Author: sanitelevision

ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାକୁ ଧ୍ୟାନରେ ରଖି ସରକାର ଆରବିଆଇ ଏବଂ ଏନପିସିଆଇ ଫେବୃଆରୀ ୨୦୨୬ରୁ ନୂତନ ୟୁପିଆଇ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ନିୟମ ଅନୁଯାୟୀ, ୟୁପିଆଇ କାରବାର ଏବଂ ଏପିଆଇ ପ୍ରିତିକ୍ରିୟାଗୁଡିକୁ ୧୦ ସେକେଣ୍ଡ ମଧ୍ୟରେ ସମାପ୍ତ କରିବାକୁ ପଡିବ । ପୂର୍ବରୁ ଏହି ସମୟ ସୀମା ୩୦ ସେକେଣ୍ଡ ଥିଲା । ଯାହା ବିଳମ୍ବରେ ପେମେଣ୍ଟ ହେଉଥିଲା । ଏହାର ଲାଭଗୁଡିକ ମଧ୍ୟରେ ଦ୍ରୁତ ପେମେଣ୍ଟ ସମାପ୍ତି , କମ ପେଣ୍ଡିଂ କିମ୍ବା ପ୍ରକ୍ରିୟାକରଣ କାରବାର ଏବଂ ବ୍ୟସ୍ତବହୁଳ ସମୟରେ ଉନ୍ନତ ସିଷ୍ଟମ କାର୍ଯ୍ୟଦକ୍ଷତା ଅନ୍ତର୍ଭୁକ୍ତ ହେବ । ଏହା ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । 2026 ପାଇଁ ନୂତନ UPI ନିୟମରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ । ବ୍ୟବହାରକାରୀମାନେ ସହଜରେ ସେମାନଙ୍କର ସବସ୍କ୍ରିପସନଗୁଡ଼ିକୁ ଦେଖିପାରିବେ, ପରିଚାଳନା…

Read More

କ୍ରାଶ୍ କରିଘଲା ସୁନା ଏବଂ ରୁପା । ଆଉ ଥରେ ଦୁଇ ଦାମୀ ଧାତୁର ଦାମ୍ ଖସି ଯାଇଛି । ଏହାସହ ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ତଳକୁ ଖସିଛି ।ଆଜି ସକାଳେ ସେୟାର ମାର୍କେଟ ଖୋଲିବା ମାତ୍ରେ ୨୪କ୍ୟାରେଟ ସୁନାର ମୂଲ୍ୟ ୫ହଜାର ହ୍ରାସ ପାଇଛି । ୧୦ଗ୍ରାମ ପିଛା ୨୪କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୫୪ହଜାର ୫୭୦ ହୋଇଛି । ଗତକାଲି ଏହା ୧ଲକ୍ଷ ୫୯ହଜାର ୫୯୦ ରହିଥିଲା ।ସେହିପରି ୨୨କ୍ୟାରେଟ ସୁନା ୪ହଜାର ୬୦୦ କମିଛି । ୧୦ଗ୍ରାମ୍‌ ପିଛା ୨୨କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୪୧ହଜାର ୭୦୦ ହୋଇଛି । ଗତକାଲି ଏହା ୧ଲକ୍ଷ ୪୬ହଜାର ୩୦୦ ହୋଇଥିଲା ।ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ପୁଣି ୨୦ହଜାର କମିଲା ରୂପା ଦର । ୧କିଲୋଗ୍ରାମ ରୂପାର ଦାମ୍‌ ୨୦ହଜାର ଟଙ୍କା ହ୍ରାସ ପାଇ ୩ଲକ୍ଷରେ ପହଞ୍ଚିଛି…

Read More

ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା ରହିଛି । ଖବର ଅନୁଯାୟୀ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲ ଗାଁରେ । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ନିଜ ବନ୍ଧୁକକୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କନେଷ୍ଟବଳ ସୁନଲୀ ସେଠୀ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ସେ ଆତ୍ମହତ୍ୟା ପଛରେ ଛୁଟି ନମିଳିବା ନା ଆଉ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ।

Read More

କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ବୁଧବାର ଏହାର ନିୟମରେ ବଡ଼ ପରିବର୍ତ୍ତନ କରିଛି । କେଉଁ ପରୀକ୍ଷାର୍ଥୀ କେତେଥର ୟୁପିଏସସି ସିଭିଲ୍ ସର୍ଭିସ୍ ଏଗଜାମ୍ (ସିଏସଇ) ଦେଇପାରିବେ ଏବଂ ସେମାନଙ୍କ ଯୋଗ୍ୟତା କ’ଣ ରହିବ ସେ ବାବଦରେ ଘୋଷଣା କରାଯାଇଛି । ଏଥିସହ ୟୁପିଏସସି-୨୦୨୬ ପରୀକ୍ଷା ଲାଗି ବିଜ୍ଞପ୍ତି ଜାରି ହୋଇଛି ।ବିଶେଷ କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀଙ୍କ ପାଇଁ ଏହି ନୂତନ ନିୟମ ଅଧିକ ସ୍ପଷ୍ଟ ହୋଇଛି।ସିଏସଇ-୨୦୨୬ ମାଧ୍ୟମରେ ଆଇଏଏସ୍, ଆଇଏଫଏସ୍, ଆଇପିଏସ୍, ଆଇଆରଏସ୍ ଓ ଅନ୍ୟ ଗ୍ରୁପ୍ ଏ’ ଏବଂ ଗ୍ରୁପ୍ ବି’ ସେବା ସମେତ ବିଭିନ୍ନ ସିଭିଲ ସେବାରେ ପ୍ରାୟ ୯୩୩ ଖାଲି ପଦ ପୂରଣ କରାଯିବ । ସେଥିମଧ୍ୟରୁ ୩୩ ଖାଲି ପଦବୀ ଦିବ୍ୟାଙ୍ଗ ଆଶାୟୀଙ୍କ ପାଇଁ ସଂରକ୍ଷିତ ରହିଛି । ନୂଆ ନିୟମ ଅନୁସାରେ, ପୂର୍ବ ପରୀକ୍ଷା…

Read More

ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ ।ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ । ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ । କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି । ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ । ୧୫ ଦିନ ଭିତରେ ଅଭିଯୋଗ କିମ୍ୱା ଆପତ୍ତି ଥିଲେ ଜଣାଇବାକୁ ।୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମରେ ସଂଶୋଧନ କରାଯିବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Read More

କୋଣାର୍କ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୯ଟି ବସାରେ ସମୁଦାୟ ୨୦୭୭ ଅଣ୍ଡା ସଂଗୃହିତ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ଏହି ଅଣ୍ଡାଗୁଡିକ ୪ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରର ସୁରକ୍ଷିତ ଉପାୟରେ ରଖାଯାଇଛି ।ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସୁରକ୍ଷା ପାଇଁ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କଅଁରପୁର, ଚନ୍ଦ୍ରଭାଗା,ଦଶଧାଡିଆ ଓ ରାମଚଣ୍ଡୀ ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ସଂଗୃହୀତ ହୋଇଥିବା ଅଣ୍ଡାରୁ ଆସନ୍ତା ୪୫ରୁ ୫୫ ଦିନ ମଧ୍ୟରେ ଛୁଆ ଫୁଟିବ। ଏହା ପରେ ସୁରକ୍ଷିତ ଭାବେ ଅଲିଭ ରିଡଲେ ଶାବକମାନଙ୍କୁ ଗଭୀର ସମୁଦ୍ରକୁ ଛଡ଼ାଯିବ। ଅଲିଭ ରିଡଲେ କଇଁଛମାନଙ୍କ ନିରାପଦ ଓ ସମୂହ ଅଣ୍ଡାଦାନ ପାଇଁ ବନବିଭାଗ ତତ୍ପର ହୋଇଉଠିଛି। ଅଲିଭ ରିଡଲେଙ୍କ ଅଣ୍ଡାଦାନ ପରେ ଅଣ୍ଡାଗୁଡିକ ବିଲୁଆ, କୁକୁରଙ୍କ ଠାରୁ ରକ୍ଷା କରିବା ପାଇଁ ସୁରକ୍ଷାକର୍ମୀଙ୍କୁ…

Read More

ଏଣିକି ହୃଦଘାତ ଆସିବା ପୂର୍ବରୁ ମିଳିବ ଆଗୁଆ ସୂଚନା । ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବ ‘ହାର୍ଟ ଗାର୍ଡ’ AI ମାସ୍କ ।ଏଭଳି ଅଭିନବ ଡିଭାଇସ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଇଟିଏମ ବିଭାଗ ତୃତୀୟ ବର୍ଷର ଝିଅ ଦେବଶ୍ରିତା ଦାସ । ରାଜ୍ୟ ସରକାରଙ୍କ ପାଖରୁ ମିଳିଥିବା ଏକ ଲକ୍ଷ ଟଙ୍କା ଏବଂ ନିଜର ପରିବାର ନିକଟରୁ ପ୍ରାୟ 20 ହଜାର ଟଙ୍କା ବିନିଯୋଗ କରି ଏହି ଡିଭାଇସ ପ୍ରସ୍ତୁତ କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବାକୁ ଆହୁରି ୫ ରୁ ୬ ଲକ୍ଷ ଟଙ୍କା ଆବଶ୍ୟକ ପଡୁଥିବା ଦେବଶ୍ରିତା କହିଛନ୍ତି । ଏହାର କାର୍ଯ୍ୟ ଶେଷ ହେବା ପରେ ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଯିବ । ପରେ ‘ପେଟେଣ୍ଟ’ ଅନୁମତି ମିଳିଲେ ଏହା ସାଧାରଣ ରୋଗୀଙ୍କ ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି । ଦେବଶ୍ରିତାଙ୍କ ଜେଜେବାପାଙ୍କ ହୃଦଘାତରେ ଅକାଳ…

Read More

ସୁପ୍ରିମକୋର୍ଟରେ ବୁଧବାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ନେଇ ଶୁଣାଣି ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିଛନ୍ତି ।ସମସ୍ତଙ୍କ ନଜର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଥିଲା, ସେ ମଧ୍ୟ ଉପସ୍ଥିତ ଥିଲେ। ମମତା ବାନାର୍ଜୀ କହିବା ପାଇଁ ଅନୁମତି ମାଗି ପଚାରିଲେ, ମୁଁ କହିପାରିବି କି? କୌଣସି ସ୍ଥାନରେ ନ୍ୟାୟ ମିଳୁନାହିଁ । ଆମେ ସମ୍ପୂର୍ଣ୍ଣ ବିବରଣୀ ସହିତ ନିର୍ବାଚନ କମିଶନଙ୍କୁ ଛଅ ଥର ଚିଠି ଲେଖିଛୁ । ମୁଁ ଏକ ସାଧାରଣ ପରିବାରରୁ ଆସିଛି, ନ୍ୟାୟ ମୋ ପାଇଁ କାନ୍ଦୁଛି । ଏହି ଯୁକ୍ତିଗୁଡ଼ିକ ଉପରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କଠାରୁ ଜବାବ ମାଗିଛନ୍ତି । ପରବର୍ତ୍ତୀ ଶୁଣାଣି ଏବେ ଫେବୃଆରୀ ୯ ତାରିଖରେ ହେବ ।ସୂଚନାଯୋଗ୍ୟ, ମମତା ନିଜେ ଜଣେ ଓକିଲ ଓ ରାଜ୍ୟରେ ଚାଲିଥିବା ଏସ୍‌ଆଇଆର୍‌କୁ ଦୀର୍ଘ ଦିନ ହେଲା ବିରୋଧ କରିଆସୁଛନ୍ତି ।ପଶ୍ଚିମବଙ୍ଗର ଲୋକଙ୍କୁ…

Read More

ରାଜ୍ୟରେ ଆସନ୍ତା ବନାଗ୍ନି ଋତୁକୁ ସଫଳତାର ସହ ମୁକାବିଲା କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବନାଗ୍ନି ମୁକାବିଲା ପାଇଁ ଏହି ବର୍ଷ ବୈଷୟିକ କୌଶଳ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ଏଆଇ କ୍ୟାମେରା ଓ ଡ୍ରୋନ ମାଧ୍ୟମରେ ରଖାଯିବ ନଜର। ୩୩୪ ବନାଗ୍ନି ସୁରକ୍ଷା ଦଳ ନିୟୋଜିତ କରାଯାଇଛି ବୋଲି ଓ ବନବାହିନୀ ମୁଖ୍ୟ ଡ କେ. ମୁରୁଗେସନ ସୂଚନା ଦେଇଛନ୍ତି।ଗତବର୍ଷର ପରିସଂଖ୍ୟାନ ଅନୁଯାୟୀ, ଓଡ଼ିଶାରେ ପ୍ରାୟ ୨୯,୭୦୯ଟି ବନାଗ୍ନି ସ୍ଥଳ ଚିହ୍ନଟ ହୋଇଥିଲା। ଶୁଷ୍କ ପାଗ ଏବଂ ଜଙ୍ଗଲରେ ସଞ୍ଚିତ ଶୁଖିଲା ପତ୍ର ସାଙ୍ଗକୁ ମାନବଜନିତ ଅବହେଳା ଯୋଗୁଁ ଏହି ଅଘଟଣମାନ ଘଟିଥିଲା। ତଥାପି, ଉପଗ୍ରହ ଆଧାରିତ ସତର୍କ ସୂଚନା ଏବଂ ବନ କର୍ମଚାରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପ୍ରାୟ ୯୯.୭ ପ୍ରତିଶତ ଘଟଣାକୁ ନିୟନ୍ତ୍ରଣ କରାଯାଇ କ୍ଷତିର ପରିମାଣକୁ ସର୍ବନିମ୍ନ କରାଯାଇଥିଲା। ଏହି ସଫଳତାକୁ ଆଧାର କରି ଚଳିତ…

Read More

ମଧ୍ୟପ୍ରଦେଶର ନିମଚ୍‌ ଜିଲ୍ଲା ରନପୁର ଗାଁରେ ଜଣେ ଅଙ୍ଗନବାଡି କେନ୍ଦ୍ରର ‌ରୋଷେୟାଙ୍କ ସାହସ ଓ ତ୍ୟାଗ ଯୋଗୁ ପାଖାପାଖି ୨୦ ଜଣ କୋମଳମତି ଶିଶୁଙ୍କ ଜୀବନ ବଞ୍ଚି ଯାଇଛି । ମାଦବାଡା ପଞ୍ଚାୟତରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍‌ ମହୁମାଛି ଦଳ ମାଡ଼ି ଆସିଥିଲା । ଅନଙ୍ଗବାଡ଼ି କେନ୍ଦ୍ର ରୋଷେୟା କଞ୍ଚନ ବାଇ ମେଘୱାଲ ନିଜ ସୁରକ୍ଷା କଥା ଚିନ୍ତା ନ କରି ସେଠାରେ ପଡ଼ିଥିବା ତାରପୋଲିନ୍‌ ଓ ମ୍ୟାଟ୍‌ରେ ପିଲାଙ୍କୁ ଘୋଡ଼ାଇ ଅଙ୍ଗନବାଡ଼ି କେନ୍ଦ୍ର ଭିତରକୁ ନେଇଯାଇଥିଲେ । ଇତିମଧ୍ୟରେ କଞ୍ଚନ ବାଈଙ୍କୁ ମହୁମାଛି ଭିଣିଦେଲେ । ଗମ୍ଭୀର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।କଞ୍ଚନ ବାଇଙ୍କ ଶରୀରରେ ମହୁମାଛିଙ୍କ ଅଗଣିତ ଦଂଶନ ଚିହ୍ନ ତାଙ୍କ ସାହସର ପରିଚୟ ଥିଲା । କଞ୍ଚନ ବାଇ ସ୍ବୟଂ ସହାୟକ ଗୋଷ୍ଠୀର ମୁଖ୍ୟ ଥିବାବେଳେ ତାଙ୍କ ପରିବାରର…

Read More