Author: sanitelevision

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେମାନଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଏବଂ ସମର୍ପଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ।ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ ପୁରିଛି । ଶହୀଦ ବୀର ଯବାନଙ୍କୁ ଝୁରୁଛି ଦେଶ ଝୁରୁଛି ପରିବାର । ୪୦ ଯବାନଙ୍କ ବଳିଦାନରୁ ମନେ ପକାଉଛନ୍ତି ଦେଶବାସୀ । ମାଟି ମା’ ସେବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସେ ବୀର ପୁଅଙ୍କୁ କୋଟି କୋଟି ପ୍ରଣାମ । ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ କାଫିଲା । ସେପଟେ ସିଆରପିଏଫ୍ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଲୁଚି ରହିଥିଲେ ଆତଙ୍କବାଦୀ । ଗୋଟିଏ ଛୋଟିଆ ଗାଡିରେ ରଖାଯାଇଥିଲା ୩ଶହ କିଲୋର ବସ୍ଫୋଟକ । ଆଉ ସୁଯୋଗ…

Read More

ଲିଙ୍ଗରାଜ ମନ୍ଦିର ପରିସରକୁ ପ୍ଲାଷ୍ଟିକ୍ ମନା। ପଲିଥିନ୍‌ କିମ୍ବା ପ୍ଲାଷ୍ଟିକ୍‌ରେ ଭୋଗ ନେଇପାରିବେ ନାହିଁ ଶ୍ରଦ୍ଧାଳୁ। ପୂଜା ସାମଗ୍ରୀ, ପ୍ରସାଦସେବନ ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ ହୋଇଛି । ପ୍ଲାଷ୍ଟିକ୍‌, ପଲିଥିନ୍‌ ପରି ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍‌ପିସିବି କହିଛି। ଏଥିସହ ଭକ୍ତ, ପୂଜା ସାମଗ୍ରୀ ବିକ୍ରୟ ବ୍ୟବସାୟୀ, ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ ଉଦଘାଟନ କରିଛନ୍ତି। ଆଜିଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଇସିନା ହିଲର ସାଉଥ ବ୍ଲକରୁ ସେବା ତୀର୍ଥକୁ ସ୍ଥାନାନ୍ତରିତ ହୋଇଛି। ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ରହିବ। ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟକାଳ ସେବା ତୀର୍ଥରେ ପ୍ରଥମ ନିଷ୍ପତ୍ତି ନିଆଯାଇଛି । ଚାଷୀ, ମହିଳା, ଯୁବକଙ୍କ ଉପରେ କେନ୍ଦ୍ରିତ ଅନେକ ଯୋଜନାର ଫାଇଲ୍ ଉପରେ ପିଏମ୍ ମୋଦୀ ସ୍ୱାକ୍ଷର କରିଛନ୍ତି । ପିଏମ୍ ରାହାତ (PM RAHAT) ଯୋଜନା, ଲକ୍ଷପତି ଦିଦିଙ୍କ ସଂଖ୍ୟାକୁ ଦ୍ୱିଗୁଣ କରି ୬ କୋଟି କରିବା ପାଇଁ ଟାର୍ଗେଟ୍ ଦିଆଯାଇଛି । ଏହି ନିଷ୍ପତ୍ତି ଅଧିନରେ କୃଷି ଭିତ୍ତିଭୂମି ପାଣ୍ଠି (ଏଗ୍ରୀକଲ୍ଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ)କୁ ଦ୍ୱିଗୁଣିତ କରି ୨ ଲକ୍ଷ କୋଟି ଟଙ୍କା କରାଯାଇଛି । ଅନ୍ୟପଟେ ୧୦,୦୦୦ କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ…

Read More

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ବିଲ୍ଡିଂ କାମ ବେଳେ ଅଘଟଣ। ବୋରୱେଲରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ। ମାମୁ ଘରକୁ ବୁଲିବାକୁ ଆସିଥିଲା ଭାଣିଜି । ହେଲେ ମେଡିକାଲରେ ନିର୍ମାଣଧୀନ ନୂଆ ବିଲଡିଂ ନିକଟରେ ଖେଳୁ ଖେଳୁ ବୋରୱେଲରେ ଖସି ପଡିଥିଲା । ମୃତ ଶିଶୁକନ୍ୟା ହେଲା ସମାୟିରା ନାୟକ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣାଧୀନ କୋଠା ପାଖରେ ଶିଶୁକନ୍ୟା ଖେଳୁ ଥିଲା। ଆଜି ଅପରାହ୍ନ ସମୟରେ ଖେଳୁଥିବା ବେଳେ ‌ଅସାବଧାନତା ପାଇଁ ବୋର୍‌ୱେଲ୍‌ରେ ଗଳି ପଡ଼ିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ଜାଣିବାକୁ ପାଇଲେ ଯେ, ଶିଶୁକନ୍ୟାଟି ବୋର୍‌ୱେଲ୍‌ରେ ଖସିପଡ଼ିଛି। ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌ ଏବଂ ଉଦ୍ଧାରକାରୀ ଦଳ ବୋରୱେଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛନ୍ତି। ଏହି ଅପ୍ରୀତିକର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ପ୍ରଶାସନିକ ଅବହେଳାକୁ ନେଇ ବୁଦ୍ଧିଜୀବୀ ମହଲରେ…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟବାସୀଙ୍କ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’କୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ନବରଙ୍ଗପୁର, ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁରଠାରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ହୋଇଛି। ୫ଟି ଜିଲ୍ଲାରୁ ପ୍ରାୟ ୫୦୦ ଶ୍ରଦ୍ଧାଳୁ ତୀର୍ଥଯାତ୍ରୀ ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯୋଜନାରେ ଚଳିତ ବର୍ଷ ରାଜ୍ୟର ୫ ହଜାର ହିତାଧିକାରୀ ଏବଂ ଆସନ୍ତା ୪ ବର୍ଷ ମଧ୍ୟରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବାର ଲକ୍ଷ୍ୟ ରହିଛି। ଆର୍ଥିକ ଦୁର୍ବଳ ଶ୍ରେଣୀର ୬୦ ରୁ ୭୫ ବର୍ଷ ବୟସ ସୀମା ମଧ୍ୟରେ ଥିବା ବରିଷ୍ଠ ନାଗରିକ ଓ ୭୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବିଧବା ମା’ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି। ଯୋଜନାର ହିତାଧିକାରୀମାନଙ୍କୁ ଏସି ବସରେ ଯାତାୟତ ସହ…

Read More

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଅକ୍ଷୟ ପଟ୍ଟନାୟକ (୮୭) । ୧୯୭୦ ମସିହାରେ ସେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ) ମ୍ୟୁନସିପାଲ କର୍ପୋରେସନରେ ମେକାନିକାଲ ଇଞ୍ଜିନିଅର ଭାବରେ କାମ କରୁଥିଲେ । ସେତେବେଳେ ଆରମ୍ଭ ହୋଇଥିଲା ବିଭିନ୍ନ ମେକାନିକାଲ ଯନ୍ତ୍ରପାତି ସହ ପୁରୁଣା ସାମଗ୍ରୀ ସାଇତି ରଖିବାର ନିଶା । ମାଡ୍ରାସରୁ ଓଡିଶା ଫେରିବା ପରେ ଆରମ୍ଭ କରିଥିଲେ ଏକ ବୈଷୟିକ ସଂଗ୍ରହାଳୟ । ବର୍ତ୍ତମାନ ଅକ୍ଷୟ ପଟ୍ଟନାୟକଙ୍କ ସଂଗ୍ରହାଳୟରେ ୩୫ ଟି ବିଭାଗର ୩୦ ହଜାରରୁ ଅଧିକ ସାମଗ୍ରୀ ରହିଛି ବୋଲି ସେ କହିଛନ୍ତି । ଅନେକ ସାମଗ୍ରୀ ଜର୍ମାନ, ଜାପାନ ଓ ପ୍ରାନ୍ସ ଭଳି ଦେଶରୁ ସଂଗ୍ରହ ହୋଇଥିବା ରଖାଯାଇଛି । ୧୧୦୦ ରୁ ଅଧିକ ପ୍ରକାର ରେଡିଓ, ଗ୍ରାମଫୋନ, ଲାଇଟ, ଚରଖା, ଟାଇପ ମେସିନ, କିରୋସିନ ଚାଳିତ ରେଫ୍ରିଜେଟର, ଟିଭି, ଟେଲିଫୋନ, ବିଶ୍ୱର ପ୍ରଥମ କ୍ୟାମେରା, ପୁରୁଣା ମଡେଲ କ୍ୟାମେରା, ପୋଥି, ନୋଟ୍ ଗଣନା ଯନ୍ତ୍ର, ନୋଟ୍ ଯାଞ୍ଚ…

Read More

ଗୋଟିଏ ବର୍ଷରେ ସର୍ବାଧିକ ୧୮ ଟି ନାଟକ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଡ. ଦୀପକ ଜେନା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବିତନା ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗାଁର ଅଧ୍ୟାପକ ଦୀପକ ଜେନାଙ୍କୁ ଚାରି ଆଡ଼ୁ ଶୁଭେଛାର ସୁଅ ଛୁଟୁଛି ।ଅଧ୍ୟାପନା ସହିତ ଯାତ୍ରା ନାଟକରେ ରୁଚି ରଖୁଥିବା ଦୀପକ ଚଳିତ ବର୍ଷ “ତୁ ମୋ ଭାଗ୍ୟରେ ନାହୁଁ” ନଅଙ୍କ ଦୁର୍ଭିକ୍ଷ” “କଟି କଟି ଡବଲ କଟି” “ହାଇଦର” ଓ ‘ତୁ ମୋ ବଜରଙ୍ଗୀ’ ଭଳି ଅନେକ ନାଟକ ଲେଖି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଦ୍ବାରା ରଚିତ ନାଟକରେ ସାମାଜିକ ବିଷୟ ବସ୍ତୁ ଓ ସାଂପ୍ରତିକ ପରିସ୍ଥିତି ଉପସ୍ଥାପିତ ହୋଇଛି । ଦୀପକଙ୍କ ଏହି ସଫଳତା ମିଳିବା ପରେ ସେ ପଢ଼ାଉଥିବା ବରୁଣେଶ୍ୱର କଲେଜର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ଅଧିକରୁ ଅଧିକ ନାଟକ ଲେଖିବାକୁ ପ୍ରେରଣା…

Read More

ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ନାମଲେଖା ଆଗୁଆ କରାଯିବ। ଜୁଲାଇ ମାସ ଦ୍ୱିତୀୟ ସପ୍ତାହରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିପିଇଟି)କୁ ଆଗୁଆ କରାଯିବ ।ସେହିପରି ସ୍ନାତକ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ମଧ୍ୟ ସଠିକ୍‌ ସମୟରେ କରି ତ୍ୱରିତ ଫଳ ପ୍ରକାଶ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ ସେମାନଙ୍କ ଶେଷ ସେମିଷ୍ଟର ପରୀକ୍ଷା ସାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ସରିବାର ମାସକ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବେ। ଯଦ୍ଦ୍ବାରା ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମଧ୍ୟ ଓଡ଼ିଶାର ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ଅନ୍ୟ ସେମିଷ୍ଟର ପରୀକ୍ଷା…

Read More

ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ଶୁକ୍ରବାର ଶେଷ ହୋଇଛି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ ପୂର୍ବତନ ସେନା ମୁଖ୍ୟ ଏମ୍.ଏମ୍. ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନକୁ ନେଇ ବଜେଟ ଅଧିବେଶନର ପ୍ରଥମ ଭାଗରେ ପ୍ରବଳ ‌ହୋହଲ୍ଲା ଓ ହଟ୍ଟଗୋଳ ଦେଖାଯାଇଥିଲା। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା କ୍ଷଣି ହୋହଲ୍ଲା ଚାଲିଥିବାବେଳେ ଉଭୟ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।ସଂସଦର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ପ୍ରଥମଟି ଜାନୁଆରୀ ୨୮ ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ। ଦ୍ୱିତୀୟ ପର୍ଯ୍ୟାୟ ୨୩ ଦିନ ବିରତି ପରେ ମାର୍ଚ୍ଚ ୯ ତାରିଖରେ ଆରମ୍ଭ ହେବ ଏବଂ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Read More

ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍‌-ଡେ’ ଓ ‘ପ୍ରପୋଜ୍‌-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଖବର।ରସିକିଆ ଶିକ୍ଷକ ହେଉଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ଗୁଣ୍ଢେଇଗୋଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର । ପୀଡିତା ମାଆଙ୍କ ଅଭିଯୋଗ ଆଧାରରେ ତପନଙ୍କ ବିରୋଧରେ କୁଣ୍ଢେଇଗୋଳା ଥାନାରେ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି ।ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର ଖାଇବାଛୁଟି ସମୟରେ କେତେକ ଛାତ୍ରୀଙ୍କୁ ‘ଗୁଲଗୁଲା’ ଓ ‘ସିଙ୍ଗଡା’ ଭଳି ଅଶୋଭନୀୟ ଶବ୍ଦରେ ସମ୍ବୋଧନ କରିଥିଲେ। ଏତିକିରେ ସେ ଅଟକି ନ ଥିଲେ। ଛାତ୍ରୀମାନଙ୍କୁ ଆଜି କି ଦିନ ବୋଲି ପଚାରିବା ସହ ‘ହଗ୍ ଡେ’, ‘ପ୍ରପୋଜ୍ ଡେ’ ଏବଂ ‘ଚକୋଲେଟ୍ ଡେ’ ବିଷୟରେ ଅଜବ ପାଠ ପଢ଼ାଇଥିଲେ। ଏପରିକି ସେ ଛାତ୍ରୀମାନଙ୍କୁ ଚକୋଲେଟ୍ ମାଗିବା ସହ ନାଲି ଆଖି ଦେଖାଇ ଧମକାଇଥିବା ମଧ୍ୟ ଅଭିଯୋଗ ହୋଇଛି।ସେପଟେ…

Read More