Author: sanitelevision

ୟୁନେସ୍କୋରେ ସ୍ଥାନ ପାଇଲା ଓଡିଶାର ବୌଦ୍ଧ ତ୍ରିଭୁଜ ସ୍ଥଳ। ୟୁନେସ୍କୋ ବିଶ୍ୱ ଐତିହ୍ୟ ଶିଳାଲେଖ ପାଇଁ ଭାରତର ତାଲିକାରେ ଓଡ଼ିଶାର ବୌଦ୍ଧ ତ୍ରିଭୁଜ ସ୍ଥଳ (ରତ୍ନଗିରି, ଉଦୟଗିରି, ଲଳିତଗିରି)କୁ ଆନୁଷ୍ଠାନିକ ସାମିଲ କରିଛି । ଓଡ଼ିଶାର ବୌଦ୍ଧ ତ୍ରିଭୁଜ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ଭୂଦୃଶ୍ୟ ମଧ୍ୟରୁ ଗୋଟିଏ। ଏହା ବ୍ୟତୀତ, ଏହି ସ୍ଥାନଗୁଡ଼ିକ ମହାଯାନ ଏବଂ ବଜ୍ରଯାନ ପରମ୍ପରାର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରେ। ଏଗୁଡ଼ିକରେ ମଠ, ସ୍ତୂପ, ମୂର୍ତ୍ତି ଏବଂ ଶିଳାଲେଖ ରହିଛି ଯାହା ସମଗ୍ର ଏସିଆରେ ବୌଦ୍ଧ ଧର୍ମର ପ୍ରସାରରେ ଓଡ଼ିଶାର ପ୍ରମୁଖ ଭୂମିକାକୁ ଗୁରୁତ୍ୱ ଦିଏ। ଏହି ମାନ୍ୟତା ବୌଦ୍ଧ ତ୍ରିଭୁଜକୁ ପୂର୍ଣ୍ଣ ବିଶ୍ୱ ଐତିହ୍ୟ ମାନ୍ୟତା ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରତ୍ନଗିରି, ଉଦୟଗିରି ଏବଂ ଲଳିତଗିରିକୁ ତାଲିକାରେ ସାମିଲ କରିବା ଦ୍ୱାରା ଏହି ଅଞ୍ଚଳରେ ଐତିହ୍ୟ ପର୍ଯ୍ୟଟନ, ଗବେଷଣା ଏବଂ ସଂରକ୍ଷଣ ପ୍ରୟାସ ମଧ୍ୟ ବୃଦ୍ଧି ପାଇବାର…

Read More

ନୟାଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବାବେଳେ ଶରଣକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରଣପୁର ଥାନା ଅଞ୍ଚଳର ଜଣେ ୧୦ବର୍ଷର ନାବାଳିକା ଘର ବାହାରେ ଖେଳୁଥିବାବେଳେ ଦୁଇ ଜଣ ଯୁବକ ତାଙ୍କୁ ଅନ୍ୟ ସ୍ଥାନକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଦୁଇଟି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

Read More

ନୟାଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବାବେଳେ ଶରଣକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରଣପୁର ଥାନା ଅଞ୍ଚଳର ଜଣେ ୧୦ବର୍ଷର ନାବାଳିକା ଘର ବାହାରେ ଖେଳୁଥିବାବେଳେ ଦୁଇ ଜଣ ଯୁବକ ତାଙ୍କୁ ଅନ୍ୟ ସ୍ଥାନକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଦୁଇଟି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

Read More

ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ୫-ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ(ୟୁଏଫ୍‌ବିୟୁ) ପକ୍ଷରୁ ଦାବି କରାଯାଇ ୨୭ ତାରିଖରେ ଧର୍ମଘଟର ଡାକରା ଦେଇଛି।ପ୍ରାୟ ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପୀ ଗୋଟିଏ ଦିନିଆ ଧର୍ମଘଟ କରିବାକୁ ଯୋଜନା କରିଛନ୍ତି ।ଏହି ଆନ୍ଦୋଳନରେ ସରକାରୀ, ବେସରକାରୀ, ବିଦେଶୀ, ଗ୍ରାମୀଣ ଏବଂ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ ହେବେ ।ୟୁନିଅନ ଗୁଡ଼ିକ ଅନୁଯାୟୀ, ଏହି ଦାବି ଡିସେମ୍ବର ୭, ୨୦୨୩ ରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ ଏବଂ ଭାରତୀୟ ବ୍ୟାଙ୍କ ସଂଘ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଏକ ଅଂଶ ଥିଲା ଏବଂ ପରେ ୮ ମାର୍ଚ୍ଚ ୨୦୨୪ ର ସମାଧାନ ଏବଂ ମିଳିତ ନୋଟରେ ଏହାକୁ ପୁନରାବୃତ୍ତି କରାଯାଇଥିଲା। ଏହି ପ୍ରସ୍ତାବରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୈନିକ କାର୍ଯ୍ୟ ଘଣ୍ଟା ୪୦ ମିନିଟ୍…

Read More

ମହାନଦୀ ପ୍ରସଙ୍ଗକୁ ନେଇ ମୁହାମୁହିଁ ହେଲେ ସରକାର ଓ ବିରୋଧି। ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଖୋଲିଲେ ବିଜେଡିର ପୋଲ। କାହିଁକି ଟ୍ରିବୁନାଲରେ ବିଳମ୍ବ ହୋଇଥିଲା ମାମଲା। ବିଜେଡି ସରକାରରେ ମନ୍ତ୍ରୀଙ୍କ ବିଧାନସଭା ବିବୃତି ଅଡୁଆ ବଢ଼େଇଥିଲା ବୋଲି ଅଭିଯୋଗ କଲେ । ମନ୍ତ୍ରୀ ସୁରେଶ ପୂଜାରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ସେ ଜଣେ ପଢ଼ାଶୁଣା ଲୋକ। ସେମାନେ ଆମ ସହ ୯ ବର୍ଷ ସରକାରରେ ଥିଲେ। ତୁମର ତ ଛତିଶଗଡ଼ ଓ କେନ୍ଦ୍ରରେ ସରକାର ଥିଲା। ତୁମେ କଲ କଣ। ବିଜେପି କାହାଣୀ କହୁଛି ବୋଲି କହିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି ଯେ ଆଜି ସର୍ବଦଳୀୟ କମିଟି ଡାକି ବନ୍ଦ କରିବାର କାରଣ କଣ ଜଣା ନାହିଁ। ଆଜି ତଳିଆ ଅଞ୍ଚଳରେ ପାଣି ନାହିଁ। ଖରା ବଢିଲେ ଅବସ୍ଥା ଆହୁରି ଖରାପ ହେବ। ଇକୋ…

Read More

ଭୁବନେଶ୍ବର ଜନପଥରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ‘ଆମ ବସ’କୁ ଭଙ୍ଗାରୁଜା କରିଛନ୍ତି। ୩ଟା ‘ଆମ ବସ’କୁ ଭାଙ୍ଗିଦେଇଥିବା ଜଣାପଡିଛି।ପ୍ରାଣ ବିକଳରେ ଆମ ବସ୍‌ ଛାଡ଼ି ପଳାଇଲେ ଡ୍ରାଇଭର, କଣ୍ଡକ୍ଟର । ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସର ମୃଦୁ ଲାଠିଚାଳନା ହୋଇଛି ।

Read More

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୭ ତମ ଜନ୍ମ ଜୟନ୍ତୀ। ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ସମ୍ବଲପୁରର ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁରେନ୍ଦ୍ର ସାଏ । ଚୌହାନ ବଂଶର ଏହି ବୀର ସନ୍ତାନ ମାତ୍ର ୧୮ ବର୍ଷ ବୟସରୁ ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ୧୮୨୭ରେ ସମ୍ବଲପୁରର ରାଜା ମହାରାଜା ସାଏଙ୍କ ମୃତ୍ୟୁ ପରେ, ବ୍ରିଟିଶ ସରକାର ଉତ୍ତରାଧିକାରୀ ନିୟମକୁ ଅବମାନନା କରି ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ ବସାଇଲେ । ଏହି ଅନ୍ୟାୟ ବିରୋଧରେ ସୁରେନ୍ଦ୍ର ସାଏ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ । ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର ଏକ ବଡ଼ ଅଂଶ କାରାଗାରରେ କଟିଥିଲା । ୧୮୪୦ ମସିହାରେ ବ୍ରିଟିଶ୍ ମାନେ ତାଙ୍କୁ ବନ୍ଦୀ କରି ହଜାରିବାଗ ଜେଲକୁ ପଠାଇ ଦେଇଥିଲେ ।…

Read More

ମାଛ ଜାଲରେ ଫସିଲା ହାତୀଛୁଆ । ୧୨ ଘଣ୍ଟା ପରେ ହେଲା ଉଦ୍ଧାର । ଉଦ୍ଧାର ପରେ ବି ଗ୍ରହଣ କଲାନି ହାତୀପଲ । ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ହରିପୁରରେ ଦେଖିବାକୁ ମିଳିଛି ଘଟଣା ।ସୂଚନା ଅନୁଯାଇ ଦୀର୍ଘ ଦିନ ହେବ ୧୧ ଟିକିଆ ହାତୀ ପଲ ଚସାଗୁରୁଜାଙ୍ଗ ଓ ପବିତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ପବିତ୍ରପୁର ପଞ୍ଚାୟତ ପଟୁ ନଦୀ ପାର ହୋଇ ଯାଉଥିବା ବେଳେ ଛୁଆ ହାତୀଟି ପାଣିରେ ବିଛା ଯାଇଥିବା ମାଛ ଜାଲରେ ଛନ୍ଦି ହୋଇ ଫସି ଯାଇଥିଲା । ସ୍ଥାନୀୟ ଲୋକେ ଦେଖି ତୁରନ୍ତ ପାଳଲହଡା ବନ ବିଭାଗକୁ ସୂଚନା ଦେଇଥିଲେ । ୧୨ ଘଣ୍ଟା ପାଣି ଭିତରେ ଥିବା ହାତୀ ଛୁଆ ଉଦ୍ଧାର ପରେ ବନବିଭାଗ ତାର ଚିକିତ୍ସା କରିବା ପରିବର୍ତ୍ତେ ପବିତ୍ରପୁର ଆମ୍ବ ତୋଟା ରେ…

Read More

ବୋହୂକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ । ଗ୍ରାମାଞ୍ଚଳ ଥାନା ଡାମରପୁର ଗାଁରେ ଶ୍ୱଶୂରର ଉନ୍ମତ୍ତ କାଣ୍ଡ । ବୋହୂର କନ୍ୟା ସନ୍ତାନ ଜନ୍ମ ହେବାରୁ ଜାଳିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ଗତ କାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ବୋହୂ ଓ ନାତୁଣୀ । ଘର ଭିତରର ସମସ୍ତ ଆସବାବପତ୍ର ପୋଡି ଯାଇଛି । ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗାଁର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସୁଶାନ୍ତ ରାୟଙ୍କୁ ବିବାହ କରିଥିଲେ । ସୁଶାନ୍ତଙ୍କର ପ୍ରଥମ ପତ୍ନୀଙ୍କ ଦୁଇଟି ଝିଅ ଥିଲା । ଦ୍ଵିତୀୟ ପତ୍ନୀଙ୍କ ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶ୍ବଶୁର ଘର ଲୋକ ନିର୍ଯାତନା ଦେଉଥିଲେ । ତେବେ ପୀଡିତ ମହିଳାଙ୍କ ପରିବାରେ ଲୋକେ ଶ୍ୱଶୂରଙ୍କ ବିରୋଧରେ ଝିଅକୁ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି…

Read More

ଦାନରେ ନୁହେଁ ବରଂ ଶକ୍ତି ବଳରେ ସ୍ବାଧୀନତା ପାଇବାର ଅଟଳ ଜିଦ୍‌ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦର ଚେତନାକୁ ଜାଗ୍ରତ କରିଥିଲା। ସେ ଥିଲେ ମହାନ ଜନନାୟକ ତଥା ସ୍ବାଧୀନତା ସଂଗ୍ରାମର ବାଜିଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ। “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହା ଥିଲା ‘ଆଜାଦ୍ ହିନ୍ଦ୍ ଫୌଜ୍’ ଉଦ୍ଦେଶ୍ୟରେ ସୁଭାଷ ବୋଷଙ୍କ ସେହି ନାରା, ଯାହାକୁ ଅନୁସରଣ କରି କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ସ୍ୱାଧୀନତା ଲଢ଼େଇରେ ଲମ୍ଫପ୍ରଦାନ କରିଥିଲେ।୧୮୯୭ ଜାନୁଆରି ୨୩ ତାରିଖରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ନେଇଥିଲେ। ରେଭେନ୍‍ସା କଲିଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ର ଜୀବନରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା। ୧୯୨୦ ମସିହା ଆଇସିଏସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ…

Read More