ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ ୯ମ ଶ୍ରେଣୀ ଛାତ୍ରଙ୍କୁ ଭୁଜାଲିରେ ହାଣିଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ର। ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରେମୁଣା ହାଇସ୍କୁଲରେ। ଗୁରୁତର ଛାତ୍ର ଜଣକ ଏଫଏମ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣରେ ହାତ ପାପୁଲି ଓ ପଛପଟ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି । ଆକ୍ରମଣର କାରଣ ଆସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଛାତ୍ର ଜଣକ ଥାନାରେ ଆତ୍ମସମର୍ପଣ କରିଛି । ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆତ୍ମସମର୍ପଣ କରିଥିବା ଛାତ୍ରଙ୍କୁ କାହିଁକି ଏଭଳି କାଣ୍ଡ ଘଟାଇଛନ୍ତି ସେନେଇ ପଚରାଉଚରା କରୁଛି ପୋଲିସ ।
Author: sanitelevision
ସରିଲା କ୍ୟାବିନେଟ୍ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ରାଜ୍ୟ ସମବାୟ ନୀତି – ୨୦୨୬କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ମାର୍ଚ୍ଚ ଯାଏଁ ସିଙ୍ଗାପୁର ଓ ଦୁବାଇକୁ ଜାରି ରହିବ ବିମାନ ଉଡାଣ । ପରବର୍ତ୍ତୀ ସମୟରେ ବିମାନ ଚାଲିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଓଡିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ଏରୋସ୍ପେଶ୍ ସାମଗ୍ରୀ । କଲ୍ୟାଣୀ ଗ୍ରୁପ ତରଫରୁ ଇଣ୍ଟିଗ୍ରେଟେଡି ନ୍ୟୁ ଏଜ୍ ମାନ୍ୟୁଫାକ୍ଟର କମ୍ପେ୍ଲକ୍ସ ହେବ । ଢେଙ୍କାନାଳ ଗଜମରାରେ ୧୧ ଶହ ଏକର ଜମିରେ ନିର୍ମାଣ କରାଯିବ । ୧୭ ହଜାର ୨୫୦ କୋଟି ଟଙ୍କା…
ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ମାଙ୍କେଡି କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ, ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୮ ବର୍ଷୀୟ ମଡେଲ ତନ୍ନୁ ସିଂହ ତାଙ୍କ ସ୍ୱାମୀ ରାହୁଲ ସିଂହଙ୍କ ଠାରୁ ମଜାଳିଆ କଥା ଶୁଣି ନିଜ ଦୁପଟାରେ ସିଲିଂ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ପରିବାର କହିଛନ୍ତି ଯେ ରାହୁଲ ମଜାରେ ତନ୍ନୁଙ୍କୁ “ମାଙ୍କେଡି” ବୋଲି କହିଥିଲେ। ପୋଲିସ ପୋଷ୍ଟମର୍ଟମ କରି ମୃତଦେହ ପରିବାରକୁ ହସ୍ତାନ୍ତର କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ ହୋଇନାହିଁ।ରିପୋର୍ଟ ଅନୁସାରେ, ତନୁ ମଡେଲିଂ ପ୍ରତି ଆଗ୍ରହୀ ଥିଲେ। କିନ୍ତୁ ସ୍ବାମୀଙ୍କ ମଜାକ୍ କଥାକୁ ଅତ୍ୟନ୍ତ ଗମ୍ଭୀର ସହ ନେଇ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଯିବେ ବୋଲି କେହି ବିଶ୍ୱାସ କରିନଥିଲେ । ବହୁତ ସମୟ ପର୍ଯ୍ୟନ୍ତ କୋଠରୀରୁ କୌଣସି…
ମଣିଷ-ଭାଲୁ ଲଢେଇ। ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ନବମ ଶ୍ରେଣୀର ଛାତ୍ର। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପୋଡ଼ାଶୂଳା ଗାଁରେ ଅଭାବନୀୟ ଘଟଣା ଘଟିଛି । ରାତିରେ ଖାଦ୍ୟ ଅନ୍ୱେଷଣରେ ସ୍ଵର୍ଣ୍ଣଚୁଡ଼ ଜଙ୍ଗଲରୁ ଆସିଥିଲେ ଦୁଇଟି ଭାଲୁ । ତେବେ ରାସ୍ତା ନପାଇ ବାଟବଣା ହୋଇ ଫେରି ପାରିନଥିଲେ ଭାଲୁମାନେ । ଏମିତିକି ଗାଁ ପଶି ଉପଦ୍ରବ ଜାରି ରଖିଥିଲେ । ଗାଁରେ ଆତଙ୍କ ଖେଳାଇବାବେଳେ ଜଣେ ନବମ ଶ୍ରେଣୀ ଛାତ୍ର ପ୍ରଭାତ ପାତ୍ର ପଡିଯାଇଥିଲେ ଭାଲୁ ହାବୁଡ଼ରେ । ଏତେ ନିକଟରୁ ବିରାଟକାୟ ପଶୁକୁ ଦେଖି ଡରିନଥିଲେ ପ୍ରଭାତ । ନିଜର ଉପସ୍ଥିତି ବୁଦ୍ଧି ଖଟାଇ ସାହସର ସହ ଲଢିଥିଲେ ପ୍ରଭାତ । ଶେଷରେ ଭାଲୁ କବଳରୁ ନିଜକୁ ରକ୍ଷା କରି ନୂଆ ଜୀବନ ପାଇଛନ୍ତି ସେ । ଗୁରୁତର ଭାବେ ନିଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।
ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା ବସ୍’ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚଦ୍ର ମହାପାତ୍ର । ମହିଳାଙ୍କ ସୁରକ୍ଷା ଏବଂ ଗତିଶୀଳତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ଓଡ଼ିଶା ସରକାର ଭୁବନେଶ୍ୱରରେ ସୁଭଦ୍ରା ବସ୍ ସେବା ପ୍ରଚଳନ କରିବାକୁ ଯାଉଛନ୍ତି । ଏହି ବସ୍ରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପୁନେରେ ଇ ବସ୍ ଟ୍ରେନିଂ ପରେ ଭୁବନେଶ୍ୱରରେ ଚଲାଇବେ ମହିଳା ।ସୁରକ୍ଷିତ ଯାତାୟାତ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ବସ୍ଗୁଡ଼ିକ ଆଧୁନିକ ସୁରକ୍ଷା ବୈଶିଷ୍ଟ୍ୟ, ସିସିଟିଭି ଏବଂ ଜରୁରୀକାଳିନ ପ୍ରଣାଳୀ ସହ ଗଡ଼ିବ।
ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର । ଆଜି ପୁଣି କମିଲା ସୁନା ରୁପା ଦର । ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା । ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ସୁନା ଦର ୬୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା । ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର । ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇ ହେଲା ୩ ଲକ୍ଷ ୫୦ ହଜାର ଟଙ୍କା ।ଆମେରିକା ଶୁଳ୍କ, ଭୂରାଜନୈତିକ…
ଭୁବନେଶ୍ବର CBI ନାଁରେ ମାମଲା ରୁଜୁ କଲା ଦିଲ୍ଲୀ CBI। ସୁନ୍ଦରଗଡ଼ MCLରେ ଦିଲ୍ଲୀ CBIର ଚଢ଼ଉ ପରେ ନୂଆ ତଥ୍ୟ । ସନ୍ଦେହ ଘେରରେ ସିବିଆଇ ଭୁବନେଶ୍ବର ଶାଖାରେ ASI ପ୍ରଶାନ୍ତ ପଲେଇ ।ବସୁନ୍ଧରା ଅଞ୍ଚଳରେ ଏମ୍ ସିଏଲ୍ ଗର୍ଜନବାହାଲ ଓପନ କାଷ୍ଟ ପ୍ରୋଜେକ୍ଟର ଡେସ୍ ପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ,କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଫାଇଦା ନେଉଥିବା ଜଣାପଡ଼ିଛି । ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି CBIର ASI ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା । ସେହି ଆଧାରେ ସିବିଆଇ ପକ୍ଷରୁ CBI ଏଏସ୍ ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
କଲେଜରେ କ୍ଲାସ ନକରି ଖଟି କରୁଥିଲେ ଆକ୍ସନ୍ ନେବ ଉଚ୍ଚଶିକ୍ଷା ବିଭାଗ । କଠୋର କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହୋଇପାରେ ଦରମା । ଏନେଇ ବିଭାଗ ପକ୍ଷରୁ ସବୁ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ ନଜରକୁ ଆସିଥିଲା ଅବହେଳା । କଟକ ଜିଲ୍ଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଖଟି କରୁଥିଲେ ଅଧ୍ୟାପକ । କ୍ଲାସ ନକରି ଅଧ୍ୟାପକ ଚେୟାର ବସି ମୋବାଇଲ୍ରେ ବ୍ୟସ୍ତ ଥିଲେ ।ଏପରିକି ଯାଞ୍ଚ ସମୟରେ କଲେଜ କର୍ତ୍ତୃପକ୍ଷଙ୍କୁ ଅଧିକାରୀମାନେ ଉପସ୍ଥାନ ରେଜିଷ୍ଟର ମାଗିଥିଲେ । ହେଲେ ଦେଖିବାକୁ ମିଳିଥିଲା ଏଥିରେ ଅଧ୍ୟକ୍ଷ ଓ କିଛି କର୍ମଚାରୀ ୪ ଦିନ ଧରି ଦସ୍ତଖତ କରିନଥିଲେ । ଯାହା ସରକାରଙ୍କ ନିୟମ ଓ ନିର୍ଦ୍ଦେଶାବଳୀକୁ ବ୍ୟାପକ ଉଲ୍ଲଂଘନ । କେବଳ ଏତିକି ନୁହେଁ ପରିଦର୍ଶନରେ ଯାଇଥିବା ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ କଲେଜ ଅଧ୍ୟକ୍ଷଙ୍କୁ ବାୟୋମେଟ୍ରିକ୍…
ଆସନ୍ତା ୪ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ କୁହୁଡ଼ି ରହିବ । ଶନିବାର ଉପକୂଳ ଓଡ଼ିଶାରେ ଶୀତ ପ୍ରାୟତଃ କମ ରହିବ ।ରବିବାର ମଧ୍ୟ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ୍ ରହିବ । ଅଧିକାଂଶ ସ୍ଥାନରେ ପାରଦ ୧୬ରୁ ୧୮ ଡିଗ୍ରୀ ରହିବ । ପୁରୀରେ ୨୦ ଡିଗ୍ରୀ ରହିପାରେ । ସେହିପରି ୨ ତାରିଖ ସୋମବାର ଦିନ ଫୁଲବାଣୀରେ ୧୧ଡିଗ୍ରୀ ରହିବ । ନବରଙ୍ଗପୁରରେ ୧୩, କୋରାପୁଟ ଓ ମାଲକାନଗିରିରେ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଘରୋଇ ରନ୍ଧନ ଗ୍ୟାସ୍ (ଏଲ୍ପିଜି) ମିଳିବାରେ ଏବେ ବଡ ସମସ୍ୟା ହେଉଛି । ତିନିରୁ ଚାରିଦିନ ମଧ୍ୟରେ ମିଳୁଥିବା ଏହି ସିଲିଣ୍ଡର ଏବେ ବୁକିଂ ହେବାର ୨୦ ଦିନ ପରେ ବି ମିଳୁନି । ଏଚ୍ପି ଗ୍ୟାସ୍ରେ ଏହି ସମସ୍ୟା ୧ ମାସେ ହେଲା ଲାଗିଥିବା ବେଳେ ଏବେ ଇଣ୍ଡେନ୍ ଗ୍ୟାସ୍ରେ ବି ସମାନ ସମସ୍ୟା ଦେଖାଦେଇଛି ।୩ ମାସ ତଳୁ ଏଚ୍ପି ଗ୍ୟାସ୍ରେ ପ୍ରଥମେ ଏହି ସମସ୍ୟା ଦେଖାଦେଇଥିଲା । ତାର ସିଲିଣ୍ଡର ରିଫିଲିଂ ପ୍ଲାଣ୍ଟରେ ବୈଷୟିକ ସମସ୍ୟା ଦେଖାଦେବାରୁ ଯୋଗାଣ ପ୍ରଭାବିତ ହେଲା । ଧିରେ ଧିରେ ଏହି ସମସ୍ୟା ବଢ଼ିଲା । ତେବେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଏହି ସମସ୍ୟା ରହିବା ପରେ ହଠାତ୍ ସଂସ୍ଥା ପକ୍ଷରୁ ଅଡିଟ୍ ଆରମ୍ଭ ହେଲା । ଏହା ସମସ୍ୟାକୁ ଦୁଇ ଗୁଣା ବଢ଼ାଇଲା । ବୁକିଂର ୩ରୁ ୪ ଦିନରେ ମିଳୁଥିବା ଗ୍ୟାସ୍ ୧୦ରୁ ୧୨ ଦିନ ପରେ…









