ମହାରାଷ୍ଟ୍ରର ବାରାମତୀରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟ ନେତା ‘ଅଜିତ ଦାଦା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିବା ବେଳେ, ଚୋରମାନେ ଏହି ଦୁଃଖଦ ଘଟଣାର ସୁଯୋଗ ନେଇ ଏକ ବଡ଼ ଅପରାଧ ଘଟାଇଥିଲେ।ଅନ୍ତିମ ସଂସ୍କାର ସମୟରେ ସୁନା ଚେନ୍ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଚେନ୍ ଚୋରି ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ପ୍ରାୟ ୧୫ ଜଣଙ୍କଠାରୁ ସୁନା ଚେନ ଚୋରି ହୋଇଥିଲା। ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।୨୮ ଜାନୁଆରୀରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ବିମାନ ଦୁର୍ଘଟଣାରେ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ବାରାମତି ସ୍ଥିତ ବିଦ୍ୟା ପ୍ରତିଷ୍ଠାନ ପଡିଆରେ ସଂପୂର୍ଣ୍ଣ ରାଜକୀୟ ସମ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ଦର୍ଶନ ପାଇଁ ମହାରାଷ୍ଟ୍ରର…
Author: sanitelevision
ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁଙ୍କ ରାଜନୈତିକ ବୟାନକୁ ତେଜିଲା ରାଜନୀତି । ତୀବ୍ର ନିନ୍ଦା କରିଛି ବିଜେଡି । ବିଜେଡି କହିଛି ଏହା ମୁଖ୍ୟ ଶାସନ ସଚିବଙ୍କ ବିଫଳତା । ଏପରି ବିବୃତି ଦେଇ ଜିଲ୍ଲାପାଳ ପ୍ରମାଣିତ କରିଛନ୍ତି ଯେ ଶାସନ ହୁଗୁଳା ହୋଇଗଲାଣି । ସୁବର୍ଣ୍ଣପୁର ଜିଲ୍ଲା, ଯେଉଁଠି ଚାଷୀ ସମସ୍ୟା ଉତ୍କଟ । ସେ ଦିଗରେ ସମାଧାନର ବାହାର ନ କରି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଏପରି କାର୍ଟୁନ ଦେଉଛନ୍ତି । ଯଦି ସେ ବିଜେପିରେ ଯୋଗ ଦେଇ ରାଜନୀତି କରିବେ । ଏଥିରେ ମନା ନାହିଁ। ଚାକିରୀ ଛାଡି ଏହା କରନ୍ତୁ। ସୂଚନାମୁତାବକ ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ପୂର୍ବ ସରକାରଙ୍କୁ ଜିଲ୍ଲାପାଳ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଟାର୍ଗେଟ କରିଥିଲେ । ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତି ମେଳା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନା ରେ ବିଜେଡି ସରକାରର ଶାସନ ବ୍ୟବସ୍ଥାର ପୋଲ ଖୋଲିଥିଲେ ଖୋଦ ଜିଲ୍ଳାପାଳ, କହିଥିଲେ ସମୟ…
ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ପୁରୀରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାଗତ ପାଇଁ ବିଶ୍ୱ ପ୍ରସିଦ୍ଧ ବାଲୁକା ଆନିମେଟର ମାନସ ସାହୁ ବାଲୁକା କଳା କରିଛନ୍ତି।ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବାକୁ ମାନସ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । ଏହି କଳାକୃତି ମାଧ୍ୟମରେ, ସେ ବାର୍ତ୍ତା ଦେଇଛନ୍ତି: “ଓଡିଶାର ପୁରୀକୁ ସ୍ୱାଗତ।”
ପୀତବାସ ପଣ୍ଡା ହତ୍ୟା ମାମଲାର ଶୁଣାଣି ଥିବାରୁ ବିକ୍ରମ ପଣ୍ଡା ସମେତ ୧୫ ଅଭିଯୁକ୍ତ ହାଜର ହୋଇଛନ୍ତି। ଅଭିଯୁକ୍ତ ମଦନ ଦଳାଇଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ହାଜର ହୋଇ ନାହାନ୍ତି। କଡା ସୁରକ୍ଷା ଭିତରେ ହାଜର କଲା ବ୍ରହ୍ମପୁର ପୋଲିସ। ଗତ ବର୍ଷ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ବୈକୁଣ୍ଠନଗର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।ଆସନ୍ତା ୬ତାରିଖରେ ହାଜର ହେବେ ସମସ୍ତେ। ଏହି ହତ୍ୟା ମାମଲା ଗତ ୧୯ ତାରିଖରେ SDJM କୋର୍ଟରୁ ଜିଲ୍ଲା ଦୌରାଜଜ କୋର୍ଟକୁ ଯାଇଥିଲା । କୋର୍ଟ ପ୍ରକ୍ରିୟାରେ ସମସ୍ତ ଅଭିଯୁକ୍ତ ଜେଲରେ ଥାଇ VC ଯୋଗେ ଯୋଡି ହୋଇଥିଲେ । ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ,ସୁନୀଲ କୁମାର ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ, କୁନ୍ଦନ କୁମାର ,ଶିଶୁପାଳ କୁମାର ପାଶୱାନ,କୁରୁପତି ଭୂୟାଁ ,ଚିଣ୍ଟୁ ପ୍ରଧାନ ଏବଂ ଫୁଲବାଣୀ ଜେଲରେ ଥିବା ଅନ୍ୟତମ…
ଆଜିକାଲିକା ପିଲାମାନେ ମୋମୋ ପାଗଳ। ମୋମୋ ନାଁ ଶୁଣିଲେ ଖାଇବା ଭୁଲି ଯାଉଛନ୍ତି । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆପଣି ବି ଆଶ୍ଚର୍ଯ୍ୟ ହୋଇଯିବେ ।କିଛି ମୋମୋ ବିକ୍ରେତାଙ୍କ ବିରୋଧରେ ଜଣେ ପିଲାକୁ ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଚୋରି କରିବାକୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଉତ୍ତର ପ୍ରଦେଶର ରାମପୁର ଫ୍ୟାକ୍ଟ୍ରି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ପୀଡିତଙ୍କ ପରିବାରର ଅଭିଯୋଗ ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି ।ସୂଚନାନୁଯାୟୀ, ଦେବରିଆ ଜିଲ୍ଲାର ରାମପୁର କାରଖାନା ଥାନା ଅଞ୍ଚଳର ଜଣେ ନାବାଳକ ମୋମୋ ଖାଇବା ପାଇଁ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ମୋମୋ ବାଲାକୁ ଦେଇ ଦେଇଥିଲେ। ନାବାଳକଙ୍କ ପିଉସୀ ଦିନେ ଗହଣା ଥିବା ଆଲମାରୀ ଖୋଲିବାରୁ ଗହଣା ଚୋରି ହୋଇଥିବା ଦେଇଖିଥିଲେ। ଏନେଇ…
ବଢିଲା ଭାରତ- ପାକ୍ କ୍ରିକେଟ ବିବାଦ। ଟି-ଟ୍ବେଣ୍ଟି ବିଶ୍ବକପ ଖେଳିବ କିନ୍ତୁ ଭାରତ ବିପକ୍ଷ ମ୍ୟାଚକୁ ନା। ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ଖେଳିବାକୁ ପିସିବିର ପ୍ରସ୍ତାବକୁ ଅନୁମୋଦନ କରିଛି ପାକିସ୍ତାନ ସରକାର। କିନ୍ତୁ ଫେବୃଆରୀ ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗଭର୍ଣ୍ଣମେଣ୍ଟ ଅଫ ପାକିସ୍ତାନ ପକ୍ଷରୁ ଏକ୍ସ ହ୍ୟାଣ୍ଡଲରେ ସ୍ପଷ୍ଟ କରାଯାଇଛି।ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। T20 ବିଶ୍ୱକପରେ ପାକିସ୍ତାନ ଭାରତ ବିପକ୍ଷରେ ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ମନା କରିଦେଇଛି। ICC ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛି ଏବଂ କହିଛି ଯେ, ଆମେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଠାରୁ ସରକାରୀ ଯୋଗାଯୋଗକୁ ଅପେକ୍ଷା କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଫେବୃଆରୀ ୧୫ରେ କଲମ୍ବୋରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।ପାକିସ୍ତାନର ନିଷ୍ପତ୍ତି ସମ୍ପର୍କରେ, BCCI ଉପାଧ୍ୟକ୍ଷ…
ନୂଆ ରୂପ ପାଇବ ମିଶନ ଶକ୍ତି । ବଦଳିବ ଡ୍ରେସ କୋଡ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉତ୍କଳ ଦିବସରୁ ଲାଗୁ ହେବ ନୂଆ ଡ୍ରେସ କୋଡ । ମିଶନ ଶକ୍ତି ମହିଳାଙ୍କୁ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ ମିଳିବ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ମିଶନ ଶକ୍ତି ଯୋଜନା ହୋଇଛି । ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ “ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଧ ଫେରସ୍ତ”ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଏବଂ ମା’ ମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି…
ଫିଟିବ ହ୍ୟୁମାନ୍ ସାଗରଙ୍କ ଅକାଳ ମୃତ୍ୟୁ ରହସ୍ୟ । କଟକ ମର୍କତନଗର ଥାନା ପୋଲିସ ହାତରେ ଲାଗିଲା ମେଡିକାଲ ରିପୋର୍ଟ । ଲିଭର୍ ସିରୋସିସ୍ ହେବା ପରଠୁ ବେସରକାରୀ ହସ୍ପିଟାଲ୍ ରେ ହ୍ୟୁମାନ୍ ଚିକିତ୍ସିତ ହେଉଥିଲେ । ଉକ୍ତ ହସ୍ପିଟାଲ୍ଟି ଲିଭର୍ ରୋଗର ସ୍ୱତନ୍ତ୍ର ଚିକିତ୍ସା ପାଇଁ ରହିଥିବାରୁ ହ୍ୟୁମାନ୍ ସେଠାରେ ନିଜର ରେଗୁଲାର ଟ୍ରିଟ୍ମେଣ୍ଟ କରାଉଥିଲେ । ଏପରିକି ସେ ଗୁରୁତର ହେବାର କିଛି ଦିନ ପୂର୍ବରୁ ଉକ୍ତ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଯାଇଥିଲେ । ଗଲା କିଛି ବର୍ଷର ଚିକିତ୍ସା ତଥ୍ୟ ଉକ୍ତ ରିପୋର୍ଟରେ ହସ୍ପିଟାଲ୍ ପକ୍ଷରୁ ପ୍ରଦାନ କରାଯାଇଛି ।ଅନ୍ୟପଟେ, ଟଙ୍କା କାରବାର ବିଷୟ ଜାଣିବା ପାଇଁ ଥାନା ପକ୍ଷରୁ ୮ଟି ବ୍ୟାଙ୍କ୍କୁ ଟ୍ରାନଜାକ୍ସନ୍ ତଥ୍ୟ ମଗାଯାଇଥିଲା । ହେଲେ ଗୋଟିଏ ବି ବ୍ୟାଙ୍କ୍ ତଥ୍ୟ ପ୍ରଦାନ କରିନି । ଫଳରେ ହ୍ୟୁମାନଙ୍କ ଟଙ୍କା କାରବାର ତଥ୍ୟ ପୋଲିସ ଏପର୍ଯ୍ୟନ୍ତ ଜାଣିପାରିନି । ମର୍କତନଗର ଥାନା ପୋଲିସ…
ତିବ୍ବତୀୟ ବୌଦ୍ଧ ଧର୍ମର ଶ୍ରେଷ୍ଠ ଆଧ୍ୟାତ୍ମିକ ତଥା ଧର୍ମଗୁରୁ ଦଲାଇ ଲାମା ତାଙ୍କର ପ୍ରଥମସମ୍ମାନଜନକ ଗ୍ରାମୀ ପୁରସ୍କାର ଜିତିଛନ୍ତି । ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ଉତ୍ସବରେ, ଦଲାଇ ଲାମା ତାଙ୍କ ଅଡି ଆଲବମ୍ ‘ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ ଲାମା’ ପାଇଁ ସର୍ବୋତ୍ତମ ଅଡିଓବୁକ୍, ନାରେସନ୍ ଏବଂ ଷ୍ଟୋରିଟେଲିଂ ରେକର୍ଡିଂ ପାଇଁ ଏହି ପୁରସ୍କାର ଜିତିଛନ୍ତି ।ଏହା ସହିତ, ସେ ପ୍ରଥମ ଥର ପାଇଁ ପୁରସ୍କାର ବିଜେତାଙ୍କ ତାଲିକାରେ କେ-ପପ୍ ଓ ଷ୍ଟିଭେନ୍ ସ୍ପିଲବର୍ଗଙ୍କ ସହିତ ଯୋଗ ଦେଇଛନ୍ତି। ଗ୍ରାମୀ ହେଉଛି ସଂଗୀତ ଜଗତର ସବୁଠାରୁ ପ୍ରତିଷ୍ଠିତ ସମ୍ମାନ। ପ୍ରତିବର୍ଷ ରେକର୍ଡିଂ ଏକାଡେମୀ ଦ୍ୱାରା କଳାକାର ଓ ବୈଷୟିକ ବୃତ୍ତିଗତଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଏହା ପ୍ରଦାନ କରାଯାଇଥାଏ।ଦଲାଇ ଲାମା ଯେଉଁ ଅଡିଓ ଆଲବମ ପାଇଁ ଗ୍ରାମୀ ପୁରସ୍କାର ପାଇଥିଲେ ତାହା ବିଶ୍ୱର ଲୋକମାନଙ୍କୁ ଶାନ୍ତିର ବାର୍ତ୍ତା ପ୍ରଦାନ କରେ। ‘ମେଡିଟେସନ୍ସ: ଦି ରିଫ୍ଲେକ୍ସନ୍ସ…
ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ରହିବ । ମଙ୍ଗଳବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା ଓ କଟକ, ବୁଧବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ କୁହୁଡି ହେବ ବୋଲି ପୂର୍ବାନୁମାନ କରାଯାଇଛି। ୪/୫ ଦିନ ପରେ ପୁଣି ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ଆକଳନ କରାଯାଇଛି।









