ଓଡ଼ିଶାରେ ଭୋଟର ତାଲିକାର ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) । ଏପ୍ରିଲରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା ଭୋଟର ମ୍ୟାପିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୧୨ ରାଜ୍ୟରେ ଏସଆଇଆର୍ ପ୍ରକ୍ରିୟା ଚାଲିଥିବାବେଳେ ଓଡ଼ିଶାରେ ଏ ଦିଗରେ ପ୍ରକ୍ରିୟା ଆଗେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ।। ୨୦୦୨ରେ ଶେଷ ଥର ପାଇଁ ଓଡ଼ିଶାରେ ଏସଆଇଆର୍ କରାଯାଇଥିଲା । ୨୦୦୨ (ଏସଆଇଆର୍ ସମୟର) ଭୋଟର ତାଲିକା ଓ ୨୦୨୫ ତାଲିକାକୁ ସମ୍ମିଳିତ କରି ଭୋଟରଙ୍କୁ ମ୍ୟାପିଂ କରାଯାଉଛି ।ପ୍ରତି ଭୋଟରଙ୍କୁ ନେଇ ଦୁଇଟି ଫର୍ମ ପୂରଣ କରାଯିବ । ଗୋଟିଏ ଫର୍ମ ଭୋଟର ରଖିବେ, ଅନ୍ୟଟି ବିଏଲଓ ନେବେ । ଏହି ଫର୍ମରେ ଭୋଟରଙ୍କ ନୂଆ ରଙ୍ଗୀନ ଫଟୋ ଲଗାଯିବ । ଫର୍ମରେ ଭୋଟରଙ୍କ ଏପିକ୍ ନମ୍ବର, ବାପାଙ୍କ ନାମ, ବୁଥ୍, ନିର୍ବାଚନମଣ୍ଡଳୀ ତଥ୍ୟ ରହିବ ।…
Author: sanitelevision
ଦୁର୍ଘଟଣାରୁ ବର୍ତ୍ତିଲେ ଆନ୍ଦୋଳନକାରୀ । ରାୟଗଡା ଶିରିଗୁଡ଼ା ଛକରେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍ । ଆଜି ବନ୍ଦ ଡାକରା ଦେଇଥିବା ବେଳେ ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା।ଶତାଧିକ ଆନ୍ଦୋଳନକାରୀଙ୍କ ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ସେତିକିବେଳେ ଅଟକି ରହିଥିବା ପୋଲିସ ବସ ବ୍ରେକ ଫେଲ ହୋଇ ହଠାତ ଗଡିଗଲା। ବ୍ୟାରିକେଡ ଭାଙ୍ଗି ପ୍ରାୟ ୧୦୦ ମିଟର ଗଡ଼ିଗଲା ବସ୍ । ସାମନାରେ ଥିବା ଲୋକମାନେ ଚିତ୍କାର କରି ଏଣେତେଣେ ଧାଇଁଲେ । ତେବେ ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ।
ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍ଷ୍ଟିନ୍ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିବାକୁ ଯାଇ ପୁରୀ ବୁଧବାର ଏହି ସୂଚନା ଦେଇଛନ୍ତି। ବିନା ଆଧାରରେ ଅଭିଯୋଗ ଲଗାଇବା ରାହୁଲଙ୍କ ଅଭ୍ୟାସ। ମନ୍ତ୍ରୀ କହିଛନ୍ତି କି, ‘ରାଜନୀତିରେ ୨ ପ୍ରକାର ନେତା ଥାନ୍ତି। ଜଣେ ଦାୟିତ୍ବ ପାଳନ କରି ସମାଜର ସେବା କରନ୍ତି ଏବଂ ଦେଶ ବଦଳାଇବା କାମ କରନ୍ତି। ଆଉ କିଛି ନେତା ଥାନ୍ତି ଯେଉଁମାନେ ବେଳେବେଳେ ଦେଶକୁ ଆସନ୍ତି। ବିଦେଶ ଯାତ୍ରା କରନ୍ତି, ଯେବେ ସଂସଦ ଆସନ୍ତି ଅନ୍ୟ କାହା କଥା ନ ଶୁଣି ବାହାରକୁ ଚାଲିଯାନ୍ତି। ଆଜି ବି ଭାଷଣ ଦେବା ପରେ ସଂସଦରୁ ବାହାରକୁ ଚାଲିଯାଇଥିଲେ।’ ଏକ ଖବରଦାତା ସମ୍ମିଳନୀରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ପୁରୀ କହିଛନ୍ତି, ରାହୁଲ ତାଙ୍କୁ ପରୋକ୍ଷରେ ଟାର୍ଗେଟ କରୁଛନ୍ତି। କିନ୍ତୁ…
ଭାରତୀୟ ଚାଷୀ ଏବଂ ଟ୍ରେଡ୍ ୟୁନିୟନଗୁଡିକ ପକ୍ଷରୁ ଗୁରୁବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍ ବାତିଲ ଦାବିରେ ୧୦ ଟ୍ରେଡ୍ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦେବା ସହ ଅନ୍ୟ ସଙ୍ଗଠନଗୁଡିକର ସମର୍ଥନ ଲୋଡ଼ିଛନ୍ତି। ଅନ୍ୟପଟେ ଆଜି ୧୦ଟା୧୫ରେ ବନ୍ଦହେବ ଲୋକସେବା ଭବନ ଗେଟ୍ । ଶ୍ରମିକ ସଂଗଠନର ବନ୍ଦ ଡାକାରା ପରିପ୍ରେକ୍ଷୀରେ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ଖାରବେଳ ଭବନ, ଲୋକସେବା ଭବନ , ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । କୃଷିଭବନ କର୍ମଚାରୀଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶାବଳି । ସମସ୍ତ କର୍ମଚାରୀ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି ।ଅନ୍ୟପକ୍ଷରେ ପିଲାମାନେ ସ୍କୁଲ, କଲେଜ ଯିବା ନେଇ ଏବେଠାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ଯଦି ଗାଡ଼ି, ମଟର ଚଳାଚଳ ନ…
ସ୍କୁଲ ୟୁନିଫର୍ମ ଫିଙ୍ଗି ଦେଲେ ଛାତ୍ରଛାତ୍ରୀ। ନାଁ ସ୍କୁଲ ଭିତରକୁ ପଢିବାକୁ ଗଲେ, ନାଁ ମଧ୍ୟାହ୍ନ ଭୋଜନ କଲେ। ସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ.ଜି ୟୁ.ପି ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା | ସୂଚନାମୁତାବକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ.ଜି ୟୁ.ପି ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ୩୫୦ରୁ ଅଧିକ ଛାତ୍ରଛlତ୍ରୀ ପଢୁଥିବା ବେଳେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ପ୍ରତିବାଦରେ ଛାତ୍ରଛାତ୍ରୀମାନେ ସ୍କୁଲ ପୋଷାକ ଫେରାଇଦେବା ସହ ମଧ୍ୟlହ୍ନ ଭୋଜନ ନ ଖାଇ ଉପାସ ରହି ପ୍ରତିବାଦ ଜଣାଇଛନ୍ତି । ଶିକ୍ଷକ ଅଭାବ ଅଭିଯୋଗକୁ ପ୍ରଧାନ ଶିକ୍ଷକ ସ୍ୱୀକାର କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷପ…
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେରେଙ୍କୁ ନୋଟିସ ଦିଆଯାଇଛି ।୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି । ୨୦୨୪ ବିଧାନସଭା ନିର୍ବାଚନ ସମୟରେ କନକ ବର୍ଦ୍ଧନ ସିଂଦେଓ ନିଜ ନାମାଙ୍କନ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେର ଅଭିଯୋଗ କରିଥିଲେ। ନିଜ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇବା ସହ ସମ୍ପତ୍ତି ବିଷୟରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇ କନକ ବର୍ଦ୍ଧନଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ସରୋଜ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କରିଥିଲେ ।ବିନା ଶୁଣାଣିରେ ମାମଲା ଖାରଜ କରିବାକୁ କେଭି କରିଥିଲେ ଆବେଦନ । କେଭିଙ୍କ ଆବେଦନଙ୍କୁ ଖାରଜ କରି ମାମଲା ଚାଲିବ କହିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ…
ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣାରେ ତଦନ୍ତ କମିଟି ଗଠିତ। ଏସସିବି ମେଡିକାଲ୍ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ ହୋଇଛି। କମିଟି ଘଟଣାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ସରୋଜ ତ୍ରିପାଠୀଙ୍କ ନେତୃତ୍ବରେ ଗଠିତ କମିଟିରେ ୨ ଆସୋସିଏଟ ପ୍ରଫେସର, ୨ ଆସିଷ୍ଟାଣ୍ଟ ପ୍ରଫେସର ସାମିଲ ଅଛନ୍ତି। ସେପଟେ ଏସ୍ସିବି ମେଡିସିନ୍ ଆଇସିୟୁରେ ସାଂଘାତିକ ଅବ୍ୟବସ୍ଥାର ଭିଡିଓ ଭାଇରାଲ୍ ପରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇସିୟୁ ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ଶୁଭେନ୍ଦୁ ଆଚାର୍ଯ୍ୟଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି। ତିନି ଜଣ ନର୍ସିଂ ଅଫିସରଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରମାଣ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅପରେସନ ସିନ୍ଦୂର ସମୟରେ ବିଶ୍ବ ଦେଖିଲା ଭାରତର ପରାକ୍ରମ । ଭାରତ ନିଜ ଶତ୍ରୁକୁ ଧ୍ବଂସ କରିବା ପାଇଁ କିଛି ବି କରିପାରିବ । ଏହି ଅପରେସନରେ ଭାରତ ପାକିସ୍ତାନ ସୀମାରେ ଥିବା ଅନେକ ଆତଙ୍କୀ ଠିକଣାକୁ ନଷ୍ଟ କରିବା ସହିତ ଆତଙ୍କୀକୁ ନିପାତ କରିଥିଲା । ହାରି ଭିତରେ ଆଇଏଏଫ୍ ଭାଇସ୍ ଚିଫ୍ ଏୟାର ମାର୍ଶଲ ନାଗେଶ କପୁର ରାଫେଲକୁ ଅପରେସନ ସିନ୍ଦୂରର ହିରୋ ରୂପେ ଅଭିହିତ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଫେବ୍ରୁଆରୀ ୧୭-୧୯ ଯାଏ ସରକାରୀ ଗସ୍ତରେ ଭାରତ ଆସିବେ । ଏହି ସମୟରେ ସେ ଏଆଇ ଇମ୍ପାକ୍ଟ ସମିଟ୍ରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ଚର୍ଚ୍ଚା କରିବେ । ଫ୍ରାନ୍ସ ରାଷ୍ଟ୍ରପତି ପିଏମ୍ ମୋଦୀଙ୍କ ଆମନ୍ତ୍ରଣରେ ଭାରତ ଆସିବେ । ଫ୍ରାନ୍ସ ରାଷ୍ଟ୍ର ମୁଖ୍ୟଙ୍କ ଏହି ଗସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ…
କେରଳର କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇପାରିଛନ୍ତି। ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବାବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହାଦ୍ବାରା ସେ ରାଜ୍ୟର ପ୍ରଥମ ଦୃଷ୍ଟିହୀନ ନ୍ୟାୟିକ ଅଧିକାରୀ ହୋଇପାରିଛନ୍ତି। ଥାନ୍ୟା ପ୍ରଥମ ଥର ପରୀକ୍ଷା ଦେଇଥିବାବେଳେ ଭିନ୍ନକ୍ଷମଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗତବର୍ଷ ସୁପ୍ରିମକୋର୍ଟଙ୍କ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନ୍ୟାୟିକ ଅଧିକାରୀ ଚାକିରିରୁ ନିଷେଧ କରାଯିବା ଉଚିତ୍ ନୁହେଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଥାନ୍ୟାଙ୍କ ଚୟନ ପାଇଁ ପଥ ପ୍ରଶସ୍ତ କରିଥିଲା। କୋର୍ଟରେ ସ୍କ୍ରିନ୍ ରିଡର ଓ ଡିକ୍ଟେସନ ଆପ୍ ଥାନ୍ୟାଙ୍କ କାର୍ଯ୍ୟ ସହଜ କରୁଛି ।ଥାନ୍ୟା କନ୍ନୁରରେ ଶିକ୍ଷା ଗ୍ରହଣ କରିଥିଲେ। ଏହାପୂର୍ବରୁ ୨୦୧୩ରେ ରାଜସ୍ତାନର ବ୍ରହ୍ମାନନ୍ଦ ଶର୍ମା ଦେଶର ପ୍ରଥମ ୧୦୦ % ଦୃଷ୍ଟିହୀନ ବିଚାରପତି ହୋଇପାରିଥିଲେ।
ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଫେବୃଆରୀ ୧୭ ତାରିଖରେ ପଡୁଛି । ଫାଲଗୁନ ମାସର ଅମାବାସ୍ୟା ଦିନ ଏହି ସୂର୍ଯ୍ୟଗ୍ରହଣ ହେବ ବୋଲି କୁହାଯାଇଛି । ଏହା ଏକ ଅଗ୍ନି ବଳୟ ସୂର୍ଯ୍ୟଗ୍ରହଣ ହେବ । ଗ୍ରହଣ ଅପରାହ୍ନ ୩.୨୬ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭.୫୭ ପର୍ଯ୍ୟନ୍ତ ରହିବ । ଏହା ମୁଖ୍ୟତଃ ଆଣ୍ଟାର୍କଟିକା, ଆଫ୍ରିକାର କିଛି ଅଂଶ ଏବଂ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଉପରେ ଦୃଶ୍ୟମାନ ହେବ କିନ୍ତୁ ସବୁଠୁ ବଡ଼ କଥା ହେଉଛି ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ।ପ୍ରତିବର୍ଷ, ସୂର୍ଯ୍ୟପରାଗ ଆକାଶ-ଦର୍ଶକଙ୍କୁ ରୋମାଞ୍ଚିତ କରିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଗତି କରେ, ପୃଥିବୀ ଉପରେ ଛାୟା ପକାଇଥାଏ, ସେତେବେଳେ ଏକ ସୂର୍ଯ୍ୟପରାଗ ହୁଏ। ସୂର୍ଯ୍ୟପରାଗ କେବଳ ଅମାବାସ୍ୟା ସମୟରେ ହୁଏ। ଯାହା ସାଧାରଣତଃ ବର୍ଷକୁ ପ୍ରାୟ ଦୁଇଥର ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କୁ ଆତ୍ମା, ଆତ୍ମବିଶ୍ୱାସ, ଶକ୍ତି ଏବଂ…









