ସ୍କୁଲ ଯୁନିଫର୍ମ ପହଞ୍ଚିବାରେ ବିଳମ୍ବକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଠିକ୍ ସମୟରେ ସ୍କୁଲ ୟୁନିଫର୍ମ କିପରି ପହଞ୍ଚିବ ସେଥିପାଇଁ ପ୍ରୟାସ କରାଯାଇଛି । କିଛି ସ୍ଥାନରେ ଅବ୍ୟବସ୍ଥା ହୋଇଛି, ଆମେ କଠଓର ପଦକ୍ଷେପ ନେବୁ । ଡିଇଓ କିମ୍ବା ଏସଏଚଜିଙ୍କ ଅବହେଳା ପାଇଁ ଯଦି ବଣ୍ଟନ ହୋଇନି ତର୍ଜମା କରିବୁ । ତର୍ଜମା କରି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବୁ । ସୂଚନାମୁତାବକ ସ୍କୁଲ ପିଲାଙ୍କୁ ପୋଷାକ ବାଣ୍ଟିବାକୁ ପ୍ରାୟ ବର୍ଷକ ତଳୁ ବଜେଟରେ ବ୍ୟବସ୍ଥା କରିଥିଲେ ମୋହନ ସରକାର । କିନ୍ତୁ ବିଡ଼ମ୍ବନାର ବିଷୟ, ନୂଆ ବଜେଟ୍ ଆସିବାକୁ ଯାଉଥିଲେ ବି ଏପର୍ଯ୍ୟନ୍ତ ପୋଷାକ ବଣ୍ଟା ସରିନି। କେନ୍ଦ୍ରାପଡ଼ା ଜିଲ୍ଲାର ପୌରପାଳିକା ଓ ବ୍ଲକରେ ଜଣେ ବି ହେଲେ ପିଲାକୁ ପୋଷାକ ବଣ୍ଟା ନଯିବା ଖବରକୁ ନେଇ ହଇଚଇ ଲାଗି ରହିଥିବାବେଳେ ଏବେ ସାମନାକୁ ଆସିଛି ଗଣଶିକ୍ଷା ବିଭାଗର ଆଉ…
Author: sanitelevision
ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ମିଳିଲା ଆଗୁଆ ଜାମିନ। ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ।। ଅଶ୍ଳୀଳ ନୃତ୍ୟୁ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ୨ ଆୟୋଜକଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଭୟରେ୍ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା । ଆଜି ହାଇକୋର୍ଟରେ ଏହି ଆବେଦନର ଶୁଣାଣି କରି କୋର୍ଟ ନିଶାଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଛନ୍ତିି ।ସୂଚନା ଅନୁସାରେ ନିକଟରେ, ଛତିଶଗଡ଼ରେ ଯାତ୍ରା ପଡ଼ିଥିବା ବେଳେ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଉ ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥାଇ ଭରପୁର ମଜା ନେଉଥିଲେ ଛତିଶଗଡ଼ ଗାରିଆବନ୍ଧ ଜିଲ୍ଲାର ଏଡିଏମଙ୍କ ସହ କିଛି ପୋଲିସ କର୍ମୀ । ଯାହାପରେ…
ହୋଲି ପାଇଁ ରେଳ ବିଭାଗ ଚଲାଇବ ୧୪୦୦ ନୁଆ ସ୍ପେଶାଲ ଟ୍ରେନ। ଏହି ସଂଖ୍ୟା ୧ ,୫୦୦ କୁ ବୃଦ୍ଧି ପାଇପାରେ । ଏହି ସ୍ୱତନ୍ତ୍ର ସେବାଗୁଡ଼ିକ ପର୍ବ ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ଏବଂ ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ଉତ୍ତମ ସଂଯୋଗ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ମାର୍ଚ୍ଚ ମାସରେ ଚାଲିବାକୁ ସ୍ଥିର କରାଯାଇଛି। ଗତ ବର୍ଷ , ୨୦୧୫ ରେ ହୋଲି ପାଇଁ ମୋଟ ୧ ,୧୪୪ ଟି ସ୍ୱତନ୍ତ୍ର ଟ୍ରେନ ଯାତ୍ରା ପରିଚାଳିତ ହୋଇଥିଲା । ପୂର୍ବ କେନ୍ଦ୍ରୀୟ ରେଳବାଇ (ECR) ସର୍ବାଧିକ 285 ଟି ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ। ଏହା ପରେ ପଶ୍ଚିମ ରେଳବାଇ (WR) ପଶ୍ଚିମ ରୁଟ୍ରେ ଯାତ୍ରୀଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି 231 ଟି ଟ୍ରେନ୍ ଚଲାଇବାର ଯୋଜନା କରିଛି ।
ଗତ କିଛି ଦିନ ହେଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ସୁନା ଓ ରୂପା ଦର । ପ୍ରତିଦିନ ଏହାର ଦର ନିର୍ଦ୍ଧାରଣ କରାଯାଇଥାଏ । ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୨,୩୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୯,୬୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୨,୩୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୯,୬୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୫,୦୦୦ ଟଙ୍କା ହୋଇଛି ।
ପରୀକ୍ଷୀ ପୂର୍ବରୁ ପିଏମ୍ ଦେଲେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ୯ମ ସଂସ୍କରଣ । ପରୀକ୍ଷା ପେ ଚର୍ଚ୍ଚାର ନବମ ତମ ସଂସ୍କରଣରେ ଏକ ମନ୍ତ୍ର ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟୟନ ବିଷୟରେ କହିଛନ୍ତି, “ପ୍ରଥମେ ତୁମର ମନକୁ ବିକଶିତ କର, ତାପରେ ତୁମର ମନକୁ ନିୟୋଜିତ କର, ତାପରେ ତୁମେ ଯାହା ପଢିବାକୁ ଚାହୁଁଛ ତାହା ରଖ। ଏହା କରି, ତୁମେ ସମସ୍ତ ଛାତ୍ର ସର୍ବଦା ସଫଳ ହେବ।” ସେ ଏହା ମଧ୍ୟ କହିଥିଲେ ଯେ ଆମର ଲକ୍ଷ୍ୟ ଏପରି କିଛି ହେବା ଉଚିତ ଯାହା ପାଖରେ ଥିବ, କିନ୍ତୁ ବୁଝିବା ଭିତରେ ନୁହେଁ।ଏହାସହ ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଗଢିବାକୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ବି ଦେଇଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ । ଏଥର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅଲଗା ଅଲଗା…
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରିଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ ହାର ବା ରେପୋ ରେଟ୍କୁ ୫.୨୫% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।ରେପୋ ହାର ହେଉଛି ସେହି ହାର ଯେଉଁଥିରେ ବ୍ୟାଙ୍କଗୁଡ଼ିକ ଆରବିଆଇ ଠାରୁ ଟଙ୍କା ଋଣ ନିଅନ୍ତି। ଯେତେବେଳେ ଏହି ହାର ସ୍ଥିର ରହେ, ଆପଣଙ୍କର ଋଣ ଇଏମଆଇ ମଧ୍ୟ ସ୍ଥିର ରହେ। ଯଦି ଆପଣଙ୍କର ଋଣ ଫ୍ଲୋଟିଂ ହାରରେ ଅଛି, ତେବେ ଆପଣଙ୍କର ଇଏମଆଇ ଅପରିବର୍ତ୍ତିତ ରହିବ। ଯେଉଁମାନେ ଘର କିମ୍ବା ଗାଡ଼ି କିଣିବାକୁ ଚିନ୍ତା କରୁଛନ୍ତି ସେମାନେ ବର୍ତ୍ତମାନର ହାରରେ ଋଣ ପାଇବେ। ବର୍ତ୍ତମାନ ପାଇଁ, ଆପଣଙ୍କୁ ହାର ହ୍ରାସ ପାଇଁ ପରବର୍ତ୍ତୀ ପଲିସି ବର୍ଷ (ଏପ୍ରିଲ) ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।ବିଶେଷଜ୍ଞମାନେ ବିଶ୍ୱାସ କରୁଥିଲେ ଯେ ଫେବୃଆରୀରେ ରେପୋ ହାର ହ୍ରାସ ଅସମ୍ଭବ ଥିଲା, ଏବଂ ଠିକ୍ ତାହା…
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ପୂର୍ବରୁ ଜାନୁଆରୀ ୩୧ ଯାଏଁ ଅବଧି ଥିଲା। ଏବେ ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ଟଙ୍କା ଫେରସ୍ତ ହେବ। ଆବେଦନକାରୀ ସମସ୍ତ ପ୍ରମାଣ ପତ୍ର ଦେଇ RIଙ୍କ ନିକଟରେ ଆବେଦନ କରିବେ। ଏହାର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ। ୮ରୁ ଦଶ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ସରକାର।୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷୁଦ୍ର ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ। ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଟଙ୍କା ପାଇବେ। ନିଜ ଜିଲ୍ଲାର ସରକାରୀ ୱେବସାଇଟରେ ଫେରସ୍ତ ପାଇନଥିବା ଜମାକାରୀଙ୍କର ସମ୍ପୂର୍ଣ୍ଣ ତାଲିକା ରହିଛି। ଏତଦ୍ ବ୍ୟତୀତ ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କ ନାମ/ଆଫିଡେଭିଟ୍ ନମ୍ଵର ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ପାଇଁ…
ଗରିବ ଲୋକଙ୍କ ପାଇଁ ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ସହରାଞ୍ଚଳରେ ବସବାସ କରୁଥିବା ସ୍ବଳ୍ପ ଆୟକାରୀ ବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଭଡ଼ା ଘର ମିଳିବ। ବିଭିନ୍ନ ଜିଲାରେ ଖାଲି ପଡ଼ିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘରଗୁଡ଼ିକୁ ମରାମତି କରି ଆର୍ଥିକ ଅନଗ୍ରସର ଲୋକଙ୍କୁ ରହିବା ପାଇଁ ଭଡ଼ା ସୂତ୍ରରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ୨.୦ ଅଧୀନରେ ସୁଲଭ ଭଡ଼ା ବାସଗୃହ (ଏଆରଏଚ୍) କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଗାଇଡ୍ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ। ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ। ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରିବଙ୍କୁ ଭଡ଼ା ଦେବେ।
ଦଶମ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ରାଉରକେଲା ପୁଲିସ ଜିଲ୍ଲା ଅଧୀନରେ ଥିବା ବିସ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମରେ ଏଭଳି ଘଟଣା ଘଟିଛି।ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢନ୍ତି। ଗତକାଲି ସକାଳ ସାଢେ ୯ଟାରେ ନାବାଳିକା ସାଇକଲରେ ୮ କିମି ଦୂର ସ୍କୁଲ ବାହାରିଥିଲେ। କିନ୍ତୁ ବାଟରେ ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ନାବଳିକାଙ୍କ ବାପା ମଧ୍ୟ ସେହି ସ୍କୁଲରେ ଶିକ୍ଷକତା କରନ୍ତି। କିନ୍ତୁ ବାପା କାଲି ସ୍କୁଲ ଯାଇ ନଥିଲେ ଝିଅ ଏକା ଯାଇଥିଲେ । ନାବାଳିକାର ବାପା ସ୍କୁଲର ଜଣେ ଶିକ୍ଷକଙ୍କୁ ଫୋନ୍ କରି ଝିଅ ହାତରେ ଚେରମୂଳି ଔଷଧ ପଠାଇବାକୁ କହିଥିଲେ। ହେଲେ ସବୁ ଶିକ୍ଷକ ଝିଅ ସ୍କୁଲ ଆସିନାହିଁ ବୋଲି କହିଥିଲେ। ପରିବାର ଲୋକେ ଏ ନେଇ ବିଶ୍ରା ଥାନାରେ ଅଭିଯୋଗ କରିବା ପରେ ଖୋଜା ଖୋଜି କରିଥିଲେ। ପରେ ଝିଅକୁ ଜଙ୍ଗଲରୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବିଶ୍ରା…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ ପୁନଃ ବୃଦ୍ଧି କରାଯାଇଛି। ଏଥିପାଇଁ www.msp.odisha.gov.inରେ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।









