Author: sanitelevision

ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ମାଲକାନଗିରି ଟିପିଏସଓଡିଏଲ ଜେଇ ପ୍ରଦେଶ ପ୍ରସାଦ ନାୟକ । ଜେଇଙ୍କ ସହଯୋଗୀ ଭଞ୍ଜକିଶୋର ସ୍ବାଇଁଙ୍କୁ ଅଟକ ରଖିଛି ଭିଜିଲାନ୍ସ । ଏକ ଇଟା ଫ୍ୟାକ୍ଟ୍ରିକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ନେଉଥିଲେ ଲାଞ୍ଚ ।ଜୁନିଅର ଇଞ୍ଜିନିୟରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି। ତେବେ କୋରାପୁଟ ଭିଜିଲାନ୍ସ ତାଙ୍କ ବିରୋଧରେ ପିଏସ ମାମଲା ନଂ ୦୧/୨୦୨୬, ୭ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ରୁଜୁ କରି ତଦନ୍ତ ଜାରି ରଖିଛି।

Read More

ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନ ଫେବୃଆରୀ ୩, ୨୦୨୬ରେ ତାଙ୍କର ୮୮ ତମ ଜନ୍ମଦିନ ପାଳନ କରୁଛନ୍ତି । ‘କାଗଜ କେ ଫୁଲ,’ ‘ପ୍ୟାସା ଏବଂ ‘ଗାଇଡ୍’ ଭଳି କ୍ଲାସିକ୍ ଫିଲ୍ମରେ ତାଙ୍କର ସ୍ମରଣୀୟ ଭୂମିକା ପାଇଁ ଜଣାଶୁଣା । ୱାହିଦା ରେହମାନ ତେଲୁଗୁ ସିନେମାରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୫୫ ର ଚଳଚ୍ଚିତ୍ର ‘ରୋଜୁଲୁ ମାରାଇ”, ଯେଉଁଥିରେ ସେ ଏକ ଗୀତରେ ଡ୍ୟାନ୍ସର ଭାବରେ ମଧ୍ୟ ଅଭିନୟ କରିଥିଲେ ।ୱାହିଦା ରହମାନ (ଜନ୍ମ: ୩ ଫେବୃଆରୀ ୧୯୩୬) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ତେଲୁଗୁ, ତାମିଲ, ହିନ୍ଦୀ, ବଙ୍ଗଳା ଓ ମାଲାୟଲମ କଥାଚିତ୍ର ଜଗତରେ କାମ କରନ୍ତି । ହିନ୍ଦୀ କଥାଚିତ୍ର ଜଗତର ଅନ୍ୟତମ ସଫଳ ଅଭିନେତ୍ରୀ ଭାବରେ ସେ ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ତିନୋଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ଭାରତ ସରକାର ତାଙ୍କୁ ୧୯୭୨ ମସିହାରେ…

Read More

ଖଣିଜ ବହୁଳ ତାଳଚେର ଓ ଅନୁଗୁଳରୁ ଶିଳ୍ପ ହବ୍‌ କଳିଙ୍ଗନଗର ଏବଂ ବନ୍ଦର ନଗରୀ ପାରାଦୀପ ଏବଂ ଧାମରାକୁ ସଂଯୋଗ କରିବ ଏନଡବ୍ଲ୍ୟୁ-୫ (ଜାତୀୟ ଜଳପଥ-୫) । ଏହି ଜଳପଥ ସଂଯୋଗ ହେଲେ ରାଜ୍ୟରେ ଶିଳ୍ପ ଓ ଖଣିଜ ଜନିତ ପରିବହନ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ । ପରିବହନ ଖର୍ଚ୍ଚ ଶସ୍ତା ହେବା ସହ ପ୍ରଦୂଷଣ କମିବ । ସଡ଼କରେ ଟ୍ରାଫିକ ଭିଡ଼ କମିବା ସହ ଦୁର୍ଘଟଣା ହ୍ରାସ ପାଇବ । ଏଥିପାଇଁ ତଳମୁଣ୍ଡରେ ବିଭିନ୍ନ ବ୍ୟାରେଜ, ଲକ୍‌ ଗେଟ ନିର୍ମାଣ କରିବାକୁ ପଡ଼ିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ଧାମରା ଏବଂ ତାଳଚେର ମଧ୍ୟରେ ୩୩୨ କିମି ବିଶିଷ୍ଟ ୫ନଂ ଜାତୀୟ ଜଳପଥ ସଂଯୋଗ କରିବ । ଏଥିରୁ ପ୍ରଥମେ ତାଳଚେରରୁ ଯାଜପୁର କଳିଙ୍ଗନଗରଢେଙ୍କାନାଳ ସୀମା ପଙ୍କପାଳ (ସମଲ ବ୍ୟାରେଜର ତଳ ମୁଣ୍ଡ) ଯାଏଁ ବ୍ରାହ୍ମଣୀ ନଦୀରେ ଜଳପଥ ସଂଯୋଗ ହେବ । ପଙ୍କପାଳରୁ କେନ୍ଦ୍ରାପଡ଼ାର ମଙ୍ଗଳାଗଡ଼ି, ମଙ୍ଗଳାଗଡ଼ିରୁ…

Read More

ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ପାଣ୍ଡୁରଙ୍ଗ ରୋଣ୍ଡମଙ୍ଗଲେ ନାନ୍ଦେଡ଼ର କେରୁର ଗାଁରେ ‘ବିରାଟ ସେଲୁନ’ ନାମକ ଏକ ଦୋକାନ ଚଳାନ୍ତି। ପାଣ୍ଡୁରଙ୍ଗଙ୍କ ସ୍ବପ୍ନ ଥିଲା ସରପଞ୍ଚ ନିର୍ବାଚନ ଲଢ଼ିବା। ଜୁନ ୨୦୨୬ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତାଙ୍କୁ ଏହି ସୁଯୋଗ ମିଳିବାକୁ ସ୍ଥିର ହୋଇଥିଲା। କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ଏକ ନିୟମ ତାଙ୍କ ସ୍ବପ୍ନକୁ ବାଧା ଦେଇଥିଲା। ଫଳରେ ସେ ଏକ ଭୟଙ୍କର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ।ଗ୍ରାମ ପଞ୍ଚାୟତ ନିର୍ବାଚନରେ ​​ସରପଞ୍ଚ ପଦବୀ ପାଇଁ ଲଢ଼ିବାରେ ଯୋଗ୍ୟତା ହାସଲ ଲାଗି ନିଜର ତିନି ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ପୁଲିସ କହିବା ଅନୁଯାୟୀ, ତିନି ଦିନ ପୂର୍ବେ ସେ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ସେ ଦୋକାନକୁ ଯାଉଛନ୍ତି । ୭ ବର୍ଷର ଝିଅ ପ୍ରାଚୀକୁ ସାଙ୍ଗରେ ନେଇ ଘରୁ ବାହାରି ଯାଇଥିଲେ। ପରେ ସେ ଏକା…

Read More

ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍। ଏମଏସପି ଧାର୍ଯ୍ୟ କରିବେ ସରକାର। ଖଣି ମାଫିଆଙ୍କ ଉପରେ ଅଙ୍କୁଶ। ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ। ଆବେଦନକାରୀଙ୍କୁ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ୧୦ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି’ ଜମା ସହ ୧୦% ଅମାନତ ରାଶି (ଇଏମଡି) ଜମା କରିବାକୁ ପଡ଼ିବ। ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ।ପ୍ରତ୍ୟେକ ଆବେଦନର ସୂକ୍ଷ୍ମ ଯାଂଚ…

Read More

ପୁଣି ଥରେ ଖସିଲା ସୁନା, ରୂପା ଦର । ଲଗାତାର ପଞ୍ଚମ ଦିନରେ ଖସିଛି ସୁନା, ରୂପା ଦର । ୨୪କ୍ୟାରେଟ୍‌ ସୁନା ୧୪୨୦ଟଙ୍କା ହ୍ରାସ,୧୦ଗ୍ରାମ ପିଛା ୧,୫୧,୯୦୦ ହୋଇଛି । ଗତକାଲି ୨୪କ୍ୟାରେଟର ଦାମ ୧ଲକ୍ଷ ୫୩ହଜାର ୩୨୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ୍‌ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି । ୨୨କ୍ୟାରେଟ ସୁନା ୧୦ ଗ୍ରାମ୍‌ ୧,୩୯,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୦ହଜାର ୫୫୦ ଟଙ୍କା ରହିଥିଲା । ଅନ୍ୟପଟେ ରୂପା କିଲୋ ମଧ୍ୟ ହ୍ରାସ ପାଇଛି । ଆଜି ୨୦ହଜାର କମିଛି ରୂପା ଦର । ରୂପା କିଲୋଗ୍ରାମ୍‌ ପିଛା ୨୦ହଜାର କମିବା ପରେ ଏହା ୨ଲକ୍ଷ ୮୦ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ୩ଲକ୍ଷ ରହିଥିଲା ।

Read More

ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଯାଜପୁର ପହଞ୍ଚିବା ପରେ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି। ନାଭିଗୟାରେ ପିଣ୍ଡଦାନ କରୁଛନ୍ତି । କୁସୁମାଠାରୁ ମାଆ ବିରଜାଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ପାଇଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସୁରକ୍ଷା ବଳୟରେ ରହିଛି ସଂପୂର୍ଣ୍ଣ ସହର । ମୁତୟନ ହୋଇଛନ୍ତି ୨୦ ପ୍ଲାଟୁନ୍ ଫୋର୍ସ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଯାଜପୁର ପୌରାଞ୍ଚଳର ସବୁ ସ୍କୁଲ ଛୁଟି ରଖାଯାଇଛି । ପିଣ୍ଡଦାନ ସ୍ଥାନ ନାଭିଗୟାକୁ ସଂପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ କରାଯାଇଛି। ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ୧୬ ଜଣ ବ୍ରାହ୍ମଣଙ୍କ ବ୍ୟତୀତ ୩୨ଜଣ ସେବାୟତ ମନ୍ଦିରରେ ଉପସ୍ଥିତ ରହିବେ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ଏଥିସହ ମା’ ବିରଜାଙ୍କ ସ୍ବତନ୍ତ୍ର ବେଶ ଓ ନୀତିକାନ୍ତି ସେମାନଙ୍କ ଦ୍ବାରା ସଂପନ୍ନ ହେବ। ବିରଜା…

Read More

ଭାରତ ଉପରେ ଟାରିଫ୍‌ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ । ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫% ରୁ କମାଇ ୧୮% କରାଯାଇଥିବା ଘୋଷଣା କରିଛନ୍ତି। ଏହା ବଦଳରେ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରୁ ଟ୍ୟାକ୍ସ କମାଇବାକୁ ରାଜି ହୋଇଛି । ଏହି ଚୁକ୍ତିର ସବୁଠାରୁ ବଡ଼ ସର୍ତ୍ତ ହେଉଛି, ଭାରତ ଏବେ ରୁଷିଆ ଠାରୁ ଶସ୍ତା ଅଶୋଧିତ ତେଲ କିଣିବା ବନ୍ଦ କରିବ କିମ୍ବା ବହୁତ କମାଇ ଦେବ ।ଭାରତ ଆମେରିକାଠାରୁ ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ କୃଷି କ୍ଷେତ୍ରରେ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିବାକୁ…

Read More

ଦିନେ ସେ ପୁଅ ଥିଲେ ଏବେ ହୋଇଯାଇଛନ୍ତି ଝିଅ । ସମୀର ନାୟକରୁ ଏବେ ତାଙ୍କ ପରିଚୟ ସମୀରା ମାଡାମ୍।ଗଞ୍ଜାମ ଖଲ୍ଲିକୋଟରୁ ଦେଖନ୍ତୁ ଜଣେ ଟ୍ରାନ୍ସୱିମେନଙ୍କ ସଂଘର୍ଷ ଆଉ ସଫଳତାର ଭିନ୍ନ କାହାଣୀ। ହାତରେ ରଙ୍ଗତୂଳୀ… ମନରେ ନୂଆ ପରିକଳ୍ପନା… ଯୌବନ ଭିତରେ ନୂଆ ସମ୍ଭାବନାର ସ୍ୱପ୍ନ ସବୁକୁ ସାଉଁଟି ସତେଯେମିତି ସଜାଇ ଦେଉଛନ୍ତି ସାତ ରଙ୍ଗରେ… ।ସମୀର ପୁଅ ଟିଏ ହୋଇ ଜନ୍ମ ହୋଇଥିଲେ , କିନ୍ତୁ ପାଠ ପଢା ବୟସରେ ଆସିଥିଲା ମନ ଭିତରେ ଅନେକ ପରିବର୍ତ୍ତନ । ବୟସ ବଢିବା ସାଙ୍ଗକୁ ଚାଲିଚଳନ ଓ ଆବଭାବରେ କିଛି ଭିନ୍ନତା ପରିଲକ୍ଷିତ ହୋଇଥିଲା। ପୁଅ ସାଙ୍ଗଙ୍କ ଅପେକ୍ଷା ଝିଅମାନଙ୍କ ସହିତ ବେଶୀ ମିଳାମିଶା କରିବାକୁ ତାଙ୍କୁ ଭଲ ଲାଗୁଥିଲା । ନାରୀ ସୁଲଭ ଗୁଣ ତାଙ୍କ ଭିତରେ ଦେଖା ଦେଇଥିଲା। ଏହା ପରେ ବଦଳି ଯାଇଥିଲା ତାଙ୍କର ଜୀବନର ଦିଗ। ସେ ମୁମ୍ବାଇ ଯାଇ ବ୍ୟୟ ବହୁଳ ଅସ୍ତ୍ରୋପଚାର…

Read More

ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଏହି ଯୋଜନାର ଘୋଷଣା ପରେ ଏହା ପଥମ ଥର ପାଇଁ ଗଞ୍ଜାମ ପିଠରୁ ଆରମ୍ଭ ହେବାକୁ ଯାଉଛି । ୧୮ ରୁ ୩୫ ବର୍ଷ ଭିତରେ ଥିବା ବେଳେ ବରର ବୟସସୀମା କନ୍ୟାର ବୟସ ୨୧ ରୁ ୩୫ ବର୍ଷ ହେବା ଦରକାର । ଲାଭାର୍ଥୀଙ୍କୁ ୬୦ ହଜାର ଲେଖାଏଁ ଦିଆଯିବ । ବିବାହର ସବୁ ଖର୍ଚ୍ଚ ସରକାର ବହନ କରିବେ । ସାମୁହିକ ବିବାହରେ ପ୍ରାୟ ୨୦୦ ଦମ୍ପତି ଯୋଗଦେବେ । ତେବେ ମା’ ତାରାତାରିଣୀ ପୀଠରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ମୁଖ୍ୟମନ୍ତ୍ରୀ ଦିନ ସାଢେ ୧୧ଟାରେ ପହଞ୍ଚି ଏହି ଯୋଜନାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Read More