ବଲିଉଡ୍ ଷ୍ଟାର ହାସ୍ୟ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାରେ ବଢିବାରେ ଲାଗିଛି ଅଡୁଆ । ମାମଲାରୁ ମୁକୁଳିବାରେ ବଦଳରେ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛନ୍ତି । ଜାମିନ ଆବେଦନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଆଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୬ ଫେବୃଆରୀରେ କରିବେ । ଶୁଣାଣି ସମୟରେ ଅଭିନେତାଙ୍କ ପକ୍ଷରେ ଉପସ୍ଥିତ ଓକିଲ କୋର୍ଟକୁ ଜଣାଇଥିଲେ ଯେ, ସେ ତାଙ୍କ କ୍ଲାଏଣ୍ଟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ସହ କଥା ହୋଇପାରିଲେ ନାହିଁ । ଓକିଲ କହିଥିଲେ ଯେ, ଜାମିନ ଆବେଦନ ଦାଖଲ ହୋଇଛି ଏବଂ ପ୍ରତିପକ୍ଷକୁ ଉତ୍ତର ପ୍ରଦାନ ପାଇଁ ସମୟ ଦେବା ଆବଶ୍ୟକ । ଏହାସହ ମାମଲାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଅନୁରୋଧ କରାଯାଇଥିଲା । ଓକିଲ ଏହା କହିଥିଲେ କି ସେ ପରବର୍ତ୍ତୀ ତାରିଖରେ ବିସ୍ତୃତ ଦଲିଲ୍…
Author: sanitelevision
ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ ଘଟିଛି। ସେ ତାଙ୍କର ଶାନ୍ତ ସ୍ଵର ଏବଂ ସ୍ଵଭାବ ଏବଂ ଶୁଦ୍ଧ ହିନ୍ଦୀ ଉଚ୍ଚାରଣ ଲାଗି ବେଶ୍ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରଳା ଦୂରଦର୍ଶନର ଏକ ପପୁଲାର୍ ଚେହେରା ଥିଲେ। ୧୯୮୦ ଏବଂ ୧୯୯୦ ଦଶକର ଜଣେ ପ୍ରସିଦ୍ଧ ସାମ୍ବାଦିକା ଥିଲେ ସରଳା। ଲୋକମାନେ ତାଙ୍କୁ ଶୁଣିବାକୁ ଭଲ ପାଉଥିଲେ। ସେ ୨୦୦୫ ପର୍ଯ୍ୟନ୍ତ ଦୂରଦର୍ଶନର ନ୍ୟୁଜ ଆଙ୍କର ଭାବରେ କାର୍ଯ୍ୟ କରିଥିଲେ। ତେଣୁ, ସେ କଳା-ଧଳାରୁ ରଙ୍ଗୀନ ଟେଲିଭିଜନକୁ ପରିବର୍ତ୍ତନର ସାକ୍ଷୀ ଥିଲେ।ଆଜି ତାଙ୍କର ଦେହାନ୍ତ ଘଟିଛି। ସରଳା ମାହେଶ୍ୱରୀଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ପୋଷ୍ଟ କରିଥିଲେ। ସେ କହିଛନ୍ତି ଯେ ଆଜି ଅପରାହ୍ନ ୪ଟା ସମୟରେ ଦିଲ୍ଲୀର ନିଗମବୋଧ ଘାଟରେ ସରଳାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। “ଦୂରଦର୍ଶନ ପରିବାର ପକ୍ଷରୁ ସରଳା ମାହେଶ୍ୱରୀଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । କିଙ୍ଗପିନ୍ ସହ ୩ ଦେହଜିବୀ, ୪ ଜଣ ଗ୍ରାହକଙ୍କୁ ଧରିଛି ପୋଲିସ ।ସୂଚନାମୁତାବକ ଗତ କିଛି ଦିନ ଧରି ଏହି ସେକ୍ସ ସ୍କାଣ୍ଡାଲ ଚାଲିଥିଲା। କୌଣସି ସୂତ୍ରରୁ ଖବରପାଇ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ସ୍କାଡ୍ ଇନଚାର୍ଜ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିଲା। ଆଜି ପୂର୍ବାହ୍ନରେ ପୋଲିସ ଚଢ଼ାଉ ସମୟରେ ଘର ଭିତରୁ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଭିତରେ ପଶିଥିଲେ। ସେତେବେଳେ ଘର ଭିତରେ ଗ୍ରାହକ ଓ ଦେହଜୀବୀମାନଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ।
୩ ମାସ ଭିତରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୧୯୭୮ ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।। ୩ ମାସ ପରେ ଏ ନେଇ ହାଇକୋର୍ଟରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର ।
ପ୍ରକାଶ ପାଇଲା OTET ରେଜଲ୍ଟ । OTET-୨୦୨୫ ଫଳାଫଳ ପ୍ରକାଶ ପାଇଛି। ୧୭ ଡିସେମ୍ବରରେ ହୋଇଥିବା ପରୀକ୍ଷାର ରେଜଲ୍ଟ ବାହାରିଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି। ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩ ହଜାର ୯୫୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ପେପର-୧ ଓ ପେପର-୨ରେ ମୋଟ୍ ୧ ଲକ୍ଷ ୬ ହଜାର ୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅପରାହ୍ନ ୨ଟା ରୁ ରେଜଲ୍ଟ ବୋର୍ଡ ୱେବ ସାଇଟ www.bseodisha.ac.in ରେ ଉପଲବ୍ଧ ହୋଇଛି । ତେବେ ମେ’ ତୃତୀୟ ସପ୍ତାହରେ ପରବର୍ତ୍ତୀ ଓଟିଇଟି- ୨୦୨୬ ପରୀକ୍ଷା । ଖୁବ ଶୀଘ୍ର ଆବେଦନ ନେଇ ତାରିଖ ପ୍ରକାଶ ପାଇବ କହିଛନ୍ତି, ବିଏସଇ । ପରୀକ୍ଷା ତାରିଖ ଓ ସିଲାବସ ନେଇ ମଧ୍ୟ ସୂଚନା ଦେବ ବୋର୍ଡ ।
ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୪୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୫,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୨୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୯୫,୦୦୦ ଟଙ୍କା ହୋଇଛି ।
ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନାର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ କରିବେ । ୫୦୦ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ ।ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସ୍ୱାଇଁ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି , ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୫୦୦ ଶ୍ରଦ୍ଧାଳୁ ଆସିବେ, ୧୩ ତାରିଖ ସନ୍ଧ୍ୟାରେ ପ୍ରାୟ ୨୦୦ ଜଣ ଓ ଅବଶିଷ୍ଟ ୧୪ ତାରିଖ ସକାଳୁ ପହଞ୍ଚିବେ । ୬୦ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତି ଓ ବିଧବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ସଂପୃକ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପୁରୀ ପ୍ରଶାସନକୁ ଦେବେ । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦର୍ଶନର ବ୍ୟବସ୍ଥା କରାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫ ହଜାର ଶ୍ରଦ୍ଧାଳୁ…
ଓଡିଶାରେ ଭାରତ ବନ୍ଦର ପ୍ରଭାବ ବିଶେଷ ପଡି ନାହିଁ ଏଭଳି କିଛି କହିଛନ୍ତି, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।ଆହୁରି କହିଛନ୍ତି, ପ୍ରାୟତଃ ଗାଡି ଘୋଡା ଚାଲୁଛି , ବନ୍ଦର ବିଶଷ ପ୍ରଭାବ ପଡିନାହିଁ । ଟୋକା ପଞ୍ଝାଏ ବୁଲୁଛନ୍ତି, ବନ୍ଦ ପାଇଁ ଯାଉଛନ୍ତି । ତେବେ ବନ୍ଦ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବୟାନକୁ ନେଇ କଡ଼ା କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ ସମର୍ଥନ ଜଣାଇଛି, ଦେଶରେ ଶ୍ରମିକଙ୍କ ସଂଖ୍ୟା ଅଧିକ। ଶାସକ ଦଳରେ ରହିଲେ, ସବୁ ଠିକ୍ ଲାଗିବ ବୋଲି କହିଛନ୍ତି ଅରୁଣ। ସେ କହିଛନ୍ତି, ସାଧାରଣ ଲୋକେ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କଲେଣି।ସୂଚନାଥାଉକି ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଶ୍ରମ କୋଡ ରଦ୍ଧ ଦାବିରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଧର୍ମଘଟ ଡାକରା ଦେଇଛନ୍ତି । ୨୧…
୧୨ ଜୁନ୍ ୨୦୨୫ରେ, ଅପରାହ୍ନରେ ଗୁଜୁରାଟର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ବୋଇଂ ୭୮୭-୮ ବିମାନ ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ପଛ ଭାଗ ମେଡିକାଲ୍ ହଷ୍ଟେଲ୍ କୋଠାରେ ଧକ୍କା ଦେଇଥିଲା। ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସମେତ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ। ମୃତକଙ୍କ ମଧ୍ୟରେ ୬୦ ଜଣ ବିଦେଶୀ ଥିଲେ। ତବେ କକପିଟରେ ଥିବା ଜଣେ ପାଇଲଟ୍ ଜାଣିଶୁଣି ଇନ୍ଧନ ସ୍ୱିଚ୍ ବନ୍ଦ କରିବା ଯୋଗୁଁ ଘଟିଥିଲା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା। ଭାରତୀୟ ତଦନ୍ତ ଏଜେନ୍ସିଗୁଡ଼ିକ ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟରେ ପ୍ରକାଶ କରିପାରନ୍ତି। ଇଟାଲୀର ପ୍ରସିଦ୍ଧ ଖବରକାଗଜ କୋରିଏର ଡେଲା ସେରା ଏୟାର ଇଣ୍ଡିଆ ଫ୍ଲାଇଟ୍-AI17 ର ଦୁର୍ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଦାବି କରିଛି।ବିମାନ ଚଳାଚଳ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ତଦନ୍ତ ଏପର୍ଯ୍ୟନ୍ତ…
ପୀତବାସ ପଣ୍ଡା ହତ୍ୟା ଘଟଣା ଚାର୍ଜସିଟ୍ରେ ଟ୍ୱିଷ୍ଟ୍ । ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ରହିଥିବା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଦର୍ଶାଇଥିଲା । ତେବେ ଚାର୍ଜସିଟ୍ରେ ଆଉ ଗୋଟିଏ କାରଣ ଯୋଡ଼ାଯାଇଛି ।ପୀତବାସ ପଣ୍ଡା ହତ୍ୟା ମାମଲାରେ ସଙ୍ଗୀନ ଅଭିଯୋଗ ଆଣିଲେ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ। ପଚାରିଲେ କୁଆଡ଼େ ଗଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ? ପୀତବାସଙ୍କ ପଇତାରୁ ମିଳିଥିଲା ସିକ୍ରେଟ୍ ଚାମ୍ବର ଚାବି। ଆଉ ସେହି ସିକ୍ରେଟ୍ ଚାମ୍ବରରୁ ମିଳିଥିଲା ପେନ୍ ଡ୍ରାଇଭ୍। ଉକ୍ତ ପେନ୍ ଡ୍ରାଇଭରେ ଥିଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ। ଚାର୍ଜସିଟରେ ତଥ୍ୟ ଥିଲା କିନ୍ତୁ କୋର୍ଟରେ ଦର୍ଶାଯାଇନି। ପେନ୍ଡ୍ରାଇଭ୍ରେ ମଧ୍ୟ ସେହି ଚାରୋଟି ଫଟୋ ରହିଥିଲା । ପୀତବାସ ସର୍ବସାଧାରଣ ସ୍ଥାନରେ ବିକ୍ରମଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ବୋଲି ଓକିଲ ଦୀପକ ପଟ୍ଟନାୟକ ପୁଲିସ ନିକଟରେ ବୟାନ ଦେଇଛନ୍ତି । ଏହାସହ…









