Author: sanitelevision

ଆସନ୍ତା କାଲିଠୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ସ୍ଥଗିତ । ଜୁନ୍ ମାସରେ ପୁଣି ଗଣତିମଣତି ଆରମ୍ଭ ପାଇଁ ସ୍ଥିର କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ବର୍ତ୍ତମାନର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଏବଂ ମହାପ୍ରଭୁଙ୍କ ଆଗାମୀ ପର୍ବପର୍ବାଣୀ, ବିଶେଷକରି ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକଗୁଡ଼ିକ କ୍ରମାଗତ ଭାବେ ଆୟୋଜିତ ହେବ । ଉପରୋକ୍ତ ପରିପ୍ରେକ୍ଷୀରେ, ଆସନ୍ତାକାଲିଠାରୁ ଗଣତି କାର୍ଯ୍ୟକୁ ସ୍ଥଗିତ ରଖି ପୁଣି ଜୁନ୍ ମାସରେ ପୁନର୍ବାର ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଅନ୍ୟପଟେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନିଆଯାଉଛି। ପରିଚାଳନା କମିଟିର…

Read More

ଚଳିତ ବର୍ଷ ଅଲିଭରିଡଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଗଣଅଣ୍ଡାଦାନ ବିଲକୁଲ ହୋଇପାରି ନାହିଁ ଏବର୍ଷ । ଅଣ୍ଡା ନଦେଇ ଫେରିଛନ୍ତି କଇଁଛ । ଏପ୍ରିଲ ଯାଇ ମେ’ ସରିବାକୁ ବସିଲାଣି । ଦୀର୍ଘ ଅଢ଼େଇ ମାସ ଧରି କୂଳରୁ ୫୦୦ ମିଟର ଯାଏ ଲକ୍ଷାଧିକ କଇଁଛ ଠୁଳ ହୋଇଥିଲେ ସତ । ହେଲେ ଅଣ୍ଡାଦାନ କରିନଥିଲେ । ଏବେ ୨ ସପ୍ତାହ ହେବ କଇଁଛଙ୍କୁ ଦେଖିବାକୁ ମିଳୁନି । ଏହିଭଳି ସମସ୍ୟା ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା ରେ ଦେଖାଦେଇଛି | ଫ୍ଲାଟବ୍ୟାକ୍ସ, ଲଗରହେଡସ, ଗ୍ରୀନ ଟର୍ଟଲ, ଲେଦରବ୍ୟାକ୍ସ, ହକ୍ସବିଲସ, କେମ୍ପସ ରିଡ୍‌ଲେ ଓ ଅଲିଭ ରିଡ୍‌ଲେ ଆଦି କଇଁଛ ସାମୂହିକ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଏକମାତ୍ର ଅଲିଭ ରିଡ୍‌ଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଆସିଥାନ୍ତି।…

Read More

ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତା ୨୬ ତାରିଖରୁ ଆବେଦନ ଆରମ୍ଭ ହେବ । ଜୁନ୍ ୩୦ ତାରିଖ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ ୱେବ୍ସାଇଟରେ ଆବେଦନ କରିପାରିବେ । ଜୁଲାଇ ୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୯ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୬ ତାରିଖରେ ସ୍ଲାଇଡ୍‌-ଅପ୍‌ ଅପସନ୍‌ ଦେଇପାରିବେ। ଏହାପରେ ଜୁଲାଇ ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଚୟନ ଛାତ୍ରୀଛାତ୍ର ୨୪ରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ। ଏହାପରେ ସ୍ପଟ୍‌ ନାମଲେଖା ପାଇଁ ଜୁଲାଇ ୩୦ରୁ ଅଗଷ୍ଟ ୨ ମଧ୍ୟରେ…

Read More

ବଦଳି ଆଦେଶ ମିଳିବା ମାତ୍ରେ ତାହାକୁ ପାଳନ କରିବାକୁ ପଡ଼ିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲାପାଳଙ୍କୁ କଡ଼ା ଚିଠି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ହେବ ବଦଳି ପ୍ରକିୟା । ସରକାରୀ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶନାମାରେ କେଉଁ କର୍ମଚାରୀ ବା ଅଧିକାରୀ କାହାକୁ ଦାୟିତ୍ୱ ହସ୍ତାନ୍ତର କରିବେ, ତାହା ମଧ୍ୟ ବଦଳି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିବ । ଯଦି କୌଣସି ବିଶେଷ କାରଣରୁ ଏହା ଉଲ୍ଲେଖ ନଥିବ, ତା’ହେଲେ ସଂପୃକ୍ତ କର୍ମଚାରୀ ନିଜ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଅନ୍ୟ ଜଣେ ସମାନ ପାହ୍ୟାର ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର କରି ନୂଆ ସ୍ଥାନରେ ଯୋଗ ଦେବେ । ନୂଆ ନିୟମ କାର୍ଯ୍ୟକାରୀ ହେଲେ କୌଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ରହିପାରିବେନି । ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ ୩ ବର୍ଷ ପୂର୍ବରୁ…

Read More

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାରି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ସେ ଆଜି ସକାଳେ କୋଲକାତାରେ ପହଞ୍ଚିଛନ୍ତି। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଭାରତ-ଆମେରିକା ସମ୍ପର୍କ ପାଇଁ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।ଆଜି ସେ ନୂଆଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଆଗାମୀ କିଛି ଦିନର ଏହି ହାଇ-ପ୍ରୋଫାଇଲ୍ ଗସ୍ତ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା । ନୂଆ ଓ ଆଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ସହଯୋଗ ନେଇ ଉଭୟ ଦେଶ ଆଲୋଚନା କରିବେ । ସେହିପରି ସାମରିକ ସହଭାଗିତା ଏବଂ ପ୍ରତିରକ୍ଷା ଚୁକ୍ତିକୁ ଆଗକୁ ବଢ଼ାଇବା ସହ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ସୁରକ୍ଷା ଏବଂ ସ୍ଥିରତା ପାଇଁ ‘କ୍ୱାଡ୍’ ସଂଗଠନର ରଣନୀତି ହେବ…

Read More

ଯାଜପୁର ମଙ୍ଗଳପୁର ଥାନାର ମାନସିଂହ ଗାଁରେ ଅଭାବନୀୟ ଘଟଣା ଘଟିଛି । । ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା|ମଙ୍ଗଳପୁର ବଜାର ରେ ଷ୍ଟୁଡିଓ ବ୍ୟବସାୟ କରୁଥିବା ଷ୍ଟିମର ପଣ୍ଡାଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ବିଷପାନ କରିଥିଲେ। ଚିକିତ୍ସା ସମୟରେ ସେ ଛାଟିପିଟି ହେଉଥିବା ବେଳେ ତାଙ୍କ ହାତ ଗୋଡ ଷ୍ଟିମରଙ୍କ ଛାତି ରେ ବାଜିଥିଲା। ଏଥିରେ ଷ୍ଟିମର ଗୁରୁତର ହୋଇ ଯାଇଥିଲେ। ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ବାପା ରସାନନ୍ଦ ଭାଙ୍ଗି ପଡ଼ିଥିଲେ। ଘର ନିକଟରେ ସ୍ଥାନୀୟ ପଡୋଶୀଙ୍କ ନିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି କଥା ହେଉଥିବାବେଳେ ଭୋରୁ ଘର ନିକଟରେ ଥିବା ଏକ ଆମ୍ବ ଗଛରେ ଗାମୁଛା ବାନ୍ଧି ଝୁଲି…

Read More

ପଶ୍ଚିମ ଓଡ଼ିଶା ତାତିର ଜ୍ବାଳାରେ ଜଳୁଥିବା ବେଳେ ଉପକୂଳରେ ତାପମାତ୍ରା କମିଛି ସିନା, ଗୁଳୁଗୁଳି ପ୍ରଭାବରେ ଲୋକେ କଲବଲ ହେଉଛନ୍ତି। ଝାରସୁଗୁଡ଼ା ପୁଣି ଥରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଏଠାରେ ଦିନ ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ ହୋଇଛି। ଆଜି ଉପକୂଳ ଓଡ଼ିଶାର ପ୍ରାୟ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି। ହେଲେ ଅଧିକ ଆର୍ଦ୍ରତା ଯୋଗୁଁ ତାପମାତ୍ରା ୫୦ ଡିଗ୍ରି ଭଳି ଅନୁଭୂତ ହୋଇଛି । ରାଜଧାନୀ ଭୁବନେଶ୍ବରର ଦିନ ତାପମାତ୍ରା ଆଜି ୩୭.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୭୦%ରୁ ଅଧିକ ରହିଥିଲା। ଅନ୍ୟପଟେ ମେ’ଶେଷ ସପ୍ତାହ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାକୁ ତାତି ଏବଂ ଉପକୂଳକୁ ଗୁଳୁଗୁଳିରୁ ମୁକ୍ତି ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତେବେ ଜୁନ୍ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରାକ୍ ମୌସୁମୀ…

Read More

ନାବାଳକକୁ ଝୁଣିଦେଲେ କୁକୁର ପଲ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଏପରି ଅଭାବନୀୟ ଘଟଣା ଘଟିଛି ।୯ ବର୍ଷର ନାବାଳକ ଆରିଷ କୁମାରଙ୍କୁ କାମୁଡ଼ି ଗୁରୁତର କଲେ ବୁଲା କୁକୁର। ସୂଚନା ମୁତାବକ, ପାଟପୁର ଗାନ୍ଧୀ ଛକ ଠାରୁ ଅଳ୍ପ ଦୂରରେ କୁକୁର ଛୁଆ ଶୋଇଥିବା ବେଳେ ନାବାଳକ ଜଣକ ଅଳ୍ପ ଦୂରରେ ଖେଳୁଥିଲା । ହଠାତ ଚାରିରୁ ପାଞ୍ଚ ଗୋଟି କୁକୁର ନାବାଳକୁ ଧରି ଝୁଣିବାକୁ ଲାଗିଥିଲେ । ପିଲାଟି ଚିତ୍କାର କରିବା ପରେ ଲୋକ ମାନେ ଆସି କୁକୁରକୁ ଘଉଡ଼ାଇଥିଲେ। ଗୁରୁତର ଅବସ୍ଥାରେ ନାବାଳକ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।ଯାହାକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Read More

ଶିକ୍ଷକ ବଦଳିରେ ଅବହେଳା ପଡ଼ିଲା ମହଙ୍ଗା। ୭୯ ବିଇଓଙ୍କୁ କାରଣ ଦର୍ଶାଅ ନୋଟିସ। ରାଜ୍ୟରେ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ବଦଳି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇନଥିବା ଅଭିଯୋଗରେ ରାଜ୍ୟର ୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚିଠି ଅନୁସାରେ, ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ବଦଳି ଆବେଦନ ପଠାଇବା ପାଇଁ ୧୦ ମେ ୨୦୨୬ ତାରିଖ ଶେଷ ସମୟସୀମା ରହିଥିଲା । କିନ୍ତୁ ଅନେକ ବିଇଓ ଏହାକୁ ଅବହେଳା କରି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫରୱାର୍ଡ କରିନଥିବା ଜଣାପଡ଼ିଛି । ଏହାକୁ ଗୁରୁତର ପ୍ରଶାସନିକ ଅନୁଶାସନହୀନତା ଭାବେ ନେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ତିନି ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଚିଠିରେ ସ୍ପଷ୍ଟ କରାଯାଇଛି ଯେ,…

Read More

କମ୍ବାଇନ ପୋଲିସ ସର୍ଭିସ ପରୀକ୍ଷା ୨୦୨୪ କେଳେଙ୍କାରୀ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ, ୧୭ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।ମାନ୍ୟବର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଭଳି କାର୍ଯ୍ୟ କେବଳ ଆଇନ ଭଙ୍ଗ ନୁହେଁ, ବରଂ ଯୋଗ୍ୟ ଓ ମେଧାବୀ ପ୍ରାର୍ଥୀଙ୍କ ଭବିଷ୍ୟତକୁ କ୍ଷତିଗ୍ରସ୍ତ କରି ସମାଜରେ ଖରାପ ପ୍ରଭାବ ପକାଇ ଥାଏ । ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ଥିବାରୁ ଏହା ଏକ ଗୁରୁତର ସାମାଜିକ ଓ ଆର୍ଥିକ ଅପରାଧ ବୋଲି ହାଇକୋର୍ଟ ମତ ପ୍ରକାଶ କରିଛନ୍ତି ।ତେବେ ଯଦିଓ ଅସୁସ୍ଥତା କାରଣରୁ ମୁନା ମହାନ୍ତି ପୂର୍ବରୁ ଅନ୍ତରୀଣ ଜାମିନ ପାଇଥିଲେ। କିନ୍ତୁ ସଦ୍ୟ ନିର୍ଦ୍ଦେଶନାମାରେ ମୁନା ମହାନ୍ତିଙ୍କ ଜାମିନ ଆବେଦନକୁ ମଧ୍ୟ ରଦ୍ଦ କରାଯାଇଛି। ଆଗାମୀ ୩…

Read More