Author: sanitelevision

ରାୟଗଡାରେ ବିଦ୍ୟାଳୟରେ ଖେଳୁଥିବା ବେଳେ ବଡ ଅଘଟଣ । ପାଇକଡାକୁଲଗୁଡା ହାଇସ୍କୁଲରେ ପୋଡିହୋଇ ୪ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ୪ ଛାତ୍ରଙ୍କ ଉପରେ ଥିନର ଢାଳି ନିଆଁ ଲଗାଇଦେଲେ ଆଉ ଜଣେ ଛାତ୍ର । ନିଆଁ ଲାଗିବା ପରେ ତୁରନ୍ତ ଗୁରୁତର ଛାତ୍ରମାନଙ୍କୁ ବିଷମକଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ ସପ୍ତମ ଓ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ଥିନର ଢାଳି ନିଆଁ ଲଗାଇବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାବ ବାଘ ଆହତ ଅଛନ୍ତି। ବିଦ୍ୟାଳୟ କାର୍ଯ୍ୟ ସମୟ ଭିତରେ ଛାତ୍ରମାନେ ପୋଡ଼ିଯିବା ଏକ ନିନ୍ଦନିୟ ଘଟଣା ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି…

Read More

ତାମିଲନାଡୁର ମହାବଲୀପୁରମରୁ ବିହାରର ଗୋପାଳଗଞ୍ଜ ସହରରେ ପହଞ୍ଚିଛି ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ । ମିଳିଥିବା ସୂଚନା ଅନୁସାରେ, ଏହି ବିଶାଳ ଶିବଲିଙ୍ଗ ବିହାରର ପୂର୍ବ ଚମ୍ପାରଣରେ ଥିବା ବିଶାଳ ରାମାୟଣ ମନ୍ଦିରରେ ସ୍ଥାପିତ କରାଯିବ । ବିହାର ଯିବା ବାଟରେ ଶିବଲିଙ୍ଗ ଗୋପାଳଗଞ୍ଜରେ ପହଞ୍ଚିବା ମାତ୍ରେ ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ଏବଂ ଫଟୋ ଉଠାଇବା ପାଇଁ ଏକାଠି ହୋଇଥିଲେ । ଏହି ଶିବଲିଙ୍ଗର ଲମ୍ବା ୩୩ ଫୁଟ ରହିଥିବା ବେଳେ ଓଜନ ୨୧୦ ମେଟ୍ରିନ ଟନ୍ ରହିଛି । ଏହି ବିଶାଳ ଶିବଲିଙ୍ଗର ସ୍ଥାପନା ୧୭ ଜାନୁଆରୀରେ କେସରିୟାର ପ୍ରଖଣ୍ଡ ସ୍ଥିତ ବିରାଟ ରାମାୟଣ ମନ୍ଦିରରେ ବିଧିବିଧାନରେ ସ୍ଥାପିତ ହେବ । ତାମିଲନାଡୁର ମହାବଳୀପୁରମରୁ ୨୧ ନଭେମ୍ବରରେ ବାହାରିଥିଲା ଶିବଲିଙ୍ଗ । ପାଖାପାଖି ୪୫ ଦିନ ଯାତ୍ରା କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ହୋଇ ବିହାରରେ ପହଞ୍ଚିଛି । ଶିବଲିଙ୍ଗ ପହଞ୍ଚିବା…

Read More

ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ ମିଲରମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ ସହ ବୈଠକ ବସିଥିଲା । ମିଲର୍ସ ମାନଙ୍କ ସହ ଆଲୋଚନା ପରେ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ଗତକାଲି ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ବିଭାଗ ମିଲର୍ସଙ୍କ ଦାବି ପୂରଣ ନେଇ ସଚେତନ ଅଛନ୍ତି । ସେମାନଙ୍କୁ ସମୟ ମଗାଯାଇଛି । ଦାବି ପୂରଣ କରାଯିବ । ଧାନ କିଣା ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ ସେ ନେଇ ସରକାର ତତ୍ପର ଅଛନ୍ତି । ଅନ୍ୟପଟେ ଜାନୁଆରି ୧୦ ସୁଦ୍ଧା ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମଣ୍ଡିରେ ଧାନକିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନି‌ର୍ଦ୍ଦେଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା…

Read More

ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରହେମାନଙ୍କୁ କେକେଆର ଟିମରୁ ରିଲିଜ କରିବା ପରେ ବାଂଲାଦେଶ ନେଲା ପଦକ୍ଷେପ । ଆଇପିଏଲ ଟେଲିକାଷ୍ଟକୁ ବାଂଲାଦେଶରେ ଅନିଶ୍ଚିତକାଳ ପାଇଁ ବ୍ୟାନ୍ କରିଛି ୟୁନୁସ ସରକାର । ଫଳରେ ବାଂଲାଦେଶରେ ଥିବା କ୍ରିକେଟ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୬ ସିଜିନ୍ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଦଳରୁ ଷ୍ଟାର ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ ଦାବି କରିବା ପରେ ଏହି ନିଷ୍ପତ୍ତି ଆସିଛି। ବାଂଲାଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଟିଭି ଚ୍ୟାନେଲଗୁଡ଼ିକୁ ଚିଠି ଲେଖି କହିଛି ଯେ ବିସିସିଆଇର ଏହି ଆହ୍ୱାନ ପଛରେ କୌଣସି ‘ଯୌକ୍ତିକ କାରଣ’ ନାହିଁ। ଏହି ନିଷ୍ପତ୍ତି ବାଂଲାଦେଶର ଲୋକମାନଙ୍କୁ ‘ବ୍ୟଥିତ, ଦୁଃଖିତ ଏବଂ ମର୍ମାହତ’ କରିଛି ଏବଂ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇପିଏଲ ପ୍ରସାରଣ ଉପରେ ପ୍ରତିବନ୍ଧକ ନିର୍ଦ୍ଦେଶ ଜାରି କରାଯାଇଛି।ଏହାପୂର୍ବରୁ ବାଂଲାଦେଶ…

Read More

ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍‌ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି ।ଏଇଇ ୩୨ ହଜାର ଟଙ୍କା ନେଇଥିବାବେଳେ ଜଇେ ୨୮ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ।୨୫ ଲକ୍ଷ ଟଙ୍କାର ପ୍ରକଳ୍ପ ବିଲ୍ ପାସ୍ କରିବା ପାଇଁ ଏହି ଲାଞ୍ଚ ମାଗୁଥିଲେ । ସବୁ ବିଲ୍ ହୋଇଥିବାବେଳେ ୫ ଲକ୍ଷ ଟଙ୍କାର ବିଲ୍ ଅଟକାଇ ରଖିଥିଲେ । ଏହି ବିଲକୁ ପାସ କରିବା ପାଇଁ ଲାଞ୍ଚ ନେଉଥିଲେ । ତେବେ ଏକ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିବାବେଳେ ୬୦ ହଜାର ଦେବାକୁ ରାଜି ହୋଇଥିଲେ । ମାତ୍ର ବାରମ୍ବାର ହଇରାଣ କରି ଟଙ୍କା ମାଗୁଥିବାବେଳେ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ଠିକାଦାର…

Read More

ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଜିଲ୍ଲାସ୍ତରୀୟ ଅଧିକାରୀ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିଥିଲେ । ବିଳମ୍ବରେ ଆସିବାରୁ ଅଭିଯୋଗ ଶୁଣାଣି ଶିବିର ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ବାରଣ କରିଛନ୍ତି । ଯାହା ପରେ ପ୍ରଶାସନିକ ମହଲରେ ହଲଚଲ ସୃଷ୍ଟି କରିଛି ।ଜିଲ୍ଲାପାଳ ଅଭିଯୋଗ ଶୁଣାଣି କରୁଥିବା ବେଳେ ବାହାରେ ଜିଲ୍ଲା ଅବକାରୀ ଅଧିକ୍ଷକ, ଉପନିବନ୍ଧକ DRCS, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼ା ବିଡିଓ, ଜଙ୍ଗଲ ବିଭାଗର ଏସିଏଫ୍, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ଓ ଅନ୍ୟ କିଛି ଅଧିକାରୀ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା ।ଲୋକଙ୍କ ଅଭିଯୋଗକୁ ସରକାର ପ୍ରାଥମିକତା ଦେଉ ନଥିବା ଏବଂ ଏଥିରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ରହିଥିବାରୁ ଜିଲ୍ଲାପାଳ…

Read More

ଦେବ୍ରିଗଡ଼କୁ ଆସିବେ ୨ ନୂଆ ବାଘ । ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ।ମନ୍ତ୍ରୀ କହିଛନ୍ତି, ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ । ସେମାନେ ସୁରକ୍ଷିତ ଅଛନ୍ତି । ବଂଶବୃଦ୍ଧି ନେଇ ପ୍ରୟାସ ଜାରି ରହିଛି । ଜିପିଏସ ଟ୍ରାକିଙ୍ଗ କରାଯାଉଛି । କ୍ୟାମେରା ମାଧ୍ୟମରେ ମନିଟରିଂ ଜାରି ରହିଛି ।

Read More

ପୁରୀ ଗଜପତି ମହାରାଜାଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଆଜି ଅନୁଷ୍ଠିତ ହବ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ହେବେ।ଅଭିଷକ ନୀତି,ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହେବ । ଦେବୀପ୍ରସାଦ ରାଜଗୁରୁ ଓ ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିବେ । ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯିବ । ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯିବ । ଗଜପତି ତାଙ୍କର ପାରମ୍ପରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବା ସହିତ ଆଶୀର୍ବାଦ ଦେବେ ।

Read More

ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ । ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍‌ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର ।୧୭ ନଂ ବସରେ ବସି ଯାତ୍ରୀଙ୍କ ମତାମତ ନେବା ସହ ଆମ ବସର ସୁରକ୍ଷା ସ୍ଥିତିକୁ ଯାଞ୍ଚ କରିଛନ୍ତି କମିଶନର । କମିଶନଙ୍କ ନିକଟରେ ଆମ ବସର ଯାତ୍ରୀ ବିଭିନ୍ନ ସମସ୍ୟା ରଖିଛନ୍ତି । ବିଶେଷ କରି ଯାତ୍ରା ସମୟରେ ବସ ଡ୍ରାଇଭର ଗାଡି ଚଳାଇବା ଏବଂ କଣ୍ଡକ୍ଟରଙ୍କ ବ୍ୟବହାର ସଂପର୍କରେ ପଚାରି ବୁଝିଛନ୍ତି ଅମିତାଭ ଠାକୁର । ଆମ ବସରେ ଯାତ୍ରା କରିବା ସହିତ ସମସ୍ୟା ମଧ୍ୟ ବୁଝିଛନ୍ତି । ଏବଂ ଆଗକୁ କିଛି ସୁଧାର ଅଣାଯିବ ବୋଲି କହିଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି ପରିବହନ କମିଶନର ।ବାରମ୍ବାର ଆମ୍ ବସ୍ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା…

Read More

ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଓଡ଼ିଶାର ବାୟୁ ମାନ ଏବେ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି। ଏପଟେ ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର ପ୍ୟୁରିଫାୟର୍(ବାୟୁ ଶୋଧକ ଯନ୍ତ୍ର) ଲାଗିବ ।ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ ଲଗାଇବ ବିଏମ୍‌ସି । ରବିବାର ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି ।ମେୟର କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା କରାଯାଇଛି । ଏହା ପରେ ମେସିନ କିଣାଯାଇ ଲଗାଯିବ । ଫଳରେ ଭୁବନେଶ୍ୱରବାସୀ ବିଷାକ୍ତ ବାୟୁ କବଳରୁ ରକ୍ଷା ପାଇବେ । ଏହା ସହରର ପ୍ରମୁଖ ସ୍ଥାନରେ ଲାଗିବ ବୋଲି ସେ ସୂଚନା…

Read More