ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍ଷ୍ଟିନ୍ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ୬୨ଟି ଇ-ମେଲ୍ ଆଦାନପ୍ରଦାନ ହୋଇଥିଲା ବୋଲି କଂଗ୍ରେସ ମଙ୍ଗଳବାର ଅଭିଯୋଗ କରିଛି। ଏପ୍ଷ୍ଟିନ୍ ଫାଇଲ୍କୁ ନେଇ କେନ୍ଦ୍ରମନ୍ତ୍ରୀ ପୁରୀ ମିଛ କହୁଛନ୍ତି। ସେ ସ୍ପଷ୍ଟୀକରଣ ଦେବା ସହ ନିଜକୁ ସ୍ବଚ୍ଛ ସାବ୍ୟସ୍ତ କରିବାକୁ ବିରୋଧୀ ଦଳ ଆହ୍ବାନ ଦେଇଛି।ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରବକ୍ତା ପୱନ ଖେଡ଼ା ପ୍ରଶ୍ନ କରିଥିଲେ ଯେ, ପୁରୀ କାହାକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଏପ୍ଷ୍ଟିନଙ୍କ ସହ ତାଙ୍କର କି ପ୍ରକାର ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଏପ୍ଷ୍ଟିନ୍ଙ୍କ ସହିତ ପୁରୀଙ୍କର ୧୪ ଥର ବୈଠକ ହୋଇଛି। ୨୦୧୪ ଜୁନ୍ ୫, ୬, ୮ ଓ ୯ ତାରିଖ, ସେପ୍ଟେମ୍ବର ୧୯, ୨୩ ଓ ୨୪ ରେ ଓ ଅକ୍ଟୋବର…
Author: sanitelevision
ବୁଧବାର ଦ୍ୱିତୀୟ ଦିନରେ ଅଚଳ ଅବସ୍ଥାରେ ଗୃହ। ପ୍ରଶ୍ନକାଳରୁ ହିଁ ବିରୋଧୀଙ୍କ ହଙ୍ଗାମା। ଧୋଇଗଲା ପ୍ରଶ୍ନକାଳ। ୧୧.୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି।ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଧାନମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଗୃହର ମଧ୍ୟଭାଗରେ ନାରାବାଜୀ ସହ ଧାନ ରଖି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ । ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଥିଲେ ରଞ୍ଜନ ବିଶ୍ୱାଳ । ରିପୋଟର୍ଟର ଟେବୁଲରେ ଧାନ ଥୋଇ ଅଭିନବ ଭାବେ ପ୍ରତିବାଦ ଜଣାଇଥିଲେ ।
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବା ନେଇ ପ୍ରେସ୍ନୋଟ୍ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ ।ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ । ଅପରାହ୍ଣ ୫ଟାରେ ହେବ ଭୋଟ୍ ଗଣତି । ସୂଚନାମୁତାବକ ଆସନ୍ତା ଏପ୍ରିଲ ୨ରେ ବିଜେପିର ସୁଜିତ କୁମାର ଓ ମମତା ମହନ୍ତ ଏବଂ ବିଜେଡିର ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯, ବିଜେଡିର ୫୦, କଂଗ୍ରେସର ୧୪ ଓ ସିପିଆଇ(ଏମ୍ର ଜଣେ ବିଧାୟକ ଅଛନ୍ତି। ତିନିଜଣ…
ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରଥଯାତ୍ରାରେ ଯେଉଁ ଯେଉଁ କ୍ଷେତ୍ରରେ ବିଭ୍ରାଟ ଦେଖାଯାଉଛି ତାର ଯଥାସମ୍ଭବ ସମାଧାନ କରିବାକୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍ପି ପ୍ରତୀକ ସିଂହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦେଇ ଚଳିତବର୍ଷ ରଥଯାତ୍ରାରେ ଏହାକୁ ଲାଗୁ କରିବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଆଗାମୀ ଜୁଲାଇ ୧୬ ତାରିଖରେ, ବାହୁଡ଼ା ଯାତ୍ରା ଜୁଲାଇ ୨୪, ସୁନାବେଶ ଜୁଲାଇ ୨୫ ଏବଂ ନୀଳାଦ୍ରି ବିଜେ ଜୁଲାଇ ୨୭ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅକ୍ଷୟ ତୃତୀୟା, ସ୍ନାନଯାତ୍ରା ଆଦି ନୀତି ରହିଛି । ରଥ ନିର୍ମାଣ ଲାଗି ରଥ କାଠ…
ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମ ଦିନ ବିଜ୍ଞାନ ବର୍ଗ ଛାତ୍ରୀଛାତ୍ରମାନେ ମାତୃଭାଷା ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଅଧଘଣ୍ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରକୁ ଛାତ୍ରୀଛାତ୍ର ପ୍ରବେଶ କରିବେ।ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ରାଜ୍ୟରେ ୧୩୫୭ଟି ପରୀକ୍ଷା କେନ୍ଦ୍ର ସହ ୭ଟି ଉପକେନ୍ଦ୍ର ହୋଇଛି । ଏଠାରେ କପି ରୋକିବା ଲାଗି ୭୫ଟି ଜୋନାଲ୍ ସ୍କ୍ୱାଡ୍ ନିୟୋଜିତ କରାଯାଇଛି । ଏଥିସହ ୧୩୬୪ଟି ନିରୀକ୍ଷକ ସ୍କ୍ୱାଡ୍ ଓ ୧୩୬୪ଟି ଜିଲ୍ଲା ପ୍ରଶାସନ ସ୍କ୍ୱାଡ୍ ଅଛନ୍ତି । ୧୯ ତାରିଖରେ ଧନ୍ଦାମୂଳକ ବିଭାଗର ବିଏଫ୍ସି-ଇତିହାସ, ବିଏଫ୍ସି- ଆକାଉଣ୍ଟାନ୍ସି, ବିଏଫ୍ସି-ଫିଜିକ୍ସ ପରୀକ୍ଷା ହୋଇଛି ।ପରୀକ୍ଷା କେନ୍ଦ୍ର ଭିତରକୁ ଯେପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯାଇ ନ ପାରିବ, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ ଉପରେ ଗୁରୁତ୍ୱ…
ଭାରତୀୟ କ୍ରିକେଟ୍ ଟିମର ସୁପରଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ବୃନ୍ଦାବନର ଲୋକପ୍ରିୟ ସନ୍ଥ ଶ୍ରୀ ପ୍ରେମାନନ୍ଦ ଜୀ ମହାରାଜଙ୍କ ମନ୍ଦିରରେ ପହଞ୍ଚିଛନ୍ତି । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଲଗାତାର ୩ ରୁ ୪ ବର୍ଷ ଧରି ଧର୍ମ, ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ସହିତ ଗଭୀର ଭାବେ ଜଡିତ ହୋଇ ରହିଥିବାରୁ ସେମାନେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେମାନେ ପ୍ରଥମ ଥର ପାଇଁ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିନାହାଁନ୍ତି । ବରଂ ସେମାନେ ଦୁହେଁ ଅନେକ ଥର ତାଙ୍କର ଆଶୀର୍ବାଦ ନେଇଛନ୍ତି । ବିରାଟ ଏବଂ ଅନୁଷ୍କା ପ୍ରଥମ ଥର ପାଇଁ ୨୦୨୩ ମସିହା ଜାନୁଆରୀରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ତାଙ୍କ ଆଶ୍ରମରେ ଭେଟିଥିଲେ । ଏହି ସାକ୍ଷାତ ପରେ ଦୃଷ୍ଟି ଆକର୍ଷଣ କରିଥିଲା । ବିରାଟ ଟେଷ୍ଟ କ୍ରିକେଟରୁ ଅବସର ନେବାର କିଛି ସମୟ ପରେ, ମେ ୨୦୨୫ରେ ମହାରାଜ…
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ ।୩ ଜଣ ଅମିନ ଓ ୩ ଜଣ ଆରଆଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସରକାରୀ ଜମି ଜବରଦଖଲ କରି ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଅଧିନ ପନ୍ତୁରୀ ଠାରେ ଫାର୍ମ ହାଉସ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ୩୦ଦିନିଆ ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟିସ୍ ପାଇବା ପରେ ପ୍ରଣବ ଓକିଲ ଜରିଆରେ ହାଇକୋର୍ଟରେ ଆବେଦନ କରିବା ସହ ତାଙ୍କର ୧୨ ଏକର ୮୮ ଡିସିମିଲ ଜମି ଚିହ୍ନଟ କରିବାକୁ ପ୍ରାର୍ଥନା କରିଥିଲେ । ଏଥି ସହିତ ପ୍ରଣବଙ୍କ ଜମି ଚିହ୍ନଟ ନସରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଉଚ୍ଛେଦ ନ କରିବାକୁ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ମାପଚୁପ କରି ପ୍ରଣବଙ୍କ ଜମି ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ…
୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ଛତିଶଗଡ଼ ସୁକମା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ସରେଣ୍ଡର କରିଛନ୍ତି । ଶିର୍ଷ ନେତାଙ୍କ ଏନକାଉଣ୍ଟର ସହ ସରକାରଙ୍କ ମାଓ ଦମନ ନୀତିରେ ଅନୁପ୍ରାଣିତ ହୋଇ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ମାଓବାଦୀ। ଆତ୍ମସମର୍ପଣ ପରେ ସମସ୍ତ ମାଓବାଦୀଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ସହ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଇଥିବା କହିଛନ୍ତି ସୁକମା ASP ରୋହିତ ସାହା।
ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ତାରିକଙ୍କ ସହିତ ନୂତନ ସରକାରଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏଥିରେ ଡକ୍ଟର ଖଲିଲୁର ରହମାନ (ବୈଦେଶିକ ମନ୍ତ୍ରୀ), ସଲାହୁଦ୍ଦିନ ଅହମ୍ମଦ (ସ୍ୱରାଷ୍ଟ୍ର ମନ୍ତ୍ରୀ), ଡକ୍ଟର ଆମିର ଖସରୁ ମହମୁଦ (ଅର୍ଥ ଏବଂ ଯୋଜନା ମନ୍ତ୍ରୀ) ଏବଂ ଶାମା ଓବୈଦ (ବୈଦେଶିକ ରାଷ୍ଟ୍ରମନ୍ତ୍ରୀ) ସାମିଲ ଥିଲେ। ଶପଥ ଗ୍ରହଣ ସମାରୋହ ପାଇଁ ବିଶ୍ୱର ବିଭିନ୍ନ ଦେଶକୁ ନିମନ୍ତ୍ରଣ କରାଯାଇଥିଲା। ଭାରତ ପକ୍ଷରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଉତ୍ସବରେ ଯୋଗଦେବା ପାଇଁ ଢାକାରେ ପହଞ୍ଚିଥିଲେ, ଯେଉଁଠାରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସୋମବାର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେଇଥିଲେ…
ମାର୍ଚ୍ଚ ୭ରେ ଦିନିକିଆ ଓଡିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ୨ଟି ସରକାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି। କଟକ ମୁଣ୍ଡଳି ଯାଇ ସିଆରପିଏଫ୍ ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଏହାସହିତ ଗୃହମନ୍ତ୍ରୀ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରିବା ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ସହ ଜଡିତ କାର୍ଯ୍ୟାନ୍ବୟନ ଏବଂ ପ୍ରସ୍ତୁତିର ମୂଲ୍ୟାଙ୍କନ କରିବାର ସମ୍ଭାବନା ମଧ୍ୟ ରହିଛି ।









