Author: sanitelevision

ଦାନରେ ନୁହେଁ ବରଂ ଶକ୍ତି ବଳରେ ସ୍ବାଧୀନତା ପାଇବାର ଅଟଳ ଜିଦ୍‌ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦର ଚେତନାକୁ ଜାଗ୍ରତ କରିଥିଲା। ସେ ଥିଲେ ମହାନ ଜନନାୟକ ତଥା ସ୍ବାଧୀନତା ସଂଗ୍ରାମର ବାଜିଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ। “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହା ଥିଲା ‘ଆଜାଦ୍ ହିନ୍ଦ୍ ଫୌଜ୍’ ଉଦ୍ଦେଶ୍ୟରେ ସୁଭାଷ ବୋଷଙ୍କ ସେହି ନାରା, ଯାହାକୁ ଅନୁସରଣ କରି କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ସ୍ୱାଧୀନତା ଲଢ଼େଇରେ ଲମ୍ଫପ୍ରଦାନ କରିଥିଲେ।୧୮୯୭ ଜାନୁଆରି ୨୩ ତାରିଖରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ନେଇଥିଲେ। ରେଭେନ୍‍ସା କଲିଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ର ଜୀବନରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା। ୧୯୨୦ ମସିହା ଆଇସିଏସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ…

Read More

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଳ ପ୍ରଦୂଷଣ ଜନିତ ସମସ୍ୟା ଥମିବାର ନାମ ନେଉନାହିଁ। , ଜିଲ୍ଲାର ମହୁ ତହସିଲ ମୁଖ୍ୟାଳୟର ପଟ୍ଟି ବଜାର ଅଞ୍ଚଳରେ ୧୦ ରୁ ୧୫ ଦିନ ମଧ୍ୟରେ ୧୯ ଜଣ ପିଲାଙ୍କ ସମେତ ପ୍ରାୟ ୨୫ ଜଣ ଜଣ୍ଡିସ, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାସିନ୍ଦାଙ୍କ ଅନୁଯାୟୀ, ଅଞ୍ଚଳର ଟ୍ୟାପ୍ରୁ ମଇଳା, ଦୁର୍ଗନ୍ଧଯୁକ୍ତ ଏବଂ କାଦୁଅ ପାଣି ବହିଯାଉଛି। ଫୁଟିବା ପରେ ମଧ୍ୟ ପାତ୍ରର ତଳ ଭାଗରେ ପଙ୍କ ଜମା ହେଉଛି।ଘଟଣା ସମ୍ପର୍କରେ ଖବର ପାଇ ଜିଲା କଲେକ୍ଟର ଶିବମ୍ ବର୍ମା ଗୁରୁବାର ବିଳମ୍ବିତ ରାତିରେ ହସ୍ପିଟାଲ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ଶୁକ୍ରବାର ସକାଳୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସର୍ଭେ ଆରମ୍ଭ କରିଛି ଏବଂ ଜଳର ନମୁନା ସଂଗ୍ରହ କରିଛି। ଗତ ମାସ ଆରମ୍ଭରେ ଇନ୍ଦୋରର ଭାଗୀରଥପୁରା ଅଞ୍ଚଳରେ ସ୍ୱେରେଜ୍…

Read More

୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଜେ.ପି. ଦତ୍ତାଙ୍କ ‘ବର୍ଡର’ ଚଳଚ୍ଚିତ୍ର ଭାରତୀୟ ସିନେମା ଜଗତରେ ଏକ ଇତିହାସ ସୃଷ୍ଟି କରିଥିଲା । ପ୍ରାୟ୨୭ ବର୍ଷ ପରେ ସେହି ଦେଶଭକ୍ତିର ଭାବନା ପୁଣି ଥରେ ପରଦାକୁ ଫେରିଛି ।ସୋସିଆଲ ମିଡିଆରେ ଭାଇରାଲ୍ ଟ୍ରେଣ୍ଡ ଦ୍ୱାରା ଏହି ଚଳଚ୍ଚିତ୍ରଟି ଯଥେଷ୍ଟ ଚର୍ଚ୍ଚା ଏବଂ ଉତ୍ସାହ ସୃଷ୍ଟି କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସନ୍ନି ଦେଓଲ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୨୬ର ପ୍ରଥମ ପ୍ରମୁଖ ଥିଏଟର ରିଲିଜ୍ ହେବାକୁ ଯାଉଛି। କିନ୍ତୁ ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ରଟି ଏକ ବଡ଼ ଝଟକା ପାଇଛି। ଏହାର ରିଲିଜ୍ ପୂର୍ବରୁ, ଏକ ରିପୋର୍ଟ ନିର୍ମାତା ଏବଂ ବିଦେଶୀ ବାଣିଜ୍ୟକୁ ନିରାଶ କରିଛି। ରିପୋର୍ଟ ଅନୁଯାୟୀ, “ବର୍ଡର ୨” ଛଅଟି ଇସଲାମିକ୍ ଦେଶରେ ରିଲିଜ୍ ପାଇଁ ମଞ୍ଜୁରୀ ପାଇନାହିଁ।ବଲିଉଡ୍ ରିପୋର୍ଟ ଅନୁଯାୟୀ, “ବର୍ଡର ୨” ଏପର୍ଯ୍ୟନ୍ତ ବାହାରିନ୍, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇ ଭଳି ଦେଶରେ…

Read More

ଆଜି ରଥକାଠ ଅନୁକୂଳ । ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ । ରଥଯାତ୍ରା ପାଇଁ ବିଧି ମୁତାବକ ତିନିଟି କାଠକୁ ପୂଜା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡ ରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ବାର ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ। ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ।ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଘଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏହିପରି ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ପଡ଼େ । ଗତବର୍ଷ ରଥଯାତ୍ରାରେ ୪୭ ଖଣ୍ଡ କାଠ ବଳକା ରହିଥିବା…

Read More

ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ । ଏହି ଦିନଟିକୁ ପରାକ୍ରମ ଦିବସ ବୋଲି ମଧ୍ୟ ପାଳନ କରାଯାଉଛି । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ଜୟନ୍ତୀ ଅବସରରେ କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି। ତେବେ କଟକରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି । ଏହାପରେ ନେତାଜୀ ସଂଗ୍ରାହାଳୟ ପରିଦର୍ଶନ କରିଛନ୍ତି । ଉପରାଷ୍ଟ୍ରପତିଙ୍କ ସହିତ ରହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖମନ୍ତ୍ରୀ ମୋହନ ଚରଣ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ପ୍ରଥମ ଥର ଓଡ଼ିଶା ଆସିବା ସହ କଟକକୁ ଆସିଛନ୍ତି ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ ।

Read More

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଆଜି ମା’ ସରସ୍ବତୀଙ୍କୁ ଆରାଧନାର ଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ । ସରସ୍ବତୀ ଦିବ୍ୟଭାବର ପ୍ରତୀକ। ମା’ ସରସ୍ବତୀ ହେଉଛନ୍ତି କଣ୍ଠଚକ୍ର ବାଣୀ ଓ ସଙ୍ଗୀତର ଆଧାର। ତେଣୁ ମା’ ସରସ୍ବତୀଙ୍କୁ ପ୍ରାର୍ଥନା କଲେ ମନ, ବୁଦ୍ଧି, ବିଚାର ଓ ଚେତନା ଦୃଢ଼ୀଭୂତ ହୁଏ।ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନ ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି ଦିନରେ ବିଭିନ୍ନ କାର୍ୟ୍ୟର ଶୁଭାରମ୍ଭ କରାଯାଇଥାଏ।

Read More

୭୭ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶା ପୁଲିସ ପକ୍ଷରୁ ଗୁରୁବାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ଉପକୂଳ ସୁରକ୍ଷାରେ ନିରନ୍ତର ସେବା ଯୋଗାଉଥିବା ସୁରକ୍ଷା ବାହିନୀଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘ ମିଆଦି ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ । ଏଥି ନିମନ୍ତେ ଚଳିତ ବର୍ଷ ରାଜ୍ୟ ସରକାର ବାର୍ଷିକ ବଜେଟରେ ୧୪୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି…

Read More

ଆଜିକାଲି ଯିଏ ଯେତେ କଣ୍ଟ୍ରୋଭର୍ସିକୁ ଯାଉଛି, ତାର କ୍ରେଜ୍ ସେତେ ବଢ଼ୁଛି। ପୀୟୁଷ ହେଉଛି ସାଇଲେଣ୍ଟ ଆକ୍ଟର।ଏଭଳି କହିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ।ଆଗକୁ ଆସୁଛି ଖଣ୍ଡଗିରି ଯାତ୍ରା, ସେଇଠି ହିଁ ଭେଟ ହେବ କ୍ରେଜ ଜଣାପଡିବ ବୋଲି କହିଛନ୍ତି ରାଣୀ।ସେପଟେ ପ୍ରତିକ୍ରିୟା ରଖିଛନ୍ତିି ପୀୟୂଷ। କିଏ କଣ କହୁଛି ମୋର ସେଥିରେ କିଛି ଯାଏ ଆସେ ନାହିଁ। ଏଠି ଭଗବାନଙ୍କ ଇଚ୍ଛାରେ ସବୁ ଚାଲିଛି। ଭଗବାନ ଯାହା ଚାହିଁବେ ସେଇଆ ହେବ। ଯାଜପୁର ଜିଲ୍ଲା ବିଞ୍ଝାରପୁରର ବରୁଣେଶ୍ୱର ମେଳାରେ ଦୁଇ ଯାତ୍ରା କଳାକାରଙ୍କୁ ଦେଖିବାକୁ ମିଳିଛି। ଯେଉଁ ଯାତ୍ରା କୁଞ୍ଜରେ ଗୋଟିଏ ପଟେ ସିଂହବାହିନୀରେ ପୀୟୁଷଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ଅନ୍ୟପଟେ ରାନୀ ପଣ୍ଡାଙ୍କ ପାର୍ଟି ମଧ୍ୟ ଯାତ୍ରା ପରିବେଷଣ କରୁଛି।

Read More

ବିଜେଡିରୁ ନିଲମ୍ବନ ସମ୍ପର୍କିତ ଅଭିଯୋଗକୁ ଚ୍ୟାଲେଞ୍ଜ୍ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଆରୋପକୁ ନେଇ ସେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ନାଁ ନାନେଇ ଯେଉଁ ପ୍ରକାର ଟାର୍ଗେଟ କରିଥିଲେ, ଆଜି ଅରବିନ୍ଦ ପାଟକୁରାବାସୀଙ୍କୁ ହଇରାଣ ଆରୋପକୁ ନେଇ ଖୋଲା ଚାଲେଞ୍ଜ କରିଛନ୍ତି । ଅରବିନ୍ଦ କହିଛନ୍ତି, କେତେବେଳେ ଆଣ୍ଟିପାର୍ଟି, କେତେବେଳେ ମିଡ୍‌ ଡେ ଅପରେସନ ଆରୋପ । ଏମପି ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣ ଆରୋପ ।ଏହା ଭିତରୁ କେଉଁଠି ଠିକ୍‌, ନା ତାଲିକା ଆଗକୁ ବଢ଼ିବ ବୋଲି କହି ସେ ତାଚ୍ଛଲ୍ୟ କରିଛନ୍ତି । ତେବେ ନବୀନ ପଟ୍ଟନାୟକଙ୍କୁ ଏଭଳି ତଥ୍ୟ କିଏ ଦେଉଛି ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ । ନବୀନ ବାବୁ ଶେଷ ଦେଖାରେ ବାପା କିପରି ଅଛନ୍ତି ପଚାରିଥିଲେ । ଯଦି ମୁଁ କିଛି ଭୁଲ କରୁଥିଲି, ସେତେବେଳେ କହିପାରି ଥାନ୍ତେ ।…

Read More

ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ବଡ଼ ଅଘଟଣ । ସେନା ବାହାନ ଖାଇରେ ଖସିପଡିବା ଯୋଗୁଁ ଅତିକମରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି ଏବଂ ଦଶଜଣ ଆହତ ହୋଇଥିବା ସୂଚନା ରହିଛି । ଡୋଡାର ଭାଦରୱାହ-ଚମ୍ବା ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । କାସପର ଗାଡ଼ିଟି ୨୦୦ ଫୁଟ ଗଭୀର ଖାଇରେ ଖସି ପଡ଼ିଥିଲା। ସୈନିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ତେବେ ବଡ କଥା ହେଉଛି ଦୁର୍ଘଟଣା କିପରି ଘଟିଲା ତାହା ଏ ଯାଏଁ ଅସ୍ପଷ୍ଟ ରହିଛି। ତଦନ୍ତ ଜାରି ରହିଛି । ସୂଚନାଥାଉ କି ପୂର୍ବରୁ, ୪ ମଇ, ୨୦୨୫ରେ, ଜମ୍ମୁ ଓ କାଶ୍ମୀରର ରାମବାନ ଜିଲ୍ଲାର ବ୍ୟାଟେରୀ ଚଷମା ଅଞ୍ଚଳରେ ଏକ ସେନା ଗାଡ଼ି ୬୦୦ ମିଟର ଗଭୀର ଗର୍ତ୍ତରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ତିନି ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା।ଡିସେମ୍ବର ୨୪ ତାରିଖରେ ପୁଞ୍ଚ…

Read More