୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ କମିଶନ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ୨୦୨୬ ଜୁନ୍ ୧୮ ତାରିଖରେ ଅନୁଷ୍ଠିତ ହେବ। ୮ ଜୁନ୍ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ ଏବଂ ୯ ଜୁନରେ ଯାଞ୍ଚ ଆରମ୍ଭ ହେବ । ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଜୁନ୍ ୧୮ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ସନ୍ଧ୍ୟାରେ ଭୋଟ୍ ଗଣନା କରାଯିବ । ଜୁନ୍ ୨୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବ ।ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, କର୍ଣ୍ଣାଟକ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ଅନ୍ତର୍ଭୁକ୍ତ। ଆନ୍ଧ୍ର…
Author: sanitelevision
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ୨୩ ମେ’ ୨୦୨୬ରୁ ବ୍ୟାଙ୍କ ଶାଖାଗୁଡ଼ିକ ଛଅ ଦିନ ପାଇଁ ବନ୍ଦ ରହିବ ଏବଂ ଏହି ବନ୍ଦ ଦେଶବ୍ୟାପୀ ହୋଇପାରେ। ତେବେ ବ୍ୟାଙ୍କ ବନ୍ଦ ରହିଲେ ବି ଅନଲାଇନ କାମ ଜାରି ରହିବ। ଯାହା ମାଧ୍ୟମରେ ଆପଣ ନେଟ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଅନ୍ୟ ସେବା ଗୁଡ଼ିକ ମଧ୍ୟ ଉପଯୋଗ କରିପାରିବେ। କିନ୍ତୁ ଯଦି ଆପଣ ଏସିବଆଇ ବ୍ରାଞ୍ଚକୁ ଯାଇକି କାମ ପୁରା କରିବାର ଅଛି ତେବେ ୨୩ ମେ’ ପୂର୍ବରୁ ଯାଇ ସବୁ କାମ ସାରିବା ଉଚିତ।ଛଅ ଦିନ ପାଇଁ ବ୍ୟାଙ୍କ ବନ୍ଦ ହେବାର କାରଣ ହେଉଛି ସପ୍ତାହାନ୍ତ, ପ୍ରସ୍ତାବିତ ଦୁଇ ଦିନିଆ ଧର୍ମଘଟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଇଦ-ଉଲ-ଅଜହା ପାଇଁ ଦୁଇଦିନିଆ ଛୁଟି ରହିଛି। RBI ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଜାମ୍ମୁ ଏବଂ କାଶ୍ମୀରରେ ବ୍ୟାଙ୍କଗୁଡ଼ିକ ବକ୍ରୀଦ୍ ଉପଲକ୍ଷେ ଦୁଇ ଦିନ (୨୭ ଏବଂ ୨୮…
ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି । ହାଇକୋର୍ଟଙ୍କ ଏହି ଗ୍ରୀଷ୍ମ ଛୁଟି ସମୟରେ ୮ ଦିନ ଅବକାଶକାଳୀନ ଅଦାଲତ ଚାଲିବ । ପୂର୍ବ ନିଷ୍ପତ୍ତି ଅନୁସାରେ ଅବକାଶକାଳୀନ ସମସ୍ତ ଅଦାଲତ ଭର୍ଚୁଆଲ୍ ମୋଡରେ କାର୍ଯ୍ୟ କରିବ । ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୋର୍ଟ ବିଭିନ୍ନ ମାମଲାର ଶୁଣାଣି କରିବେ ।ଜୁନ୍ ୨୨ ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧ, ହର୍ମୁଜ କଟକଣା ଓ ତୈଳ ସଙ୍କଟ ଭିତରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଏହି ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ରୁବିଓ । କହିଛନ୍ତି, ଭାରତ ଯେତେ ଇନ୍ଧନ କିଣିବାକୁ ଚାହୁଁଛି ତାହା ଦେବାକୁ ଆମେରିକା ପ୍ରସ୍ତୁତ ଅଛି ।ମିଆମୀଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ ରୁବିଓ ଭାରତକୁ ଆମେରିକାର ଏକ ଚମତ୍କାର ସହଯୋଗୀ ଏବଂ ସଂପର୍କୀୟ ଭାବେ ଅଭିହିତ କରିଛନ୍ତି । ସମାଚାର ଏଜେନ୍ସି ପିଟିଆଇ (PTI) ର ରିପୋର୍ଟ ଅନୁଯାୟୀ, ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଏହି ଭାରତ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମୟରେ ତାଙ୍କୁ ‘କ୍ୱାଡ୍’ ଦେଶଗୁଡ଼ିକର ବିଦେଶ ମନ୍ତ୍ରୀମାନଙ୍କୁ ଭେଟିବାର ସୁଯୋଗ ମିଳିବ ।ଭାରତ ସହ ଦୃଢ଼ ସମ୍ପର୍କର ସପକ୍ଷରେ ଯୁକ୍ତି ବାଢ଼ି ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି, “ଆମେ ଭାରତ ସହିତ ମିଶି ବହୁତ ଭଲ…
ବାଲିଅନ୍ତା ବର୍ବରକାଣ୍ଡ କାଣ୍ଡ ଘଟଣା । ସୋମ୍ୟ ହତ୍ୟା ମାମଲାରେ ତରବରିଆ ଭାବେ ଭୁଲ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଗିରଫ ୪ ଜଣଙ୍କ ପରିବାର କ୍ରାଇମବ୍ରାଞ୍ଚ ରେ ଦ୍ବାରସ୍ଥ ହୋଇଛି । ଘଟଣା ବେଳର ସିସିଟିଭି ଫୁଟେଜ୍କୁ ଦେଖାଇ ୪ଜଣ ଏହି ହତ୍ୟାକାଣ୍ଡରେ ସାମିଲ ନଥିବା ସଫେଇ ଦେଇଛନ୍ତି ।ଏହି ଘଣ୍ଟାଏ ସମୟ ଅବଧି ଭିତରେ ୪ଜଣ ଅଭିଯୁକ୍ତ ଅପରାଧସ୍ଥଳର ଆଖପାଖରେ ନଥିଲେ । ଜଣେ ମୋବାଇଲ୍ ସଜାଡ଼ିବା ପାଇଁ ହଂସପାଳର ମୋବାଇଲ୍ ମରାମତି ଦୋକାନକୁ ଯାଇଥିଲା । ଅନ୍ୟ ଜଣେ ବାଇକ୍ରେ ତେଲ ଭରିବା ପାଇଁ ଏକ ପେଟ୍ରୋଲ ପମ୍ପକୁ ଯାଇଥିଲା ।ସେହିପରି ଅନ୍ୟ ୨ଜଣଙ୍କ ମଧ୍ୟରୁ ଜଣେ ଘରୋଇ ସଂସ୍ଥାରେ ଚାକିରି କରନ୍ତି । ଘଟଣା ବେଳେ ସେ ତାଙ୍କ ଅଫିସରେ ଥିଲେ । ଏସବୁ ସମୟର ସିସି କ୍ୟାମେରା ଫୁଟେଜ୍କୁ ସେମାନେ କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । କ୍ରାଇମ୍ବ୍ରାଞ୍ଚ…
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗରମ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । ୫ଦିନ ଲାଗି ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ । ଏବେ ଗ୍ରୀଷ୍ମ ପ୍ରବାହ ସହିତ ରାତିରେ ଗରମ ଓ ଗୁଳୁଗୁଳି ଲାଗି ରହିବ । ବଲାଙ୍ଗୀର, ସମ୍ବଲପୁର, ନୟାଗଡ଼ ଓ ଝରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ହିଟ ୱେଭ ଜିଲ୍ଲା ଗୁଡିକ ହେଉଛି ଅନୁଗୁଳ , ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡା, ନୟାଗଡ଼, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ।ଆଗାମୀ ୫ ଦିନ ଯାଏଁ ପାଗରେ କିଛି ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୨୬/୨୭ ତାରିଖ ବେଳକୁ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ଆଇଏମ୍ଡିର ଆକଳନ ଅନୁଯାୟୀ, ଆସନ୍ତା ୨୮ ଓ ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି…
ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ା କାର୍ଯ୍ୟକୁ ବାଧାମୁକ୍ତ ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପୂର୍ବରୁ କାର୍ଯ୍ୟରତ ଥିବା ଅତିଥି ଅଧ୍ୟାପକମାନଙ୍କୁ ପୁନଃନିଯୁକ୍ତି ଦେବା ସହ କ୍ୟାମ୍ପସଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ନୂତନ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଅନ୍ୟପଟେ ସରକାରୀ ବିଶ୍ୱ ବିଦ୍ୟାଳୟ ରେ ବେଆଇ ନିଯୁକ୍ତି ନେଇ ତାଗିଦ କରିବା ସହ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛି ଉଚ୍ଚ ଶିକ୍ଷା ବିଭାଗ । ବେଆଇନ ନିଯୁକ୍ତି ଓ ସେମାନଙ୍କୁ ନିୟମିତ କରିବା ପ୍ରସ୍ତାବ ନେଇ ଚେତାବନୀ ଦିଆଯାଇଛି । ଉଚ୍ଚ ଶିକ୍ଷା ବିଭାଗର ବିନା ଅନୁମତିରେ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ କରାଯାଇଛି । ଏହା ଦ୍ୱାରା ସରକାର ଓ ବିଶ୍ୱିବିଦ୍ୟାଳୟ ଉପରେ ଆର୍ଥିକ ବୋଝ ପଡୁଛି । ବ୍ୟାକ ଡୋର ଏଣ୍ଟ୍ରିକୁ ସରକାର ବରଦାସ୍ତ…
୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଗାଁକୁ ପାଇପ୍ ଜଳ ଯୋଗାଇ ଦିଆଯିବ।ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୪୦୨ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଜୁନ୍ ଶେଷ ସୁଦ୍ଧା ଆହୁରି ୧୪ଟି ପ୍ରକଳ୍ପ ଶେଷ ହେବ। ସେପ୍ଟେମ୍ବର ସୁଦ୍ଧା ୩୫ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ମୋଟ ୬ ହଜାର ୩୬୯ଟି ସୋଲାର୍ ପିଡବ୍ଲୁଏସ୍ ସମ୍ପୂର୍ଣ୍ଣ ହୋଇଛି।
ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୁଧବାର ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହାର ପଛପଟ ମାଡ଼ ହୋଇଯାଇଥିଲା। ଫଳରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯିବା ସହିତ ବିମାନ ଚଳାଚଳ ବାତିଲ କରିଦିଆଯାଇଥିଲା। ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଏହି ଏୟାର ଇଣ୍ଡିଆବିମାନରେ ୧୭୯ ଜଣ ଯାତ୍ରୀ ଥିଲେ।। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ବିମାନରେ ଥିବା ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ଏପରି ଅସୁବଧା ପାଇଁ ଏୟାରଲାଇନ୍ସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା। ଦୁର୍ଘଟଣା ଘଟିଥିବା ବିମାନଟି ଏୟାରବସ୍ ଏ୩୨୧ ବୋଲି ଜଣାପଡ଼ିଛି। ଏହି ଘଟଣାର ତଦନ୍ତ କରାଯିବ ବୋଲି ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ ବିରୋଧରେ ଆରମ୍ଭ ହୋଇଥିବା କକ୍ରୋଚ ଜନତା ପାର୍ଟି ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାରଙ୍କ ତରଫରୁ ସିଜେପିର “ଏକ୍ସ’ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି ।ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏହି ସଂଗଠନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏନେଇ ସଂଗଠନର ମୁଖ୍ୟ ଅଭିଜିତ୍ ଦିପକେ କହିଛନ୍ତି, ପ୍ରଥମେ ଏହି ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ହ୍ୟାକ୍ କରିବାରେ ବିଫଳ ହେବା ପରେ ଏହାକୁ ବନ୍ଦ କରିଦିଆଯାଇଛି ବୋଲି ଦିପକେ କହିଛନ୍ତି । ତେବେ ବ୍ଲକ ହେବାର କିଛି ଘଣ୍ଟା ଭିତରେ ପୁଣି ଫେରିଛି କକରୋଚ ପାର୍ଟି। ଏହାର ଫାଉଣ୍ଡର ଅଭିଜିତ ଦିପକେ ପୂର୍ବ ଆକାଉଣ୍ଟ ବ୍ଲକ ହେବା ପରେ ପୁଣି ଏକ ନୂଆ ଆକାଉଣ୍ଟ ଖୋଲି ଏକ୍ସରେ ଶେୟାର କରିଛନ୍ତି। ଏଥର ଏହାର ନାଁ ‘Cockroach is Back’ (ସିଜେପି) ରଖାଯାଇଛି।









