Author: sanitelevision

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି, କମିଲା ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୫,୭୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୮୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୫,୭୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୨,୮୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ରୂପା ଦର ୧୫ହଜାର ଟଙ୍କା ହ୍ରାସ ପାଇ କିଲୋଗ୍ରାମ୍‌ ପିଛା ୨ଲକ୍ଷ ୮୦ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୯୫ହଜାର ଟଙ୍କା ରହିଥିଲା ।

Read More

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଦିନିକିଆ ପାରାଦୀପ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରକୃତିର ବିରଳ ଅବଦାନ ବଙ୍ଗୋପସାଗର ଉପକୂଳର ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳ ବେଳାଭୂମିରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ କିଲୋମିଟର ପାଇଁ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ଏହା ସହିତ ବିଭିନ୍ନ କୋଣରୁ ପାରାଦୀପର ମୁନିସିପାଲିଟି ହେଉ କିମ୍ବା ବନ୍ଦରନଗରୀର ବିକାଶ ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ ହର ନାଦଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥାମାନଙ୍କ ସହ ବିସ୍ତୃତ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ୨୦୪୭ ସୁଦ୍ଧା ଏହି ଅର୍ଥନୈତିକ ଜୋନରୁ ରାଜ୍ୟ ରାଜକୋଷକୁ ୩୩ ପ୍ରତିଶତ ଅର୍ଥ…

Read More

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ସାଉଥ୍ ବ୍ଲକ୍’ରୁ ବାହାରି ଏବେ ତାର ନୂଆ ଠିକଣା ସେବାତୀର୍ଥକୁ ଯିବ । ତେବେ ସଂଯୋଗର କଥା ୧୯୩୧ ମସିହା ଫେବୃଆରୀ ୧୩ ତାରିଖ ଦିନ ହିଁ ବ୍ରିଟିଶମାନେ ନୂଆଦିଲ୍ଲୀକୁ ଭାରତର ରାଜଧାନୀ ଭାବେ ଘୋଷଣା କରିଥିଲେ । ଆଉ ଆଜି ସମାନ ଦିନରେ ସାଉଥ୍ ବ୍ଲକ୍ ରୁ ବିଦାୟ ନେବ PMO ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେବା ତୀର୍ଥକୁ ସ୍ଥାନାନ୍ତର କରିବାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ଗମନାଗମନକୁ ସହଜ କରିବା। ଏହା ସାଧାରଣ ଜନତାଙ୍କ ପାଇଁ ଟ୍ରାଫିକ ଜାମରୁ ମଧ୍ୟ ମୁକ୍ତି ପ୍ରଦାନ କରିବ। ଏହି କମ୍ପ୍ଲେକ୍ସ ବିଜୟ ଚୌକ ନିକଟରେ ନିର୍ମିତ ହୋଇଛି।ନୂତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତିନୋଟି ମୁଖ୍ୟ କୋଠା ରହିଛି। ସେବା ତୀର୍ଥ ନିର୍ମାଣ ପାଇଁ ୧,୧୮୯ କୋଟି ଖର୍ଚ୍ଚ ହୋଇଛି। ସେବା ତୀର୍ଥ ୧, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସ୍ଥିତ।ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଅଂଶବିଶେଷ ଭାବେ ନିର୍ମିତ ଅତ୍ୟାଧୁନିକ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ…

Read More

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଗତକାଲି ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରୁ ମସ୍ତିସ୍କାଘାତ ହୋଇଥିବା ଜଣାପଡ଼ିଲା । ଏବେ କଟକର ଏକ ଘରୋଇ ହସ୍ପିଟାଲ ଚିକିତ୍ସାତ ହେଉଛନ୍ତି । ୧୯୭୦ ମସିହାରୁ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଧୁନିକ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ପ୍ରସିଦ୍ଧ ।

Read More

ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟ୍ କମ୍ପେକ୍ସ ଠାରେ ଆୟୋଜିତ ମେଳାରେ ଉଦ୍ୟାନ ବିଭାଗ ତରଫରୁ ଏକ ଚିତାକର୍ଷକ ଷ୍ଟଲ ଉନ୍ନୋଚିତ କରାଯାଇ ଅଛି।ଉଦଘାଟନ ସମୟେ ବିଭାଗ ର ଉପ ଉଦ୍ୟାନ ନିର୍ଦ୍ଦେଶିକା ଶ୍ରୀମତୀ ମଜ୍ଞୁଳା ତ୍ରିପାଠୀ,ସହକାରୀ ଉଦ୍ୟାନ ନିର୍ଦ୍ଦେଶିକା ଶ୍ରୀମତୀ ସୌମ୍ୟା ପ୍ରିୟଦର୍ଶୀନ ,ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ମନୋରଞ୍ଜନ ସାହୁ,ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ସମ୍ବିତ ଆଚାର୍ଯ୍ଯ,ସହକାରୀ ଉଦ୍ୟାନ ଅଧିକାରୀ ଅସୀମା ଦାଶ, କ୍ଷେତ୍ର କର୍ମ ଚାରିଣି ପୁଷ୍ପା ଦାଶ,ମମତା ବେହେରା ଉପସ୍ଥିତ ରହିଥିବା ସହ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଉଦ୍ୟାନ ବିଭାଗ ଯୋଜନା ଓ ସୁ ଲାଭ ଉପରେ ଷ୍ଟଲ ପ୍ରିୟଦର୍ଶନ ରେ ଆସୁଥିବା ଲୋକଙ୍କୁ ଅବଗତ କରିବା ସହ ଉଦ୍ୟାନ କୃଷି ସହ ଜଡିତ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେବା ପାଇଁ ଅତି ସୁନ୍ଦର ଭାବେ ଉପସ୍ଥାପିତ କରୁଥିବାର ଦେଖିବାକୁ ମିଳିଥିଲା।10 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଲୋକେ ଓ…

Read More

ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଦେହାନ୍ତ। ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।କେନ୍ଦ୍ର ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ଓଡ଼ିଶାରୁ ଜଣେ ସାଂସଦ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ମନ୍ତ୍ରୀ ଏବଂ କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।୧୯୯୫-୨୦୦୦ ମସିହା ଯାଏଁ ସେ ଚୌଦ୍ଵାର ବିଧାୟକ ଥିଲେ। ୧୯୮୮ରୁ ୯୪ ଯାଏଁ ରାଜ୍ୟସଭା ସାଂସଦ ଥିଲେ।

Read More

ଆଜି ବିଶ୍ୱ ରେଡ଼ିଓ ଦିବସ। ଦିନେ ଖବର ପ୍ରସାରଣ ମୁଖ୍ୟ ମାଧ୍ୟମ ଥିଲା ରେଡ଼ିଓ। ଆଜିର ଡିଜିଟାଲ ଯୁଗରେ, ଏହାର ବିକଳ୍ପରେ ଆସିଛି। ତଥାପି ଅନେକଙ୍କ ମନରେ ଏବେ ବି ରେଡିଓର ସ୍ୱତନ୍ତ୍ର ସ୍ଥାନ ରହିଛି। ୧୯୪୬ ମସିହା ଆଜିର ଦିନରେ ଜାତିସଂଘ ରେଡ଼ିଓର ପ୍ରତିଷ୍ଠା ହୋଇଥିଲା । ପରିବର୍ତ୍ତିତ ପରିବେଶରେ ରେଡିଓ ସମ୍ବାଦ ଏବଂ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ଗୁଡ଼ିକ ମୁଖ୍ୟ ମାଧ୍ୟମ ଭାବରେ ଲୋକପ୍ରିୟତା ବଜାୟ ରଖିଛି । ଚଳିତବର୍ଷ ରେଡିଓ ଦିବସର ବାର୍ତ୍ତା ହେଉଛି “ରେଡ଼ିଓ ଏବଂ ଜଳବାୟୁ ପରିବର୍ତ୍ତନ ।”ଇତିହାସରେ, ରେଡିଓ ସୂଚନା ଆଦାନପ୍ରଦାନ ଏବଂ ବିଶ୍ୱର ଲୋକଙ୍କୁ ଶିକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯୁବକମାନଙ୍କୁ ସେମାନଙ୍କୁ ପ୍ରଭାବିତ କରୁଥିବା ବିଷୟଗୁଡ଼ିକର ଆଲୋଚନାରେ ନିୟୋଜିତ କରିବା ପାଇଁ ଏହା ବ୍ୟବହୃତ ହୁଏ। ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଏହା ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ। ବର୍ତ୍ତମାନ ସୁଦ୍ଧା, ଏହା…

Read More

ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା । ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର | ହବ୍‌ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍‌ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।୧୪ଟି ରୁଟରେ ଯିବ ପ୍ରଶ୍ନପତ୍ର। ଏଥିପାଇଁ ବନ୍ଧୁକଧାରୀ ପୋଲିସ ମୁତୟନ ହେବେ । ଦୁଇ ଦିନରେ ୨୭ଟି ରୁଟରେ ପ୍ରଶ୍ନପତ୍ର ପଠାଯିବ । ଚଳିତ ବର୍ଷ ୨୧୧ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି । ଯୁକ୍ତ ୨ରେ ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ୪ଲକ୍ଷ ୧ହଜାର ୬୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି। ସୁପରଭାଇଜରଙ୍କ ବ୍ୟତୀତ ଇଏମ୍‌ଏଚ୍‌ରେ ଡେପୁଟି ସୁପରଭାଇଜର, ଇଏମ୍‌ଏଚ୍‌ ସହାୟକ, ଜଣେ ଲେଖାଏଁ ଅଧିକାରୀ ଓ ନାଇଟ୍‌ ୱାଚ୍‌ମ୍ୟାନ୍‌ ହବ୍‌ ଦାୟିତ୍ବରେ ରହିଛନ୍ତି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ପୁଲିସ ପହରା ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ର…

Read More

ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଆଜିଠାରୁ ମହାଶିବରାତ୍ରି ଯାଏଁ ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ ।ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ, ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢାଯିବ। ପ୍ରାୟ ଏକବର୍ଷ ପରେ ଆଜି ଗୋଟିଏ ଦିନରେ ହିଁ ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ ଭକ୍ତଙ୍କୁ। ପ୍ରଖ୍ୟାତ ଦେବ ଭାବେ ପରିଚିତ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଚନ୍ଦ୍ର କରିଥିବାର କିମ୍ୱଦନ୍ତୀରୁ ଜଣାଯାଏ। ତେବେ ଆଜିଠାରୁ ମହାଶିବରାତ୍ରୀ ଯାଏଁ ୩…

Read More

ଚାଲାକି କଲେ ବୋଲି ବଞ୍ଚିଗଲେ । ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ୩୫ ଘଣ୍ଟା ଡିଜିଟାଲ ଆରେଷ୍ଟ । ରାଜଧାନୀରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ନାଲକୋର ଅବସରପ୍ରାପ୍ତ ସେଫଟି ବିଭାଗର ମୁଖ୍ୟ ଥିଲେ ସରୋଜ କୁମାର ପଟ୍ଟନାୟକ ତାଙ୍କ ପତ୍ନୀ ନିର୍ଝରନି ପଟ୍ଟନାୟକ ସାଇବର ଲୁଟେରାଙ୍କଠୁ ଅଳ୍ପକେ ବର୍ତ୍ତିଛନ୍ତି । ଠକଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କକୁ ଯାଇଥିବା ବେଳେ ଜଣାପଡ଼ିଲା ସତ । ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ଼ ଆରମ୍ଭ । ସୂଚନା ଅନୁସାରେ, ପୋଲିସ ପରିଚୟ ଦେଇ ସାଇବର ଠକ ଦମ୍ପତିଙ୍କ ସହ କଥା ହୋଇଥିଲେ । ସେମାନଙ୍କର ଆତଙ୍କି ଲିଙ୍କ ଥିବା କହି ଧମକାଇଥିଲେ । ଏପରିକି କାଶ୍ମୀରରେ ଆତଙ୍କବାଦୀମାନେ ସେମାନଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି । ଆଧାର କାର୍ଡ ବ୍ୟବହାର ଯୋଗୁଁ ତାଙ୍କୁ ୬ ଲକ୍ଷର କମିଶନ ମିଳିଛି । ଏପରିକି ମନି ଲଣ୍ଡରିଂ କେସରେ…

Read More