ବଲାଙ୍ଗୀର ଜିଲ୍ଲା ତୁରେକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୬ ନାବାଳକ ଗିରଫ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭିଡିଓ ଭାଇରାଲ ପରେ ପୋଲିସ୬ ଜଣ ନାବାଳକଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଡିସେମ୍ବର ୨୫ ତାରିଖରେ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ସୀମା ଅନ୍ତର୍ଗତ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ୬ ଜଣ ସହପାଠୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୬ ଜଣ ନାବାଳକ ପୁଅ ଦ୍ୱାରା ନାବାଳିକା ଝିଅକୁ ଗଣବଳାତ୍କାର କରିବାର ଏକ ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବା ପରେ ଏହି ଭୟଙ୍କର ଘଟଣାଟି ସାମ୍ନାକୁ ଆସିଥିଲା, ଯାହା ପରେ ପୀଡିତାଙ୍କ ପରିବାର ଅଭିଯୁକ୍ତ ପୁଅମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗିରଫ ଅଭିଯୁକ୍ତଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ଏସପି କହିଛନ୍ତି ।
Author: sanitelevision
ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର ପରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଙ୍କୁ ହତ୍ୟା କରି କୂଅରେ ପେଲି ଦିଆଯାଇଥିବା ଅଭିଯୋଗ ହୋଇଛି।ଗତକାଲି ବିଦ୍ୟାଳୟରୁ ଶୌଚ ଯିବାକୁ କହି ଆଉ ଫେରିନଥିଲେ । ବହୁ ଖୋଜାଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଆଜି ଗାଁ ମୁଣ୍ଡରେ ଥିିବା ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ପ୍ରତିବାଦରେ ଗଣିଆ ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବେଲପଡ଼ା ପ୍ରାଥମିକ ବିଦ୍ୟାଳୟର ୨ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛଇନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୀଷା ସେନାପତି ନିଲମ୍ବିତ ହୋଇଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଶୈଳବାଳା ଦେଇ ମଧ୍ୟ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଗଣିଆ ବିଇଓ ନିଲମ୍ବନ କରିଛନ୍ତି।
ଓଡ଼ିଶାରେ ଅତ୍ୟାଧୁନିକ କାରା-ଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି । ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ୨ୟ ପର୍ଯ୍ୟାୟର ଏହା ଶୁଭାରମ୍ଭ ହୋଇଛି। VGF ଯୋଜନା ଦ୍ୱାରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବ କାରାଭ୍ୟାନ । ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି । ହୀରାକୁଦ, ଡେବ୍ରିଗଡ, ଶିମିଳିପାଳ, ଚିଲିକା, ଭିତରକନିକାରେ ସେବା ମିଳିବ । ସାତକୋଶିଆ, ଦେଓମାଳି ଭଳି ପର୍ଯ୍ୟଟନ କ୍ଷେତ୍ରରେ ସେବା ଉପଲବ୍ଧ ହେବ । ସ୍ୟାଣ୍ଡ୍ ପିବେଲସ୍ ଟୁର୍ ଆଣ୍ଡ ଟ୍ରାଭେଲ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସେବା ଯୋଗାଇବା।
ଶିଶୁ ବାଟିକା ପିଲାଙ୍କୁ ମିଳିବ ମାଗଣା ପୋଷାକ । ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ । ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହିତ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ। ୟୁନିଫର୍ମ ବଣ୍ଟନ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍କୁଲ ପରିଚାଳନା କମିଟିକୁ ଦାୟିତ୍ୱ ମିଳିଛି । ଏହି କାମ ତଦାରଖ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି । କେବଳ ସେତିକି ନୁହେଁ, ପୋଷାକର ରଙ୍ଗ, ଲୋଗୋକୁ ଦୃଷ୍ଟି ଦେବାକୁ ପଡିବ…
ହ୍ବାଟସଆପରେ ମିଳିବ ରାଜସ୍ବ ସେବା । ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ହ୍ଵାଟସଆପରେ ରାଜସ୍ଵ ମନ୍ତ୍ରୀଙ୍କୁ ସିଧାସଳଖ କରିପାରିବେ ଅଭିଯୋଗ। ଦୁର୍ନୀତି ଅଭିଯୋଗ ଆସିଲେ ବଡ଼ ଆକ୍ସନ। ଆସନ୍ତାକାଲି ହ୍ୱାଟ୍ସଆପ୍ ସେବାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହାସହ ୫୫ ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ । ସେହିପରି ଜାତି ପ୍ରମାଣପତ୍ର ସହ ରାଜସ୍ୱ ସେବା ଗୁଡିକ ମିଳିବ। ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ। ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ।
ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲେ ୩ ଭଉଣୀ । ଉତ୍ତର ପ୍ରଦେଶ ଗାଜିଆବାଦରେ ଜୀବନ ହାରିଲେ ୩ ନାବାଳିକା ଭଉଣୀ ।ସମସ୍ତଙ୍କ ବୟସ ୧୨, ୧୪ ଏବଂ ୧୬ ବର୍ଷ । କୋରିଆନ୍ ଲଭ୍ ଗେମ୍ ନାମକ ଅନଲାଇନ୍ ଟାସ୍କରେ ମାତିଥିଲେ ୩ ଭଉଣୀ । ଅନଲାଇନ୍ ଗେମ୍ ପାଇଁ ସବୁଦିନ ସ୍କୁଲ ମଧ୍ୟ ଯାଉ ନଥିଲେ । ଅନଲାଇନ୍ ଗେମ୍ରୁ ନିବୃତ୍ତ ରହିବାରୁ ବାପା ମା’ ଆକଟ କରିବାରୁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ୩ ନାବାଳିକା ଉଭଣୀ ।ଏହାରି ମଧ୍ୟରେ ପୋଲିସ ଘଟଣାସ୍ଥଳରୁ ଏକ ନୋଟ୍ ଜବତ କରିଛି । ଏଥିରେ Mummy, Papa sorry ବୋଲି ଲେଖାଯାଇଛି । ରିପୋର୍ଟ ଅନୁଯାୟୀ ସେମାନେ “Korean Lover ନାମକ ଏକ ଟାସ୍କ-ଭିତ୍ତିକ ଆପ୍ ବ୍ୟବହାର କରୁଥିଲେ । ସମସ୍ତେ ଏକାଠି ବାଲକୋନିକୁ ପ୍ଲାଷ୍ଟିକ୍ ଚେୟାର ନେଇଥିଲେ । ପରସ୍ପରର ହାତ ଧରି ୯ମ ମହଲାରୁ ଡେଇଁଥିବା ଅନୁମାନ…
ଆସନ୍ତା ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା। ପ୍ରଥମରୁ ଚତୁର୍ଥ, ଷଷ୍ଠରୁ ସପ୍ତମ ଶ୍ରେଣୀ ଯାଏ ସମେଟିଭ୍ ଆସେସ୍ମେଣ୍ଟ-୨ ହେବ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ବାର୍ଷିକ ପରୀକ୍ଷା ହେବ। ମାର୍ଚ୍ଚ ୬ରୁ ୭ ତାରିଖ ଯାଏ ମୌଖିକ ପରୀକ୍ଷା ହେବ। ୭ରୁ ୧୩ ତାରିଖ ଯାଏ ଲିଖିତ ପରୀକ୍ଷା ହେବ । ଏନେଇ କାର୍ଯ୍ୟସୂଚୀ ଜାରି କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)।
ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ। ରାତି ତମାମ ଗାଡିକୁ ଫଲୋ କରିବା ପରେ ଶେଷରେ ଏନସିବିର ସ୍ପେସିଆଲ ସ୍କ୍ବାର୍ଟ ମାଡି ବସିଛି। କେଉଁଝରରୁ ଏକ ପିକଅପ ଭ୍ୟାନରେ କୋବି ଭିତରେ ଗଞ୍ଜେଇ ବସ୍ତା ରଖି ବାରିପଦା ଆସୁଥିଲା । ଗଞ୍ଜେଇ ସହ ଗାଡିକୁ ସୁରକ୍ଷା ଦେଉଥିବା ଏକ ସ୍କର୍ପିଓକୁ ମଧ୍ୟ ଏନସିବି ଜବତ କରିଛି । ଏହା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଘଟଣା ସ୍ଥଳରୁ ଦୁଇ ଜଣ ଗଞ୍ଜେଇ ମାଫିଆ ଖସି ଯାଇଥିବା ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ହେବ ।
ଆମର ଭାରତୀୟ ପୁରାତନ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ରେ ଆମେ ସୁସ୍ଥ,ସତେଜ ଓ ଦୀର୍ଘାୟୁ ଜୀବନ ପାଇଁ,ଆମର ଦୈନିନ୍ଦିନ ଜୀବନ ଶୈଳୀ ସାଧାରଣତଃ ସାତ୍ତ୍ଵିକ ଆହାର ବିହାର ସହ ଉପଯୁକ୍ତ ଶାରୀରିକ ବ୍ୟୟାମ ଓ ସୁନିଦ୍ରାର ଆବଶ୍ୟକତା ରହିଥିବାର ଉଲ୍ଲେଖ ରହିଛି, ଯାହାକି ସଠିକ ସମୟରେ ହେବା ଉଚିତ।କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ଭାରତରେ ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ଅନୁମେୟ କଲେ ଜଣାଯାଏ କି, ଆମ ଦେଶୀୟ ଚାଲିଚଳଣିକୁ ଭୁଲି, ପାଶ୍ଚlତ୍ୟ ଦେଶର ଖାଦ୍ୟ ଶୈଳୀ, ଖାଦ୍ୟ ପେୟ କୁ ଆପଣାଇବା ସହ, ବିଳମ୍ବିତ ରାତ୍ରି ଯାଏଁ ଅନିଦ୍ରା ରହିବା, ସକାଳୁ ବିଳମ୍ବରେ ଉଠିବା ସହ କିଛି ବ୍ୟକ୍ତି ଶଯ୍ୟା ତ୍ୟାଗ କରୁକରୁ ହିଁ ଅତ୍ୟଧିକ ମଦ୍ୟପାନ,ତମାଖୁ ଜାତୀୟ ଦ୍ରବ୍ୟ (ପାନ ମସଲା,ଗୁଟୁଖା, ଖଇନି, ଗୁଡ଼ାଖୁ) ଆଦି ସେବନ,ପାନ ମସଲା ଓ ଗୁଆକୁ ଚୋବାଇବା,ଦୀର୍ଘ ସମୟ ଧରି ପାଟି ସଫା ନକରିବା,କେତେକ ଫଙ୍ଗସ ଜାତୀୟ (ଜୀବାଣୁ ବା ଭୁତାଣୁ ଜନିତ…
ରାଜ୍ୟର ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ରାତି ତାପମାତ୍ରା କମିଛି। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିଛି। ତେବେ ଏଭଳି ସ୍ଥିତି ଆହୁରି ୫ଦିନ ପର୍ଯ୍ୟନ୍ତ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପୁରୀରେ ରାତି ତାପମାତ୍ରା ୧୯ ଡିଗ୍ରୀ ଛୁଇଁବ । ଗୋପାଳପୁର ଓ ଛତ୍ରପୁରରେ ୧୮, ଚାନ୍ଦବାଲି, ନୟାଗଡ଼ ଓ ପାରାଦୀପରେ ୧୭ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ସର୍ବାଧିକ ୩୧.୭ ଡିଗ୍ରୀ ରହିଥିବା ଜଣାପଡିଛି।









