Author: sanitelevision

ପାକିସ୍ତାନ ମାଟିରେ ପୁଣି ଜଣେ ଭାରତର ଶତ୍ରୁ ନିହତ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଆତଙ୍କବାଦୀ ହାମଜା ବୁରହାନକୁ ଗୁଳି କରି ହତ୍ୟା କରିଛନ୍ତି। କିଛି ଅଜ୍ଞାତ ବନ୍ଧୁକଧାରୀ ତାକୁ ଟାର୍ଗେଟ୍ କରି ଏହି ଏନକାଉଣ୍ଟର କରିଛନ୍ତି।ହମଜା ବୁରହାନ ପାକିସ୍ତାନ ସ୍ଥିତ ଏକ ଆତଙ୍କବାଦୀ ନେଟୱାର୍କ ସହିତ ଜଡିତ ଥିବା ଜଣାପଡିଛି ଏବଂ ପୁଲୱାମା ଆକ୍ରମଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଶ୍ୱାସ କରାଯାଉଛି। ୧୪ ଫେବୃଆରୀ, ୨୦୧୯ରେ ଜମ୍ମୁ ଏବଂ କଶ୍ମୀରରେ ପୁଲୱାମା ଆକ୍ରମଣ ହୋଇଥିଲା, ଯେଉଁଥିରେ ୪୦ ଜଣ ସିଆରପିଏଫ ସୈନିକ ଶହୀଦ ହୋଇଥିଲେ। ଏହି ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା, ଏବଂ ଭାରତ ପରବର୍ତ୍ତୀ ସମୟରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ବାଲାକୋଟ ଏୟାରଷ୍ଟ୍ରାଇକ କରିଥିଲା।

Read More

ନରୱେ ମହାରାଣୀ ଓ ରାଜାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାରରେ ଓଡ଼ିଶାର କଳାର ଝଲକ । ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ଯ୍ୟ ।ପ୍ରଧାନମନ୍ତ୍ରୀ ମୋଦି ନରୱେ ଗସ୍ତରେ ରାଜଧାନୀ ଓସ୍ଲୋରେ ରାଜା ହାରାଲ୍ଡ ଭି ଏବଂ ମହାରାଣୀ ସୋନଜାଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଜାଙ୍କୁ ତାରକସିର ଡଙ୍କା ଓ ମହାରାଣୀ ସୋନଜାଙ୍କୁ ଏକ ଅତ୍ୟନ୍ତ ସୁନ୍ଦର ଓ ପାରମ୍ପାରିକ ପଟ୍ଟଚିତ୍ର ଉପହାର ଦେଇଥିଲେ ।ତାଳ ପତ୍ର ଉପରେ ସୁନ୍ଦର କାରୁକାର୍ଯ୍ୟର ପଟ୍ଟଚିତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ। ସେହିପରି ରାଜା ହାରାଲ୍ଡ ଭିଙ୍କୁ ତାରକସି କଳାରେ ତିଆରି ରୂପାର ନୌକା ଉପହାର ଦେଇଥିଲେ। କଟକର ତାରକସି ଏକ ପ୍ରାଚୀନ ରୂପା ଫିଲିଗ୍ରୀ କଳା । ଏଥିରେ ଅତ୍ୟନ୍ତ ସୂକ୍ଷ୍ମ ରୂପା ତାରକୁ ବୁଣି ଜାଲି ପରି ଡିଜାଇନ୍ ତିଆରି କରାଯାଏ। ତେବେ ଓଡ଼ିଶାର ଏହି ପ୍ରାଚୀନ ଏବଂ ଜଟିଳ କଳା ଶୈଳୀର ଏକ…

Read More

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଆଜି ରଥ ନିର୍ମାଣର ୩୦ ତମ ଦିନରେ ରଥ ନିର୍ମାଣକାରୀ ସେବକମାନେ ସବୁଦିନ ପରି ରଥଖଳାଠାରେ ପହଞ୍ଚି ରଥ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତିନି ରଥର ୪୨ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ରଥଚାଳିରେ ମହାରଣା ସେବକ ମାନେ ଗରାଗରାର ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି । ରଥ ଅମିନ ଲକ୍ଷ୍‌ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନିରଥ ଚାଳିକୁ ଗରଗରା ନିର୍ମାଣ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରାକାଠ ଯୋଗାଇ ଦେଇଛନ୍ତି ତିନି ରଥର ମହାରଣା ସେବକମାନେ ଏହି ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଛନ୍ତି । ତିନି ରଥର ମହାରଣା ସେବକମାନେ ଏହି ୨୦ ଫୁଟିଆ ଧଉରା କାଠର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୋଇ ସେବକମାନେ ରଥ ଚାଳିରେ…

Read More

ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୫୯ ବର୍ଷ ପରେ କ୍ୟାବିନେଟକୁ ଫେରିଛି କଂଗ୍ରେସ । ୩୩ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ କ୍ୟାବିନେଟ୍ ଗଠନ କରିଛନ୍ତି ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ । ଟିଭିକେର ୨୧, କଂଗ୍ରେସର ୨ ଜଣଙ୍କୁ ବିଜୟ କ୍ୟାବିନେଟରେ ସ୍ଥାନ ମିଳିଛି । କ୍ୟାବିନେଟରେ ଅନ୍ୟାନ୍ୟ ସହଯୋଗୀ ଦଳକୁ ୧୦ଟି ଆସନ ମିଳିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉପସ୍ଥିତିରେ ୨ କଂଗ୍ରେସ ବିଧାୟକ ଏବଂ ୨୧ ଟିଭିକେ ଏମଏଲଏ ଶପଥ ନେଇଛନ୍ତି ।

Read More

ଆଫ୍ରିକାରେ ଇବୋଲା ଭାଇରସ ପ୍ରକୋପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସତର୍କତା ବୃଦ୍ଧି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ ଏବଂ ଉଗାଣ୍ଡାରେ ଇବୋଲା ପ୍ରକୋପକୁ ଏମରଜେନ୍ସି ଅଫ ଇଣ୍ଟରନ୍ୟାସନାଲ କନସର୍ନ ଘୋଷଣା କରିବା ପରେ ମୋଦି ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ପରିବହନ କରୁଥିବା ଯାତ୍ରୀମାନେ ସତର୍କ ରହିବା ଉଚିତ। ଡିଆର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନ ଭଳି ଉଚ୍ଚ ବିପଦପୂର୍ଣ୍ଣ ଦେଶଗୁଡ଼ିକୁ ଯାତ୍ରା କରୁଥିବା ଯାତ୍ରୀମାନେ ଯଦି ଇବୋଲା ସମ୍ବନ୍ଧୀୟ କୌଣସି ଲକ୍ଷଣ ଅନୁଭବ କରନ୍ତି ତେବେ ତୁରନ୍ତ ପଦକ୍ଷେପ ନେବା ଉଚିତ। ତେବେ ଏହାର ଲକ୍ଷଣ ବି ଅତ୍ୟନ୍ତ ସ୍ୱାଭାବିକ। ଯଦି ଏହି ଦେଶଗୁଡ଼ିକରୁ ଦିଲ୍ଲୀ ବିମାନବନ୍ଦରରେ ଆସୁଥିବା ଯାତ୍ରୀମାନେ ଜ୍ୱର, ଦୁର୍ବଳତା କିମ୍ବା…

Read More

ପଶ୍ଚିମବଙ୍ଗର ନବନିର୍ବାଚିତ ବିଜେପି ସରକାର ରାଜ୍ୟରେ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ଦୈନିକ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି ।ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଏହାର ତଦାରଖ କରୁଛି । ଚଳିତ ବର୍ଷ ଫେବୃଆରୀ ମାସରେ କେନ୍ଦ୍ର ସରକାର ‘ବନ୍ଦେ ମାତରମ୍’ କୁ ଜାତୀୟ ସଙ୍ଗୀତ ସହ ସମାନ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ, ସରକାରୀ କାର୍ଯ୍ୟକ୍ରମ ଏବଂ ସ୍କୁଲଗୁଡ଼ିକରେ ଜାତୀୟ ସଙ୍ଗୀତ ସହିତ ଜାତୀୟ ଗୀତର ସମସ୍ତ ଛଅଟିଯାକ ସ୍ତବକ ଗାନ କରିବା ବାଧ୍ୟତାମୂଳକ ହୋଇଛି । ପୂର୍ବରୁ ଏହି ନିୟମ କେବଳ ସାଧାରଣ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଲାଗୁ ଥିବାବେଳେ, ଏବେ ଏହାକୁ ମଦ୍ରାସା ଗୁଡ଼ିକ ପାଇଁ ମଧ୍ୟ ଲାଗୁ କରାଯାଇଛି…

Read More

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ ଏବଂ ଇଟାଲୀର ସଫଳ କୂଟନୈତିକ ଗସ୍ତ ପରେ ନୂଆଦିଲ୍ଲୀ ଫେରିଛନ୍ତି। ତେବେ ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫ଟାରେ ବସିବ ମନ୍ତ୍ରିପରିଷଦ ବୈଠକ। ସେବା ତୀର୍ଥରେ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ବସିବାକୁ ଯାଉଛି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର କାର୍ଯ୍ୟକାରିତା ବ୍ୟାପକ ସମୀକ୍ଷା କରାଯିବ। ସରକାରୀ ଯୋଜନା ଏବଂ ନୀତିଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ସଂପର୍କରେ ମୂଲ୍ୟାଙ୍କନ କରାଯିବ।ଏହି ବୈଠକରେ ପଶ୍ଚିମ ଏସିଆ ସଙ୍କଟ ଓ କ୍ୟାବିନେଟ ଅଦଳବଦଳ ନେଇ ଚର୍ଚ୍ଚା ହେବ ବୋଲି ଜଣାପଡ଼ିଛି। ସବୁ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ୭୨ ଜଣ ସଦସ୍ୟ ଅଛନ୍ତି। ସର୍ବାଧିକ ୮୧ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇପାରିବ। କିଛି ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା…

Read More

ଝାରସୁଗୁଡ଼ା ହସ୍ପିଟାଲରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ପ୍ରତିକ୍ରିୟା ଦେଲେ CWC ଅଧ୍ୟକ୍ଷା । କହିଲେ, ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସମେତ ଜଣେ ଯୁବତୀ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା CWC ଅଧ୍ୟକ୍ଷା କହିଛନ୍ତି । ସୁଚନା ମୁତାବକ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ । ଏହି ଦୁଷ୍କର୍ମ ଘଟଣାରେ ଜଣେ ଯୁବତୀଙ୍କ ସଂପୃକ୍ତି ସାମ୍ନାକୁ ଆସିଛି । ଅଭିଯୋଗ ପରେ ପୁଲିସ ଜଣେ ଯୁବତୀଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସୋମବାର ରାତିରେ ଘଟିଛି ଏହି ଅଘଟଣ । ପୁଲିସ ସୂଚନା ଅନୁସାରେ ପୀଡ଼ିତା ନାବାଳିକାଙ୍କ ସହ ଅଭିଯୁକ୍ତ ଝାରସୁଗୁଡ଼ା ବୁରୋମାଲ ଅଞ୍ଚଳର ରାଜା ବେସନ ନାମକ ଯୁବକଙ୍କ ଇନ୍‌ଷ୍ଟାଗ୍ରାମରେ ବନ୍ଧୁତା ଥିଲା । ପୀଡ଼ିତାଙ୍କ ପିଉସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ…

Read More

ଜଟଣୀ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ ହୋଇଛି । ଜଟଣୀ ଥାନା ପୁଲିସ ସେଠାରୁ ୫ ଦେହଜୀବୀଙ୍କୁ ଉଦ୍ଧାର କରିଛି। ରାକେଟ୍‌ର କିଙ୍ଗପିନ୍ ସାଜିଥିବା ଜଣେ ବୃଦ୍ଧାଙ୍କ ସମେତ ୪ ଗ୍ରାହକଙ୍କୁ ପୁଲିସ ଗିରଫ କରିଛି ।ସୂଚନା ମୁତାବକ, କିଙ୍ଗପିନ୍ ଜଣକ ଉକ୍ତ ଘରେ ଦୀର୍ଘ ଦିନ ଧରି ଭଡ଼ାସୂତ୍ରରେ ରହୁଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଜବରଦସ୍ତି ଏହି ଘରେ ରହି ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ । ସ୍ଥାନୀୟ ବାସିନ୍ଦା ଦେହ ବେପାର ଚାଲୁଥିବାର ସନ୍ଦେହ କରିବା ସହ ବିରୋଧ କରୁଥିଲେ । କିନ୍ତୁ ସେଠାରେ ଯୁବତୀମାନଙ୍କୁ ଧନ୍ଧାମୂଳକ ଶିକ୍ଷା ଦିଆଯାଉଥିବା ଦର୍ଶାଇ କିଙ୍ଗପିନ୍ ଖସିଯାଉଥିଲେ । କିନ୍ତୁ ରାତିରେ ଚାଲୁଥିଲା ଦେହ ବ୍ୟବସାୟ। ଗ୍ରାହକ ଆସୁଥିଲେ ଆଉ କିଛି ଘଣ୍ଟା ରହି ଚାଲିଯାଉଥିଲେ। ତେବେ ପୁଲିସ ଏହି ଖବର ପାଇ ଗତ ରାତିରେ ରାତି ୮ଟା ବେଳେ ଅଚାନକ୍…

Read More

ରାଜ୍ୟରେ ଜାରି ରହିବ ଅସହ୍ୟ ତାତି । ଆସନ୍ତା ୨୯ କିମ୍ବା ୩୦ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଇପାରେ ।ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ଏବଂ ଉଷ୍ମ ରାତି ନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗକୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।ଅନ୍ୟପଟେ ଜୁନ ୫ ତାରିଖ ପୂର୍ବରୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନଥିବାରୁ ଆହୁରି କିଛି ଦିନ ଯାଏଁ ଲୋକଙ୍କୁ ତାତି ସହିବାକୁ ପଡ଼ିବ । ଗତକାଲି ଝାରସୁଗୁଡ଼ାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୬ ଡିଗ୍ରି ରେକର୍ଡ କରାଯାଇଛି ।ପାଣିପାଗ ବିଭାଗ ସତର୍କ କରାଇଛି, ଗୁରୁବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଓ ବଲାଙ୍ଗୀରରେ ଭୀଷଣ ଗ୍ରୀଷ୍ମ ପ୍ରବାହ (ସିଭିୟର ହିଟ୍ ୱେଭ) ସ୍ଥିତି ରହିପାରେ । ଏହି ଦୁଇ ସହର ସହ ସୁନ୍ଦରଗଡ଼ରେ ରାତି ତାପମାତ୍ରା ସ୍ୱାଭାବିକଠାରୁ…

Read More