Author: sanitelevision

ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଓଡ଼ିଶାର ବାୟୁ ମାନ ଏବେ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି। ଏପଟେ ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର ପ୍ୟୁରିଫାୟର୍(ବାୟୁ ଶୋଧକ ଯନ୍ତ୍ର) ଲାଗିବ ।ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ ଲଗାଇବ ବିଏମ୍‌ସି । ରବିବାର ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି ।ମେୟର କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା କରାଯାଇଛି । ଏହା ପରେ ମେସିନ କିଣାଯାଇ ଲଗାଯିବ । ଫଳରେ ଭୁବନେଶ୍ୱରବାସୀ ବିଷାକ୍ତ ବାୟୁ କବଳରୁ ରକ୍ଷା ପାଇବେ । ଏହା ସହରର ପ୍ରମୁଖ ସ୍ଥାନରେ ଲାଗିବ ବୋଲି ସେ ସୂଚନା…

Read More

କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ। ଆଲୋଚନା ଦ୍ବାରା ସବୁ ସମାଧାନ ହେବ, ଆମ ସହ ଆଲୋଚନା କରନ୍ତୁ। ରୋଗୀ ସେବାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସୂଚନାଥାଉକି , ଆଜି ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଏହି ଦୁଇ ଘଣ୍ଟା ଓପିଡିରେ ଡାକ୍ତର ରୋଗୀ ଦେଖିବେ ନାହିଁ । ୧୪ ତାରିଖ ସୁଦ୍ଧା ସରକାର ଦାବି ଉପରେ କୌଣସି ପଦକ୍ଷେପ ନନେଲେ ପରବର୍ତ୍ତୀ ସମୟରେ ଉଭୟ ସକାଳେ ଏବଂ ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା । ତେବେ ଏ ସମୟରେ…

Read More

ଜାତୀୟ ପକ୍ଷୀ ଦିବସ ପରିବେଶ ସଂରକ୍ଷଣରେ ଲୋକଙ୍କୁ ନିୟୋଜିତ କରିବାର ଏକ ବ୍ୟାପକ ପ୍ରୟାସର ଅଂଶ। ଏହା ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ ଏବଂ ଜୈବିକ ବିବିଧତା ପାଇଁ ଅନ୍ତର୍ଜାତୀୟ ଦିବସ ଭଳି ବିଶ୍ୱସ୍ତରୀୟ ପଦକ୍ଷେପ ସହିତ ସମନ୍ୱିତ, ଯାହା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତାକୁ ମଧ୍ୟ ଗୁରୁତ୍ୱ ଦିଏ। ପକ୍ଷୀମାନଙ୍କ ଉପରେ ଧ୍ୟାନ ଦେଇ, ଜାତୀୟ ପକ୍ଷୀ ଦିବସ ଲୋକମାନଙ୍କୁ ବୃହତ ପରିବେଶଗତ ସମସ୍ୟା ବିଷୟରେ ବିଚାର କରିବା ପାଇଁ ଏକ ସମ୍ପର୍କୀୟ ଏବଂ ସୁଗମ ପ୍ରବେଶ ବିନ୍ଦୁ ପ୍ରଦାନ କରେ। ଏହି ଦିବସ ପକ୍ଷୀମାନଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ବିପଦ, ବେଆଇନ କାରବାର, ରୋଗ ଏବଂ ଜଳବାୟୁ ପରିବର୍ତ୍ତନର ବିପରୀତ ପ୍ରଭାବ ବିଷୟରେ ସଚେତନତା ଜାଗ୍ରତ କରେ । ମନୁଷ୍ୟକୃତ କାର୍ଯ୍ୟକଳାପ ପକ୍ଷୀ ଅବସ୍ଥାରେ ଅବକ୍ଷୟର ଏକ ମୁଖ୍ୟ କାରଣ ଅଟେ । ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ହସ୍ତକ୍ଷେପ ଦ୍ଵାରା ଇକୋସିଷ୍ଟମ ବା ପରିସଂସ୍ଥା ବ୍ୟାହତ ହୁଏ ।…

Read More

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା। ଭୁବନେଶ୍ଵର ଏମ୍ସକୁ ହ୍ୟୁମାନ ସାଗରଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ମାଗିଲା ପୋଲିସ। ଶବ ବ୍ୟବଚ୍ଛେଦ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ସନ୍ଦେହଜନକ ଓ ଏଥିରେ ୯ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ମର୍କତ ନଗର ଥାନାରେ ଏତଲା ଦେଇଥିଲେ ତାଙ୍କ ମାଆ। ଏତଲା ଅଧାରରେ ଅଭିଯୁକ୍ତଙ୍କୁ ଜେରା କରିବା ପୂର୍ବରୁ ଆନୁସଙ୍ଗିକ ପ୍ରକ୍ରିୟ ସାରିବାକୁ ଉଦ୍ୟମ କରୁଛି ପୋଲିସ । ହ୍ୟୁମାନଙ୍କ ଫୋନ୍ ଡିଟେଲ, କଟକ ସ୍ଥିତ ବାସଭବନର ସିସିଟିଭି, ଏବଂ ତାଙ୍କ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ନାଁରେ ଏତଲା ଦାୟର କରିଛନ୍ତି ମାଆ ଶେଫାଳୀ । ହ୍ୟୁମାନଙ୍କ ଅତ୍ୟନ୍ତ ନିକଟତରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି। ସେମାନେ ହେଲେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର। ଚିକିତ୍ସା କରୁଥିବା…

Read More

ଭାରତକୁ ଟ୍ରମ୍ପଙ୍କ ଚେତାବନୀ । ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ରୁଷ ତୈଳ କିଣିବା ନେଇ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି । କହିଛନ୍ତି, ମୋଦି ଜଣେ ଭଲ ବ୍ୟକ୍ତି, କିନ୍ତୁ ସେ ଜାଣିଛନ୍ତି ମୁଁ ଖୁସି ନୁହେଁ । ମୋତେ ଖୁସି କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ସେମାନେ ବାଣିଜ୍ୟ କରନ୍ତୁ, ମୁଁ ସେମାନଙ୍କ ଉପରେ ଟାରିଫ୍ ବଢ଼ାଇବି ବୋଲି କହି ଧମକ ଦେଇଛନ୍ତି ଟ୍ରମ୍ପ ।ସେ ଭାରତ ଏବଂ ଋଷ ମଧ୍ୟରେ ଚାଲିଥିବା ତୈଳ କାରବାରକୁ ନେଇ ଏପରି କହିଛନ୍ତି । ଯାହାକୁ ଟ୍ରମ୍ପ୍ ପ୍ରଶାସନ ଦୀର୍ଘ ଦିନ ହେବ ବିରୋଧ କରୁଛି । ୨୦୨୫ ଅଗଷ୍ଟ ମାସରେ ୟୁଏସ ଭାରତ ଉପରେ ଦୁଇଗୁଣା ଟାରିଫ୍ ଲଗାଇଥିଲା । ତେବେ ଟ୍ରମ୍ପଙ୍କ ବୟାନ ଆସିବା ପରେ ପୁଣି ଭାରତ ଏବଂ ଋଷ ମଧ୍ୟରେ ଥିବା ତୈଳ କାରବାର ପ୍ରଭାବିତ ହୋଇପାରେ ।…

Read More

ସୋମବାରଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସର୍ବାଧିକ କୁହୁଡ଼ି ରହିବା ନେଇ ବିଭାଗ ଆକଳନ କରିଛି। ସେହିପରି ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା ସମ୍ଭାବନା ରହିଛି ।ସୋମବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ଭିତରେ ରହିବ । ମଙ୍ଗଳବାର ଫୁଲବାଣୀରେ ୮ ଡିଗ୍ରୀ, କୋରାପୁଟରେ ୯, ବୌଦ୍ଧ ଓ ଭବାନୀପାଟଣାରେ ୧୦, ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୧, କେନ୍ଦୁଝର,…

Read More

ଆଜିଠୁ ୨ ଘଣ୍ଟା ଓପିଡି ବନ୍ଦ । ଏଭଳି ଚରମ ନିଷ୍ପତ୍ତି ନେଇଛି ଓମସା । ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ବିଭିନ୍ନ ସରକାରୀ ହସ୍ପିଟାଲରେ ସକାଳ ୯ଟାରୁ ଦିନ ୧୧ଟା ଓପିଡି ବନ୍ଦ ରହିବା ଯୋଗୁଁ ସ୍ଥିତି ବିଗିଡ଼ିବ । ଫଳରେ ରୋଗୀ ସେବା ବ୍ୟାହତ ହେବ । ତେବେ ଏଥିରୁ ମେଡିକାଲ କଲେଜକୁ ବାଦ ଦିଆଯାଇଛି । ରୋଗୀ ସେବା ବ୍ୟାହତ ହେବ। ଅନ୍ୟପକ୍ଷରେ ଡାକ୍ତରଙ୍କ ଏହି ଚରମ ନିଷ୍ପତ୍ତିକୁ ସହମତି ଜଣାଇଛି କନିଷ୍ଠ ଡାକ୍ତର ସଂଘ।ପଦୋନ୍ନତି, ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ୧୦ ଦଫା ଦାବି ପୂରଣ ନେଇ ଓମ୍‌ସା ପ୍ରତିବାଦ କରିବା ସହିତ କଳାବ୍ୟାଜ୍ ପିନ୍ଧି ଗତ ୨୬ତାରିଖରୁ ପୂର୍ବାହ୍ନ ୧୦ରୁ ୧୧ଟା ଘଣ୍ଟାଏଁ ଲେଖାଏଁ ଓପିଡି ବନ୍ଦ ଜାରି ରଖିଛି। ହେଲେ ସରକାର ଦାବି ପୂରଣ ସମ୍ପର୍କରେ ସେଭଳି କୌଣସି ନିଷ୍ପତ୍ତି ଗ୍ରହଣ କଲେ…

Read More

୨୮ଟି ନୂଆ ଏନ୍ଏସି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ବିଡିଓଙ୍କୁ ପ୍ରଶାସନିକ ଅଧିକାରୀ ଦାୟିତ୍ବ ଦିଆଯାଇଛି । ନୂଆ ଏନ୍ଏସି ପାଇଁ ଅନୁଦାନ ପ୍ରଦାନ କରାଯାଇଛି । ନୂଆ କାର୍ଯ୍ୟାଳୟ ନିର୍ମାଣରେ ଖର୍ଚ୍ଚ ହେବ ୬ କୋଟି । ରାସ୍ତା ପାଇଁ ୫୦ ,ଲାଇଟ୍ ପାଇଁ ୫୦ ଲକ୍ଷ ଟଙ୍କା ଅଟକଳ ହୋଇଛି । କାମ ଆରମ୍ଭ ପାଇଁ ୧.୫ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରାଯିବା ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ସାନିଟେସନ, ଅଲୋକୀକରଣ ଭଳି ବିଭିନ୍ନ କାମ ପାଇଁ ଦେଢ଼ କୋଟି ଲେଖାଏଁ ପ୍ରଦାନ କରାଯାଇଛି । ପୁରୀକୁ ମହାନଗର ନିଗମ ମାନ୍ୟତା ମିଳିଛି। ପୁରୀକୁ ଅନ୍ତର୍ଜାତୀୟ ସହର କରିବାକୁ ଲକ୍ଷ୍ୟ ଅଛି । ନିକଟସ୍ଥ ବିଭିନ୍ନ ଅଞ୍ଚଳ ମିଶାଇକି କଳେବର ବଢ଼ିଛି । ପିକେଡିଏ ବଢିବ, ଟିପି ସ୍କିମ ହେବ ।ଡିସେମ୍ବର ୩୧ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ…

Read More

ଚିଲିକାର ହେବ ସୌନ୍ଦର୍ଯ୍ୟକରଣ। ପାଇବ ନୂଆ ରୂପ। ଚିଲିକା ଆଖପାଖ ଅଞ୍ଚଳକୁ କରାଯିବ ଉନ୍ନତିକରଣ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ ହେବ ଚିଲିକା ହ୍ରଦ । ଏନେଇ ଆଇଆଇଟି ମାଡ୍ରାସ୍ ଓଷନୋଗ୍ରାଫି ସହ ବୁଝାମୁଣା ସ୍ବାକ୍ଷରିତ ହୋଇଛି। ୧୫ ଶହରୁ ୨ ହଜାର କୋଟିର ଡିପିଆର୍ ପ୍ରସ୍ତୁତ ହୋଇଛି। ସୂଚନାମୁତାବକ ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଚଳିକା ମୁହାଣ ପୋତି ହେବା କାରଣରୁ ପାଣି ସମୁଦ୍ରକୁ ଠିକ୍‌ ଭାବେ ଯାଇପାରୁ ନାହିଁ। ଏପରିକି ସମୁଦ୍ର ପାଣି ମଧ୍ୟ ଚିଲିକା ମଧ୍ୟକୁ ଠିକ ଭାବେ ପ୍ରବେଶ କରିପାରୁ ନାହିଁ। ଫଳରେ ଚିଲିକା ଜଳର କ୍ଷାରୀୟତା ନଷ୍ଟ ହେଉଛି। ଫଳରେ ଜୈବ ବିବିଧତା ସନ୍ତୁଳନ ରହିପାରୁ ନାହିଁ।

Read More

ସୋସିଆଲ୍ ମିଡିଆରେ ଗୋଟେ ଖବର ଭାଇରାଲ ହେଉଛି। ୨୦୨୬ ମାର୍ଚ୍ଚ ପରେ ମାର୍କେଟ୍‌ରୁ ୫୦୦ ଟଙ୍କିଆ ନୋଟ୍ ହଟାଇ ନେବ ଆର୍‌ବିଆଇ। ଅର୍ଥାତ୍ ଏହି ନୋଟ୍ ଆଉ ପ୍ରଚଳନ ହେବ ନାହିଁ। ସରକାରି ସଂସ୍ଥା PIB ତରଫରୁ ସୋସିଆଲ ମିଡିଆ ଏକ୍ସରେ ଏହି ମସେଜ୍‌ କୁ ଖଣ୍ଡନ କରାଯାଇଛି । PIB ତରଫରୁ କୁହାଯାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ୫୦୦ ଟଙ୍କିଆ ନୋଟ୍‌କୁ ବନ୍ଦ କରିବାର କୌଣସି ଘୋଷଣା କରାଯାଇନି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜ୍‌ ସମ୍ପୂର୍ଣ୍ଣ ମିଛ । ଏହି ଭାଇରାଲ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା କେବଳ ଏକ ଗୁଜବ। ସରକାରଙ୍କ ପକ୍ଷରୁ ବାରମ୍ବାର ସ୍ପଷ୍ଟ କରାଯାଇଛି ଯେ, ୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାର କୌଣସି ଯୋଜନା ବର୍ତ୍ତମାନ ନାହିଁ ।୫୦୦ ଟଙ୍କିଆ ଉଠି ଯିବ ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ…

Read More