Author: sanitelevision

ଆଜି ବିଶ୍ବ କର୍କଟ ଦିବସ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ‘ବିଶ୍ୱ କର୍କଟ ଦିବସ’ ବା (World Cancer Day) ଭାବେ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି । ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ୟାନସର ଦିବସ । କର୍କଟ ରୋଗର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ପାଇଁ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।ଏହି ମାରାତ୍ମକ ରୋଗ ବିରୋଧରେ ମିଳିତ ଲଢ଼େଇର ଆବଶ୍ୟକତା ରହିଛି । ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଭୁଲ ଧାରଣା ରହିଛି । ଯାହାକୁ ଦୂରେଇ ସଚେତନ ହେବାର ଆବଶ୍ୟକତା ରହିଛି । ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷରୁ ଅଧିକ ନୂଆ କର୍କଟ ରୋଗୀ ଚିହ୍ନଟ…

Read More

ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଓଏମଆର ସିଟ ଓ ପ୍ରଶ୍ନପତ୍ର କଡା ସୁରକ୍ଷା ବଳୟରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଛି। ସମସ୍ତ ନୋଡାଲ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନସ କରାଯାଇଛି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ଏକା ସମୟରେ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ।ଗତବର୍ଷ ଭଳି ପ୍ରଶ୍ନପତ୍ରରେ କ୍ୟୁ ଆର କୋଡ଼ ଓ ୱାଟର ମାର୍କ ରଖିଛି ବୋର୍ଡ। ଯାହା ପ୍ରଶ୍ନପତ୍ର ଭାଇରାଲ ହେଲେ ସହଜରେ ଜାଣିହେବ। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ ହେବ । ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଏହିଠାରୁ କଣ୍ଟ୍ରୋଲ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି।ରାଜ୍ୟର ୩୦୮୨ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୫୧୨ ଜଣ ଛାତ୍ରଛାତ୍ରୀ ।ସମସ୍ତ ପରୀକ୍ଷା…

Read More

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ରାତ୍ରିଯାପନ କରିବେ। ବୁଧବାର ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ।ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ପୁରୀ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା। ପ୍ରୋଟୋକଲ ଅନୁଯାୟୀ ରାଷ୍ଟ୍ରପତିଙ୍କ ସହିତ କେବଳ ପାସ୍‌ଧାରୀ, ସରକାରୀ ଅଧିକାରୀ ଏବଂ ସେବାୟତ ଉପସ୍ଥିତ ରହିବେ । ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଷ୍ଟ୍ରପତି ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିବେ । ସକାଳ ୮ଟା ୧୦ ମିନିଟରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଲୋକ ଭବନ…

Read More

କଟକ ଜିଲ୍ଲା ଆଠଗଡ଼ ତିଗିରିଆରେ ଡ୍ୟାନ୍ସରଙ୍କୁ ମାଡ଼ ପରେ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ଏନେଇ ତିଗିରିଆ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ, ତିଗିରିଆ ଥାନା ଶୁଣ୍ଠିପାଳ ଗାଁକୁ ମେଲୋଡି ପାଇଁ କଳାକାର ଆସିଥିଲେ। ରାତିରେ ମେଲୋଡ଼ି ସାରି ଫେରୁଥିବା ବେଳେ ପାଳପୁଟ ଗାଁର କିଛି ଯୁବକ ସେମାନଙ୍କୁ ଅଟକାଇ ଅସଦାଚରଣ କରିବା ସହ ଟଙ୍କା, ସୁନା ଚେନ ଛଡ଼ାଇବା ଅଭିଯୋଗ ହୋଇଛି। ଏହା ସହ ସେମାନଙ୍କୁ ମାଡ଼ ମାରିଥିବା ସେମାନେ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି। କିଭଳି ଓ କେଉଁ ପରିସ୍ଥିତି ରେ ଏଭଳି ପରିସ୍ଥିତି ଘଟିଲା ସେ ନେଇ ତିଗିରିଆ ପୋଲିସ ପକ୍ଷରୁ ତଦନ୍ତ ଜାରି ।

Read More

ଆନ୍ଧ୍ର ପ୍ରଦେଶର ଜଣେ କ୍ରେତା ସମ୍ପ୍ରତି ୨.୦୮ କୋଟି ଟଙ୍କାରେ ‘DDC 001’ ନମ୍ବର ପ୍ଲେଟ୍ କିଣି ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଯାହା ଏହାକୁ ଭାରତୀୟ ଅଟୋମୋବାଇଲ୍ ଇତିହାସରେ ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ କରିଛି।ବିଗ୍ ବୟ ଟଏଡ୍ର ପ୍ରତିଷ୍ଠାତା ଓ ପ୍ରବନ୍ଧନ ନିର୍ଦ୍ଦେଶକ ଜତିନ ଆହୁଜାଙ୍କ ପାଖରେ ଏହି ନମ୍ବର ପ୍ଲେଟ୍ ଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଗ୍ରାହକ କିରଣ କୋଲପାକୁଲା ସର୍ବାଧିକ ୨,୦୮ କୋଟି ଟଙ୍କା ନିଲାମ ଡାକିଥିଲେ। ଏଥିସହିତ ‘ଡିଡିସି c୦୦୧’ ନମ୍ବର ପ୍ଲେଟ୍ ଭାରତରେ ଅଦ୍ୟାବଧି ନିଲାମ ହୋଇଥିବା ସବୁଠୁ ମହଙ୍ଗା ପଞ୍ଜିକୃତ ପ୍ଲେଟ୍ ହୋଇଛି । ଜତିନ ଆହୁଜା ଗଣମାଧ୍ୟମକୁ କହିଛନ୍ତି, ସଂଗ୍ରାହକ ଏବେ କେବଳ କାର ନୁହେଁ, ଏହା ସହ ଜଡ଼ିତ ଦୁର୍ଲଭ ଓ ମୂଲ୍ୟବନ ଉପକରଣ ପ୍ରତି ମଧ୍ୟ ରୁଚି ଦେଖାଇଛନ୍ତି ।

Read More

ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ଦାବି କରିଛନ୍ତି। ପୌର ଓ ଏନ୍‌ଏସି ନିର୍ବାଚନ ବାଲଟ୍‌ରେ ହେଉ କହଛନ୍ତି ଭକ୍ତ । ନିର୍ବାଚନ ବାଲାଟ୍‌ରେ ହେବା ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଇଭିଏମ୍‌ରେ ଭୋଟ୍ ଚୋରି ହେଉଛି ଏନେଇ ପ୍ରଶ୍ନ ଉଠାଇଛୁ । ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ ।

Read More

ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ତାଲିମପ୍ରାପ୍ତ ଗୃପ୍ ଏହି ବିଭିନ୍ନ ଉପାୟରେ ଏହି ଗଣନା କରୁଛନ୍ତି । ଚଳିତ ଥର ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବେଶ ଆଶାବାଦୀ ଶିମିଳିପାଳ କର୍ତ୍ତୃପକ୍ଷ । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ବାଘ ଗଣନା ପାଇଁ କ୍ୟାମେରା ଲଗାଯାଇଛି । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଯିବା ଆସିବା କରୁଥିବା ରାସ୍ତାରେ ଏହି କ୍ୟାମେରାକୁ ଲଗାଯାଉ ଥିବା ବେଳେ ପାଖାପାଖି ୭ ଶହରୁ ଅଧିକ କ୍ୟାମେରାକୁ ବିଭିନ୍ନ ପର୍ଯ୍ୟାୟରେ ୧୩ ଶହଟି ସ୍ଥାନରେ ଲଗାଯାଇଛି । ଏସବୁ କ୍ୟାମେରା ସାମ୍ନାରେ ବାଘ କିମ୍ବା ଅନ୍ୟ ଯେକୌଣସି ଜନ୍ତୁ ପାର ହେବା ପରେ ଏହି କ୍ୟାମେରାରେ ଫଟୋ ଉଠିବ । ବାଘଙ୍କ ଫଟୋକୁ ଏନଟିସିଏକୁ ହସ୍ତାନ୍ତର କରାଯିବା ପରେ ଏହି ଫଟୋକୁ ବିଶ୍ଲେଷଣ ଏବଂ ସମୀକ୍ଷା କରି ବାଘଙ୍କର ପ୍ରକୃତ ତଥ୍ୟ ଣାପଡିବ ।

Read More

ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ତାରାତାରିଣୀ ପୀଠରୁ ଶୁଭାରମ୍ଭ କଲେ ।ଏହି ସମୟରେ ୨ ଶହ ବର-କନ୍ୟାଙ୍କ ସାମୁହିକ ବିବାହ କରାଯାଇଛି।ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା । ଏହି ଯୋଜନାର ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମହିଳାଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଙ୍କଳ୍ପ । କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବନି, ଏହି ଯୋଜନା ମାଧ୍ୟମ ସାଜିବ । ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ । ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ କରିବ । କନ୍ୟାଙ୍କ ପ୍ରତି ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟିରେ ବଡ ଭୂମିକା ଗ୍ରହଣ କରିବ । ଝିଅଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ…

Read More

କଳାହାଣ୍ଡିର ଭିନ୍ନକ୍ଷମ ସ୍କୁଲରେ ସାଂଘାତିକ କାଣ୍ଡ । ୱାର୍ଡେନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଭିନ୍ନକ୍ଷମ ଛାତ୍ରୀଙ୍କୁ ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆସିଛି । ପରମାନନ୍ଦ ପୁରସ୍ଥିତ ଭିନ୍ନକ୍ଷମ ସ୍କୁଲରେ ସାମ୍ନାକୁ ଆସିଛି ଅତି ଅମାନବୀୟ ଘଟଣା । ଏହି ସ୍କୁଲର ପୁରୁଷ ୱାର୍ଡେନ ସନ୍ଧ୍ୟା ଦର୍ଶନ ମହାପାତ୍ରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଅନେକ ଛାତ୍ରୀଙ୍କୁ ୱାର୍ଡେନ୍ ଶାରୀରିକ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ୱାର୍ଡେନ ଛାତ୍ରୀମାନଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ଏବଂ ସେମାନଙ୍କ ଇଚ୍ଛା ବିରୋଧରେ ଟଣାଓଟରା କରିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ।ଛାତ୍ରୀଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି। ପିଲାମାନେ କଥା କହିପାରୁ ନଥିବାରୁ, ଇଶାରାରେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଜଣାଇଛନ୍ତି । ତାଛଡ଼ା ଯେଉଁ…

Read More

ପ୍ରିମକୋର୍ଟ ହ୍ୱାଟସ ଆପ୍ ଏବଂ ଏହାର ମୂଳ କମ୍ପାନୀ ମେଟାକୁ କଡା ଚେତାବନୀ ଦେଇ କହିଛନ୍ତି ଯେ ତଥ୍ୟ ସେୟାରିଂ ବାହାନାରେ ନାଗରିକଙ୍କ ଗୋପନୀୟତାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ। ମଙ୍ଗଳବାର ସୁପ୍ରିମକୋର୍ଟରେ ହ୍ୱାଟସଆପ୍‌ର ୨୦୨୧ ଗୋପନୀୟତା ନୀତି ଉପରେ ଏକ ଶୁଣାଣି ହୋଇଥିଲା। ଆରମ୍ଭରେ, କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେତା ଯୁକ୍ତି ଦେଇଥିଲେ ଯେ ହ୍ୱାଟ୍ସଆପର ଗୋପନୀୟତା ନୀତି “ଶୋଷଣକାରୀ” କାରଣ ଏହା କେବଳ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରେ ନାହିଁ ବରଂ ଏହାକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରେ।ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, “ଯଦି ଆପଣ ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ତେବେ ଭାରତ ଛାଡିଦିଅନ୍ତୁ । ଆମେ କୌଣସି ନାଗରିକଙ୍କ ଗୋପନୀୟତାକୁ ବିପଦରେ ପକାଇବାକୁ ଦେବୁ ନାହିଁ।” ସିଜେଆଇ ହ୍ୱାଟସଆପର ଗୋପନୀୟତା ନୀତିକୁ ଏକ ଅତି ଚତୁରତାର ସହିତ ପ୍ରସ୍ତୁତ ଡକ୍ୟୁମେଣ୍ଟ ଭାବରେ…

Read More