ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଅବକାରୀ ବିଭାଗ ପକ୍ଷରୁ ନିଶଆମୁକ୍ତ ଓଡିଶା ଅଭିଯାନ ଜୋରଦାର ହେବ ।ଅବୈଧ ନିଶା କାରବାର ରୋକିବା ପାଇଁ ବି ପଦକ୍ଷେପ ନିଆଯିବ। ଚଢ଼ାଉ ବେଳେ ଏନ୍ଫୋର୍ସମେଣ୍ଟ ଟିମ୍ ବଡି କ୍ୟାମେରା ପିନ୍ଧିବେ। ଏହାଦ୍ୱାରା କୋର୍ଟରେ ଭିଡିଓ ପ୍ରମାଣ ଦେଇପାରିବେ ତଦନ୍ତକାରୀ ଅଫିସର।
Author: sanitelevision
ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ଆଉ ଜଣେ ଦଲାଲ ଗିରଫ। ବ୍ରହ୍ମପୁରରୁ ଇପିଲି ସୀତାରାମଙ୍କୁ ଗିରଫ କରିଛି CBI। ଦଲାଲ ଜଣକ ହେଲେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଶାନ୍ତି ନଗର ଇପିଲି.ସୀତାରାମ । ସୀତାରାମ ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ଥିବା ସିବିଆଇ ତଦନ୍ତରେ ଜଣାପଡିଥିଲା । ସିବିଆଇ ପକ୍ଷରୁ ତାଙ୍କୁ ବାରମ୍ବାର ଡାକରା ହୋଇଥିଲା । ସେ ନ ଆସିବାରୁ ସିବିଆଇ ଶୁକ୍ରବାର ଦଲାଲ ସୀତାରାମକୁ ଉଠାଇ ନେଇ ଜେରା କରୁଥିବା ଜଣାପଡିଛି । ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ ତଥା ପଞ୍ଚସଫ୍ଟ ଟେକନଲୋଜିର ମାଲିକ ଶଙ୍କର ପୃଷ୍ଟିର ସେ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି ।
ସରକାରୀ ଡ୍ୟୁଟିରେ ଥିବା ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ଜଣେ ପଞ୍ଚାୟତ ନିର୍ବାହୀ ଅଧକାରୀଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଥାନାରେ ମାମଲା ରୁଜୁ ହେବା ଜାଣିବା ପରେ ଅଭିଯୁକ୍ତ ପିଇଓ ବିଷପିଇ ଦେଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜି ଆଇସିୟୁରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବର ପ୍ରଥମ ଦିନରେ । ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଡ୍ୟୁଟିରେ ଥିଲେ । ଭିଡ଼ ଭିତରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଉଚ୍ଚ ଅଧିକାରୀ ଓ ଥାନାରେ ଏନେଇ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି । ଗୋଳନ୍ଥରା ଥାନାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଛି। ବିଭାଗୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି…
ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରଶିପ୍ ପୋର୍ଟାଲକୁ ଆଉଥରେ ଖୋଲା ଗଲା | ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୫–୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ସ୍କଲାରଶିପ୍ ପୋର୍ଟାଲକୁ ଆଉଥରେ ଖୋଲା ଯାଇଛି। ଅବଶିଷ୍ଟ ଖାଲି ଆସନ ପାଇଁ ନୂଆ ଆବେଦନ କରି ପାରିବେ। ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୬ ଫେବୃଆରୀରୁ ୨୬ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ ।ଏହି ସମୟସୀମା ପରେ ଆଉ କୌଣସି ବୃଦ୍ଧି ହେବ ନାହିଁ।ପୋର୍ଟାଲ୍ ପୁନଃଖୋଲା ହେବା ସହିତ ଇ-ମେଧାବୃତ୍ତି (ୟୁଜି ମେରିଟ୍), ଇ-ମେଧାବୃତ୍ତି (ପିଜି ମେରିଟ୍), ଇ-ମେଧାବୃତ୍ତି (ଟେକ୍ନିକାଲ୍ ଓ ପ୍ରୋଫେସନାଲ୍), ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଯୋଜନା ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅନ୍ତର୍ଗତ ସ୍କଲାରସିପ୍ ଯୋଜନାଗୁଡ଼ିକରେ ଆବେଦନ କରାଯାଇ ପାରିବ।ନନ୍-ସାମ୍ସ (Non-SAMS) ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଲକର ମାଧ୍ୟମରେ ଆବଶ୍ୟକ ଦଲିଲ ଅପଲୋଡ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି।ଅନଲାଇନ୍ ଆବେଦନ ସମୟରେ କୌଣସି…
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଜି ୫୦ ତମ ଶୁଣାଣି । ଉଭୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲରେ ନିଜର ପକ୍ଷ ଓ ଆପୋସ ବୁଝାମଣାର ଅଗ୍ରଗତି ବିଷୟରେ ଜଣାଇବେ। ପୂର୍ବରୁ ୪୯ଟି ଶୁଣାଣିରେ କୌଣସି ସମାଧାନ ହୋଇପାରିନାହିଁ । ଟ୍ରିବ୍ୟୁନାଲ୍ ଏପର୍ଯ୍ୟନ୍ତ ଜଳ ବଣ୍ଟନ ସମ୍ପର୍କରେ କୌଣସି ଅନ୍ତରୀଣ ବା ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିନାହାନ୍ତି । ଆଶା, ଆକାଂକ୍ଷା ଅନେକ ଅଛି, ହେଲେ ଫଳାଫଳ ଆସିବା ସମ୍ଭାବନା କ୍ଷୀଣ । କେବଳ ନୂଆ ତାରିଖ ନେଇ ଫେରିବ ଓଡ଼ିଶା । ଏଭଳି ସ୍ଥିତି ଗତ ୭ ବର୍ଷ ଧରି ରାଜ୍ୟବାସୀ ଦେଖୁଛନ୍ତି । ନୂଆ ସରକାର ଆସିବା ପରେ ଟ୍ରିବ୍ୟୁନାଲ ଅପେକ୍ଷା ଆପୋଷ ବୁଝାମଣା ପାଇଁ ଅଧିକ ତତ୍ପରତା ଦେଖାଇଛି । ତେଣୁ ଆଜି ଶୁଣାଣିରେ ଟ୍ରିବ୍ୟୁନାଲ କଣ ପରବର୍ତ୍ତୀ ନିର୍ଦ୍ଦେଶ ଦେଉଛନ୍ତି ତା ଉପରେ ନଜର ରହିବ । ଗତବର୍ଷ ଅଗଷ୍ଟ ମାସରେ ଉଭୟ…
ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓ ବାଦୀ )ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଆତ୍ମ ସମର୍ପଣ ପରେ ରାୟଗଡ଼ା ଜିଲ୍ଲା ନକ୍ସଲ ମୁକ୍ତ ହୋଇଛି । ବର୍ତ୍ତମାନ ବୌଦ୍ଧ ଜିଲା ମାଓ ମୁକ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ନୀତି ଶେଖର । ଗତକାଲି ନକ୍ସଲମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲା କୋରାପୁଟ ଜିଲ୍ଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ଏନେଇ ସୂଚନା ଦେଇଥିଲେ । ମହିଳା ନକ୍ସଲ ମମତା ପୋଡିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା କରାଯାଇଥିଲା ।
ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସ୍ମିଟ୍ । ଆତଙ୍କିତ ଦୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ଏଭଳି ଧମକ ମିଳିଛି । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି ବୋଲି ସେ କହିଛନ୍ତି । ଧମକ ମିଳିଲା ଏହାର ଅର୍ଥ ନୁହେଁ ଯେ ସରକାର ଏହାକୁ ହାଲୁକାରେ ନେଇଛନ୍ତି, ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି, ଯାଞ୍ଚ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମନିଟରିଂ କରୁଛନ୍ତି, କୋର୍ଟ ସୁରକ୍ଷାକୁ ନେଇ ସାଲିସ କରାଯିବନି । କେଉଁଠୁ ମେଲ ଆସୁଛି ସୋର୍ସ ଖୋଜା ଚାଲିଛି, ସୋର୍ସ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆଜି ଗୋଟିଏ ଦିନରେ ୪ କୋର୍ଟକୁ ମିଳଥିଲା ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟ ସମେତ ପୁରୀ ଜିଲ୍ଲା ଜଜ୍ କୋର୍ଟ, ଫୁଲବାଣୀ କୋର୍ଟ…
ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ କରିବେ।ଏହି ପ୍ରତିବାଦକୁ ‘ଅଲ ଇଣ୍ଡିଆ ବ୍ରେକଡାଉନ’ ବୋଲି ନାମ ଦିଆଯାଇଛି ଏବଂ ଡ୍ରାଇଭରମାନେ ସେମାନଙ୍କର ରାଇଡ-ହେଲିଂ ଆପଗୁଡ଼ିକୁ ସାମୂହିକ ଭାବରେ ବନ୍ଦ କରିବେ ବୋଲି ଆଶା କରାଯାଉଛି। ତେଲଙ୍ଗାନା ଗିଗ ଆଣ୍ଡ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ (TGPWU) ଏବଂ ଅନ୍ୟାନ୍ୟ ଜାତୀୟ ଶ୍ରମିକ ସଂଗଠନଗୁଡ଼ିକ ଦ୍ୱାରା ଏହି ଧର୍ମଘଟ ଆୟୋଜିତ ହେଉଛି। ଶନିବାରର ପ୍ରତିବାଦ ଘୋଷଣା କରି, TGPWU ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛି, ‘ଦେଶବ୍ୟାପୀ ଆପ-ଆଧାରିତ ପରିବହନ କର୍ମଚାରୀମାନେ ଫେବୃଆରୀ ୭,୨୦୨୬ରେ ଏକ ସର୍ବଭାରତୀୟ ଧର୍ମଘଟ କରିବେ। କୌଣସି ସର୍ବନିମ୍ନ ଭଡ଼ା ନାହିଁ। କୌଣସି ନିୟନ୍ତ୍ରଣ ନାହିଁ। ଅନନ୍ତ ଶୋଷଣ।’ଓଲା, ଉବର ଏବଂ ରାପିଡୋ ଡ୍ରାଇଭରମାନେ ସରକାରଙ୍କ ନିକଟରେ ଅନେକ ଦାବି ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଏକ ଚିଠିରେ, ସଂଘ ମୋଟର ଯାନବାହନ ଏଗ୍ରିଗେଟର ନିର୍ଦ୍ଦେଶାବଳୀ, ୨୦୨୫ ଉଦ୍ଧୃତ କରି ଦାବି କରିଛି ଯେ ଏହି ନିର୍ଦ୍ଦେଶାବଳୀରେ…
ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିବାଗର ବଡ ଆକ୍ସନ ପ୍ଲାନ । ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟୟରେ ବଲାଙ୍ଗୀର, ଗଞ୍ଜାମ, ଯାଜପୁର, ବରଗଡ଼ ଏବଂ ଢେଙ୍କାନାଳ ଜିଲାରେ ରୋଗୀଙ୍କୁ ଔଷଧ ଦିଆଯିବ। ଯେଉଁମାନେ ଔଷଧ ବାଣ୍ଟିବେ ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି। ଯେଉଁ ସ୍ୱାସ୍ଥ୍ୟକର୍ମୀ ଔଷଧ ବାଣ୍ଟିବେ ଜିପିଏସ ଜରିଆରେ ଟ୍ରାକ୍ କରାଯିବ ।
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ବିଜେଡିର ପ୍ରଶ୍ନ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି ।ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି । ନିଜେ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ଅଛନ୍ତି । ଟ୍ରିପଲ ଇ଼ଜିନ ସରକାରରେ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ଏବେ ନିରାଶାରେ ପରିଣତ ହେଲାଣି । ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ ଅବଧି ସରିବାକୁ ଯାଉଛି । ଏହାର ଅବଧି ଆଉ ୯ ମାସ ବୃଦ୍ଧି କରିବାକୁ ସରକାର ଚିଠି ଲେଖିବା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ୯ ମାସ ବୃଦ୍ଧି କରିଦେଲେ ମହାନଦୀ ଜଳ ବିବାଦର କ’ଣ ସମାଧାନ ବାହାରିଯିବ ବୋଲି ଦଳ ପ୍ରଶ୍ନ କରିଛି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସବୁ ଫୋରମ୍ରେ ଓଡ଼ିଶାକୁ ନ୍ୟାୟ ଦେବାକୁ ରାଜ୍ୟ ସରକାର ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଶୁଣିଲେ ନାହିଁ, କେନ୍ଦ୍ର ଜଳ…









