ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର। କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା। କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍।ଇ-ତଦନ୍ତ ଓ ଇ-ଅଡିଟ୍ କରାଯିବ। ଚାଷୀ ଓ ଉପଭୋକ୍ତାମାନଙ୍କର ସମବାୟ ସମିତି ସମ୍ପର୍କରେ କିଛି ଅଭିଯୋଗ ଥିଲେ ତାହା ସେମାନେ ଅନଲାଇନ୍ରେ ଦାଖଲ କରିବେ। ତାହା ଅନଲାଇନ୍ରେ ସମାଧାନ ହେବ। ସମସ୍ତ ପାକ୍ସଗୁଡ଼ିକର ପଞ୍ଜୀକରଣ ବି ଅନଲାଇନ୍ରେ ହେବ। ସମବାୟ ନିବନ୍ଧକ ଏହାର ତଦାରଖ କରିବେ। ସମବାୟ ସମିତି ସମୂହ ଅଡିଟ୍ର ନିର୍ଦ୍ଦେଶାଳୟ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବେ।ଉପ ସମବାୟ ନିବନ୍ଧକ, ବରିଷ୍ଠ ସହକାରୀ ସମବାୟ ଉପ ନିବନ୍ଧକ ପ୍ରମୁଖ ଏହାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ବହନ କରିବେ। ଅପରପକ୍ଷେ ସାରା ରାଜ୍ୟରେ ଏକ ସମବାୟ ତଥ୍ୟ ଡାଟାବେସ୍ ରହିବ। ଯାହା ଜାତୀୟ ସମବାୟ ତଥ୍ୟ ଡାଟାବେସ୍ ଭଳି ହେବ। ଏହି ତଥ୍ୟ ମଧ୍ୟରେ ସଦସ୍ୟତା, ଆର୍ଥିକ…
Author: sanitelevision
ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୁରୀର ଏକ ହୋଟେଲରେ ବଙ୍ଗୀୟ ଯାତ୍ରୀ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ ଦେଇଛି।ଭକ୍ତି ଭାବର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯେପରି ଅକ୍ଲେଶରେ ମୁକ୍ତି ଦେଇଥାଏ, ସେହିପରି ମହାପ୍ରସାଦକୁ ଭକ୍ତିଭାବର ସହ ଦର୍ଶନ ଓ ସେବନ ମୁକ୍ତି ଦେଇଥାଏ ବୋଲି ପୌରାଣିକ ବର୍ଣ୍ଣନା ରହିଛି । ତେଣୁ ମହାପ୍ରସାଦକୁ ଉଚ୍ଚ ସ୍ଥାନ ଦେଇ ତଳେ ବସି ଶ୍ରଦ୍ଧାଳୁ ଏହାକୁ ସେବନ କରିଥାଆନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଶ୍ରୀକ୍ଷେତ୍ରରେ ହୋଟେଲ ଶିଳ୍ପ ବଢ଼ିବା ସହ ଏଠାରେ ଅର୍ଡର ଦେଇ ଯାତ୍ରୀମାନେ ସହଜରେ ମହାପ୍ରସାଦ ପାଇପାରୁଛନ୍ତି । ଆଉ ମହାପ୍ରସାଦର ସମ୍ମାନ ପ୍ରତି ସଚେତନ ନଥିବା ଯାତ୍ରୀମାନେ ମହାପ୍ରସାଦକୁ ଅସମ୍ମାନ କରୁଛନ୍ତି । ତେବେ କେବଳ ଡାଇନିଂ ଟେବୁଲରେ ବସି…
ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମେଟ୍ରିକ୍ ପରୀକ୍ଷା ।ଚଳିତବର୍ଷ ରାଜ୍ୟର ୩୦୮୨ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ହେବ। ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି।ଏଥର ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି ଟିଭିର ବ୍ୟବସ୍ଥା କରାଯାଇଛି। ପରୀକ୍ଷା କିପରି ଚାଲିଛି, ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ୍ରୁ ଦେଖିହେବ। ୧୭ ତାରିଖ ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ୍ ସେଣ୍ଟରରେ ପହଞ୍ଚିବା ନେଇ ସୂଚନା ମିଳିଛି।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୫,୬୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୮୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୬୦୦ ଟଙ୍କାକୁ ପହଞ୍ଚିଛି ।। ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୩,୦୦,୦୦୦ ଟଙ୍କା ହୋଇଛି ।
ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସମ୍ବନ୍ଧେରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି।ନବୀନ ପଟ୍ଟନାୟକ ନିଜ ଚିଠିରେ ଲେଖିଛନ୍ତି ଯେ, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତତ୍ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। କୃଷି ହେଉଛି ଓଡିଶାର ଜୀବନ ରେଖା। ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀଙ୍କ ପାଇଁ ଏକ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରିଛି । ୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୁର୍ଣ୍ଣ ବନ୍ଦ କରିବା…
ଭାରତ ଘରୋଇ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରୁଛି। ଅହମଦାବାଦ ସ୍ଥିତ ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ଏକ ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଚିତ୍ର ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି। ଭାରତୀୟ ମହାକାଶ ସ୍ଥିତି ସଚେତନତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏହାକୁ କକ୍ଷପଥ ଗୁପ୍ତଚରଗିରି କୁହାଯାଏ।୮୦ କିଲୋଗ୍ରାମ ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍ ଏଏଫ୍ଆର୍ ବ୍ୟବହାର କରି ଆଜିସ୍ତା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ର ଫଟୋକୁ ସଫଳତାର ସହ ଧରିପାରିଛି। ଫେବୃଆରୀ ୩ରେ ଏହା ଉପରେ ୨ ଥର ଯୋଜନାବଦ୍ଧ ପରୀକ୍ଷା କରାଯାଇଥିଲା। ନିମ୍ନ ଆର୍ଥ ଅର୍ବିଟ୍ରୁ ଆଇଏସ୍ଏସ୍ ଅନ୍ୟତମ ଅଧିକ ଦୃଶ୍ୟମାନ ଏବଂ ସହଯୋଗୀ ଟାର୍ଗେଟ ହୋଇଥିବାବେଳେ ଉକ୍ତ ସଫଳତା ଭାରତର ଘରୋଇ ସେକ୍ଟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ ବୋଲି କୁହାଯାଉଛି। ସଫଳ ପରୀକ୍ଷଣ ପରେ ଆଜିଷ୍ଟାର ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀ କହିଛନ୍ତି ଯେ,…
ଜଣେ ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଅଟକ। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାପା ମାଆ ଦୁହେଁ ସମ୍ପର୍କୀୟଙ୍କ ଘରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏକୁଟିଆର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିରେ ଏକ ମାମଲା ରୁଜୁ କରିବା ସହ ନାବାଳକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ ବୋଲି ସୂଚନା ଦେଇଛି ପୋଲିସ।
ସଂସଦକୁ ଉଡ଼ାଇବାକୁ ବୋମା ଧମକ । ଏହାସହିତ ଦିଲ୍ଲୀର ପ୍ରମୁଖ ୯ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ସଂସଦ ଏବଂ କୋର୍ଟ ପରସରକୁ ଖାଲି କରାଯାଇଛି । ତେବେ ଖଲିସ୍ତାନ ନାଁରେ ମେଲ୍ରେ ଆସିଛି ଧମକ । ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲ୍ ରେ ଉଲ୍ଲେଖ କରାଯାଇଛି । ବୋମା ଧମକ ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । ଦିଲ୍ଲୀ ପୁଲିସ, ଅଗ୍ନିଶମ ଟିମ୍, ବମ୍ ସ୍କ୍ବାଡ୍ର ତନ୍ନତନ୍ନ ଯାଞ୍ଚ କରୁଛନ୍ତି । ଖବର ପାଇ ପୋଲିସ, ଅଗ୍ନିଶମ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ତୁରନ୍ତ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।୨୦୦୧ରେ ମଧ୍ୟ ସଂଦ ଉପରେ ଆକ୍ରମଣ ହୋଇଥିଲା, ଯାହା ୧୩ ତାରିଖରେ ହୋଇଥିଲା । ଏହାକୁ ନେଇ ୨୦୧୩, ୯ ଫେବୃଆରୀରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଯାଇଥିଲା ।
ପରିବାର ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ ଉକୁଣୀ ପାଇଁ ଜଣେ ୧୨ ବର୍ଷିୟା ନାବାଳିକାର ଜୀବନ ଚାଲିଯାଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ । ସୂଚନା ଅନୁସାରେ ଲକ୍ଷ୍ମୀପ୍ରିୟା ସ୍ଥାନୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । କିଛି ମାସ ତଳେ ତାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା। ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା ।ମା’ ସତ୍ୟଭାମା ସାହୁ ଲଣ୍ଡା ହେବାକୁ କହିଥିଲେ । ହେଲେ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ । ଏହାରି ଭିତରେ ଉକୁଣୀଗୁଡ଼ିକ ଖପୁରୀକୁ ଆକ୍ରାନ୍ତ କରିଥିଲେ । ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ବନ୍ଦ କରି ଦେଇଥିଲେ । ମୁଣ୍ଡରେ ଚୁଟି ରହୁଥିବାରୁ ପରିବାର ଲୋକେ କିଛି ଜାଣି ପାରିନଥିଲେ । ୩ ଦିନ ତଳେ ହଠାତ୍ ତାଙ୍କର ରକ୍ତବାନ୍ତି ହୋଇଥିଲା । ପରିବାର ଲୋକେ ଲକ୍ଷ୍ମୀପ୍ରିୟାକୁ ପୁରୀ ମେଡିକାଲକୁ ନେଇଥିଲେ । ଚିକିତ୍ସାଧୀନ…
ଆସନ୍ତା ୧୮ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । । ଏହି ପରୀକ୍ଷା ପରିଚାଳନା କିଭଳି ଭାବେ ସ୍ୱଚ୍ଛ ଓ ଶୃଙ୍ଖଳିତ ହେବା ସେଥିଲାଗି ଅଣ୍ଟା ଭିଡ଼ିଛି ପରିଷଦ । ପୁଲିସ ସୁରକ୍ଷାରେ ହବ୍ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍ ପରିବହନ ହେବ । ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ସମୟରେ ଦୁଇସ୍ତରୀୟ ଯାଞ୍ଚ କରାଯିବ । ପରୀକ୍ଷା ସହ ଜଡ଼ିତ ନଥିବା ବ୍ୟକ୍ତିଙ୍କୁ କେନ୍ଦ୍ରକୁ ପ୍ରବେଶ ବାରଣ ହୋଇଛି । କପି ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ ଦୁଇ ସ୍ତରୀୟ ଯାଞ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାର୍ଥୀଙ୍କ ଶରୀର ଯାଞ୍ଚ ଓ ଦ୍ୱିତୀୟ ପର୍ଯ୍ୟାୟରେ ପରିଚୟ ଯାଞ୍ଚ କରାଯିବ । ପରୀକ୍ଷା ଆରମ୍ଭର ଅଧ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ହଲ୍ ଭିତରକୁ ଅନୁମତି…









