ମହିମା ଧର୍ମୀଙ୍କ ମୁଖ୍ୟ ଧର୍ମସ୍ଥଳୀ ଯୋରନ୍ଦା ଠାରେ ଆଜି ଠାରୁ ୭ ଫେବୃଆରୀ ଯାଏଁ ମେଳା ଅନୁଷ୍ଠିତ ହେଉଛି l ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦି । ଲକ୍ଷଲକ୍ଷ ସଂଖ୍ୟାରେ ଜନ ସମାଗମ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।୧ ତାରିଖ ଅପରାହ୍ନ ରେ ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଆସିବାର କାର୍ଯ୍ୟକ୍ରମ ରହିଛି l ମେଳାକୁ ମହିମା ସାଧୁମାନେ ଦୁଇ ଦିନ ଧରି ପାଳୁଥିବା ବେଳେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ସ୍ଥାନୀୟ ବାସିନ୍ଦା । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୩ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ବିଭିନ୍ନ ନୀତିକାନ୍ତି ସହ ଗାଦି ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ଏହି ଅବସରରେ…
Author: sanitelevision
ଫେବୃଆରୀ ୧୭ ତାରିଖରୁ ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୨୦ରେ ଆଗତ ହେବ ରାଜ୍ୟ ବଜେଟ ୨୦୨୬- ୨୭ । ଏପ୍ରିଲ ୮ ଯାଏ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୨୦ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଫେବ୍ରୁଆରୀ ୨୩ ଓ ୨୪ରେ ବଜେଟ୍ ଉପରେ ଗୃହରେ ଆଲୋଚନା କରାଯିବ ।ତେବେ ବଡ କଥା ହେଉଛି ରାଜ୍ୟ ସରକାର ଫେବୃଆରୀ ୨୦ରେ କେତେ ଟଙ୍କାର ବଜେଟ ଆଣୁଛନ୍ତି, ଚଳିତ ବଜେଟରେ କାହାକୁ କାହାକୁ ଗୁରୁତ୍ୱ ଦିଆଯାଉଛି , ଭିତ୍ତିଭୂମି ତା ସହିତ ଆଉ କିଛି ନୂଆ ଯୋଜନା ଆଣୁଛନ୍ତି କି ? ଏସବୁ ଉପରେ ଜନତାଙ୍କ ନଜିର ରହିଛି ।
ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଛାତ୍ରୀମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲରେ ମାସିକ ଧର୍ମ (ମାସିକ ଋତୁସ୍ରାବ) ସମୟରେ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି।ସୁପ୍ରିମକୋର୍ଟ କହିଛନ୍ତି ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ, ସୁନିଶ୍ଚିତ ଜୀବନଯାପନର ଅଧିକାରରେ ଋତୁସ୍ରାବ ସ୍ବାସ୍ଥ୍ୟର ଅଧିକାର ଅନ୍ତର୍ଭୁକ୍ତ। ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ ସହିତ, କୋର୍ଟ ତାଙ୍କ ନିର୍ଦ୍ଦେଶରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ମଧ୍ୟ କହିଛନ୍ତି। ଏହି ନିଷ୍ପତ୍ତି କେବଳ ବ୍ୟବସ୍ଥାରେ ଜଡିତ ଲୋକଙ୍କ ପାଇଁ ନୁହେଁ, ବରଂ ଶ୍ରେଣୀଗୃହ ପାଇଁ ମଧ୍ୟ, ଯେଉଁଠାରେ ଝିଅମାନେ ସାହାଯ୍ୟ ମାଗିବାକୁ ସଂକୋଚ କରନ୍ତି। ଏହି ନିର୍ଦ୍ଦେଶ ସେହି…
ରାଜ୍ୟର ସହରାଞ୍ଚଳରେ ଜୀବନଧାରଣର ମାନ ବୃଦ୍ଧି ଏବଂ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର । କେବଳ ଭୁବନେଶ୍ୱର କିମ୍ବା କଟକ ନୁହେଁ, ବରଂ ଓଡ଼ିଶାର ସମସ୍ତ ପୌରାଞ୍ଚଳରେ (ULBs) ଥିବା ପାର୍କଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ତାଙ୍କର ନିକଟ ଅତୀତର ଇନ୍ଦିରା ଗାନ୍ଧୀ (ଆଇ.ଜି.) ପାର୍କ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ। ପାର୍କର ଦୁରାବସ୍ଥା ଦେଖି ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଅନେକ ସହରାଞ୍ଚଳରେ ପାର୍କଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳା ଓ ଭିତ୍ତିଭୂମିର ଅବକ୍ଷୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ପାର୍କଗୁଡ଼ିକ କେବଳ ମନୋରଞ୍ଜନର ସ୍ଥାନ ନୁହେଁ, ଏହା ସହରର…
ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ସହିତ ନଗର ଉନ୍ନୟନ ବିଭାଗର ନିର୍ଦେଶକ ଏବଂ କଟକ ଜିଲ୍ଲାପାଳ ମଧ୍ୟ ଆଶ୍ୱସ୍ତି ପାଇଛନ୍ତି । ଏହି ୩ ବରିଷ୍ଠ ଅଧିକାରୀ କୋର୍ଟଙ୍କ ଆଦେଶ ପାଳନ କରିଥିବା ନେଇ କମ୍ପଲାଇନ୍ସ ରିପୋର୍ଟ ଦାଖଲ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ଅଦାଲତ ଅବମାନନା ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।ସୂଚନା ଯୋଗ୍ୟ, ସଚିବ ପାଢ଼ୀଙ୍କୁ ହାଇକୋର୍ଟ ଗତ ୨୪ ତାରିଖିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର । ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ । ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି କରାଯାଇଛି । ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୂଡାନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା (SJDY) ଅଧୀନରେ ସମ୍ମତି ଫର୍ମ ସଂଗ୍ରହକୁ ବ୍ୟକ୍ତିଗତ ଭାବରେ ତଦାରଖ ଏବଂ ତ୍ୱରାନ୍ୱିତ କରିବାକୁ ପର୍ଯ୍ୟଟନ ବିଭାଗ ସମସ୍ତ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛି। ଯଦିଓ ଏହି ଯୋଜନା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଯୋଗ୍ୟ ହିତାଧିକାରୀ ୬୦-୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଓ ୭୫ ବର୍ଷ ପର୍ଯ୍ୟନ୍ତ ବିଧବାମାନଙ୍କୁ ପେନସନ ଯୋଜନାରେ ସ୍ୱୟଂଚାଳିତ ଭାବରେ…
ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ଉପରେ ଚଳିତ ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ମଢେଇ କହିଛନ୍ତି ବର୍ଦ୍ଧିତ ଦରମା ସମ୍ପର୍କରେ ପୁନଃବିଚାର ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ଆସନ୍ତା ବଜେଟ ଅଧିବେଶନରେ ପୁନଃବିଚାର ହୋଇ ବିଲ ପାରିତ ହୋଇପାରେ । କିଛି କମ ହୋଇପାରେ ବିଧାୟକଙ୍କ ଦରମା । ଭାସ୍କର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ପୂର୍ବରୁ ତିନିଥର କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ୧୭ଶ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।। ସୂଚନାଥାଉକି, ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଗୃହରେ ସର୍ବସମ୍ମତି କ୍ରମେ ଏହା ପାସ୍ପା ହୋଇଥିଲା । ସଂସଦୀୟ ପରମ୍ପରାରେ ଏହା…
ଧୁମଧାମରେ ଚାଲିଛି ଖଣ୍ଡଗିରି ମେଳା | କିନ୍ତୁ ଚଳିତ ବର୍ଷ ଯେଉଁମାନେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି ବୋଲି ନିୟମ କରିଥିଲେ, ସେମାନେ ଏବେ ଚୁପ୍ ବସିଛନ୍ତି । ଖଣ୍ଡଗିରି ମେଳାରେ ଲାଗିଛି ବାବାଙ୍କ ଦରବାର ଆଉ ଭୁବନେଶ୍ୱର ସହ କଟକ, ପୁରୀ, ନୟାଗଡ଼, ଯାଜପୁର, ଗଞ୍ଜାମ, ଏପରିକି ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଆସୁଛନ୍ତି ଭକ୍ତ । କିଏ ଆଗେ ଭେଟିବ, କିଏ ପ୍ରଥମେ ପରାମର୍ଶ ନେବ ଏଥିପାଇଁ ସକାଳୁ ଆସି ଜଗୁଛନ୍ତି । ସନ୍ଧ୍ୟା ଓ ରାତିକୁ ଆସୁଛନ୍ତି ଭିଆଇପି । ଭିଆଇପିମାନେ ଆସି ସାଧୁଙ୍କୁ ଭେଟି ଭାଗ୍ୟ ଭବିଷ୍ୟତ ବୁଝୁଛନ୍ତି । ସାଧୁଙ୍କୁ ମୋଟା ଅଙ୍କର ଟଙ୍କା ବି ଦେଉଛନ୍ତି । ଖଣ୍ଡଗିରି ମାଘମେଳା ଅବସରରେ ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳୁଛି । ମେଳାରେ ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିର ସ୍ୱରୂପ ଦେଖିବାକୁ ମିଳୁଛି ।ତେବେ ଚଳିତ ବର୍ଷ ମେଳାକୁ ଜଣେ ନାଗାବାବା ଆସିଛନ୍ତି । ତାଙ୍କ ବିଭୂତି ଖାଇଲେ ନିଃସନ୍ତାନ…
ନବ ଦାସ ହତ୍ୟା ମାମଲାର ଖୁବ୍ଶୀଘ୍ର ଖୁଲାସା ହେବ କହିଲେ ଆଇନ ମନ୍ତ୍ରୀ । ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି ଆଇନ ମନ୍ତ୍ରୀ। ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି ।ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ’ |ସୂଚନାମୁତାବକ ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା ବେହେରାମାଲ ସ୍ଥିତ ନବଦାସ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ତ୍ର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଯୋଗ ଦେଇଥିଲେ। ତେବେ ଶ୍ରଦ୍ଧାଞ୍ଜଳି ସଭାରେ ଦୀପାଳି କହିଛନ୍ତି, ଘଟଣା ଦିନ ବାପାଙ୍କର ଏକ ମିସ କଲ ୧୨ଟା ୨୭ ମିନିଟରେ ଆସିଥିଲା। ହେଲେ ପୋଲିସ FIRରେ ୧୨ଟା ୧୫ରେ ହତ୍ୟାକାଣ୍ଡ ଘଟିଥିବା ଉଲ୍ଲେଖ ରହିଛି। ଯାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।…
ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳା ବାଘ। କଳା ରଙ୍ଗର କଲରା ପତରିଆ ବାଘ ଟ୍ରାପ କ୍ୟାମେରାରେ ଧରାପଡ଼ିଛି।ନୟାଗଡ ଜିଲ୍ଲାର ଜଙ୍ଗଲରେ ବାଘଗଣନା ଶେଷ ହୋଇନଥିଲେ ମଧ୍ୟ ଟ୍ରାପ୍ କ୍ୟାମେରା ଭିଜୁଆଲ୍ କୁ ଭିତ୍ତି କରି ଏବେ ପାଖାପାଖି ୭ଟି କଳାବାଘ ରହିଥିବା ଅନୁମାନ କରାଯାଉଥିବା ଡିଏଫଓ କହିଛନ୍ତି ।ସେହିପରି ବନ୍ୟଜନ୍ତୁଙ୍କ ବଂଶ ବୃଦ୍ଧି ଏବଂ ସେମାନଙ୍କ ସ୍ୱାସ୍ତ୍ୟ ସନ୍ତୁଳନ ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ସଲ୍ଟ ଲେକ୍ କରାଯାଇଛି ଯାହାକୁ ଖାଇବା ପାଇଁ ସମସ୍ତ ପ୍ରକାରର ବନ୍ଯଜନ୍ତୁ ଆସୁଥିବା ଡିଏଫଓ କହିଛନ୍ତି । ଏହାର ଟ୍ରାପ୍ କ୍ଯାମେରା ଭିଜୁଆଲ ମଧ୍ୟ ଆସିଛି ।









