ଯୋଡ଼ାରୁ ବ୍ୟାଙ୍କ ଲୁଟ, ଧାନବାଦରୁ ଗିରଫ । ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ୍ ମାମଲାରେ ୨ ଡକାୟତ ଗିରଫ ହୋଇଛନ୍ତି । ତେବେ ବ୍ୟାଙ୍କ ଲୁଟ କରି ସୀମା ପାର ହୋଇ ଝାଡ଼ଖଣ୍ଡ ପଳାଇଯାଇଥିଲେ ଦୁର୍ବୃତ୍ତ । ସେମାନଙ୍କୁ ଧରିବା ପାଇଁ କେନ୍ଦୁଝର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ଓଡ଼ିଶା ପୋଲିସ ଝାଡ଼ଖଣ୍ଡର ଧନବାଦରେ ପହଞ୍ଚିଥିଲା । ଧନବାଦ ପୋଲିସର ସହାୟତାରେ, ନିରସା ଏବଂ ସିନ୍ଦ୍ରି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।ଅଭିଯୁକ୍ତଙ୍କ ଠାରୁ ୨୮୮ ଗ୍ରାମ୍ ସୁନା, ୨ଟି ସ୍କର୍ପିଓ, ୪ଟି ମୋବାଇଲ୍ ଜବତ ହୋଇଛି । ଏବେ ବି ମାମଲାର ତଦନ୍ତ ଜାରି ରହିଛି । ଗତ ୧୯ ତାରିଖରେ ବଡ଼ବିଲରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲକରରୁ ୬ କେଜି ଓଜନ ୫ କୋଟି ଟଙ୍କା ମୂଲ୍ୟର ସୁନାଗହଣା ଓ ୮ ଲକ୍ଷ ନଗଦ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ୩ଟି ବାଇକରେ…
Author: sanitelevision
ଉତ୍ତର ପ୍ରଦେଶର ଜଉନପୁର ଜିଲାରେ ବିଚଳିତ କରିଦେବା ଭଳି ଏକ ଘଟଣା ଘଟିଛି। ଜଣେ ୨୪ ବର୍ଷୀୟ ଯୁବକ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍ଇଇଟି) ଜରିଆରେ ଆଡ୍ମିଶନ କରି ଏମ୍ବିବିଏସ୍ ସ୍ବପ୍ନ ସାକାର କରିବାକୁ ଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ଲାଗି ନିଜ ଗୋଡ଼କୁ କାଟିଦେଇଛନ୍ତି।ଡାକ୍ତର ହେବା ଆଉ ପ୍ରେମିକାଙ୍କୁ ବିବାହ କରିବା ପାଇଁ ସେ ଦିନରାତି ସ୍ୱପ୍ନ ଦେଖୁଥିଲେ। ଜେନେରାଲ ବର୍ଗରେ ନିଟ୍ ପ୍ରବେଶିକା ପରୀକ୍ଷାରେ ସଫଳ ହେବା କଷ୍ଟକର ବୋଲି ଜାଣିଥିଲେ। ସେଥିପାଇଁ ଦିବ୍ୟାଙ୍ଗ କୋଟାରେ ନିଟ୍ରେ ସଫଳ ହେବା ପାଇଁ ସେ ନିଜ ପାଦର ଆଙ୍ଗୁଠି କାଟି ଦେଇ ଦିବ୍ୟାଙ୍ଗ ପାଲଟିଥିଲେ। ସୂଚନାମୁତାବକ ଭାସ୍କର ଲାଇନ୍ ବାଜାର ଥାନା ଅଧୀନ ଖଲିପୁରର ବାସିନ୍ଦା। ସେ ଫାର୍ମାସିରେ ଡିପ୍ଲୋମା (ଡି. ଫାର୍ମା) ପାଠ୍ୟକ୍ରମ ଶେଷକରିଛନ୍ତି। ଏନ୍ଇଇଟି ପାଇଁ ପ୍ରସ୍ତୁତ ହେଉଥିବା ସୁରଜ ଜାନୁଆରୀ ୧୮ରେ ନିଜ ବାମ ଗୋଡ଼ର ପାଦକୁ କାଟି ଦେଇଥିଲେ। ତେବେ ଆକ୍ରମଣରେ…
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ। ଉଭୟଙ୍କ ମଧ୍ୟରେ ଅଧଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିବା ଜଣା ପଡ଼ିଛି।ଦିଲ୍ଲୀପଙ୍କ ସହ ପାରିବାରିକ ସମ୍ପର୍କ ରହଥିବା ଆଇନ ମନ୍ତ୍ରୀ କହିଛନ୍ତି। ଆଉ ତାଙ୍କର ଏହି ଭେଟଘାଟ ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଚର୍ଚ୍ଚା ବଢ଼ିଛି । ବର୍ତ୍ତମାନର ରାଜନୈତିକ ସ୍ଥିତିରେ ଚତୁର୍ଥ ଆସନଟିରେ ବିଜେପିର ପ୍ରାର୍ଥୀ କିମ୍ବା ବିଜେପି ଦ୍ବାରା ମନୋନୀତ ସ୍ବାଧୀନ ପ୍ରାର୍ଥୀ ହିଁ ଜିତିବେ, ଏହା ସ୍ପଷ୍ଟ । କାରଣ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ। ଚାରି ସାଂସଦ ମୁନା ଖାନ୍, ନିରଞ୍ଜନ ବିଶି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୨ ତାରିଖରେ ଶେଷ ହେଉଛି। ତାହା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ମାସରେ ନିର୍ବାଚନ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି। ବିଜେଡିର ୪୮, କଂଗ୍ରେସର…
ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା । ଏଣିକି ସୋମବାର ହେବନି କୌଣସି ସରକାରୀ ବୈଠକ । ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର କୌଣସି ବିଭାଗ ବୈଠକ ରଖିବେ ନାହିଁ । ଅଭିଯୋଗ ଶୁଣାଣିକୁ ଦିଆଯିବ ଗୁରୁତ୍ୱ । ଏନେଇ ସଚିବ ସ୍ତରୀୟ ବୈଠକରେ ଆଲୋଚନା ସହିତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।ଏହା ସହ ପ୍ରତ୍ୟେକ ମାସ ତୃତୀୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ହେବ ସମୀକ୍ଷା । ୧୦ରୁ ୧୧ଟି ପ୍ରକଳ୍ପର ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।
ଶ୍ରୀମନ୍ଦିର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ମାଡରେ ଜଣେ ନାବାଳକ ଆହତ ହୋଇଛନ୍ତ। ଘଟଣାଟି ଶ୍ରୀମନ୍ଦିର ବାହାର କାଠ ନିକଟରେ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଯାହାପରେ ଆକ୍ସନମୋଡ଼କୁ ଆସିଛି ପୋଲିସ । ସିଟି ଡିଏସପି ଓ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ଫୁଟେଜକୁ ବି ଯାଞ୍ଚ କରୁଛି ପୋଲିସ । ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି, କିଏ ମାଡ଼ ମାରିଛନ୍ତି । ସେନେଇ ଜାରି ରହିଛି ତଦନ୍ତ ତେବେ ଆହତ ନାବାଳକ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ପଡ଼ିଲେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଯିବ ବୋଲି ଡାକ୍ତର କହିଛନ୍ତି।
ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିବା ପ୍ରସଙ୍ଗରେ ଓଡିଶା ଉଚ୍ଚନ୍ୟାୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅଦାଲତ ଅବମାନନା ଅଭିଯୋଗରେ ନଗର ଉନ୍ନୟନ ସଚିବ ଉଷା ପାଢୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଚିବ ଉଷା ପାଢୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ. ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ସେମାନଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ହାଜର କରିବା ପାଇଁ କଟକ- ଭୁବନେଶ୍ୱର ଅଥରିଟିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜାନୁଆରୀ ୩୦ରେ ହାଜର ହୋଇ ପୂର୍ବ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ ସେ ନେଇ ସ୍ପଷ୍ଟୀକରଣ ରଖିବେ। ତେବେ ଏହି ସମୟ ଭିତରେ ଯଦି ପ୍ରତିପକ୍ଷଙ୍କ ତରଫରୁ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଏ, ଆଉ…
କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଜୟପୁର ଅନନ୍ତ ପ୍ରସାଦ ଗାଁରେ କଲରାପତରିଆ ବାଘ ଏବଂ ଯୁବକ ଭିତରେ ଲଢେଇ ହୋଇଛି । ବିଳମ୍ବିତ ରାତିରେ ଯୁବକ ଜଣକ ଘରେ ଶୋଇଥିବରାବେଳେ କଲରାପତରିଆ ବାଘ ଆସି ଆକ୍ରମଣ କରିଥିଲା । ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ପୁଣି ଫେରିଲା ଘନ କୁହୁଡ଼ି । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଲା ଘନ କୁହୁଡି । କିନ୍ତୁ ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ।ଭୁବନେଶ୍ବର କଟକ ସମେତ ପୁରୀ ଓ କୋଣାର୍କରେ ଆଜି ସକାଳୁ ସକାଳୁ ପ୍ରବଳ କୁହୁଡି ହୋଇଛି । ଘନ କୁହୁଡି ଯୋଗୁ ରସ୍ତାଘାଟ ଦେଖାଯାଉନି । ଆସନ୍ତା ଦୁଇ ସପ୍ତାହ (୨୨ରୁ ୨୮ ତାରିଖ) ଓ (୨୯ରୁ ୪ ତାରିଖ) ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪ରୁ ୫ ଡିଗ୍ରୀ କମ୍ ରହିପାରେ ବୋଲି ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ କୁହାଯାଇଛି ।
ସିଡିଏ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି କେଳେଙ୍କାରୀରେ ଜାଲିଆତି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ଘଟଣାର ତଦନ୍ତ ଲାଗି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିଲା ପରେ ଏନେଇ ପଦକ୍ଷେପ ନିଆଯିବ। ଏଣେ ସିଡିଏ ଭିସି କହିଛନ୍ତି, ନିୟମ ଅନୁସାରେ ଟେଣ୍ଡର ହୋଇଛି। ଅନ୍ୟପଟେ, ସିଡିଏ ଭିସି କହିଛନ୍ତି, ନିୟମ ଅନୁସାରେ ଟେଣ୍ଡର ହୋଇଛି । ସିଡିଏ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମିକୁ ନିର୍ଦ୍ଦିଷ୍ଟ ସଂସ୍ଥାକୁ ସୁହାଇଲା ଭଳି ଟେଣ୍ଡର କରାଇ ନେବା ଯୋଜନାରେ ସର୍ବନିମ୍ନ ସତର୍କତାକୁ ଅଣଦେଖା କରାଯାଇଛି ।
ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନବିଇଏମଏସ୍) ନିଟ୍-ଏମଡିଏସ୍ ୨୦୨୬ ଓ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା । ମେ ମାସ ୨ ତାରିଖରେ ନିଟ୍-ଏମ୍ଡିଏସ୍ ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବ , ସେହିପରି ଅଗଷ୍ଟ ୩୦ ତାରିଖରେ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ପାଇଁ ପ୍ରସ୍ତାବ ରହିଛି । ନିଟ୍-ଏମ୍ଡିଏସ୍ ୨୦୨୬ ପାଇଁ କଟ୍ ଅଫ୍ ଡେଟ୍ ଅଫ୍ କମ୍ପିଟିସନ୍ ଅଫ୍ ଇଣ୍ଟର୍ଣ୍ଣସିପ୍ ମେ ମାସ ୩୧ ତାରିଖ ରଖାଯାଇଥିବା ବେଳେ, ନିଟ୍-ପିଜି ୨୦୨୬ ପାଇଁ ସେପ୍ଟେମ୍ବର ୩୦ ତାରିଖ ରଖାଯାଇଛି ।ଏହି ସମୟ ଭିତରେ ଛାତ୍ରଛାତ୍ରୀ ଇଣ୍ଟର୍ନସିପ୍ ସମାପ୍ତ କରିବାକୁ ପଡିବ ।ଏହି ଦୁଇଟି ପରୀକ୍ଷା କମ୍ପ୍ୟୁଟର-ଆଧାରରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।









