ଟେଟ୍ରା ପ୍ୟାକ୍ ଏବଂ ସାଚେଟ୍ ଭଳି ଅସ୍ପଷ୍ଟ ପ୍ୟାକେଜ୍ ରେ ମଦ ବିକ୍ରୟ ଉପରେ ନିଷେଧ ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି । କହିଛନ୍ତି ଯେ ଏପରି ପ୍ୟାକେଜିଂ ଗ୍ରାହକମାନଙ୍କୁ ଭ୍ରମିତ କରିପାରେ ଏବଂ ନାବାଳକମାନଙ୍କୁ ମଦ୍ୟପାନ କରିବାକୁ ଉତ୍ସାହିତ କରିପାରେ।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟର ଅବକାରୀ ବିଭାଗକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।ଏହି ଟେଟ୍ରା ପ୍ୟାକ୍ ଗୁଡ଼ିକୁ ସ୍କୁଲ୍ ବା କଲେଜ ପିଲାମାନେ ସହଜରେ ବ୍ୟାଗରେ ପୂରାଇ ନେଇପାରୁଛନ୍ତି । ବାପାମାଆ ବା ଶିକ୍ଷକ ଏହାକୁ ଜୁସ୍ ଭାବି ଭ୍ରମରେ ପଡ଼ୁଛନ୍ତି । ହାଲୁକା ଏବଂ ସହଜରେ ଲୁଚାଯାଇପାରୁଥିବାରୁ ପାର୍କ, ଗାଡ଼ି, ସିନେମା ହଲ୍ ଏବଂ ଶିକ୍ଷାନୁଷ୍ଠାନ ଆଖପାଖରେ ଏହାର ବ୍ୟବହାର ବଢୁଛି । ଏହି ପ୍ୟାକେଟ୍ ଗୁଡ଼ିକ ହାଲୁକା ଏବଂ ଭାଙ୍ଗିବାର ଭୟ ନଥିବାରୁ ରାଜ୍ୟ ସୀମା ପାର୍ କରାଇ…
Author: sanitelevision
ବାଲିଅନ୍ତା ବର୍ବରତା ପରେ ଶେଷରେ ଚେତିଛି କମିଶନରେଟ୍ ପୋଲିସ । ଟ୍ଵିନ୍ ସିଟିରେ ନାରୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆସିଛି ନୂଆ ମୋବାଇଲ୍ ଆପ୍ ‘ଉଇ କେୟାର ସାଥୀ’ (We Care Sathi) । ଏହାସହ ଅପରାଧୀ ଓ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ ‘ସରାଇ’ ଆପ୍ର ଅପଗ୍ରେଡେଡ୍ ଭର୍ସନ ‘ସରାଇ ୨.୦’ ମଧ୍ୟ ଲଞ୍ଚ କରାଯାଇଛି । ତତକ୍ଷଣାତ୍ SOS ଏବଂ ଫଟୋଗ୍ରାଫି: ଆପ୍ର SOS ବଟନ୍କୁ ଥରେ ଟ୍ୟାପ୍ କଲେ, ଫୋନ୍ କ୍ୟାମେରା ସ୍ୱୟଂଚାଳିତ ଭାବେ ୩ଟି ଫଟୋ ଉଠାଇଥାଏ।ଲାଇଭ୍ ଲୋକସେସନ୍ : ଉପଭୋକ୍ତାଙ୍କର GPS ଲୋକେସନ୍ ଏବଂ ଫଟୋଗୁଡ଼ିକ ସିଧାସଳଖ ପୁଲିସ କଣ୍ଟ୍ରୋଲ ରୁମ୍କୁ ଚାଲିଯାଏ।ଆପାତକାଳୀନ କଲ୍: ଫଟୋ ଉଠିବା ପରେ, ଆପ୍ ସ୍ୱୟଂଚାଳିତ ଭାବେ ଫୋନ୍ର ଡାଏଲପ୍ୟାଡ୍କୁ ୧୧୨ (112) ନମ୍ବରକୁ ନେଇଯାଏ, ଯାହାଫଳରେ ଆପଣ ପୁଲିସ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ସେବା ସହ କଥା ହୋଇପାରିବେ।ଭିଡିଓ ପ୍ରମାଣ: କଲ୍ ସରିବା ପରେ,…
ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ସେଥିପାଇଁ ତାଙ୍କ ପଦଯାତ୍ରା ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଥିଛି । ଏହାସହ ତାଙ୍କର ଏକାନ୍ତିକ ଦର୍ଶନ ବି ବନ୍ଦ ରଖାଯାଇଛି ।ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଥମିକ ସୂଚନା ଅନୁଯାୟୀ, ସନ୍ଥ ପ୍ରେମାନନ୍ଦ ସୁସ୍ଥ ଅଛନ୍ତି ଏବଂ ଚିନ୍ତାର କୌଣସି କାରଣ ନାହିଁ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ଉନ୍ନତି ଆସୁଛି ।ପ୍ରେମାନନ୍ଦ ମହାରାଜଙ୍କ ଭକ୍ତମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ତାଙ୍କର ପଦଯାତ୍ରା ଆରମ୍ଭ ଏବଂ ଦର୍ଶନ ପୁନଃ ଆରମ୍ଭ ସମ୍ପର୍କରେ କୌଣସି ବାର୍ତ୍ତା କିମ୍ବା ଗୁଜବ ଉପରେ ସେମାନେ ଧ୍ୟାନ ଦେବା ଉଚିତ ନୁହେଁ । ଏହା ଉଲ୍ଲେଖନୀୟ ଯେ ପ୍ରେମାନନ୍ଦ ମହାରାଜ କିଡନୀ ସମସ୍ୟାରେ ପୀଡିତ ଏବଂ ନିୟମିତ ଡାଏଲିସିସ୍ କରୁଛନ୍ତି ।
ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ପ୍ରକାଶ ପରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କୌଣସି ଗୋଟିଏ ବିଷୟରେ ଇମ୍ପୁଭମେଣ୍ଟ ପାଇଁ ସୁଯୋଗ ମିଳିପାରିବ । ପିଲା ଜଣଙ୍କ ପାସ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷାର ସୁଯୋଗ ପାଇପାରିବେ । ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପୁଭମେଣ୍ଟ ପରୀକ୍ଷା । ସୂଚନାମୁତାବକ ପ୍ରକଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳା, ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଆଗୁଆ ରହିଛନ୍ତି ଛାତ୍ରୀ । କଳାରେ ଛାତ୍ରଙ୍କ ପାସ ହାର ୭୭.୯୭% ଥିବାବେଳେ ଛାତ୍ରୀଙ୍କ ପାସ ହାର ରହିଛି ୮୯.୪୫%। କଳାରେ ମୋଟ ପାସହାର ୮୪.୫୦% । ସେହିପରି ବାଣିଜ୍ୟରେ ଛାତ୍ରଙ୍କ ପାସହାର ୮୬.୬୭% ଥିବାବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୪୩% । ବାଣିଜ୍ୟରେ ମୋଟ ପାସହାର…
ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗିରଫ ପରେ ବୁଧବାର ତାଙ୍କୁ ଭବାନୀପାଟଣାର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ । ଓଡିଶା ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କର ୮୩ ଏକର ଜମି ସହିତ ସ୍ଥାବର/ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି। ଖବର ଅନୁଯାୟୀ, ମଙ୍ଗଳବାର ଭିଜିଲାନ୍ସ ଟିମ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ଭୁବନେଶ୍ୱର ଶବରଙ୍କ ପାଖରେ ୫ଟି କୋଠା, ୮୩ ଏକର ଜମି, ୧୭ ଏକର ପରିମିତ ୨ଟି ଫାର୍ମ ହାଉସ୍, ୮ଟି କ୍ୟାବିନ୍ ସହିତ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଇତ୍ୟାଦି ପରିସୀମାଠାରୁ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଛି । ଯାହାକୁ ସେ ସନ୍ତୋଷଜନକ ଭାବରେ ବ୍ୟାଖ୍ୟା କରିପାରିନଥିଲେ । ଭୁବନେଶ୍ୱରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ କୋରାପୁଟ…
ଆଗାମୀ ଦିନରେ ବୃଦ୍ଧି ପାଇବ ଓଡ଼ିଶା ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତା । ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜିନିବେଶ ଏବଂ ଶିକ୍ଷା କ୍ଷେତ୍ରରେ ସହଭାଗୀତାକୁ ସୁଦୃଢ କରିବା ପାଇଁ ଜାପାନ ଏବଂ ଓଡିଶା ସରକାର ଆଗେଇ ଆସିଛନ୍ତି ।କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଏବଂ କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟିକ ସମ୍ପର୍କ ପାଇଁ ଜାପାନର ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଜାପାନ ଓଡିଶାରେ ଅଧିକ ନିବେଶ କରିବା ସହିତ ଓଡିଶାର ଶିଳ୍ପାୟନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।ବୈଠକର ନିଷ୍ପତ୍ତି ଅନୁଯାୟୀ ଜାପାନର…
ଆମେରିକା ସିନେଟ୍ରେ ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଶକ୍ତି ସୀମିତ କରିବାର ପ୍ରସ୍ତାବ ପାରିତ ହୋଇଯାଇଛି। ଭୋଟରେ ବିରୋଧୀ ଡେମୋକ୍ରାଟଙ୍କ ସହ ଚାରି ଜଣ ରିପବ୍ଲିକାନ ସାଂସଦ ସାମିଲ ହୋଇଥିଲେ। ତଥାପି ତିନି ଜଣ ରିପବ୍ଲିକାନ ସାଂସଦ ଭୋଟ ଦେବାରୁ ବିରତ ରହିଥିଲେ। ପ୍ରସ୍ତାବଟି ୫୦-୪୭ ଭୋଟରେ ଗୃହୀତ ହୋଇଛି, ଯଦିଓ ଏହାକୁ ଆଇନରେ ପରିଣତ ହେବା ପୂର୍ବରୁ ଆହୁରି ଅନେକ ପଦକ୍ଷେପ ଦେଇ ଯିବାକୁ ପଡିବ।ଯଦି ଏହା ଆଇନରେ ପରିଣତ ହୁଏ, ତେବେ ଇରାନ ବିରୁଦ୍ଧରେ ଯୁଦ୍ଧ ଜାରି ରଖିବା ପାଇଁ ଟ୍ରମ୍ପ ପ୍ରଶାସନକୁ କଂଗ୍ରେସ ଅନୁମୋଦନ ଆବଶ୍ୟକ ହେବ। ସେନେଟରେ ଏକ ଚୂଡ଼ାନ୍ତ ଭୋଟ୍ ଏପର୍ଯ୍ୟନ୍ତ ବାକି ଅଛି। ତା’ପରେ ଏହାକୁ ରିପବ୍ଲିକାନ-ବହୁଳତା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସ୍ ଦ୍ୱାରା ଅନୁମୋଦନ କରାଯିବା ଆବଶ୍ୟକ। ତଥାପି, ଏହା ପରେ ମଧ୍ୟ, ଟ୍ରମ୍ପ ଏହାକୁ ଭିଟୋ କରିପାରିବେ। ସେହି ଭିଟୋକୁ ଖାରଜ କରିବା ପାଇଁ ସେନେଟ୍ ଏବଂ ହାଉସ୍ ଉଭୟରେ…
ଛାତ୍ରୀଙ୍କୁ୨୪ ଘଣ୍ଟିଆ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ । ଆପକୁ ମୋବାଇଲରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି ଆପରେ ତଥ୍ୟ ଦେଇପାରିବେ ଛାତ୍ରୀ । ଏହି ଆପ୍କୁ ଶିକ୍ଷାର୍ଥୀମାନେ ମୋବାଇଲ୍ରେ ଡାଉନ୍ଲୋଡ୍ କରି କିପରି ବ୍ୟବହାର କରିବେ ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏହି ଆପ୍ରେ ମାଧ୍ୟମରେ ବିଶେଷ କରି ଛାତ୍ରୀମାନେ ବିଭିନ୍ନ ସୁରକ୍ଷା ସମ୍ପର୍କିତ ସେବା ପାଇବେ । ଏଥିରେ ଏସ୍ଓଏସ୍ ଆସିଷ୍ଟାଣ୍ଟ, ସେଫ୍ଟି ଚେକ୍ ଇନ୍, ଶିକ୍ଷାନୁଷ୍ଠାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘୋଷଣା ତଥା ସୂଚନା, କାଉନ୍ସେଲିଂ ସପୋର୍ଟ ସମେତ ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ ରହିଛି । ଅସୁବିଧା ସମୟରେ ଅନ୍ୟ ବ୍ୟକ୍ତିକୁ କିପରି ମୁକାବିଲା କରି ହେବ ତାକୁ ନେଇ ତାଲିମ ମଧ୍ୟ…
ଆସନ୍ତା ଜୁନ୍ ମାସରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ‘ମହୁମାଛି କରିଡର’ ପ୍ରକଳ୍ପ। ସମ୍ବଲପୁର, ବ୍ରହ୍ମପୁର ଏବଂ ଢେଙ୍କାନାଳ ରାଜପଥ ପାର୍ଶ୍ୱରେ ନିମ୍ବ, କରଞ୍ଜ, ଅର୍ଜୁନ, କଦମ୍ବ, ଜାମୁ, ତେନ୍ତୁଳି ଏବଂ କାଞ୍ଚନ୍ ଭଳି ପ୍ରାୟ ୨୦ ହଜାର ଗଛ ଲଗାଯିବ। ଜାତୀୟ ରାଜପଥ(ଏନ୍ଏଚ୍) ପାର୍ଶ୍ଵରେ ମହୁମାଛି କରିଡର ସୃଷ୍ଟି ହେବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସମ୍ବଲପୁର, ବ୍ରହ୍ମପୁର ଓ ଢେଙ୍କାନାଳରେ ଏଥିପାଇଁ ୩୦ କିମି ଚିହ୍ନଟ ହୋଇଛି।ଏବେ ମହୁମାଛିକୁ ଆକୃଷ୍ଟ କରିବା ପାଇଁ ଲାଗିବ ଫୁଲ ଗଛ। ଯେଉଁ ଗଛଗୁଡ଼ିକ ଲାଗିବ ସେଥିରେ ବର୍ଷର ବିଭିନ୍ନ ସମୟରେ ଭଳିକି ଭଳି ଫୁଲ ଫୁଟିବ ଏବଂ ମହୁମାଛିଙ୍କୁ ଆକୃଷ୍ଟ କରିବ। ଫଳରେ ମହୁ ଚାଷ ବୃଦ୍ଧି ପାଇବ। କଦମ୍ବ, ଜାମୁ, ନିମ ,ତେନ୍ତୁଲି,ଅର୍ଜୁନ,କରଞ୍ଜ ପରି ଗଛ ଲଗାଯିବ । ଯାହାକି ମହୁମାଛିଙ୍କୁ ରସ ଓ ପରାଗ ଯୋଗାଇବ । ଏଥିସହ ଗୁଳ୍ମ, ଔଷଧୀ ଓ ଘାସ ମଧ୍ୟ ଚାଷ…
ଇରାନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଖୁବ ଶୀଘ୍ର ଏକ ବୈଠକ ହେବାର ସମ୍ଭାବନା ରହିଛି। ଏହା ଆସନ୍ତାମାସରେ ଫ୍ରାନ୍ସରେ ହେବାକୁ ଥିବା G-7 ଶିଖର ସମ୍ମିଳନୀ ସମୟରେ ହୋଇପାରେ| ଟ୍ରମ୍ପଙ୍କ ଅପ୍ରତ୍ୟାଶିତ ଶୈଳୀ ଦୃଷ୍ଟିକୋଣରୁ ଜି-୭ ସମ୍ମିଳନୀ ବୈଠକ ଅବସରରେ ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ସ୍ବତନ୍ତ୍ର ବୈଠକକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। କିନ୍ତୁ ଏହି ବୈଠକ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ଦେଖାଦେଇଥିବା ବିବାଦର ସମାଧାନ କରିପାରିବ କି? ଭାରତ ଜି୭ର ସ୍ଥାୟୀ ସଦସ୍ୟ ନୁହେଁ, କିନ୍ତୁ ଏହା ନିୟମିତ ଭାବରେ ଏକ ବିଶେଷ ନିମନ୍ତ୍ରିତ ସଦସ୍ୟ ଭାବରେ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଆସୁଛି। ଚଳିତ ବର୍ଷ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୁନ୍ ୧୫-୧୭ ରେ ଏଭିଆନ୍-ଲେସ୍-ବେନ୍ସରେ ଅନୁଷ୍ଠିତ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଥିଲେ।ଆମେରିକା ରାଷ୍ଟ୍ରପତି ଟ୍ରମ୍ପ…









