ଗ୍ରୀଷ୍ମ ପ୍ରବାହ ସମୟରେ ପୂର୍ବାହ୍ଣରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରମିକଙ୍କ ନିୟୋଜନ ଉପରେ କଟକଣା ରହିଛି। ଚଳିତ ବର୍ଷ ମଧ୍ୟ ଶ୍ରମ ବିଭାଗ ଏବଂ ଏସ୍ଆର୍ସି ନିର୍ଦେଶ ଜାରି କରି ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ବାରଣ କରିଛନ୍ତି। ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଖରାରେ କାର୍ଯ୍ୟ ନ କରାଇବାକୁ ନିର୍ଦେଶ ରହିଛି।କିନ୍ତୁ କିଛି ସ୍ଥାନରେ ଏହି ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଗଣମାଧ୍ୟମ ସୂତ୍ରରୁ ସରକାରଙ୍କ ଦୃଷ୍ଟିକୁ ଆସିଛି। ଏଣୁ ଠିକା ସଂସ୍ଥାମାନେ ପ୍ରତିବନ୍ଧିତ ସମୟରେ କାର୍ଯ୍ୟ ବନ୍ଦ କରିବା ସହ ଶ୍ରମିକମାନଙ୍କ ପାଇଁ ଛାୟାର ବ୍ୟବସ୍ଥା (ରେଷ୍ଟ ଶେଡ୍) ସହ ପାନୀୟ ଜଳ ଓ ଫାଷ୍ଟ ଏଡ୍ ଉପଲବ୍ଧ କରିବାକୁୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ…
Author: sanitelevision
ପଡ଼ିଆରେ ଟ୍ରାଭିସ୍ ହେଡ୍ ଓ ବିରାଟ କୋହଲି ମଧ୍ୟରେ ହୋଇଥିବା ବଚସା ଓ ହାଣ୍ଡ୍ସେକ୍ ଘଟଣାକୁ ନେଇ ବିବାଦ କମିବାର ନାଁ ଧରୁ ନାହିଁ । ଏହି ଘଟଣାକୁ ପ୍ରଶଂସକମାନେ ଭୁଲିପାରୁନାହାନ୍ତି । ଟ୍ରାଭିସ୍ଙ୍କ ପତ୍ନୀ ଜେସିକା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଓ ତାଙ୍କ ପରିବାରକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଧମକ ଓ ଅସଭ୍ୟ ଭାଷାରେ ଗାଳି ଦିଆଯାଉଛି। ଏପରିକି ତାଙ୍କ ବନ୍ଧୁବାନ୍ଧବମାନଙ୍କୁ ବି ଗାଳି ଦିଆଯାଉଛି।ସେ ପ୍ରକାଶ କରିଛନ୍ତି ଯେ ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍, ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଏବଂ ୨୦୨୪ ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍ରେ ଭାରତ ବିରୋଧରେ ଅଷ୍ଟ୍ରେଲିଆର ବିଜୟ ପରେ ମଧ୍ୟ ସେମାନଙ୍କୁ ଏଭଳି ଅପମାନ ସହିବାକୁ ପଡ଼ିଥିଲା। ଏପରିକି ସେମାନଙ୍କର ଛୋଟ ଝିଅକୁ ମଧ୍ୟ ଅନଲାଇନ୍ରେ ଧମକ ଦିଆଯାଇଥିଲା। ସେ ସମସ୍ତ ପ୍ରଶଂସକଙ୍କୁ ଖେଳାଳି ଏବଂ ସେମାନଙ୍କ ପରିବାରର ମାନସିକ ସ୍ୱାସ୍ଥ୍ୟ ପ୍ରତି ସମ୍ମାନ ଓ ଦୟାଭାବ…
ଓଡ଼ିଶା ଉପକୂଳରେ କୋଣାର୍କ ବନଖଣ୍ଡ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ପ୍ରାୟ ୪୩ ହଜାରରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛ ଶାବକ ନିଜର ନୂତନ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି । ବନବିଭାଗର ସଫଳ ସଂରକ୍ଷଣ ଯୋଗୁଁ ସୁରକ୍ଷିତ ଭାବେ ନୀଳ ଜଳରାଶି ମଧ୍ୟକୁ ପ୍ରବେଶ କରିଛନ୍ତି ଅଲିଭ ରିଡଲେ ଶାବକ ।ଚଳିତ ବର୍ଷ ବନବିଭାଗ ପକ୍ଷରୁ କୋଣାର୍କ ବନଖଣ୍ଡର ବିଭିନ୍ନ କଇଁଛ ସୁରକ୍ଷା କେନ୍ଦ୍ରରୁ ମୋଟ ୪୫୮ଟି ବସାରୁ ୫୩ ହଜାର ୫୩୨ଟି ଅଲିଭ୍ ରିଡ୍ଲେ ଅଣ୍ଡା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ସଫଳତା ପୂର୍ବକ ୪୩ ହଜାର ୦୭୦ଟି ଶାବକ ଜନ୍ମ ନେବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଚନ୍ଦ୍ରଭାଗା ସମୁଦ୍ରରେ ଛଡ଼ାଯାଇଛି। ବନବିଭାଗର ସୂଚନା ଅନୁଯାୟୀ, କୋଣାର୍କ ବନାଞ୍ଚଳ ଅଧୀନରେ ଥିବା ଚାରୋଟି ପ୍ରମୁଖ ସୁରକ୍ଷା କେନ୍ଦ୍ରରୁ ଏହି ଅଣ୍ଡାଗୁଡ଼ିକ ସଂଗ୍ରହ କରାଯାଇ କୃତ୍ରିମ ଭାବେ ସଂରକ୍ଷିତ ରଖାଯାଇଥିଲା।ରାମଚଣ୍ଡୀ ଫରେଷ୍ଟ ବିଟ୍ ହାଉସ୍ର ୪୧ଟି ବସାରୁ ୪,୬୯୨ଟି, ଚନ୍ଦ୍ରଭାଗା କଇଁଛ…
ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ସୋମବାର (ମେ’ ୨୫) ତୈଳ କମ୍ପାନୀଗୁଡ଼ିକ ଉଭୟ ଇନ୍ଧନ ମୂଲ୍ୟରେ ୨.୫ ଟଙ୍କାରୁ ଅଧିକ ବୃଦ୍ଧି କରିଛନ୍ତି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଦର ବୃଦ୍ଧି ଅଟେ। ସକାଳ ୬ଟାରୁ ନୂଆ ଦର ଲାଗୁ ହେବା ପରେ, ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୨.୬୧ ବୃଦ୍ଧି ପାଇ ଲିଟର ପିଛା ୧୦୨.୧୨ ରେ ପହଞ୍ଚିଛି, ଯେତେବେଳେ ଡିଜେଲ ୨.୭୧ ବୃଦ୍ଧି ପାଇ ଲିଟର ପିଛା ୯୫.୨୦ ରେ ପହଞ୍ଚିଛି।ମୋଟ ଉପରେ, ଗତ ୧୦ ଦିନ ମଧ୍ୟରେ, ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭.୩୫ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୭.୫୩ ବୃଦ୍ଧି ପାଇଛି। ଭୁବନେଶ୍ଵରର ପେଟ୍ରୋଲ ଲିଟର ୧୦୮ ଟଙ୍କା ୯୭ ଟଙ୍କା ଓ ଡିଜେଲ ୧୦୦ ଟଙ୍କା ୬୮ଟଙ୍କା ଛୁଇଁଛି । ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟ କ୍ରମାଗତ ଭାବେ…
ଆକାଶରୁ ନିଆଁ ବର୍ଷୁଛି । ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ୪୫ ଡିଗ୍ରି ଉପରେ ରହୁଛି ତାପମାତ୍ରା ।ରବିବାର ୨୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ପଶ୍ଚିମର ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିଲା । ସବୁଠୁ ଉତ୍ତପ୍ତ ଥିଲା ଟିଟିଲାଗଡ଼, ଏଠି ତାପମାତ୍ରା ୪୫.୮ ଡିଗ୍ରୀ ଛୁଇଁଥିଲା ।ଆହୁରି ୫ଦିନ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ। ଆଜି ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳବର୍ତ୍ତୀ ଅଞ୍ଚଳ ଭୁବନେଶ୍ୱର, କଟକ ଏବଂ ପୁରୀରେ ବାୟୁମଣ୍ଡଳର ତାପମାତ୍ରା ସାମାନ୍ୟ କମ୍ ରହିଲେ ମଧ୍ୟ ଶାରୀରିକ ଅସ୍ୱାଭାବିକତା ଓ ଗୁଳୁଗୁଳି ବହୁତ ଅଧିକ ହେବ । ବଙ୍ଗୋପସାଗରରୁ ପ୍ରଚୁର ପରିମାଣରେ ଆର୍ଦ୍ରତା ପ୍ରବେଶ କରୁଥିବାରୁ ଗରମର ପ୍ରକୃତ ଅନୁଭୂତି ଆହୁରି ବଢ଼ିଯିବ । ତେବେ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ କାଳବୈଶାଖୀ…
ଟ୍ରାକ୍ଟରରେ ପଡିଲା ହାତକଡ଼ି। ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ପକାଗଲା ହାତକଡ଼ି। ଅନ୍ୟକେହି ନୁହେଁ ଖୋଦ ପୋଲିସ ପକାଇଲା ହାତକଡ଼ି। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଥାନା କୁଶଳଦା ଫାଣ୍ଡିରୁ। ସୂଚନା ଅନୁସାରେ, ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ସେଥିରେ ପୁଲିସ ପକାଇଲା ହାତକଡ଼ି। ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା ଟ୍ରାକ୍ଟରରେ ଚାଲିଥିଲା ଚୋରା ବାଲି ଚାଲାଣ। ଯାହାକୁ ବିଳମ୍ବିତ ରାତିରେ କୁଶଳଦା ପୋଲିସ ଦାମାସାହି ଛକ ନିକଟରୁ ଜବତ କରିଥିଲା। ଜବତ ଟ୍ରାକ୍ଟର ରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାହାକୁ ଆଣି ଫାଣ୍ଡିରେ ରଖିଥିଲା ପୋଲିସ। ହେଲେ ଫାଣ୍ଡିରେ ବାଉଣ୍ଡାରୀ ନ ଥିବାରୁ ଜବତ ଟ୍ରାକ୍ଟର ମାଫିଆ ନେଇଯିବାର ସନ୍ଦେହ କରି ଟ୍ରାକ୍ଟର ଷ୍ଟେରିଙ୍ଗରେ ହାତକଡ଼ି ପକାଇଛନ୍ତି। ଯାହା ମାଫିଆଙ୍କ…
ବିଦ୍ୟୁତ ଚାହିଦା ବଢ଼ିବାରୁ ଓପିଟିସିଏଲର କଡ଼ା ପଦକ୍ଷେପ। ଓପିଟିସିଏଲ୍ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରାଯାଇଛି। ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ କଡ଼ା ପ୍ରଶାସନିକ ପଦକ୍ଷେପ ନେଇଛି। ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାର ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କୌଣସି କର୍ମଚାରୀ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ଏଥିସହ ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ ତତ୍କଣାତ ବାତିଲ କରାଯାଇଛି ।OPTCLର ମାନବ ସମ୍ପଦ ବିଭାଗ (HRD) ପକ୍ଷରୁ ୨୩ ମେ ତାରିଖରେ ଏହି ସର୍କୁଲାର ଜାରି କରାଯାଇଛି ।ରାଜ୍ୟରେ ଅତ୍ୟଧିକ ବିଦ୍ୟୁତ ଚାହିଦା ଯୋଗୁଁ ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ ସରବରାହକୁ ନିରବିଛିନ୍ନ ରଖିବା ଏବଂ ସମସ୍ତ ଅପରେସନାଲ୍ ବ୍ୟବସ୍ଥାକୁ ସଚଳ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା ଫ୍ଲିଟର ଅଂଶ ଥିବା ଏହି ହେଲିକପ୍ଟରରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ଜଣେ ମେଜର ଏବଂ ଜଣେ ମେଜର ଜେନେରାଲ ଥିଲେ।ଏହି ଦୁର୍ଘଟଣା ଗତ ମେ ୨୦ ତାରିଖରେ ଘଟିଥିଲା, ଯାହାକୁ ଆଜି ସକାଳେ (ମଇ ୨୩) ଅଧିକାରୀମାନେ ନିଶ୍ଚିତ କରିଛନ୍ତି।ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସେନାର ଜଣେ ଅଧିକାରୀ କହିଛନ୍ତି, ଏହି ସିଙ୍ଗିଲ ଇଞ୍ଜିନ ଥିବା ଚିତା ହେଲିକପ୍ଟରକୁ ଜଣେ ଲେଫ୍ଟନାଣ୍ଟ କର୍ନେଲ ଓ ଜଣେ ମେଜର ରାଙ୍କର ଅଧିକାରୀ ଉଡାଉଥିଲେ। ସେଭଳି ଥାର୍ଡ ଇନଫାନଟ୍ରି ଡିଭିଜନ୍ ଜେନେରାଲ ଅଫିସର କମାଣ୍ଡିଂ ଜେନେରାଲ ସଚିନ ମେହେତା ସେଥିରେ ଯାତ୍ରୀ ଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେନା ଦ୍ବାରା ‘କୋର୍ଟ ଅଫ୍ ଇନକ୍ବାରୀ’ ନିର୍ଦେଶ ଦିଆଯାଇଛି। ଦୁର୍ଘଟଣା ପରେ ମେଜର ଜେନେରାଲ୍…
ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇଛି । ତାଙ୍କ ରାଜ୍ୟସଭାର ଯାଚିକା ସମିତିର ଚେୟାରମ୍ୟାନ ଭାବେ ବିଜେପି ନିଯୁକ୍ତ କରିଛି । ରାଘବ ଚଢ଼ାଙ୍କୁ ଏହି ପଦ ମିଳିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ପ୍ୟାନେଲକୁ ପୁନର୍ଗଠିତ କରାଯାଇଥିବାବେଳେ ଏଥିରେ ରହିଛନ୍ତି ୧୦ ସଦସ୍ୟ । ଯାହାର ଅଧ୍ୟକ୍ଷ ଭାବେ ଚଢ଼ାଙ୍କୁ ଦାୟିତ୍ବ ଦିଆଯାଇଛି ।ରାଜ୍ୟସଭାରେ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି କି, ୟାଚିକା ସମିତିର ଅଧ୍ୟକ୍ଷ ଭାବେ ରାଘବଙ୍କୁ ନିଯୁକ୍ତ କରାଯାଇଛି । ମେ ୨୦ ତାରିଖରେ ଏହି କମିଟିର ପୁନର୍ଗଠିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ତେବେ ଏହି କମିଟିରେ ରହିଥିବା ୧୦ ଜଣ ସଦସ୍ୟଙ୍କୁ ବାଛିଛନ୍ତି ସି.ପି. ରାଧାକ୍ରିଷ୍ଣ । ତେବେ ଏହି କିମଟିରେ ହର୍ଷ ମହାଜନ, ଗୁଲାମ ଅଲ୍ଲୀ, ଶମ୍ଭୁ…
ଶେଷରେ ପୂର୍ବତନ ମିସ ୱାଲର୍ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି।କେବଳ ପୋଷାକ ନୁହେଁ, ବରଂ ତାଙ୍କର ସାଜସଜ୍ଜା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଐଶ୍ୱର୍ଯ୍ୟା ତାଙ୍କ ବ୍ଲୁ ଗାଉନ୍ ସହିତ ଉଜ୍ଜ୍ୱଳ ଡାଇମଣ୍ଡ ଜୁଲରି ବା ହୀରା ଅଳଙ୍କାର ପିନ୍ଧିଥିଲେ। ତାଙ୍କ କାନରେ ଥିବା ବଡ଼ ହୀରା ଝୁମୁକା ଏବଂ ହାତରେ ଥିବା ଚମତ୍କାର ମୁଦି ତାଙ୍କ ରାଜକୀୟ ଲୁକ୍କୁ ସଂପୂର୍ଣ୍ଣ କରୁଥିଲା। କେଶ ବିନ୍ୟାସରେ ସେ ସରଳତା ଏବଂ ଆଧୁନିକତାର ସମନ୍ୱୟ ରଖିଥିଲେ। ତାଙ୍କର ମେକଅପ୍ ମଧ୍ୟ ଖୁବ୍ ସୁନ୍ଦର ଥିଲା; ଗ୍ଲୋଇଂ ସ୍କିନ୍ ଏବଂ ଆଖିର ଆକର୍ଷଣୀୟ ମେକଅପ୍ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କର ଏହି ନୂଆ ଲୁକ୍ ଭାଇରାଲ ହେବାରେ ଲାଗିଛି। କିନ୍ତୁ ସମସ୍ତଙ୍କ ନଜର ତାଙ୍କ ୧୪ ବର୍ଷୀୟ ଝିଅ ଆରାଧ୍ୟା ବଚ୍ଚନଙ୍କ ଉପରେ…









