ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଜେଲ୍ରେ ଅଛନ୍ତି। ଆଦିୟାଲା ଜେଲ୍ରେ ଦିନକୁ ଦିନ ବିଗିଡିବାରେ ଲାଗିଛି ତାଙ୍କ ସ୍ବାସ୍ଥ୍ୟବସ୍ଥା। ଆଖିର ଦୃଷ୍ଟିଶକ୍ତି ବି ହରାଇବା ଉପରେ ପହଁଞ୍ଚି ଗଲେଣି। ଏହାକୁ ନେଇ କ୍ରିକେଟ ଜଗତରେ ଗମ୍ଭୀର ଚିନ୍ତା ପ୍ରକାଶ କରାଯାଇଛି। ଏପରିକି ଭାରତର ଦୁଇ ଲିଜେଣ୍ଡ କ୍ରିକେଟର ସୁନୀଲ ଗାଭାସ୍କର ଏବଂ କପିଲ ଦେବ ଇମ୍ରାନଙ୍କ ସମର୍ଥନରେ ବାହାରିଛନ୍ତି। ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପାକିସ୍ତାନ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଇମ୍ରାନଙ୍କ ଚିକିତ୍ସା ପାଇଁ ତାଙ୍କ ପସନ୍ଦର ଡାକ୍ତର ନିଯୁକ୍ତି କରିବାକୁ ଦାବି କରାଯାଇଛି । ଚିଠିରେ କହିଛନ୍ତି, ଇମ୍ରାନ ଖାନ ଜଣେ ବିଶ୍ୱସ୍ତରୀୟ ଖେଳାଳି । ତାଙ୍କ ଅଧିନାୟକତ୍ବରେ ପାକିସ୍ତାନ ୧୯୯୨ରେ ବିଶ୍ବକପ ଜିତିଥିଲା । ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ଏବଂ ମାନବିକ ସହାୟତା ମିଳିବା ଆବଶ୍ୟକ । ଚିଠିରେ ସୁନୀଲ ଗାଭାସ୍କର, କପିଳ ଦେବଙ୍କ ସମେତ ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ୍ ଏବଂ…
Author: sanitelevision
ଚୌଦ୍ୱାର ସର୍କଲ୍ ଜେଲ୍ରୁ ଦୁଇ ଦୁର୍ଦ୍ଦାନ୍ତ ବିହାରର ଅପରାଧୀ ଫେରାର ଘଟଣା । ଗିରଫ ପରେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ରିମାଣ୍ଡରେ ନେଲା ଚୌଦ୍ୱାର ଥାନା ପୁଲିସ। ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଖୋଳତାଡ କରିବ ପୋଲିସ । ଚୌଦ୍ବାର ଥାନା ତତଫରୁ କଡ଼ା ସୁରକ୍ଷା ବଳୟରେ ଅଭିଯୁକ୍ତ ମଧୁକାନ୍ତକୁ ନିଆଯାଇଛି ।ଗତ ୧୩ ତାରିଖ ସନ୍ଧ୍ୟାରେ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିବା ପରେ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ରଖି ପଚରାଉଚରା ମଧ୍ୟ କରାଯାଇଥିଲା । ମଧୁକାନ୍ତ ରଣା ସହ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ରାଜା ସାହାଣୀ । ଶନିବାର ମଧୁକାନ୍ତଙ୍କୁ କଟକ ଜେଏମ୍ଏଫ୍ସି -୧ କୋର୍ଟଙ୍କ ସମ୍ମୁଖରେ ହାଜର କରିବା ବେଳେ ଚୌଦ୍ୱାର ଥାନା ପକ୍ଷରୁ ତାକୁ ୭ ଦିନିଆ ରିମାଣ୍ଡରେ ଦେବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ତେବେ କୋର୍ଟ ମଧୁକାନ୍ତ ରାଣାଙ୍କୁ ୬ ଦିନିଆ…
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଗୁରୁବାରରୁ ଆରମ୍ଭ ହେବ। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।ଆଉ ମାତ୍ର ଦିନକ ପରେ ମାଟ୍ରିକ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜରୁରୀ କାଳୀନ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯାଇଛି। ସାଢେ ୯ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ସେଣ୍ଟରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ପୂର୍ବରୁ ୯ଟା ୧୫ ଯାଏଁ ଏଣ୍ଟ୍ରି କରିବାକୁ ଅନୁମତି ଦିଆଯାଇଥିଲା।ସେପଟେ ବୋର୍ଡ ପକ୍ଷରୁ ଚଳିତବର୍ଷ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ପ୍ରତି ସ୍କ୍ବାଡ୍ରେ ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ସେହିପରି ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଏବଂ ନିରୀକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ପରୀକ୍ଷା କେନ୍ଦ୍ରରେ କେଉଁ କେଉଁ ସୁବିଧା…
ନନ୍ଦନକାନନକୁ ଆସିବେ ଚିତା ବାଘ । ଚିଡିଆଖାନାରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ। ଏବେ ଚିତା ବାଘ ଦେଖିବାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଯିବାକୁ ପଡିବନି । ବରଂ ଓଡିଶାରେ ସେମାନଙ୍କ ସଫାରୀ କରିହେବ ।ନନ୍ଦନକାନନ ନିର୍ଦ୍ଦେଶକ ସନଥ କୁମାରଙ୍କ କହିବାନୁସାରେ, ଖୁବ୍ ଶୀଘ୍ର ଚିଡିଆଖାନାରେ ଚିତାବାଘ ଦେଖିବାକୁ ମିଳିବେ । ସେମାନଙ୍କୁ ଦକ୍ଷିଣ ଆଫ୍ରିକାରୁ ଅଣାଯିବ । ଉଭୟ ପୁରୁଷ ଏବଂ ମାଇ ଚିତା ଆସିବେ । ସେମାନଙ୍କୁ ଆଣିବା ପାଇଁ ବେସରକାରୀ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯିବ । ଏନେଇ ଖୁବ୍ ଶୀଘ୍ର ଟେଣ୍ଡର ହେବ ।ସେ ଆହୁରି କହିଛନ୍ତି ଯେ, ଟେଣ୍ଡର ଯେଉଁ କମ୍ପାନୀକୁ ମିଳିବ ସେହି ସଂସ୍ଥା ଚିଡିଆଖାନା ଚୟନଠୁ ଆରମ୍ଭ କରି ସେମାନଙ୍କୁ ନନ୍ଦନକାନନେ ରଖିବା ପାଇଁ ବ୍ୟବସ୍ଥା କରିବ । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ସରକାରଙ୍କ ଅନୁମୋଦନ ପରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ।
ଏସ୍ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ ଏହାର ଚାଳକ ଓ କର୍ମଚାରୀଙ୍କ ମନମାନି ଦିନକୁ ଦିନ ବଢିବାରେ ଲାଗିଛି ।ପୁଣି ସାମ୍ନାକୁ ଆସିଲା SCB ମେଡ଼ିକାଲରେ ଅବ୍ୟବସ୍ଥାର ଚିତ୍ର । ବ୍ୟାଟେରି ଗାଡ଼ି ନିୟନ୍ତ୍ରଣ କକ୍ଷର ଭିଡିଓ ଭାଇରାଲ୍ । ନିଘୋଡ଼ ନିଦରେ ଶୋଇ ଫୋନ୍ ଉଠାଉ ନାହାନ୍ତି ଦାୟିତ୍ଵରେ ଥିବା କର୍ମଚାରୀ । ଏସସିବି ବ୍ୟାଟେରି ଗାଡ଼ି ପାଇଁ ଖୋଲିଥିବା ନିୟନ୍ତ୍ରଣ କକ୍ଷର ଏକ ଭିଡିଓ ଭାଇରାଲ୍ ହୋଇଛି । କକ୍ଷର ଦାୟିତ୍ବରେ ଥିବା କର୍ମଚାରୀ ଶୋଇଥିବା ବେଳେ ଲ୍ୟାଣ୍ଡ ଫୋନ୍ ରିଙ୍ଗ ହେଉଛି । ଯେଉଁ ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ବ୍ୟାଟେରି ଗାଡ଼ି ପାଇଁ ଲ୍ୟାଣ୍ଡ ଫୋନ୍ ନମ୍ବରରେ ଫୋନ୍ କରୁଛନ୍ତି ସେମାନଙ୍କ କଲକୁ ଏହି ନିୟନ୍ତ୍ରଣ କକ୍ଷରେ ରିସିଭ୍ କରାଯାଉନାହିଁ ।ତେବେ ରୋଗୀ ସମ୍ପର୍କୀୟ ରାତି ସମୟରେ ରୋଗୀଙ୍କୁ ନେବା ଆଣିବାରେ…
ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ। ବନ୍ଦେ ମାତରମରୁ ଆରମ୍ଭ ହେଲା ଗୃହକାର୍ଯ୍ୟ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଓଡିଶା ହେବ ଗ୍ରୋଥ ଇଞ୍ଜିନ । ୨୦୩୬ରେ ଓଡିଶା ଗଠନକୁ ଶହେ ବର୍ଷ ପୂରିବ । ସମୃଦ୍ଧ ଓଡିଶା ପାଇଁ ମୋ ସରକାର ଅନେକ କାମ କରିଛନ୍ତି । ସମୃଦ୍ଧ ଓଡିଶା ଗଠନ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରୁ ଓଡିଶାକୁ ବଡ ପ୍ରକଳ୍ପ ମିଳୁଛି । ଆତ୍ମନିର୍ଭର ଭାରତରେ ସେମି କଣ୍ଟକ୍ଟର ହବ ହେବ ଓଡିଶା । ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଇଛି । ଭୁବନେଶ୍ୱର- ଖୋର୍ଦ୍ଧା-କଟକକୁ ନେଇ ରିଂ ରୋଡ ନିର୍ମାଣ ହେଉଛି । ଭିତ୍ତିଭୁମି ସୁଦୃଢ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ଜୟଦେବ ବିହାର- ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ । ରାଜ୍ୟପାଳ ପୁଣି କହିଛନ୍ତି ଯେ,…
ଯାଜପୁର ରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ ଗ୍ରାମର ପଦ୍ମନାଭ ଶତପଥୀ(୭୦) ଓ ନର୍ସିଂହୋମର ମାଲିକ ବୀଣାପାଣି ସାହିର ମନୋଜ କୁମାର ନାୟକଙ୍କୁ ପୋଲିସ ଗିରଫ କରିଛି। ତେବେ ବ୍ୟାସନଗରର ୭୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ନାବାଳିକା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।ନାବାଳିକାକୁ ଗର୍ଭପାତ କରାଯାଇଥିବା ୨ ଦିନ ତଳେ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପାଇଁ ଗତକାଲି ଯାଜପୁର ରୋଡ୍ ଥାନା ପୁଲିସ୍ ବୃଦ୍ଧଙ୍କୁ ଗିରଫ କରିଥିଲା। ପୋଲିସ ସୂଚନା ମୁତାବକ, ଯାଜପୁରରୋଡ଼ ଥାନା ଅଞ୍ଚଳରେ ଭଡା ଘରେ ରହୁଥିବା ଜଣେ ୧୬ ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ନାବାଳିକାଙ୍କୁ ୭୦ ବର୍ଷୀୟ ବୃଦ୍ଧ ପଦ୍ମନାଭ ଶାରୀରିକ ସମ୍ପର୍କ ରଖି ୭ ମାସର ଗର୍ଭବତୀ କରିଥିଲେ। ନାବାଳିକା ଜଣଙ୍କର ପେଟରେ ଯନ୍ତ୍ରଣା ହେବା ସହ ରକ୍ତସ୍ରାବ ହେବାରୁ ଚିକିତ୍ସା…
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ। ଆରମ୍ଭରୁ ବିଧାନସଭା ସରଗରମ ହେବ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ତିଆରି କରିଥିବାବେଳେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ଜବାବ ଦେବାକୁ ସମସ୍ତ ଯୋଜନା ପ୍ରସ୍ତୁତ କରିଛନ୍ତି। ଧାନ କିଣା ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନ ଶୃଂଖଳା ସ୍ଥିତି, ମହାନଦୀ ଜଳ ବିବାଦ… ଏମିତି ଅନେକ ପ୍ରସଙ୍ଗ ଉଠାଇ ଗୃହର ଉତ୍ତାପ ବଢ଼ାଇବେ ।ତେବେ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୭ରୁ ୨୪ ଯାଏ, ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୮ପର୍ଯ୍ୟନ୍ତ ଚାଲିବ। ବଜେଟ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନ ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି ଗୃହରେ ଅଭିଭାଷଣ ରଖିବେ। ଫେବୃଆରୀ ୨୦ରେ ଆର୍ଥିକ ବର୍ଷ ୨୦୨୬-୨୭ଲାଗି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ ଉପସ୍ଥାପନ କରିବେ।
ଆଜି ସାରା ରାଜ୍ୟରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । କଟକ , ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି । ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନି ଦୂରତା । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି। ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ପୁରୀ ରେ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି । କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା କଷ୍ଟକର ହୋଇପଡିଛି । ସେହିପରି ବଡ଼ ଦାଣ୍ଡରେ ବି ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମିଛି ।
ଆଜିଠୁ CBSE ପରୀକ୍ଷା । ଆଜିଠାରୁ କେନ୍ଦ୍ରୀୟ ମାଧମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା । ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ଆଜିଠୁ ଆରମ୍ଭ ହେବ ପ୍ରଥମ ବୋର୍ଡ ପରୀକ୍ଷା । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ମିଳିବ । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ ।ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦ଟା୩୦ରୁ ଆରମ୍ଭ । ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ଦଶମ ଶ୍ରେଣୀର ପରୀକ୍ଷା । ଦ୍ବାଦଶ ଶ୍ରେଣୀର ପରୀକ୍ଷା ଏପ୍ରିଲ ୯ତାରିଖ ଯାଏଁ ଚାଲିବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଆଜି ଗଣିତ ପରୀକ୍ଷା ଦେବେ । ସେହିପରି ଦ୍ବାଦଶ ଶ୍ରେଣୀର ପିଲା ଆଜି ବାୟୋ ଟେକ୍ନାଲୋଜି ସମେତ ଏଣ୍ଟରପ୍ରିନୁଅରସିପ୍ ସଟ୍ ହାଣ୍ଡ ହିନ୍ଦୀ କିମ୍ବା ଇଂରାଜୀରେ ବିଷୟରେ…









