Author: sanitelevision

ରାଜ୍ୟରେ ଗଡିଲା ୨୫୦ ନୂଆ ଆମ୍ବୁଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି । ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିମଧ୍ୟରୁ ୭ଟି ଆମ୍ବୁଲାନ୍ସରେ ରହିଛି ଆଡ୍‌ଭାନ୍ସ ଲାଇଫ୍ ସପୋର୍ଟ ବ୍ୟବସ୍ଥା । ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗତବର୍ଷ ଡିସେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସର ଲୋକାର୍ପଣ କରିଥିଲେ ।ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଛି । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଗୁଡିକର ପଞ୍ଜିକରଣ, ବୀମା ଏବଂ ବ୍ରାଣ୍ଡିଙ୍ଗ୍ ସହିତ ପ୍ରତି ଆମ୍ବୁଲାନ୍ସ ପାଇଁ ୨୫.୭୭ଲକ୍ଷ ଟଙ୍କାରେ ଖର୍ଚ୍ଚ କରାଯାଇଛି। ଏବଂ ୪୨୮ ଗୋଟି ଆମ୍ଵୁଲାନ୍ସ ପାଇଁ ମୋଟ ପ୍ରାୟ ୧୧୧ କୋଟି ଟଙ୍କା ବ୍ୟୟ ହୋଇଛି। ଏହାର ସମୁଦାୟ କ୍ରୟ ଖର୍ଚ୍ଚ ରାଜ୍ୟ ସରକାରଙ୍କ…

Read More

ଡିଜିଟାଲ ଆରେଷ୍ଟକୁ ଡକାୟତି କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଡିଜିଟାଲ ଆରେଷ୍ଟ୍ ଜରିଆରେ ପୀଡ଼ିତମାନେ ୫୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହରାଇବା ଘଟଣା ଡକାୟତିଠାରୁ କିଛି କମ୍ ନୁହେଁ। ଏଭଳି ଅପରାଧକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ, ଦୂର ସଂଚାର ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କ ପରାମର୍ଶରେ ଏକ ଏସ୍ଓପି ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଓ ଜଷ୍ଟିସ୍ ଏନଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ୍ ଆରେଷ୍ଟ୍ ରେ ଯେତିକି ଅର୍ଥ ଲୋକେ ହରାଇଛନ୍ତି ତାହା କେତେକ ଛୋଟ ରାଜ୍ୟର ବଜେଟ୍ ର ଆକାରଠାରୁ ମଧ୍ୟ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଟେଲିକମ୍ ବିଭାଗ ଦ୍ବାରା ପ୍ରସ୍ତୁତ ଏସ୍ଓପିଗୁଡ଼ିକୁ ବିଚାର କରି ଏଭଳି ଅପରାଧର କଡ଼ା ମୁକାବିଲା ପାଇଁ ଏକ ଚିଠା ଏମ୍ଓୟୁ ୪…

Read More

ମଦ ପିଇ ସ୍କୁଲକୁ ଝୁଲି ଝୁଲି ଆସିଲେ ସାର୍। ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତର ସୁକାଲାଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଧନୁଞ୍ଜୟ ଦଣ୍ଡିଆ ସବୁବେଳେ ମଦ ପିଇ ସ୍କୁଲକୁ ଆସୁଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ବଦଳରେ ଚୌକିରେ ନିଘୋଡ଼ ନିଦ୍ରାରେ ଶୋଇ ପଡୁଛନ୍ତି। ଗାଁରେ ଏନେଇ ମିଟିଂ କରି ଶିକ୍ଷକଙ୍କୁ ତାଗିଦ୍ କରିବା ସତ୍ତ୍ଵେ ଧନୁଞ୍ଜୟ ସୁଧୁରୁ ନାହାଁନ୍ତି। ପୁଣି ଥରେ ମଦ ପିଇ ସ୍କୁଲକୁ ଆସିଛନ୍ତି। ଯେଉଁଥିପାଇଁ ଗ୍ରାମର ଜଣେ ଯୁବକ ତାଙ୍କୁ ଠେଲି ଠେଲି ସ୍କୁଲ ପରିସରରୁ ବାହାର କରି ରାସ୍ତାରେ ଛାଡ଼ିଛନ୍ତି। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଏହି ମଦ୍ୟପ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟ ବଦନାମ ହେଉଛି ବୋଲି ଗ୍ରମବାସୀ କହିଛନ୍ତି। ତୁରନ୍ତ ଏଭଳି ଶିକ୍ଷକକୁ ଏଠାରୁ ବଦଳି କରି ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Read More

ମଲା କୁକୁର ଦେଲା ନୂଆ ଜୀବନ ଦାନ… ଆତ୍ମହତ୍ୟା ଉଦ୍ୟମ କରି ନଦୀକୁ ଡେଇଁ ପଡିଲେ ଛାତ୍ରୀ । ଗଜପତି ଜିଲ୍ଲାରେ ବିଦ୍ୟାଳୟରୁ ଫେରୁଥିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ନିଜ ୟୁନିଫର୍ମ ଓ ସ୍କୁଲ ବ୍ୟାଗ୍ ସହ ମହେନ୍ଦ୍ରତନୟା ନଦୀ ବ୍ରିଜ ଉପରୁ ଡେଇଁ ପଡିଥିଲେ । କିନ୍ତୁ ସୌଭାଗ୍ୟ ବଶତଃ ବ୍ରିଜରୁ ତଳେ ପଡ଼ିବା ସମୟରେ ଏକ କୁକୁରର ମୃତଦେହ ଭର୍ତ୍ତି ବସ୍ତା ରହିଥିଲା । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରୀ । ହୁଏତ ସେଠାରେ ସେହି ବସ୍ତା ନଥିଲେ ଛାତ୍ରୀ ସିଧାସଳଖ ଚଟାଣରେ ପଡ଼ିଥାନ୍ତେ ଓ ମୃତ୍ୟୁବରଣ କରିଥାନ୍ତେ ।ଛାତ୍ରୀଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେଉଁ କାରଣକୁ ନେଇ ନବମ ଶ୍ରେଣୀ ଛାତ୍ରୀ ଏପରି ଚରମ ପଦକ୍ଷେପ…

Read More

ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ଜଣେ ୬୫ ବର୍ଷୀୟ ବ୍ୟକ୍ତି ଫେରାର ହେବାର ୪୫ ବର୍ଷ ପରେ ଏକ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି । ମାମଲା ୧୯୮୦ ମସିହାର । ବାଲକାୱଡ଼ା ଥାନା ଅଧୀନସ୍ଥ ବଲଖଡ଼ ଗାଁ ନିକଟସ୍ଥ ବାଲସମୁନ୍ଦ କାକଡ଼ ଅଞ୍ଚଳରେ ସଲିମଙ୍କ ସମେତ ୭ ଜଣ ଯୁବକ ଦିନେ ରାତିରେ କ୍ଷେତରେ ପଶି ମାତ୍ର ୧୦୦ ଟଙ୍କା ମୂଲ୍ୟର ଗହମ ଚୋରି କରିଥିବା ଅଭିଯୋଗ ହୋଇଥିଲା । ସେତେବେଳେ ୧ କ୍ୱିଣ୍ଟାଲ ଭଲ ଗୁଣବତ୍ତା ଗହମର ମୂଲ୍ୟ ପ୍ରାୟ ୧୧୫ ଟଙ୍କା ଥିଲା । ସେମାନେ ଚୋରି କରିଥିବା ଗହମରେ ଗୋଟିଏ ଛୋଟ ବସ୍ତା ଭରିଥିଲା, ଯାହା କିଛି କିଲୋ ହୋଇଥିବ । ସେତେବେଳେ ୨୦ ବର୍ଷୀୟ ସଲିମଙ୍କ ପାଇଁ ଏହି ଚୋରି ତରବରିଆ ଭାବେ କରିଥିବା କାର୍ଯ୍ୟ ଥିଲା । ଏହି ଅପରାଧ ପରେ ସେମାନେ ତୁରନ୍ତ ଗାଁ ଛାଡ଼ି ଦେଇଥିଲେ । ପଡ଼ୋଶୀ ଧର୍ ଜିଲ୍ଲାର…

Read More

ଆଜିର ଡିଜିଟାଲ ଯୁଗରେ ବଞ୍ଚିଛି ଜାତିପ୍ରଥା । ଜାତିପ୍ରଥାର ଏଭଳି କୁତ୍ସିତ ପରମ୍ପରା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ । ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଶିଶୁଙ୍କୁ ପଢିବାକୁ ଛାଡୁ ନାହାନ୍ତି ଗ୍ରାମବାସୀ । ଏପରିକି ସହାୟିକାଙ୍କ ହାତରୁ ପ୍ରସୂତି ଏବଂ ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି । ପରମ୍ପରା ଓ ଜାତିପ୍ରଥାକୁ ନେଇ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଛି । ଏନେଇ ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ସୁପରଭାଇଜର ଓ ସିଡିପିଓ ବାରମ୍ବାର ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ।୨୦୨୪ ପରେ ୨୦୨୫ ନଭେମ୍ବରରେ ସହାୟିକା ପଦ ପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା । ଗାଁର ଜଣେ ଅନୁସୂଚୀତ ଜାତିର ଯୁବତୀ ଏକମାତ୍ର ପାର୍ଥୀ ଭାବେ ଆବେଦନ କରିଥିଲେ…

Read More

ଚନ୍ଦ୍ରଯାନ-୪ ମିଶନ ପାଇଁ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣ ସ୍ଥଳୀ ପାଇଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ ଚନ୍ଦ୍ରଯାନ-୪ । ଚନ୍ଦ୍ରଯାନ-୨ ଅର୍ବିଟର୍‌ରେ ମିଳିଥିବା ଫଟୋ ଆଧାରରେ ବୈଜ୍ଞାନିକମାନେ ମନ୍ସ ମାଉଣ୍ଟେନ୍ (ଏମ୍‌ଏମ୍-୪) କ୍ଷେତ୍ରକୁ ଅବତରଣ ପାଇଁ ଉପଯୁକ୍ତ ବୋଲି କହିଛନ୍ତି । ତେବେ ଚନ୍ଦ୍ରରୁ ମାଟି ଏବଂ ପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ଲକ୍ଷ୍ୟ। ୨୦୨୮ ମସିହାରେ ଚନ୍ଦ୍ରଯାନ-୪ ଲଞ୍ଚ କରିବାକୁ ଲକ୍ଷ୍ୟ ରହିଛି ଇସ୍ରୋ ।କେନ୍ଦ୍ର ସରକାର ଚନ୍ଦ୍ରଯାନ-୪ ମିଶନ୍ କୁ ଅନୁମୋଦନ କରିଛନ୍ତି। ଏହି ମିଶନ୍ ଚନ୍ଦ୍ର ନମୁନା ଆଣିବ। ଏହା ଏପର୍ଯ୍ୟନ୍ତ ଭାରତର ସବୁଠାରୁ ଜଟିଳ ଚନ୍ଦ୍ର ମିଶନ୍ ହେବ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଅଧ୍ୟକ୍ଷ ଭି. ନାରାୟଣନ୍ ପୂର୍ବରୁ କହିଥିଲେ, “ଆମେ ଚନ୍ଦ୍ରଯାନ-୪ ପାଇଁ ୨୦୨୮ ଲକ୍ଷ୍ୟ ରଖିଛୁ।” ମନ୍ସ ମାଉଣ୍ଟେନ୍ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସ୍ଥିତ ପ୍ରାୟ ୬ ହଜାର ମିଟର…

Read More

ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ବଡ କଥା | ଗୁଗୁଲ୍ ନିଶ୍ଚିତ କରିଛି ଯେ ୪୦% ରୁ ଅଧିକ ଅର୍ଥାତ ୧୦୦ କୋଟି ଆଣ୍ଡ୍ରଏଡ୍ ଫୋନ୍ ଏବେ ମାଲୱେର୍ ଏବଂ ସ୍ପାଏୱାୟାର ଆକ୍ରମଣର ଶିକାର ହୋଇପାରନ୍ତି । ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଭର୍ସନ ଚଲାଉଥିବା ଆଣ୍ଡ୍ରଏଡ୍ ଫୋନ୍ଗୁଡ଼ିକ ଆଉ ସୁକ୍ୟୁରିଟି ଅପଡେଟ୍ ପାଉନାହାଁନ୍ତି, ତେଣୁ ଏପରି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକମାନେ ବିପଦରେ ଅଛନ୍ତି । ରିପୋର୍ଟ ଅନୁଯାୟୀ, ୨୦୨୧ କିମ୍ବା ତା’ପୂର୍ବରୁ ଲଞ୍ଚ ହୋଇଥିବା ଡିଭାଇସଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଯଦି ସେମାନେ Android 13 କିମ୍ବା ତା’ପରର ସଂସ୍କରଣ ଚଲାଇ ପାରିବେ ନାହିଁ, ତେବେ ଗୁଗଲ୍ ବ୍ୟବହାରକାରୀମାନଙ୍କୁ ସେମାନଙ୍କର ଫୋନ୍ ଅପଡେଟ୍ ନକରିବାକୁ ଅନୁରୋଧ କରିଛି । ନୂଆ ସଫ୍ଟୱେର୍ ସହିତ ମଧ୍ୟମ-ରେଞ୍ଜ ଡିଭାଇସଗୁଡ଼ିକ ମଧ୍ୟ ପୁରୁଣା ଫ୍ଲାଗସିପ୍ ଫୋନ୍ ତୁଳନାରେ ଭଲ ସୁରକ୍ଷା ଦିଏ । Google Play…

Read More

ଆଇଆରସିଟିସି ଆରମ୍ଭ କରିଛି ଇ-ପ୍ୟାଣ୍ଟ୍ରି। ଏବେ ଟ୍ରେନ୍ ଯାତ୍ରା ପୂର୍ବରୁ ଅନଲାଇନ୍ ରେ କରିପାରିବେ ଖାଦ୍ୟପେୟ ବୁକିଂ। ଆପଣଙ୍କ ସିଟ୍ ପାଖରେ ପହଞ୍ଚିଯିବ ଗରମା ଗରମ ଖାଦ୍ୟ। ପୂର୍ବରୁ ଏହି ସୁବିଧା କେବଳ ପ୍ରିମିୟମ୍ ଟ୍ରେନ୍ ରେ ଥିଲା। ଏହି ସୁବିଧା ଏବେ ୨୫ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ରେ ମିଳିବ। ଏହାଦ୍ଵାରା ରେଳ ଯାତ୍ରୀଙ୍କ ଯାତ୍ରା ଆହୁରି ସୁଖଦ ଏବଂ ଆରାମଦାୟକ ହେବ। ଯାତ୍ରୀଙ୍କ ଫିଡବ୍ୟାକ୍ ଏବଂ ଆବଶ୍ୟକତାକୁ ଦେଖି ପରବର୍ତ୍ତୀ ସମୟରେ ଏହି ସର୍ଭିସ୍ କୁ ଆହୁରି ବଢାଯିବ।ଇ-ପ୍ୟାଣ୍ଟ୍ରି ସର୍ଭିସ୍ ଆଇଆରସିଟିସିର ଟିକଟ ବୁକିଂ ୱେବସାଇଟ୍ ଏବଂ ଆପ୍ ସହ ଜଡ଼ିତ ଅଛି। ଯେଉଁ ଯାତ୍ରୀଙ୍କ ଟିକଟ କନଫର୍ମ ଅଛି କିମ୍ଵା ଆରଏସି ଲାଗିଛି ସେହି ଯାତ୍ରୀମାନେ ଏହାର ସୁବିଧା ଉଠାଇ ପାରିବେ। ଟିକଟ ବୁକ୍ କରିବା ସମୟରେ କିମ୍ଵା ପରେ ବୁକ୍ ଟିକଟ ହିଷ୍ଟ୍ରୀ ସେକ୍ସନକୁ ଯାଇ ଷ୍ଟାଣ୍ଡାର୍ଡ ମିଲ୍ କିମ୍ଵା ରେଳ ନୀର ଅର୍ଡର କରିପାରିବେ।

Read More

ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର। କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା। କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍‌।ଇ-ତଦନ୍ତ ଓ ଇ-ଅଡିଟ୍‌ କରାଯିବ। ଚାଷୀ ଓ ଉପଭୋକ୍ତାମାନଙ୍କର ସମବାୟ ସମିତି ସମ୍ପର୍କରେ କିଛି ଅଭିଯୋଗ ଥିଲେ ତାହା ସେମାନେ ଅନଲାଇନ୍‌ରେ ଦାଖଲ କରିବେ। ତାହା ଅନଲାଇନ୍‌ରେ ସମାଧାନ ହେବ। ସମସ୍ତ ପାକ୍ସଗୁଡ଼ିକର ପଞ୍ଜୀକରଣ ବି ଅନଲାଇନ୍‌ରେ ହେବ। ସମବାୟ ନିବନ୍ଧକ ଏହାର ତଦାରଖ କରିବେ। ସମବାୟ ସମିତି ସମୂହ ଅଡିଟ୍‌ର ନିର୍ଦ୍ଦେଶାଳୟ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବେ।ଉପ ସମବାୟ ନିବନ୍ଧକ, ବରିଷ୍ଠ ସହକାରୀ ସମବାୟ ଉପ ନିବନ୍ଧକ ପ୍ରମୁଖ ଏହାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ବହନ କରିବେ। ଅପରପକ୍ଷେ ସାରା ରାଜ୍ୟରେ ଏକ ସମବାୟ ତଥ୍ୟ ଡାଟାବେସ୍‌ ରହିବ। ଯାହା ଜାତୀୟ ସମବାୟ ତଥ୍ୟ ଡାଟାବେସ୍‌ ଭଳି ହେବ। ଏହି ତଥ୍ୟ ମଧ୍ୟରେ ସଦସ୍ୟତା, ଆର୍ଥିକ…

Read More