯେଉଁମାନେ ୧୦ ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଗ୍ରୀନ ଷ୍ଟିକର ମିଳିବ । ତେବେ ଗ୍ରୀନ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ,…

Read More

ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିନିମନ୍ତେ ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ଓ୍ବାଟ ଯାଏ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବାକୁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ମାର୍ଟ ମିଟର ଓଡିଶା ସରକାରଙ୍କର ଶକ୍ତି ବିଭାଗ ଅଧୀନରେ ହିଁ ରହିବ । ଡିସକମ ଦ୍ୱାରା କେବଳ ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ । ସରକାରଙ୍କ ତରଫରୁ ଏ ନିଷ୍ପତ୍ତି ନିଆଯାଇଛି ।

Read More

ଦେଶର ରାଜଧାନୀକୁ ବି ପଛରେ ପକାଇ ଦେଇଛି ଓଡିଶା । ରାଜ୍ୟରେ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଜମାଟ ବାନ୍ଧିବା ପରି ପ୍ରତିତ ହେଉଛି । । ତାଳଚେର ଓ ଅନୁଗୋଳ ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି। AQI ଅତିଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର ରହିଛି। ୩୫୫ AQI ସହ ତାଳଚେର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ଅନୁଗୋଳରେ AQI ୩୨୯, ବାରିପଦାରେ AQI ୩୨୪, କଟକରେ AQI ୩୦୪ ଓ ଭୁବନେଶରର AQI ୩୦୨ ରହିଛି।ଲଗାତାର ଭାବେ ଓଡ଼ିଶାରେ ଏଭଳି ବାୟୁ ପ୍ରଦୂଷଣ ପୂର୍ବରୁ କେବେ ନଥିଲା । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ଓ ପରିବେଶ ପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।

Read More