ଆସନ୍ତା ଜୁନ୍ ମାସରେ ରାଜ୍ୟ ଦେଖିବ ପୌର ନିର୍ବାଚନ। ନୂତନ ଘୋଷିତ ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ।ପୌରାଞ୍ଚଳ ଘୋଷଣାର ୬ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟସରକାର ୨୪ଟି ନୂଆ NAC ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ଜୁନ୍ ସୁଦ୍ଧା ସେସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ ।ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ ଚିଠି ଲେଖି ଅବଗତ କରିଛନ୍ତି ।୧୪ଟି ଜିଲ୍ଲାର ଘୋଷିତ ୨୪ଟି ଏନ୍ଏସିରେ ସୀମା ପୁନଃନିର୍ଦ୍ଧାରଣ ମାର୍ଚ୍ଚ ସୁଦ୍ଧା ସରିବ।
Author: sanitelevision
ମାର୍ଚ୍ଚରୁ ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ । ପ୍ରଭାବିତ ହେବେ ୪୦ ହଜାର ଓଡ଼ିଆ । ଭୁବନେଶ୍ବର ଆବୁଧାବି ସିଧାସଳଖ ବିମାନ ସେବା ଗତ ଡିସେମ୍ବରରୁ ବନ୍ଦ ହୋଇଯାଇଛି । ତେବେ ୧ ମାସ ପରେ ଭୁବନେଶ୍ବର ବିମାନ ବନ୍ଦରରୁ ଆଉ ୨ଟି ପ୍ରମୁଖ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାକୁ ଯୋଜନା ରଖିଛି । ମାର୍ଚ୍ଚ ୨୮ ପରେ ଦୁବାଇ ଓ ସିଙ୍ଗାପୁର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଭୁବନେଶ୍ବରରୁ ସିଧା ବିମାନ ସେବା ବନ୍ଦ ହୋଇଯିବ । ମାର୍ଚ୍ଚ ୨୮ ପରେ ଏହି ୨ଟି ରୁଟ୍ ରେ ସିଧା ବିମାନ ସେବା ପାଇଁ ଇଣ୍ଡିଗୋ ଅନଲାଇନ ବୁକିଂ ବନ୍ଦ ରଖିଛି । ଏନେଇ ଉଦବେଦ ପ୍ରକାଶ କରି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛି ଓଡିଆ ସମାଜ UAE ସଂଗଠନ । ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଏସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କିଛି ସ୍ପଷ୍ଟ କରାଯାଉନାହିଁ । ଭୁବନେଶ୍ୱରରୁ ଦୁବାଇ…
ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୧୮ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ ୫୨ ହଜାର ୭୬୨କୁ ବୃଦ୍ଧି ପାଇଛି।ଚଳିତବର୍ଷ ଭିତରକନିକାରେ ଗ୍ରେଟ ବିଟର୍ଣ୍ଣ ଜାତୀୟ ପକ୍ଷୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଲିଛି। ଗହୀରମଥା ଅଚଂଳରେ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ, କମନ ଟିଲ, ଆବୋସେଟ ଓ ଗଡୱିକ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଗଡୱିକ ଜାତୀୟ ପକ୍ଷୀ ଅନ୍ୟ ସ୍ଥାନରେ କମ୍ ଦେଖାଯାଉଥିବା ବେଳେ ଭିତରକନିକାରେ ଏମାନଙ୍କ ସଂଖ୍ୟା ଅଧିକ ରହିଛି। ଏହାବାଦେ ଭିତରକନିକାରେ କମନ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ୧୮ଟି ଟିମ ଭିତରକନିକା ଅଭୟାରଣ୍ୟର ମହାନଦୀ ଡେଲଟା ସମେତ ରାଇପାଟିଆ, ସାତଭାୟା…
ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ହୋଇଛି। ମଙ୍ଗଳବାର ୧୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା । ସେଥିରୁ ୮ଟି ସହରରେ ପାରଦ ୩୧ ଡିଗ୍ରୀ ଅତିକ୍ରମ କରିଥିଲା ।ଝାରସୁଗୁଡ଼ାରେ ପାରଦ ସର୍ବାଧିକ ୩୨.୫ ଡିଗ୍ରୀ ସେଲସିୟସ୍, ସମ୍ବଲପୁର ୩୧.୭, ଭୁବନେଶ୍ୱର ୩୧.୬, ଭଦ୍ରକ ୩୧.୫, ସୁନ୍ଦରଗଡ଼ ୩୧.୪, ଅନୁଗୁଳ ୩୧.୧, ଟିଟିଲାଗଡ଼ ୩୧, ପାରଳାଖେମୁଣ୍ଡି ୩୧ ଡିଗ୍ରୀ ଥିଲା ।ଏଥିସହ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏ ପାଗ ଶୁଖିଲା ରହିବ। ୪ରୁ ୫ ଦିନ ତାପମାତ୍ରାରେ ବିଶେଷ କୌଣସି ପରିବର୍ତନ ହେବାର ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେହିପରି ଶୀତକୁ ନେଇ କୌଣସି ସତର୍କ ସୂଚନା ନଥିବା ବେଳେ ଆସନ୍ତା ୨୪ ଘଂଟାରେ…
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡସିଂହାର ନୀତିରେ ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀଜୀଉଙ୍କ ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ପଦ୍ମବେଶ ଅନନ୍ୟ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ୱା ଶନିବାର ପଡିଥାଏ । ସେହିଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ବେଶ ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଥାଏ। ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଆଦି ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥାଏ। ଏହି ବେଶ ପ୍ରସ୍ତୁତକାରୀ ହବିଷ ଅନ୍ନ ଭକ୍ଷଣ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଓ ଭକ୍ତି ଭାବ ରଖି ଏହି ବେଶ ନିର୍ମାଣ କରିଥାନ୍ତି। ବର୍ଷକରେ ଏହି ଗୋଟିଏ ଦିନ ବଡ଼ସିଂହାର ନୀତିରେ ପଦ୍ମ ବେଶରେ ଥାଇ ପହୁଡ଼ ହୁଅନ୍ତି ମହାପ୍ରଭୁ।…
ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA ଏହା ଘୋଷଣା କରି କହିଛି, ତାଙ୍କର ଅବସର ଡିସେମ୍ବର ୨୭, ୨୦୨୫ରେ, ଗତ ଖ୍ରୀଷ୍ଟମାସ ପରେ ଲାଗୁ ହୋଇଥିଲା। ମହାକାଶ ଷ୍ଟେସନରେ ତାଙ୍କ ନେତୃତ୍ୱରେ ଗବେଷଣା ବେଶ୍ ଉଚ୍ଚକୋଟୀର। ତାଙ୍କର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିମ୍ନ ପୃଥିବୀ କକ୍ଷପଥକୁ ବାଣିଜ୍ୟିକ ମିଶନ ପାଇଁ ପଥ ପ୍ରଶସ୍ତ କରିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢାଇବା ପାଇଁ ତାଙ୍କର କାର୍ଯ୍ୟ ଚନ୍ଦ୍ରକୁ ଆର୍ଟେମିସ୍ ମିଶନ ଓ ମଙ୍ଗଳ ଗ୍ରହକୁ ଯାତ୍ରା ପାଇଁ ମୂଳଦୁଆ ପକାଇଥିଲା। ତାଙ୍କର ଅସାଧାରଣ ସଫଳତା ନୂଆ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବା ଓ ମହାକାଶ କ୍ଷେତ୍ରରେ ଯାହା ସମ୍ଭବ ତାହାର ସୀମାକୁ ଆଗକୁ ବଢାଇବାକୁ ପ୍ରେରଣା ଦେବ। ଭାରତୀୟ ଜନ୍ମିତ ମହାକାଶଚାରୀ ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ ଏବଂ ତିନୋଟି…
ମହାପ୍ରଭୁଙ୍କ AI ଭିଡିଓ ଭାଇରାଲ୍ ଘଟଣାରେ ପୁରୀ ସାଇବର ଥାନାରେ ମାମଲା ରୁଜୁ ହୋଇଛି। ପୁରୀ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ, ଭିଡିଓ ଭାଇରାଲ ହୋଇଥିବା ଓ୍ବେବସାଇଟକୁ ତଥ୍ୟ ମାଗିଛି ପୁରୀ ପୋଲିସ। କେଉଁ ଉଦ୍ଦେଶ୍ୟରେ ଏହି ଭିଡିଓ ପୋଷ୍ଟ କରାଯାଇଛି ତା’ର ତଦନ୍ତ ହେବ। ସୂଚନାଥାଉକି, ସୋମବାର vishvrajcreation ନାମକ ଏକ ଇନଷ୍ଟାଗ୍ରାମ ଆଇଡିରୁ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବାର ଅବାଞ୍ଛିତ ଶୈଳୀକୁ ନେଇ ପ୍ରସ୍ତୁତ ଭିଡିଓ ପୋଷ୍ଟ ହୋଇଥିଲା। ବଡଦାଣ୍ଡରେ ଶ୍ରୀଜିଉଙ୍କ ମୂର୍ତ୍ତି ରହିଛି । ଆଉ ସିଂହଦ୍ୱାର ସମ୍ମୁଖରେ ଏକ କ୍ରେନ ସାହାଯ୍ୟରେ କ୍ଷୀର ଢଳା ଯାଇଛି । ଶ୍ରୀଜିଉଙ୍କୁ ଶୀତ ବସ୍ତ୍ର ପିନ୍ଧା ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ମଞ୍ଚରେ ଚଢ଼ି ଅଭିନୟ ଜାରି ରଖିବେ ପିୟୁଷ । ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ମାମଲାରେ ରାୟ ରଖିଲା ଅଦାଲତ । ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ଉଠାଇଲେ କୋର୍ଟ । ମାମଲାରେ ରାୟ ଶୁଣାଇ ଭୁବନେଶ୍ବର ସିଭିଲ କୋର୍ଟ ପୀୟୂଷଙ୍କୁ ଯାତ୍ରା ‘ସିଂହବାହିନୀ’ରୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଇଛନ୍ତି। ଆଉ କୋର୍ଟଙ୍କ ଏହି ରାୟ ପରେ ପୀୟୂଷଙ୍କର ଖଣ୍ଡଗିରିରେ ମଞ୍ଚ ଚଢ଼ିବା ପଥ ପରିଷ୍କାର ହୋଇଛି। ବର୍ତ୍ତମାନ ସିଂହବାହିନୀରେ ଅଭିନୟ କରୁଛନ୍ତି ପୀୟୂଷ ।ଜାନୁଆରୀ ୧୦ ତାରିଖରେ ପୀୟୂଷଙ୍କୁ ଭୁବନେଶ୍ବର କୋର୍ଟ ଅର୍ଡର କପି ମିଳିଥିଲା। ମଞ୍ଚ ବାରଣ ନେଇ ଭୁବନେଶ୍ବର କୋର୍ଟ ଅର୍ଡର କପି ଦେଇଥିଲେ। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ଅର୍ଡର କପି ମିଳିଥିଲା। ଜାନୁଆରୀ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ପୀୟୂଷଙ୍କ ପକ୍ଷରୁ ତାଙ୍କ…
ଜାନୁଆରୀ ୧୮ରେ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଶେଷ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରେ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ୧୨୮ ପ୍ରଜାତିର ମୋଟ ୪.୨୧ ଲକ୍ଷ ପକ୍ଷୀଙ୍କ ଆଗମନ ରେକର୍ଡ କରିଛି।ଗତବର୍ଷ ଠାରୁ ଚଳିତ ଥର ହୀରକୁଦକୁ ଆସିଛନ୍ତି ପ୍ରାୟ ୪୪ ହଜାର ଅଧିକ ପକ୍ଷୀ।ସବୁଠାରୁ ଅଧିକ ଦେଖାଯାଉଥିବା ପକ୍ଷୀମାନଙ୍କ ମଧ୍ୟରେ ଲୋକପ୍ରିୟ ଜଳପକ୍ଷୀ ଏବଂ ୱାଡର ଯେପରିକି ଟଫ୍ଟେଡ୍ ଡକ୍ସ, ହ୍ୱିସିଲିଂ ଡକ୍ସ, ଗ୍ରେବସ୍, ବାର୍-ହେଡେଡ୍ ଗିଜ୍, ବ୍ରାହ୍ମଣୀ ଡକ୍ସ, ଗାଡୱାଲ୍ସ, ୟୁରେସିଆନ୍ ୱିଜିଅନ୍ସ, ନର୍ଦର୍ଣ୍ଣ ପିଣ୍ଟେଲ୍ସ, ନର୍ଦର୍ଣ୍ଣ ସୋଭେଲର୍ସ, ରେଡ୍-କ୍ରେଷ୍ଟଡ୍ ପୋଚାର୍ଡସ୍, ସ୍ୟାଣ୍ଡପାଇପର୍ସ, ଗୁଲ୍ସ, ଟର୍ଣ୍ଣ, ପ୍ରାଟିନକୋଲ୍ସ, କିଙ୍ଗଫିସର୍ସ, ଇଣ୍ଡିଆନ୍ ସ୍କିମର୍ସ, କରମୋରାଣ୍ଟସ୍, ଇଗ୍ରେଟ୍ସ, ହେରନ୍ସ ଏବଂ ପ୍ଲୋଭର୍ସ ଥିଲେ।
ଇନ୍ଦୋରର ବହୁ ଚର୍ଚ୍ଚିତ “କୋଟିପତି ଭିକାରୀ” ମଙ୍ଗିଲାଲ ମାମଲାରେ ନୂଆ ମୋଡ଼ । ପ୍ରଶାସନ ଦ୍ୱାରା ଭିକାରୀ ଭାବେ ଉଦ୍ଧାର କରାଯାଇଥିବା କୁଷ୍ଠ ରୋଗୀ ମଙ୍ଗିଲାଲଙ୍କ ପରିବାର ଏବେ ସାମ୍ନାକୁ ଆସି ସରକାରଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି । ସୂଚନାମୁତାବକ ଗତ ଶନିବାର ବିଳମ୍ବିତ ରାତିରେ ଯେତେବେଳେ ଉଦ୍ଧାରକାରୀ ଟିମ୍ ସରାଫା ଅଞ୍ଚଳରେ ନିୟମିତ ଭିକ ମାଗୁଥିବା ଜଣେ କୁଷ୍ଠ ରୋଗୀ ଭାବେ ମଙ୍ଗିଲାଲଙ୍କୁ ଉଠାଇଲେ, ତାଙ୍କ ସମ୍ପତ୍ତି ବିଷୟରେ ଜାଣି ଚକିତ ହୋଇଗଲେ । ନିରବ ଭିକ୍ଷାବୃତ୍ତି କଳାରେ ମଙ୍ଗିଲାଲ ପାରଙ୍ଗମ । ସେ କଦାପି ପାଟି ଖୋଲି ଭିକ ମାଗନ୍ତି ନାହିଁ । କେବଳ ନିଜ ଚକଲଗା ଲୁହା ଗାଡ଼ିରେ ବସିରହନ୍ତି । ତା’ପରେ ସହାନୁଭୂତି ସବୁକିଛି କରେ । ଲୋକେ ତାଙ୍କୁ ଇଚ୍ଛା ଅନୁସାରେ ଭିକ ଦିଅନ୍ତି । ଏହା ଜରିଆରେ ମଙ୍ଗିଲାଲ ଦିନକୁ ୪୦୦-୫୦୦ ଟଙ୍କା ଆୟ କରନ୍ତି । କିନ୍ତୁ ଯାଞ୍ଚ୍କର୍ତ୍ତାଙ୍କ ଅନୁସାରେ,…









