Author: sanitelevision

ମେ ୨୩ ତାରିଖରୁ ନୂତନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲାଗୁ ହୋଇଛି। ପେଟ୍ରୋଲ ମୂଲ୍ୟ ୯୧ ପଇସା ଏବଂ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି।ଗତ ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ପେଟ୍ରୋଲ-ଡିଜେଲ ଦର ବଢ଼ିଛି।ଇନ୍ଧନ ମୂଲ୍ୟରେ ଏହି ସଦ୍ୟତମ ବୃଦ୍ଧି ବିଶ୍ୱ ଭୂରାଜନୈତିକ ଅସ୍ଥିରତା ସହିତ ଜଡିତ ଥିବା କୁହାଯାଉଛି। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ଆନ୍ତର୍ଜାତୀୟ ଅଶୋଧିତ ତୈଳ ଯୋଗାଣକୁ ବାଧାପ୍ରାପ୍ତ କରିଛି। ଫଳରେ ମୂଲ୍ୟ ଉପରେ ଚାପ ସୃଷ୍ଟି କରିଛି।ମୂଲ୍ୟ ବୃଦ୍ଧି ପରେ, ଆଜିଠାରୁ ଦିଲ୍ଲୀରେ ପେଟ୍ରୋଲ ୯୮.୬୪ ପରିବର୍ତ୍ତେ ୯୯.୫୧ରେ ଉପଲବ୍ଧ ହେବ। ସେହିପରି ଡିଜେଲ ୯୧.୫୮ ପରିବର୍ତ୍ତେ ୯୨.୪୯ରେ ଉପଲବ୍ଧ ହେବ, ଯାହା ଭାରତୀୟଙ୍କ ପାଇଁ ଏକ ବଡ଼ ଆଘାତ। ମୂଲ୍ୟ ବୃଦ୍ଧି ଭାରତୀୟ ପକେଟକୁ ଆହୁରି ବୋଝ ଦେଇଛି।ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ଲୋକଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଛି। ସରକାର କହିଛନ୍ତି ଯେ,…

Read More

ବିଧାୟକଙ୍କ ଗାଡ଼ି ଉପରରୁ ଆକ୍ରମଣ। କଟକ ତିଗିରିଆର ପଞ୍ଚାୟତ ସମିତି ବୈଠକ ରେ ଯୋଗ ଦେବାକୁ ଯାଉଥିବା ବେଳେ ତିଗିରିଆ ବ୍ଲକ ଛକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଗାଡି ଉପରକୁ ଆକ୍ରମଣ। କିଛି ଦୁର୍ବୃତ୍ତ ହାତରେ ଠେଙ୍ଗା ଧରି ଗୋଡ଼ାଇବା ସହ ବୋତଲ ମାଡ କରିଛନ୍ତି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ଗାଡ଼ିରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ତେବେ ଏହି ଆକ୍ରମଣ ପଛରେ କେଉଁମାନେ ଅଛନ୍ତି ଏବଂ ଏହାର କାରଣ କଣ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।ପରେ ଏନେଇ ବିଧାୟକଙ୍କ ସମର୍ଥକ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି। ଯାହା ଫଳରେ ପୁଲିସ ସହ ମୁଁହାମୁଁହି ସ୍ଥିତି ବି ଉପୁଜିଛି। ବିଧାୟକଙ୍କ ସମର୍ଥକଙ୍କ ସହ…

Read More

ଓଡ଼ିଶାରେ ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି ଗ୍ରୀଷ୍ମ ଋତୁର ପ୍ରକୋପ । ଆକାଶରୁ ଯେମିତି ନିଆଁ ବର୍ଷୁଛି, ଆଉ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ ହିଟ୍ ୱେଭ୍‌କୁ ନଜରରେ ରଖି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ହିଟ୍ ୱେଭ୍‌କୁ ନଜରରେ ରଖି ସବୁ ମେଡିକାଲ ଗୁଡିକରେ ପ୍ରତିଷେଧମୂଳକ ବ୍ୟବସ୍ଥା ଆପଣାଯାଇଛି । ପ୍ରତି ମେଡିକାଲରେ ORS କର୍ନର ବ୍ୟବସ୍ଥା ହୋଇଛି । ଅଂଶୁଘାତ ମୁକାବିଲା ପାଇଁ ସବୁ ଜିଲ୍ଲା ମୁଖ୍ୟ ମେଡିକାଲ ଗୁଡିକରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ମେଡିକାଲ ଗୁଡିକରେ IV ଫ୍ଲୁଇଡ୍ ସହ ORS ମହଜୁଦ ରଖାଯାଇଛି ।ବିଶେଷ କରି ଶିଶୁ, ଗର୍ଭବତୀ, ବୟସ୍କ ଲୋକ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସୂତା ଲୁଗା ପନ୍ଧିବାକୁ ପରାମର୍ଶ ଦିଆଯାଇଛି ।

Read More

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢୀ ଦେଇଥିବା ବ୍ୟକ୍ତିଙ୍କୁ ଏବେ ପାକିସ୍ତାନ ଏବଂ ବାଂଲାଦେଶରୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ରାତାରାତି ପ୍ରସିଦ୍ଧି ପାଇଥିବା ଏହି ଦୋକାନୀ ଏବଂ ତାଙ୍କ ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଏହି ଘଟଣା ବିକ୍ରମ ସାହୁ ଏବଂ ତାଙ୍କ ପରିବାରକୁ ଚିନ୍ତାରେ ପକାଇଛି। ପୁଲିସ ପ୍ରଶାସନକୁ ଏ ବିଷୟରେ ପୂର୍ବରୁ ଅବଗତ କରାଯାଇଛି । ଅଭିଯୋଗ ପରେ, ପୁଲିସ ତଦନ୍ତ ଆରମ୍ଭ କରିଛି ।ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଏପ୍ରିଲ୍ ୧୯ ତାରିଖରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଗ୍ରାମରେ ସଭା ସାରି ଫେରିବା ବେଳେ ରାସ୍ତା କଡ଼ରୁ ବିକ୍ରମ ସାଉଙ୍କ ଦୋକାନରୁ ଝାଲମୁଡ଼ି ଖାଇଥିଲେ। ପ୍ରଧାନମନ୍ତ୍ରୀ ଏହାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ। ଏହାକୁ ନେଇ ବିଜେପି ଏବଂ ଟିଏମସି ମଧ୍ୟରେ ବଡ଼ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଥିଲା। କିନ୍ତୁ…

Read More

ଯଦି କୌଣସି ପିଲାଙ୍କ ବାପା-ମାଆ ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି ତାହେଲେ ତାଙ୍କ ପିଲାଙ୍କୁ କାହିଁକି ମିଳିବ ସଂରକ୍ଷଣ ? ଓବିସି ସଂରକ୍ଷଣର ‘କ୍ରିମି ଲେୟାର’ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।ସାମାଜିକ ଗତିଶୀଳତା ଶିକ୍ଷାଗତ ଏବଂ ଆର୍ଥିକ ସଶକ୍ତିକରଣରୁ ଉତ୍ପନ୍ନ ହୁଏ। ତେଣୁ ପିଲାମାନଙ୍କ ପାଇଁ ସଂରକ୍ଷଣ ଦାବି କରିବା ଦ୍ୱାରା ଏହି ବ୍ୟବସ୍ଥାରୁ କେବେବି ପରିବର୍ତ୍ତନ ହେବ ନାହିଁ। ଏହା ଏକ ପ୍ରସଙ୍ଗ ଯାହା ଉପରେ ଆମର ଧ୍ୟାନ ଦେବା ଆବଶ୍ୟକ।ସେ ଆହୁରି ମଧ୍ୟ କହିଥିଲେ, ଛାତ୍ରୀଛାତ୍ରମାନଙ୍କ ମାତାପିତା ଭଲ ଚାକିରି କରନ୍ତି ଏବଂ ଯଥେଷ୍ଟ ଆୟ କରନ୍ତି, ତଥାପି ପିଲାମାନେ ସଂରକ୍ଷଣ ଦାବି କରିଚାଲିଛନ୍ତି। ସେମାନଙ୍କୁ ସଂରକ୍ଷଣର ଆବଶ୍ୟକତାଠାରୁ ଆଗକୁ ବଢ଼ିବା ଉଚିତ। ଏହି ପ୍ରସଙ୍ଗ ଗଭୀର ବିଚାର ବିମର୍ଶ ଆବଶ୍ୟକ।ଯେପରି ପ୍ରକୃତ ପଛୁଆ ବର୍ଗର ପିଲାମାନେ ଏହାର ଲାଭ ପାଇପାରିବେ। ଶୈକ୍ଷିକ ଏବଂ ଆର୍ଥିକ ସଶକ୍ତୀକରଣ ହିଁ ସମାଜରେ ପରିବର୍ତ୍ତନ କିମ୍ବା…

Read More

ଖୁବ ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । କଞ୍ଚାମାଲ ଯୋଗାଣ ଅଭାବରୁ ଇଫକୋର ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଅଧିକ ଦିନ ଏଭଳି ଅବସ୍ଥା ରହିଲେ ସରକାର ବିକଳ୍ପ ବ୍ୟବସ୍ଥା କରିବେ । ଅଧିକାରୀମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ । ରାଜ୍ୟରେ ଆବଶ୍ୟକୀୟ ପରିମାଣରେ ସାର ଅଛି, କିଛି ସମସ୍ୟା ନାହିଁ , ମାର୍କଫେଡରେ ୬୬ ହଜାର ୯୧୮ ମେଟ୍ରିକ ଟନ ସାର ମହଜୁଦ ଅଛି ।

Read More

ବିଦ୍ୟୁତ କାଟକୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଧନ ସିଂହ ଦେଓ ପ୍ରତିକ୍ରିୟା ରଖି କହିଛନ୍ତି , ଏବେ ଯେଉଁପରି ହିଟୱେଭ ଚାଲିଛି, ତାହା କାହାରି ହାତରେ ନାହିଁ । ପିକ ହିଟ ସମୟରେ ଅଧିକ ଡିମାଣ୍ଡ ରହୁଛି । ଅଧିକ ଏସି ବ୍ୟବହାର ହେଉଛି । ଫଳରେ ଓଭରଲୋଡ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ ହେଉଛି । ତଥାପି ଶୀଘ୍ର ରିଷ୍ଟୋର କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ କହିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ଲୋକେ ଯେପରି ନିରନ୍ତର ବିଦ୍ୟୁତ ପାଇବେ ଆମେ ଚେଷ୍ଟା କରୁଛୁ ।

Read More

ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷ । ପୂର୍ବ ବର୍ଷର ଦଳଚକଟା ଘଟଣା ରିପିଟ୍ ନହେବାକୁ ମିଟିଂରେ ଗୁରୁତ୍ବ । ଏହାସହ ଭିଡ଼ ନିୟନ୍ତ୍ରଣ, ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରମାଳ, ଦର୍ଶନ ପାଇଁ ଭକ୍ତ କେଉଁପଟେ ଯିବେ ଓ କେଉଁଆଡ଼େ ବାହାରିବେ, କେତେ ସମୟ ଦର୍ଶନ ଚାଲିବ, କେତେ ବେଳେ ପହଡ଼ ପଡିବ, ସେନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି। ଦଇତା ପତି ନିଯୋଗ ଏନେଇ ପରାମର୍ଶ ଦେଇଛି । ଏହା ସହ ବୈଠକରେ ପୁରା ପ୍ରସ୍ତୁତି ନେଇ ହୋଇଛି ଆଲୋଚନା । କେମିତି ସେବାୟତଙ୍କ ମଧ୍ୟରେ ସମନ୍ୱୟ ରହିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଯେମିତି ସମସ୍ତ ରୀତିନୀତି ସମ୍ପନ୍ନ ହେବ ସେନେଇ ଦଇତାପତି ନିଯୋଗଙ୍କ ସହ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ରାଜ୍ୟ ଅତିଥି ଭବନରେ ବିଭିନ୍ନ ସେବାୟତ ନିଯୋଗକୁ ଡାକି ଆଲୋଚନା କରିଛନ୍ତି…

Read More

ରାଜ୍ୟରେ ବଢିଚାଲିଛି ଘରୋଇ ନର୍ସିଂ କଲେଜ ସଂଖ୍ୟା । ଏହା ଉପରେ ସରକାର ଅଂକୁଶ ଲଗାଇବାକୁ ଯାଉଛନ୍ତି । ଏଣିକି ଆଉ ନୂଆ ନର୍ସିଂ କଲେଜ ପ୍ରତିଷ୍ଠା କରିବାକୁ ଅନୁମତି ମିଳିବ ନାହିଁ । ଘରୋଇ ଏଏନ୍‌ଏମ୍, ଜିଏନ୍ଏମ୍, ବିଏସ୍‌ସି ନର୍ସିଂ କିମ୍ବା ନର୍ସିଂ ଅନୁଷ୍ଠାନ ପ୍ରତିଷ୍ଠ କରିବା ଲାଗି ରାଜ୍ୟ ସରକାର ନୂଆ ଅନୁମତି ତଥା ଏନ୍‌ଓସି (ଆପତ୍ତିବିହୀନ ପ୍ରମାଣପତ୍ର) ପ୍ରଦାନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ସେବା ଏବଂ ନର୍ସିଂ ଶିକ୍ଷା କ୍ଷେତ୍ରରେ ଏକ ଗୁଣାତ୍ମକ ମାନ ଆଣିବା ଲାଗି ଭଳି କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।ସେହିପରି ଯେଉଁ ସମସ୍ତ ଘରୋଇ ନର୍ସିଂ କଲେଜ ଖୋଲିଛି, ସେସବୁରେ INC ଏବଂ ONMRC ଦ୍ୱାରା ପରିଚାଳିତ ନୀତି ନିୟମକୁ ଠିକ୍ ଭାବରେ ଅନୁପାଳନ କରାଯାଉଛି କି…

Read More

ଚଳିତ ମାସ ୩୦ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି SIR |ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ସମସ୍ତ ଜିଲ୍ଲାପାଳ ଓ DEOଙ୍କୁ ଏନେଇ ପତ୍ର ଲେଖିଛନ୍ତି।ଏହି ହେଲ୍ପଡେସ୍କ ମାଧ୍ୟମରେ ଭୋଟରମାନେ SIR ସମୟସୀମା, ଯୋଗ୍ୟତା, ନାମ ଯୋଡ଼ା, ସଂଶୋଧନ କିମ୍ବା ବିଲୋପ ସମ୍ବନ୍ଧୀୟ ସୂଚନା ପାଇପାରିବେ। ସେଥିସହ ପୁରୁଣା ଭୋଟର ତଥ୍ୟ ସହ ଲିଙ୍କ କରିବା, ଅନଲାଇନ୍ ଓ ଅଫଲାଇନ୍ ଫର୍ମ ପୂରଣରେ ସହଯୋଗ ମଧ୍ୟ ମିଳିବ।ବିଶେଷ କରି ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ସହଜ ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ହେଲ୍ପଡେସ୍କରେ ଶିକ୍ଷିତ କର୍ମଚାରୀ ନିଯୁକ୍ତ ହେବେ ଏବଂ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ମଧ୍ୟ ରଖାଯିବ।ନିର୍ବାଚନ ଆୟୋଗର ୧୯୫୦ ହେଲ୍ପଲାଇନ୍ ଓ ECINet ଆପ୍ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଜଣାଇବାକୁ କୁହାଯାଇଛି। ମଇ ୨୫ ମଧ୍ୟରେ ହେଲ୍ପଡେସ୍କ…

Read More