Author: sanitelevision

ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଏନେଇ କଡ଼ା ପ୍ରତିକ୍ରୀୟା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ହାତୀପାଖକୁ ନ ଯିବାକୁ ଓ ହାତୀ ସହ ସେଲ୍ଫି ନ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକେ ହାତୀ ସହ ସେଲ୍ଫି ନେବା ପାଇଁ ପଛରେ ଗୋଡାଇଥାନ୍ତି । ବେଳେବେଳେ ହାତୀ କ୍ରୋଧିତ ହୋଇ ଆକ୍ରମଣ କରୁଛନ୍ତି । ତେଣୁ ହାତୀ ପାଖକୁ ଯାଆନ୍ତୁ ନାହିଁ କିମ୍ବା ସେଲ୍ଫି ନିଅନ୍ତୁନି । ବିଭିନ୍ନ ସ୍ଥାନ ରେ ମୋବାଇଲ ଧରି ହାତୀ ପଛରେ ଗୋଡ଼ାଇବା ଚିତ୍ର ସାମ୍ନା କୁ ଆସୁଛି। ହାତୀ ଆସିଲେ ମାଇକ ଯୋଗେ ସଚେତନ କରାଯାଉଛି |ରାଜ୍ୟରେ 1800 ଜାଗା ରେ 2300 ରୁ ଅଧିକ ହାତୀ ଅଛନ୍ତି। ଅଧିକ ହାତୀ ଙ୍କୁ…

Read More

ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ। ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ମହିଳା କମିଶନ।ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର। ତା ପଛକୁ ରହିଛି ପୁରୁଣା ରାଜଧାନୀ କଟକ। ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ବର୍ଷରେ ସମୁଦାୟ ୨୦୬୪ ମହିଳା ଅପରାଧିକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୮୭୯ଟି ମାମଲା ସମାଧାନ କରିବାରେ ମହିଳା କମିଶନ ସଫଳ ହୋଇଛନ୍ତି। ମହିଳା ଅପରାଧର ସବୁଠାରୁ ଶୀର୍ଷରେ ଘରୋଇ ହିଂସା ରହିଛି। ୮୫୨ ଘରୋଇ ହିଂସା ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି। ସେହିପରି ୬୭୫ଟି ଯୌତୁକଜନିତ ନିର୍ଯାତନା ଓ ପରିତ୍ୟାଗ ମାମଲା ରୁଜୁ ହୋଇଥିବା ବେଳେ ୫୮୧ଟିର ସମାଧାନ ହୋଇପାରିଛି। ରାଜ୍ୟରେ ସର୍ବମୋଟ ୧୮୨ଟି ମହିଳା ଅଧିକାର ଉଲଂଘନ ମାମଲା ରୁଜୁ ହୋଇଛି। ଅଶୋଭନୀୟ ଆଚରଣ ପ୍ରଦର୍ଶନ କ୍ଷେତ୍ରରେ ୧୩୭ଟି ମାମଲା ରୁଜୁ ହୋଇଛି। ଯୌତୁକ…

Read More

ପିୟୁସିସି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ ସୂଚନା ଦେଇଛନ୍ତି। ସମସ୍ତେ ପିୟୁସିସି କରିବା ବାଧ୍ୟତାମୂଳକ ଅଟେ । ଆହୁରି କହିଛନ୍ତି, ଟୋଲ ଗେଟରେ ପିୟୁସିସି ଫାଇନ କମାଇବା ପାଇଁ ଚାଲିଛି ଯୋଜନା। ୧୦ ହଜାର ଟଙ୍କା ଫାଇନକୁ କମ କରିବାକୁ ଆଲୋଚନା ଚାଲିଛି। ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ କଡାକଡି ହୋଇଥିଲା ପିୟୁସିସି ନିୟମ । ଯାହାର ଗାଡି ଅଛି , ପିୟୁସିସି କରିବାକୁ କହିଥିଲେ ସରକାର। ସୂଚନାମୁତାବକ ଏକ ଜନସ୍ୱାର୍ଥ ମାମଲା (PIL) ର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ର ଧାରା ୧୬୭, ଉପ-ଧାରା (୧୨) ର ଉଲ୍ଲେଖ କରିଛନ୍ତି। ଏହି ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ି ନାମରେ ଚାଲାଣ ବାକି ରହିଛି, ତେବେ ସେହି ଗାଡ଼ି ମାଲିକ PUCC ପାଇବା ପାଇଁ ଯୋଗ୍ୟ ବିବେଚିତ…

Read More

ବନ୍ଦେ ମାତରମ୍ ପାଇଁ ଆସିଲା ନୂଆ ନିୟମ, ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ଜାତୀୟ ଗାନଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଗାନ ‘ବନ୍ଦେ ମାତରମ୍’ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶପ୍ରେମ ଏବଂ ସମ୍ମାନକୁ ଦୃଷ୍ଟିରେ ରଖି ଏହି ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।​ସରକାରୀ କାର୍ଯ୍ୟକ୍ରମରେ ୩ ମିନିଟ ୧୦ ସେକେଣ୍ଡର ଛଅ ଛନ୍ଦ ବିଶିଷ୍ଟ ଗୀତ ‘ବନ୍ଦେ ମାତରମ’ ବଜାଇବା କିମ୍ବା ଗାନ କରିବା ବାଧ୍ୟତାମୂଳକ କରାଯାଇଛି। ୧୦ ପୃଷ୍ଠାର ଆଦେଶରେ, ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଯଦି ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଏକକାଳୀନ ଗାନ କରାଯାଏ, ତେବେ ପ୍ରଥମେ ‘ବନ୍ଦେ ମାତରମ’ ବଜାଯିବ ଏବଂ ଏହି ସମୟରେ ଲୋକଙ୍କୁ ଧ୍ୟାନରେ ଠିଆ ହେବାକୁ ପଡିବ। ଏହି ସରକାରୀ ପଦକ୍ଷେପକୁ ବନ୍ଦେ ମାତରମକୁ ଲୋକପ୍ରିୟ କରିବା ପାଇଁ ଏକ ପଦକ୍ଷେପ ଭାବରେ ଦେଖାଯାଉଛି।ଗତ ଡିସେମ୍ବର…

Read More

ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ ଟଙ୍କା । ନକ୍ସଲମୁକ୍ତ ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡ୍ ମ୍ୟାପ୍ । ଦୁଇ ମାସରେ ଦ୍ୱିତୀୟ ସଂଶୋଧିତ ପ୍ୟାକେଜ ଘୋଷଣା ହୋଇଛି। ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସର୍ବଭାରତୀୟସ୍ତରର କ୍ୟାଡରଙ୍କ ପାଇଁ ନୂଆ ନିୟମ ଯୋଡ଼ାଯାଇଛି। ଆତ୍ମସମର୍ପଣର ୬୦ ଦିନ ସୁଦ୍ଧା ନକ୍ସଲଙ୍କୁ ଥଇଥାନ ସୁବିଧା ମିଳିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ନୀତିରେ ମୁଣ୍ଡଜାମିନ ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି ଟଙ୍କା, ରାଜ୍ୟ କମିଟି ସଭ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଓ ଆଂଚଳିକ କମିଟି ସଭ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଛି ।ଏହାବ୍ୟତୀତ ୫ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିବା ସକ୍ରିୟ ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ…

Read More

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଘରେ ରେଡ୍ । ସୁବ୍ରତ ପ୍ରାୟ ୨.୩୮ କୋଟି ଟଙ୍କାର ସରକାରୀ ପାଣ୍ଠି ହରିଲୁଟ କରିଥିବା ଅଭିଯୋଗରେ କଟକ ଭିଜିଲାନ୍ସ ଥାନାରେ କେସ ନଂ ୦୬/୨୦୨୬ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଗତକଲି ସୁବ୍ରତଙ୍କ ମାରାଥନ୍ ଜେରା ପରେ ଛଡାଯାଇଥିଲା । ଆଜି ୩ଟି ଟିମ୍ ରେଡ୍ କରୁଛନ୍ତି । ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସୁବ୍ରତ । ଏହାସହ ଅନେକ ଡାକ୍ତରଙ୍କୁ ବି ଚୁନା ଲଗାଇଛନ୍ତି । ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବା ପରେ ସୁବ୍ରତ ଫେରାର ହୋଇଯାଇଥିଲେ । ଏହାପରେ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା ସ୍ଵାସ୍ଥ୍ୟ ବିଭାଗ । ଦୀର୍ଘ ସାଢ଼େ ୩ ମାସ ପରେ ସୁବ୍ରତଙ୍କୁ ଧରିଛି ଭିଜିଲାନ୍ସ । HRMS ପୋର୍ଟାଲ ମାଧ୍ୟମରେ ନିଜ ଦରମା…

Read More

ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରାଜେନ୍ଦ୍ରଙ୍କୁ ଜାମିନ । ପ୍ରଥମ ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ୍ ପ୍ରଦାନ କରାଯାଇଛି । ଏହାସହ ବିଭିନ୍ନ ସର୍ତ୍ତ ରଖିଛନ୍ତି କୋର୍ଟ ।ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ଜଣ ଅଭିଯୁକ୍ତ ରହିଛନ୍ତି । ସେଥି ମଧ୍ୟରୁ ରାଜେନ୍ଦ୍ର ଅନ୍ୟତମ । ଆଜିକୁ ୪ ମାସ ହେବା ସେ ମଧ୍ୟ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହି ଆସୁଛନ୍ତି ।ଗତ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଗୁଳି କରି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଏକ ଦୋକାନ ନିକଟରେ ବାଇକ୍ ଛାଡି ବସ ଯୋଗେ ଭୁବନେଶ୍ୱର ପଳାଇଥିଲେ ଅଭିଯୁକ୍ତ ।…

Read More

ଡଲଫିନ୍‌ ସଂରକ୍ଷଣରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ୨୦୨୫-୨୬ ଡଲଫିନ୍‌ ଗଣନାରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଲିକା ସମେତ ଓଡ଼ିଶା ଉପକୂଳରେ ବିଭିନ୍ନ ପ୍ରଜାତିର ୭୬୫ଟି ଡଲଫିନ୍‌ ରହିଛନ୍ତି ।ଚିଲିକା ପ୍ରସିଦ୍ଧ ଇରାୱାଡି ସହ ବୋଟଲନୋଜ୍, ହମ୍ପବ୍ୟାକ୍, ସ୍ପିନର, ଫିନ୍ଲେସ୍ ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଛି। ଗତ ୫ ବର୍ଷରେ ରେକର୍ଡ ସଂଖ୍ୟକ ଡଲଫିନ୍ ରାଜ୍ୟରେ ଥିବା ଏହି ଗଣନାରୁ ଜଣାପଡ଼ିଛି।ଜାନୁଆରି ମାସରେ କରାଯାଇଥିବା ଡଲଫିନ୍ ଗଣନାରୁ ଜଣାପଡ଼ିଛି ଯେ ରାଜ୍ୟରେ ମୋଟ ୨୦୮ଟି ଏରୱାଡି ଡଲଫିନ୍ ରହିଛନ୍ତି । ସେଥିମଧ୍ୟରୁ ୧୫୯ଟି କେବଳ ଚିଲିକାରେ ଦେଖାଯାଇଥିବା ବେଳେ ରାଜନଗରରେ ୯ଟି ଚିହ୍ନଟ ହୋଇଛନ୍ତି । ଏହି ଦୁଇ ରେଞ୍ଜ ବ୍ୟତୀତ ବାଲେଶ୍ବର ବନ୍ୟପ୍ରାଣୀ ଡିଭିଜନ୍‌ରେ ୧୫, ବ୍ରହ୍ମପୁର ବନ୍ୟପ୍ରାଣୀ ଡିଭିଜନ୍‌ରେ ୧୩ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ୍‌ରେ ୧୨ଟି ଡଲଫିନ୍‌ ନଜରକୁ ଆସିଥିଲେ । ସର୍ଭେ ସମୟରେ ଚିଲିକା ହ୍ରଦରେ ବିଲୁପ୍ତପ୍ରାୟ ଏରାୱାଡି ଡଲଫିନ୍‌ଙ୍କ ବହୁ ଆବାସ ସ୍ଥଳ…

Read More

କେନ୍ଦ୍ର ସରକାର ମଙ୍ଗଳବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକ ପାଇଁ କଡ଼ା ଆଦେଶ ଜାରି କରିଛନ୍ତି । ଏହା ଅନୁସାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏଣିକି ଏଆଇ ସାମଗ୍ରୀ ଉପରେ ୱାଟରମାର୍କ ଲଗାଇବେ । ଏପରି ସାମଗ୍ରୀକୁ ଚିହ୍ନଟ ପାଇଁ ସଂକେତ ରହିବା ଜରୁରି । ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏବେ ଯେକୌଣସି ଆପତ୍ତିଜନକ ବିଷୟବସ୍ତୁକୁ ମାତ୍ର ୩ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ଏହି ନିୟମ ଫେବୃଆରୀ ୧୦ରେ ଅଧିସୂଚିତ ହୋଇଥିବା ବେଳେ ଫେବୃଆରୀ ୨୦ ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ।ସରକାର କହିଛନ୍ତି ଯେ ମଣିଷ ନିର୍ମିତ କିମ୍ବା କୃତ୍ରିମ ଭାବରେ ତିଆରି କରାଯାଇଥିବା ସୂଚନାକୁ ସ୍ପଷ୍ଟ ଭାବେ ଚିହ୍ନଟ କରିବା ପାଇଁ ଲେବଲ୍ (ୱାଟରମାର୍କ) ବାଧ୍ୟତାମୂଳକ ହେବ । ଏଥିରେ ଅଡିଓ, ଭିଡିଓ, ଫଟୋ କିମ୍ବା ଗ୍ରାଫିକ୍ସ ସମେତ ଯେକୌଣସି ଡିଜିଟାଲ୍ ବିଷୟବସ୍ତୁ ଅନ୍ତର୍ଭୁକ୍ତ ରହିବ । ୟୁଜର ଯେପରି ଏପରି ସାମଗ୍ରୀର…

Read More

ଆଗକୁ ଖରାଦିନ ଆସୁଥିବାବେଳେ ଏବେଠୁ ଗାଁଗାଁରେ ପିଇବା ପାଣି ସଙ୍କଟ ଦେଖାଦେଲାଣି। ତେବେ ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ମିଶନ୍‌ ମୋଡ୍‌ରେ କାର୍ଯ୍ୟକାରୀ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମସ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟର ୪୬୫୩୧ଟି ଗ୍ରାମ ମଧ୍ୟରୁ ୨୧୭୨୧ଟି ଗ୍ରାମରେ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ଉପଲବ୍ଧ ଅଛି। ଏହା ସହିତ ସୌରଶକ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପଗୁଡ଼ିକ ନିର୍ମାଣାଧୀନ ଅଛି। ସେହିପରି ୨୦୧୭ରୁ ଜୁନ୍ ୧୨, ୨୦୨୪ ମଧ୍ୟରେ ରାଜ୍ୟରେ ୩ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜୁନ୍‌ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୨୩ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ…

Read More