Author: sanitelevision

ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ଧର୍ମଘଟ ଡାକରାକୁ ସମର୍ଥନ କରିବ କଂଗ୍ରେସ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୨ ତାରିଖରେ ଧର୍ମଘଟ ଓ ବନ୍ଦ ଡାକରା ଦିଆଯାଇଛି। ତେବେ ଉପା ଅମଳରୁ ଚାଲିଆସିଥିବା କଲ୍ୟାଣକାରୀ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରି ଭିବି ଜି-ରାମ-ଜି ପରି ଶ୍ରମବିରୋଧୀ ଯୋଜନା ଆରମ୍ଭ କରିଥିବା ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ନିରନ୍ତର ଧର୍ମଘଟ, ବିକ୍ଷୋଭ ଓ ଅନଶନ ଚାଲିଛି ।ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଏହି ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଡିସିସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ଆଜିଠୁ ବଢିବ ରାତି ତାପମାତ୍ରା । ଆସନ୍ତା ୪ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ। ଏହାର ପ୍ରଭାବରେ ଶୀତ କମିଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ। ସେହିଭଳି ୧୨ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସୋମବାର ପୁରୀରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ରହିବ । ଖୋର୍ଦ୍ଧା, ଛତ୍ରପୁର, ଗୋପାଳପୁର ଓ ଭଦ୍ରକରେ ୧୬ ଡିଗ୍ରୀ ରହିପାରେ । ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ…

Read More

ରାଜ୍ୟରେ ବଢୁଛି ପାରଦ କମୁଛି ଶୀତ । ରାଜ୍ୟର 16ଟି ସ୍ଥାନରେ 32 ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ଶୀତର ପ୍ରାଦୁର୍ଭାବ କମ୍ ପଡ଼ିବା ସହିତ ରାଜ୍ୟରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ 7 ଦିନ ପର୍ଯ୍ୟନ୍ତ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ଯୋଗୁଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ଷା ହେବାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖା ଦେବ ନାହିଁ । ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଜିଲ୍ଲା ଓ ଆସନ୍ତାକାଲି ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ହାଲୁକାରୁ…

Read More

ବିବାହିତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ । ଆଉ ପ୍ରତିଶ୍ରୁତି ଦେଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ପୋଲିସ କର୍ମଚାରୀ । ସେ ବି ବିବାହିତ ଓ ଦୁଇଟି ଛୁଆର ବାପା । କିନ୍ତୁ ପୁରୁଷ ବନ୍ଧୁ ଜଣଙ୍କ ବି ବିବାହିତ ବୋଲି ମହିଳା ଜଣଙ୍କ ଜାଣିବା ପରେ ପ୍ରେମ ସମ୍ପର୍କରେ ଆସିଥିଲା ଫାଟ । ପୁରୁଷ ବନ୍ଧୁଙ୍କ ଠାରୁ ଦୂରେଇ ଯାଇଥିଲେ ମହିଳା । ଯାହାକୁ ନେଇ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ସହ ମାଡ଼ ମାରି ଗିରଫ ହୋଇଛନ୍ତି ପୋଲିସ କନେଷ୍ଟବଳ । ସୂଚନାମୁତାବକ ତନ୍ତିଆପାଳ ଥାନାରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ସ୍ମୃତିରଞ୍ଜନ ଖୁଣ୍ଟିଆ ଓରଫ ଲିଟୁ ସହ ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହ ୧ ବର୍ଷ ତଳେ ସୋସିଆଲ ମିଡିଆ ମାଧ୍ୟମରେ ପରିଚୟ ହୋଇଥିଲା । ଧିରେ ଧିରେ ସମ୍ପର୍କ ଆଗକୁ ବଢ଼ିବା ସହ କିଛିଦିନ ଧରି ଉଭୟଙ୍କ କଥାବାର୍ତ୍ତା ପରେ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲେସିଆ ଗସ୍ତ କରିଛନ୍ତି। ତାଙ୍କର ଗସ୍ତ ଦୁଇ ଦିନ ଧରି ଚାଲିବ। ଏହି ଗସ୍ତ ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଭାରତ ଏବେ ପ୍ରତିରକ୍ଷା, ସୁରକ୍ଷା, ଅର୍ଥନୀତି ଏବଂ ନବସୃଜନ ଭଳି ପ୍ରମୁଖ କ୍ଷେତ୍ରରେ ମାଲେସିଆ ସହିତ ସହଯୋଗକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ପ୍ରସ୍ଥାନ ପୂର୍ବରୁ ଜାରି ଏକ ବିବୃତ୍ତିରେ, ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଭାରତ ଏବଂ ମାଲେସିଆ ଏକ ଐତିହାସିକ ସମ୍ପର୍କ ବହନ କରନ୍ତି ଏବଂ ବର୍ଷ ବର୍ଷ ଧରି ଏହି ସମ୍ପର୍କ ସ୍ଥିର ଭାବରେ ମଜବୁତ ହୋଇଛି। ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ୟୁପିଆଇ ଖୁବ୍ ଶୀଘ୍ର ମାଲେସିଆରେ ପ୍ରଚଳନ କରାଯିବ। କାରଣ ସେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ, ପ୍ରତିରକ୍ଷା ଏବଂ ଲୋକ-ଜନ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ଦୁଇ ଦିନିଆ ଗସ୍ତ…

Read More

ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହାକୁ ଉଭୟ ଦେଶର ସ୍ବାର୍ଥ ପାଇଁ ଏକ ପ୍ରମୁଖ ଚୁକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଗୋୟଲ କହିଛନ୍ତି ଯେ ଏହି ଡିଲ୍ ପ୍ରତିପକ୍ଷ ଠାରୁ ଭାରତ ଅଧିକ ଲାଭବାନ ହେବ। ଆମେରିକା ସହ ହୋଇଥିବା ଟ୍ରେଡ୍ ଡିଲ୍ ଭାରତର କୃଷି ଓ ଏମଏସଏମି କ୍ଷେତ୍ରକୁ ସୁରକ୍ଷା ଦିଆଯାଇଛି। ଅପରପକ୍ଷରେ ଭାରତୀୟ କୃଷିଜାତ ଦ୍ରବ୍ୟ ପାଇଁ ମଧ୍ୟ ଆମେରିକା ବଜାର ଖୋଲିଯାଇଛି।ପୀୟୁଷ ଗୋଏଲ କହିଛନ୍ତି ଯେ ଅନେକ ଜିନିଷ ଅଛି ଯାହା ଉପରେ ଆମେରିକାକୁ ପଠାଯାଉଥିବା ସାମଗ୍ରୀ ଉପରେ ଶୂନ୍ୟ ଶୁଳ୍କ ଲାଗୁ ହେବ। ଉଦାହରଣ ସ୍ୱରୂପ, ମଣି ଏବଂ ହୀରା ଉପରେ ଶୂନ୍ୟ ଶୁଳ୍କ ଲାଗୁ ହେବ। ଏହା ବ୍ୟତୀତ, ଭାରତରୁ ବହୁ ପରିମାଣରେ ରପ୍ତାନି ହେଉଥିବା ଔଷଧ ଉତ୍ପାଦ ଉପରେ ମଧ୍ୟ ଶୂନ୍ୟ…

Read More

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପି ସରକାରଙ୍କ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।ନବୀନ କହିଛନ୍ତି ଯେ ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ’ଣ ଆନ୍ତରିକତା? ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ। ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା, ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ ଉପସ୍ଥିତ ରହିଲେ ନାହିଁ?ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶାବାସୀଙ୍କୁ ମିଳିଲା କ’ଣ? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ। ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି। ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ମହାନଦୀ ଆମ ମା’, ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ…

Read More

ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ ନିଷ୍ପତ୍ତି । ଆଉ ନିର୍ବାଚନ ଲଢିବିନାହିଁ କହିଲେ ମନ୍ତ୍ରୀ । ଯୁବବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି କହିଛନ୍ତି। ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ । ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର । କିନ୍ତୁ ସେ ଦଳ ନଛାଡିବା ନେଇ ମଧ୍ୟ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ସୁଚାରୁରୂପେ କରିବି । ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରିସାରିଛି ବୋଲି ଖଣି ମନ୍ତ୍ରୀ କହିଛନ୍ତି ।

Read More

ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ । ଟ୍ରିବ୍ୟୁନାଲ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ । ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ ଅବଧି ଶେଷ ହେବାକୁ ଯାଉଛି । ଓଡିଶା ଏବଂ ଛତିଶଗଡର ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି । ୨୦୨୭ ମାର୍ଚ୍ଚ୨୭ ପର୍ଯ୍ୟନ୍ତ ବୃଦ୍ଧି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଟ୍ରିବ୍ୟୁନାଲ ଚେୟାରପର୍ସନ୍ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା । ଯେଉଁଥିପାଇଁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି କହିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ ।

Read More

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନଭେନସନରେ ଏହା ଅନୁଷ୍ଠିତ ହେବ ।ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପ ଵିସିପିପିଇଆର ଅଧୀନରେ ଅନେକ ଗୁଡିଏ ପ୍ରସ୍ତାବିତ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଏସବୁ ଅଂଚଳର ପର୍ଯ୍ୟଟନ ଭିତ୍ତିକ ସାଂସ୍କୃତିକ ଓ ଐତିହ୍ୟ ଅର୍ଥନୀତିକୁ ପ୍ରୋତ୍ସାହନ କରିବ। ଏହି ପ୍ରକଳ୍ପ ଦ୍ଵାରା ଓଡିଶା ପୂର୍ବ ଭାରତର ଏକ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ ହବରେ ପରିଣତ ହୋଇପାରିବ।ଏହି ପ୍ରକଳ୍ପ ଦ୍ଵାରା ଓଡିଶା ପୂର୍ବ ଭାରତର ଏକ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ ହବ୍‌ରେ ପରିଣତ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ସିଇଓ ବି.ଭି.ଆର ସୁବ୍ରମଣ୍ୟମ୍ ଓ ନୀତି ଆୟୋଗ ସଦସ୍ୟ ରାଜୀବ ଗୋବା ଉପସ୍ଥିତ ଅଛନ୍ତି । କଟକ, ପୁରୀ ଓ ଜଗତସିଂହପୁର ସାଂସଦ ମଧ୍ୟ ଉପସ୍ଥିତ ଅଛନ୍ତି ।

Read More