ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସାମରିକ ଶକ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ଫ୍ଲାଇପାଷ୍ଟ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିଛି । ଏହି ପରେଡ ଦେଖି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଗର୍ବରେ ଭରିଯାଇଛି । ସାମରିକ ପରେଡ ସହିତ ରାଜ୍ୟ ଏବଂ ବିଭାଗ ଗୁଡିକର ପ୍ରଜ୍ଞାପନ ମେଢ ଗୁଡିକ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି । ଏହି ପରେଡ ଆଧୁନିକ ଭାରତ, ଏକ ବିକାଶଶୀଳ ଭାରତ ଏବଂ ଭାରତୀୟ ପରମ୍ପରା ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିଛି ।ଏଥର ସାଧାରଣତନ୍ତ୍ର ଦିବସରେ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି…
Author: sanitelevision
ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନ ଆମ ଜୀବନର ମାନଦଣ୍ଡ । ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି । ମହାପୁରୁଶଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ । ଦେଶ ସ୍ବାଧୀନ ପରେ ୨ଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ କିପରି ଚଲାଇବା।
ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । ଏହିଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ । ଜନପଥରେ ଗଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ଏହାସହିତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ରହିଥିଲେ । ସେହିପରି ଅନେକ ବରିଷ୍ଠ ଅଧିକାରୀ ଗଣତନ୍ତ୍ର ଦିବସ ଅବସରରେ ଗାନ୍ଧୀମାର୍ଗରେ ଉପସ୍ଥିତ ରହିଥିଲେ ।
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ଦେହାନ୍ତ । ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଆଖି ବୁଜିଲେ ଅଭିଜିତ୍। ତେବେ ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । ତରଙ୍ଗ ଟିଭିର ‘ମେଲୋଡି ନାଇଟ୍ସ’ ଖୁବ୍ ଲୋକପ୍ରିୟ ହୋଇଥିଲା । ସେ ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବେ ମହାକାଶ ଜଗତରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ସଫଳତା ପରେ, ISRO ଏହାର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ, ଭାରତୀୟ ମହାକାଶ ଷ୍ଟେସନ (BAS), ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିବାକୁ ପ୍ରସ୍ତୁତ ହୋଇଛି। ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) BAS ର ପ୍ରଥମ ମଡ୍ୟୁଲ୍, BAS-01 ର ବିକାଶ ଏବଂ ନିର୍ମାଣ ପାଇଁ ଭାରତୀୟ ଘରୋଇ କମ୍ପାନୀଗୁଡ଼ିକୁ ଏକ ଆଗ୍ରହ ପ୍ରକାଶ (EoI) ଜାରି କରିଛି।ରିପୋର୍ଟ ଅନୁଯାୟୀ, BAS ର ପ୍ରଥମ ପର୍ଯ୍ୟାୟ ୨୦୨୮ ରେ ପ୍ରଥମ ମଡ୍ୟୁଲ୍ ର ଲଞ୍ଚ ସହିତ ଆରମ୍ଭ ହେବ। ଷ୍ଟେସନଟି ପୃଥିବୀଠାରୁ ପ୍ରାୟ ୪୦୦-୫୦୦ କିଲୋମିଟର ଉଚ୍ଚତାରେ ଅବସ୍ଥିତ ହେବ। ଏହା ଏକ ସମୟରେ ୩ ରୁ ୪ ଜଣ ମହାକାଶଚାରୀଙ୍କୁ ସ୍ଥାନ ଦେବ। ୨୦୩୫ ସୁଦ୍ଧା ସମସ୍ତ ପାଞ୍ଚଟି ମଡ୍ୟୁଲ୍ ସମ୍ପୂର୍ଣ୍ଣ ଭାବରେ…
ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲା ମହିଳା । ଜାଲିଆ ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି କପ୍ତିପଦା ପୋଲିସ।କେଉଁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହିବା ସହିତ ମହିଳାଙ୍କୁ ଲୋନ କରାଇ ଦେବେ ବୋଲି କହି କପ୍ତିପଦା ଥାନା ପରାସୀବାଡ଼ି ଅଂଚଳରୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଯାଇଥିବା ବେଳେ ତାହା ଫେରାଇ ନ ଥିଲେ କି ଋଣ ମଧ୍ୟ କରାଇ ଦେଇ ନ ଥିଲେ। ଯାହାକୁ ନେଇ ଠକାମୀ ର ଶିକାର ହୋଇଥିବା ମହିଳା କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।ତଦନ୍ତ ପରେ ମହିଳାଙ୍କୁ ଭୁବନେଶ୍ୱର ହଂସପାଳ ଅଞ୍ଚଳ ରୁ ଉଠାଇ ଆଣି ଥାନାରେ ତଦନ୍ତ କରିବା ପରେ ସୁଧାରଗୃହକୁ ପଠେଇଛି । ତଦନ୍ତ ପରେ ପୋଲିସ ମହିଳାଙ୍କ ଠକାମୀ ତାଲିକା ଦେଖି ତାଜୁବ…
ରବିବାର ପବିତ୍ର ମାଘ ସପ୍ତମୀ ବୁଡ। ଶନିବାର ରାତି ୪ଟା୪୧ରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଶନିବାର ଅପରାହ୍ନରୁ ଚନ୍ଦ୍ରଭାଗା ମେଳା ପଡ଼ିଆ ଓ ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ରହିଛି। ତେବେ ପବିତ୍ର ମାଘ ବୁଡ଼ ପାଇଁ ଦୁଇ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ । ଆଜି ଓ ଆସନ୍ତା କାଲି ବିନା ପ୍ରବେଶ ଶୁଳ୍କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବେ ଦେଶ ବିଦେଶ ର ପର୍ଯ୍ୟଟକ । ବିଜ୍ଞପ୍ତି ଜାରି କରିଛନ୍ତି ଆର୍କୋଲୋଜିକାଲ ଅଫ ଇଣ୍ଡିଆ ।
ଆମେରିକା ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛି। ଏହି ସମୟରେ, ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ଆମଦାନୀ ହ୍ରାସ କରିଛି, ଯାହା ଫଳରେ ଶୀଘ୍ର ୨୫% ଶୁଳ୍କ ଉଠାଇ ଦିଆଯାଇପାରେ।ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ଋଷରୁ ତେଲ କିଣିବାରୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହି ଶୁଳ୍କ ଲାଗୁ କରାଯାଇଥିଲା । ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ସମୟରେ, ସେ କହିଥିଲେ, ଭାରତ ଉପରେ ଶୁଳ୍କ ଲଗାଇବାର ଉଦ୍ଦେଶ୍ୟ ସଫଳ ହୋଇଛି ଏବଂ ଏବେ ଏହାକୁ ଉଠାଇ ଦିଆଯାଇପାରିବ ।
ଦିଲ୍ଲୀ ଫରିଦାବାଦରୁ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ପୁରା ସମାଜକୁ ଦୋହଲାଇ ଦେଇଛି । ଜଣେ ବାପା ହୋମ୍ୱାର୍କ ନକରିଥିବାରୁ ନିଷ୍ଠୁର ହୋଇ ଚାରି ବର୍ଷର ଝିଅକୁ ହତ୍ୟା କରିଛନ୍ତି।ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ପୁଲିସ କହିଛି ଝିଅ ୫୦ ପର୍ଯ୍ୟନ୍ତ ସଂଖ୍ୟା ଲେଖି ନପାରିବାରୁ ପିତା ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ସେକ୍ଟର ୫୮ ପୁଲିସ ଷ୍ଟେସନରେ ଅଭିଯୋଗ ପରେ ଅଭିଯୁକ୍ତ କୃଷ୍ଣ ଜୟସୱାଲ (୩୧)ଙ୍କୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟରେ ହାଜର କରାଯାଇ ଗୋଟିଏ ଦିନର ପୁଲିସ ରିମାଣ୍ଡରେ ପଠାଯାଇଛି।ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ବାସିନ୍ଦା । ସେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସହିତ ଫରିଦାବାଦରେ ରହୁଥିଲେ । ଦମ୍ପତି ଉଭୟ ଘରୋଇ କମ୍ପାନୀରେ କାମ କରୁଥିଲେ। ତାଙ୍କ ସ୍ତ୍ରୀ ଦିନ ସିଫ୍ଟରେ କାମ କରୁଥିଲେ, ଯେତେବେଳେ କୃଷ୍ଣ ପିଲାମାନଙ୍କର ଯତ୍ନ ନେବା ପାଇଁ…
ଯୋଡ଼ାରୁ ବ୍ୟାଙ୍କ ଲୁଟ, ଧାନବାଦରୁ ଗିରଫ । ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ୍ ମାମଲାରେ ୨ ଡକାୟତ ଗିରଫ ହୋଇଛନ୍ତି । ତେବେ ବ୍ୟାଙ୍କ ଲୁଟ କରି ସୀମା ପାର ହୋଇ ଝାଡ଼ଖଣ୍ଡ ପଳାଇଯାଇଥିଲେ ଦୁର୍ବୃତ୍ତ । ସେମାନଙ୍କୁ ଧରିବା ପାଇଁ କେନ୍ଦୁଝର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ଓଡ଼ିଶା ପୋଲିସ ଝାଡ଼ଖଣ୍ଡର ଧନବାଦରେ ପହଞ୍ଚିଥିଲା । ଧନବାଦ ପୋଲିସର ସହାୟତାରେ, ନିରସା ଏବଂ ସିନ୍ଦ୍ରି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।ଅଭିଯୁକ୍ତଙ୍କ ଠାରୁ ୨୮୮ ଗ୍ରାମ୍ ସୁନା, ୨ଟି ସ୍କର୍ପିଓ, ୪ଟି ମୋବାଇଲ୍ ଜବତ ହୋଇଛି । ଏବେ ବି ମାମଲାର ତଦନ୍ତ ଜାରି ରହିଛି । ଗତ ୧୯ ତାରିଖରେ ବଡ଼ବିଲରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲକରରୁ ୬ କେଜି ଓଜନ ୫ କୋଟି ଟଙ୍କା ମୂଲ୍ୟର ସୁନାଗହଣା ଓ ୮ ଲକ୍ଷ ନଗଦ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ୩ଟି ବାଇକରେ…









