Author: sanitelevision

ରାଜଧାନୀ ରାଜରାସ୍ତାରେ ନିଶାସକ୍ତ ଅଟୋ ଚାଳକଙ୍କ ହାଇଡ୍ରାମା । ନିଜ ଅଟୋକୁ ନିଜେ ଦୁର୍ଘଟଣା ଘଟାଇ ପଥଚାରୀଙ୍କୁ ଗାଳିଗୁଲଜ କଲେ । ଏପରିକି ବାହୁବଳୀ ଭାବେ ଓଲଟିପଡିିଥିବା ନିିଜ ଅଟୋକୁ ନିିଜେ ଶକ୍ତି ଲଗାଇ ପୁଣି ଛିଡା କରିଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହେବା ପରେ ଘଟଣା ଅଧିକ ଚର୍ଚ୍ଚା ସୃଷ୍ଟି କରିଛି। ପିସିଆର ଟିମ ମଧ୍ୟ ମଦ୍ୟପ ଅଟୋ ଚାଳକକୁ କାବୁ କରିବାକୁ ନାକେଦମ ହୋଇଛନ୍ତି । ୨ ଟି ପୋଲିସ ଟିମ ଶେଷରେ କାବୁ କରି ମଦ୍ୟପକୁ ଖାରବେଳ ନଗର ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି ।ଏନେଇ ଖାରବେଳନଗର ଥାନାଧିକାରୀ ରଜନିକାନ୍ତ ମିଶ୍ର କହିଛନ୍ତି, “ଅଟକ ଥିବା ଅଟୋ ଚାଳକଙ୍କ କଥାରେ ତାଳମେଳ ରହୁନି। ସେ ନିଜ ପରିଚୟ ମଧ୍ୟ ଠିକ ଭାବେ କହିପାରୁନାହାନ୍ତି। ତାଙ୍କ ଘର କେତେବେଳେ କେଶରୀ ନଗର କହୁଛନ୍ତି ତ ଆଉ କେତେବେଳେ କେୟାର ହସ୍ପିଟାଲ ଆଡେ କହୁଛନ୍ତି ।…

Read More

ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଉଷା ପାଢ଼ୀଙ୍କୁ ଇଡ୍‌କୋ (IDCO) ଅଧ୍ୟକ୍ଷା ଭାବେ ଦାୟିତ୍ୱ ମିଳିଛି। ଏହା ସହିତ ସେ ନଗର ଉନ୍ନୟନ ବିଭାଗର ଦାୟିତ୍ୱରେ ମଧ୍ୟ ରହିବେ। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଏହା ବ୍ୟତୀତ ସେ ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟ ମଧ୍ୟ ତୁଲାଇବେ। ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ବେଳେ ତାଙ୍କୁ କେବିକେ (KBK) ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀର ଡିଜି ଭାବେ ଦାୟିତ୍ୱ ମିଳିଛି। ଏଥିସହିତ ସେ ଶ୍ରମ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିବେ।ବରିଷ୍ଠ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗକୁ ବଦଳି କରାଯାଇଛି। ଏଥିସହ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ (SJTA) ଦାୟିତ୍ୱରେ ମଧ୍ୟ ବଜାୟ ରହିବେ। ବର୍ତ୍ତମାନ…

Read More

ପାରମ୍ପରିକ ରାଶନ ବଣ୍ଟନ ବ୍ୟବସ୍ଥା (PDS)କୁ ଆହୁରି ଆଧୁନିକୀକରଣ କରିବା ପାଇଁ ସରକାର e-RUPI (ଡିଜିଟାଲ ଭାଉଚର୍‌) ବ୍ୟବହାର କରିବାକୁ ଯାଉଛନ୍ତି। ଚଣ୍ଡିଗଡ଼ ଭଳି ସହରରେ ସଫଳ ପରୀକ୍ଷଣ ଆରମ୍ଭ ହୋଇଛି। ହିତାଧିକାରୀମାନଙ୍କୁ ଆଉ ଶସ୍ୟ ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବରଂ ସେମାନଙ୍କ ମୋବାଇଲ ଫୋନକୁ ଏକ ଡିଜିଟାଲ ଭାଉଚର୍‌ ଏବଂ ଖାତାକୁ ଟଙ୍କା ପଠାଯାଇପାରେ। ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦୁର୍ନୀତିକୁ ରୋକିବା ଏବଂ ହିତାଧିକାରୀମାନେ ବଜାରରୁ ସେମାନଙ୍କ ପସନ୍ଦର ଗୁଣାତ୍ମକ ଶସ୍ୟ କିଣିପାରିବେ ତାହା ନିଶ୍ଚିତ କରିବା।ଏହି ଯୋଜନାର ଲାଭ ଏପର୍ଯ୍ୟନ୍ତ ସାରା ଦେଶରେ କାର୍ଯ୍ୟକାରୀ ହୋଇନାହିଁ, କିନ୍ତୁ କେବଳ NFSA (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ) ଅଧୀନରେ ଥିବା ବ୍ୟକ୍ତିମାନେ ଯୋଗ୍ୟ ହେବେ। ତେବେ କେନ୍ଦ୍ର ସରକାର ଏବଂ କିଛି ରାଜ୍ୟ ସରକାର, ଯେପରିକି ମହାରାଷ୍ଟ୍ର ଏବଂ ଦିଲ୍ଲୀ, ମିଳିତ ଭାବରେ ରାଶନ କାର୍ଡ ଧାରକମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିବା ପାଇଁ…

Read More

ଭାଗଚାଷୀଙ୍କ ପାଇଁ ନୂଆ ଆଇନ ଆଣିପାରନ୍ତି ସରକାର । ଏନେଇ ରାଜସ୍ୱ ବିଭାଗ ବିଚାର କରିବାକୁ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ହୋଇପାରିଲେ ଭାଗଚାଷୀମାନେ ସରକାରୀ ସୁବିଧା ପାଇ ପାରିବେ । ଭାଗ ଚାଷୀ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭାଗ ଚାଷୀ ଆଇନ ପ୍ରସଙ୍ଗରେ କୃଷି ବିଭାଗ, ସମବାୟ ବିଭାଗ ସହିତ ଆଲୋଚନା ହୋଇଛି। ଆଗକୁ ବିଭିନ୍ନ ଷ୍ଟେକ୍ ହୋଲ୍ଡର୍ସଙ୍କ ସହିତ ଆଲୋଚନା କରାଯିବ। ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ବାହାର ରାଜ୍ୟର ଆଇନକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।

Read More

ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ ବଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉନ୍ମୋଚନ କରିଛନ୍ତି ।ରାଜସ୍ବ ବିଭାଗରେ ମଧ୍ୟସ୍ଥି ଯୁଗ ଶେଷ । ରାଜସ୍ବ ସେବା ଓ ଲେକଙ୍କ ମଧ୍ୟରେ ରହିବେନି ତୃତୀୟ ପାର୍ଟି । ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ । ଏଣିକି ଗୋଟିଏ କ୍ଲିକରେ ଜମିଜମା କାର୍ଯ୍ୟ । ଘରେ ବସି ହ୍ୱାଟସଆପ୍‌ ମାଧ୍ୟମରେ ମିଳିବ ରାଜସ୍ବ ସେବା । ସେ ବି ପୁଣି ୨୪ ଘଣ୍ଟିଆ ସେବା ଯୋଗାଇବେ ସରକାର । ୯୪୩୭୨୯୨୦୦୦ରେ whatsapp ନଂରେ ରାଜସ୍ବ ବିଭାଗର ୧୭୦ରୁ ଉର୍ଦ୍ଧ ସେବା ମିଳିବ। ୨୪ ଘଣ୍ଟା ସେବା ଯୋଗାଇବ ରାଜସ୍ବ ବିଭାଗ । ସେବା ପାଇବାରେ ସମସ୍ୟା ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏହା ସହ ୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

Read More

ଫେବୃଆରୀ ୧୫ରୁ କଟକ ଜିଲ୍ଲାରେ ଆରମ୍ଭ ହେବ ଘର ଗଣନା । ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ । କହିଛନ୍ତି, ଡିଜିଟାଲ ପ୍ରକ୍ରିୟାରେ ଜନଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୧୫ ଫେବୃଆରୀରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘର ଗଣନା ହେବ । ଘର ଗଣନା ସରିବା ପରେ ଆରମ୍ଭ ହେବ ଜନ ଗଣନା ।ସୂଚନାଥାଉକି, ଏଥର ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ କରିବେ । ସଂଗ୍ରହ ତଥ୍ୟ ମଧ୍ୟରେ ଘର ସଂଖ୍ୟା, ଗୃହ, କାନ୍ଥର ନିର୍ମାଣ କେଉଁ ସାମଗ୍ରୀ ହୋଇଛି, ବ୍ୟବହୃତ କୋଠାରୀ, ଜାତି, ଲିଙ୍ଗ, ପରିବାର ସଦସ୍ୟ, ରହୁଥିବା ଦମ୍ପତି ତଥ୍ୟ ସଂଗ୍ରହ ହେବ ।ସେହିପରି ରେଡିଓ, ଲାପଟପ୍, ସାଇକେଲ ସ୍କୁଟର, ବାଇକ, ଚାରିଚକିଆ, ଟେଲିଫୋନ, ମୋବାଇଲ, ସ୍ମାର୍ଟ ଫୋନ ବ୍ୟବହାର ତଥ୍ୟ ସଂଗ୍ରହ କରାଯିବ । ଏହା ବ୍ୟତିତ ଶୌଚାଳୟ ଓ ରୋଷେଇ…

Read More

ଭାରତ ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡିଶାକୁ ଫାଇଦା । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଓଡିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଦେବେ ଏକ ନୂଆ ପରିଚୟ । ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡିଶା ଖାଦ୍ୟର ଚାହିଦା ବଢିବ ।ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ। ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବ। ଓଡ଼ିଶା ‘ବ୍ଲୁ-ଇକୋନୋମି’ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ ପୋଷାକ ସବୁଠି ପହଞ୍ଚିବ। ଟାରିଫ୍‌ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ। ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ। ବିଶ୍ୱ ଦରବାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ। ସମ୍ବଲପୁରୀ…

Read More

ମାଲକାନଗିରି ପରେ ଏବେ କୋରାପୁଟ ଜିଲ୍ଲା ମାଓ ମୁକ୍ତ। ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଛତିଶଗଡ଼ ରାଜ୍ୟର ବିଜାପୁର ଡିଭିଜନରେ ସାମିଲ ଥିବା ମମତା ପଡ଼ିଆମୀ ଏସଏଲଆର ସହ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଠାରୁ ଟିଫିନ ବୋମା ସହିତ ଅଫୁଟା ଗୁଳି ଓ ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି। ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ନକ୍ସଲମୁକ୍ତ ହେଲା ବୋଲି କହିଛନ୍ତି ଡିଆଇଜି କନୱର ବିଶାଳ ସିଂହ। ୨୦୨୩ ମସିହାରେ ମମତା ଛତିଶଗଡ ବିଜାପୁର ଅଞ୍ଚଳର ବିଭିନ୍ନ ହତ୍ୟା ମାମଲାରେ ଜଡ଼ିତ ଥିଲେ । ମମତାଙ୍କ ଠାରୁଗୋଟିଏ ରାଇଫଲ ଏଵଂ ୧୦ ପ୍ରକାର ବିଭିନ୍ନ ଗୋଳାବାରୁଦ ଜବତ ହୋଇଛି । ସରକାରଙ୍କ ଆତ୍ମ ସମର୍ପଣ ନୀତିରେ ଅନୁପ୍ରାଣିତ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି । .ଆତ୍ମସମର୍ପଣ ପରେ ସରକାରଙ୍କ ତରଫରୁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଉଛି। ବୁଧବାର ମାଲକାନଗିରି ଜିଲ୍ଲା ମାଓ ମୁକ୍ତ ଘୋଷଣା ହୋଇଥିଲା।…

Read More

ସୂର୍ଯ୍ୟରେ ବଡ଼ ହଲଚଲ। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼ । ଏହାକୁ ନେଇ ଚିନ୍ତାରେ ଇସ୍ରୋ ସମେତ ସାରା ବିଶ୍ୱର ମହାକାଶ ଗବେଷଣା ସଂସ୍ଥା।ଏହି ଝଡ଼କୁ ନେଇ ରେଡ଼ିଓ ବ୍ଳାକ ଆଉଟ ହେବା ନେଇ ଇସ୍ରୋ ଚେତାବନୀ ଦେଇଛି। ଏହାଫଳରେ ପୃଥିବୀ ବାୟୁମଣ୍ଡଳରେ ଚୁମ୍ବକୀୟ ବିକିରଣ ବୃଦ୍ଧି ପାଇବ ଓ ଏହାଦ୍ୱାରା ବହୁ ସମସ୍ୟା ସୃଷ୍ଟି ହେବ । ଜିପିଏସ୍‌ ଓ ନେଭିଗେସନ୍‌ ସିଗନାଲରେ ବାଧା ସୃଷ୍ଟି ହୋଇପାରେ । ଫଳରେ ଗୁଗଲ ମ୍ୟାପ୍‌ ଓ ଅନ୍ୟାନ୍ୟ ନେଭିଗେସନ ସେବା ଭୁଲ ତଥ୍ୟ ଦେବାର ଆଶଙ୍କା ସୃଷ୍ଟି ହୋଇଛି । ମହାକାଶରେ ଥିବା ଉପଗ୍ରହଗୁଡ଼ିକର ସେନ୍ସର ଖରାପ ହୋଇପାରେ। ଯାହା ଫଳରେ ଟେଲିଭିଜନ ଓ ଇଣ୍ଟରନେଟ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇପାରେ। ବିମାନ ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେବ। ସୌର ଝଡ଼ ସମୟରେ ବିମାନଗୁଡିକର ରେଡ଼ିଓ ଯୋଗଯୋଗ ବିଚ୍ଛିନ୍ନ ହୋଇପାରେ। ବିଶେଷ କରି ମେରୁ ଅଞ୍ଚଳ ଦେଇ ଯାଉଥିବା…

Read More

ରାଜ୍ୟରେ ଚହଳ ପକାଇଥିବା ବ୍ରହ୍ମପୁରର କେ.ଦୀପିକା ଓ ତପସ୍ୱିନୀ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ନିଜ ହକ ପାଇଁ ପୁଣି ଜଣେ ଯୁବତୀ ନିଜ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ଟୁଲୁ ମହାରଣା ନାମକ ଯୁବକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମହିଳା । ଅଭିଯୋଗ ଅନୁଯାୟୀ, ଟୁଲୁ ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଟୁଲୁ, ସୁନୀତା ବେହେରାଙ୍କୁ ଦୁଇ ବର୍ଷ ତଳେ ଭଲପାଇ ତାଙ୍କ ସହ ଫେରାର ହୋଇ ଯାଇଥିଲେ। ଆଗରୁ ମହିଳା ଜଣଙ୍କ ଦୁଇଟି ସନ୍ତାନ ଓ ସ୍ବାମୀ ଥାଇ ମଧ୍ୟ ପ୍ରେମିକ ସହ ଫେରାର ହେବା ପରେ ସୁରତର ଆମ୍ବାଜି ମନ୍ଦିରରେ ପ୍ରେମିକକୁ ବିବାହ କରିବା…

Read More