ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ିଲେ ଯୁବକ । ମହାଶିବରାତ୍ରୀରେ ଜଣେ ଯୁବକ ନିଜ ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ି ଗଡ଼ି ମନ୍ଦିରରେ ପଞ୍ଚିଥିଲେ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ନିଜ ଗାଁ ଡାଙ୍ଗବାଡ଼ି ଠାରୁ ଅମ୍ଳଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ଧାରଣାରେ ପଡିପଡି ଆସିଛନ୍ତି । ମନ୍ଦିରରେ ପହଞ୍ଚିବା ପରେ ଶିବଙ୍କୁ ଦର୍ଶନ କରିବା ସହ ଭଗବାନଙ୍କ ନିକଟରେ ମାନସିକ ରଖିଛନ୍ତି । ତେବେ ପୁଅର ଏହି ନିଷ୍ଠା ସମର୍ପଣ ଭାବ ଦେଖି ବାପା-ମାଆ ବି ଆଗେଇ ଆସିଛନ୍ତି ସହଯୋଗ କରିବାକୁ ।ସକାଳ ୩ଟାରୁ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ ଲୋକନାଥ ।। କହିବାକୁ ଗଲେ ଲୋକନାଥ ଉଚ୍ଚ ଶିକ୍ଷିତ, ଚେନାଇର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି…
Author: sanitelevision
CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଙ୍ଗଳବାର ଅର୍ଥାତ୍ ୨୦୨୬ ଫେବୃଆରୀ ୧୭ରୁ ଆରମ୍ଭ ହେବ । CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସକାଳ ୧୦.୩୦ ରେ ଆରମ୍ଭ ହେବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ୧୦.୦୦ ଟା କିମ୍ବା ତା ପୂର୍ବରୁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଚଳିତ ବର୍ଷ ଭାରତ ତଥା ବିଦେଶର ୨୬ଟି ଦେଶରେ ପାଖାପାଖି ୪୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କିଭଳି ଭାବରେ ଛାତ୍ରଛାତ୍ରୀମାନେ ସମୟ ଆନୁସାରେ ପରୀକ୍ଷା କେନ୍ଦ୍ରରେ ପହଁଚିବେ ସେନେଇ CBSE ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।
CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଙ୍ଗଳବାର ଅର୍ଥାତ୍ ୨୦୨୬ ଫେବୃଆରୀ ୧୭ରୁ ଆରମ୍ଭ ହେବ । CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସକାଳ ୧୦.୩୦ ରେ ଆରମ୍ଭ ହେବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ୧୦.୦୦ ଟା କିମ୍ବା ତା ପୂର୍ବରୁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଚଳିତ ବର୍ଷ ଭାରତ ତଥା ବିଦେଶର ୨୬ଟି ଦେଶରେ ପାଖାପାଖି ୪୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କିଭଳି ଭାବରେ ଛାତ୍ରଛାତ୍ରୀମାନେ ସମୟ ଆନୁସାରେ ପରୀକ୍ଷା କେନ୍ଦ୍ରରେ ପହଁଚିବେ ସେନେଇ CBSE ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।
ଚୌଦ୍ୱାର ସର୍କଲ୍ ଜେଲ୍ରୁ ଫେରାର୍ ହେବାର ପ୍ରାୟ ୧୩୪ ଦିନ ପରେ ପୁଣି ଗିରଫ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ଚୌଦ୍ୱାର ଥାନା ପୁଲିସ ରିମାଣ୍ଡରେ ଆଣିବ । ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ପାଖରେ ପ୍ରାର୍ଥନା କରାଯାଇଛି । ଏହି ରିମାଣ୍ଡ ସମୟରେ ଜେଲ୍ ଭାଙ୍ଗି ଫେରାର ହେବା ଏବଂ ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ ଏବେ କେଉଁଠି ସେନେଇ ମଧୁକାନ୍ତ ଠାରୁ ସତ ଓଗାରିବ ପୁଲିସ୍ । ଅନ୍ୟପଟେ ଜେଲ୍ର ସୁରକ୍ଷା ବ୍ୟବସ୍ଥା କିଭଳି ଅଛି ତାହା ଜାଣିବା ପାଇଁ ପ୍ରତି ସପ୍ତାହରେ ଚୌଦ୍ଵାର ଥାନା ଅଧିକାରୀ ଓ ଜୋନ୍ ଏସିପି ଜେଲ୍ ଯିବାକୁ ସ୍ଥିର ହୋଇଛି ।ସେହିପରି ଜେଲ୍ରୁ ବାହାରିବା ପରେ ଗତ ୧୩୪ ଦିନ କେଉଁ ରାଜ୍ୟରେ ଥିଲେ, କିଏ ତାଙ୍କୁ ସାହାଯ୍ୟ କରୁଥିଲା, ଟଙ୍କା କେଉଁଠାରୁ ପାଇଥିଲେ ତାହା ମଧ୍ୟ ଜେରା କରାଯିବ । ଅନ୍ୟପଟେ ଜେଲ୍ର ସୁରକ୍ଷାକୁ ନେଇ…
ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ।ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ହାର ମାନିଗଲେ ଡାକ୍ତର । ଗତ ଗୁରୁବାର ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାରୁ ମସ୍ତିସ୍କାଘାତ ହୋଇଥିବା ଜଣା ପଡ଼ିବା ପରେ ସେହି ଅନୁସାରେ ଚିକିତ୍ସା ଚାଲିଥିଲା । ତେବେ ତାଙ୍କୁ ଆଉ ବଞ୍ଚାଇ ହେଲା ନାହିଁ । ତାଙ୍କ ପାର୍ଥିବ ଶରୀର ଉକ୍ତ ଘରୋଇ ହାସପାତାଳରୁ ଆଜି କାଫଲା ବଜାରସ୍ଥିତ ବାସଭବନକୁ ଯିବ ଏବଂ ସତୀଚଉରାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।୧୯୫୪ ମସିହା ଡିସେମ୍ବର…
ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ଶୀତ ଧୀରେ ଧୀରେ କମୁଛି। ତେବେ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ପ୍ରାୟ ୩ ଡିଗ୍ରୀ କମ୍ ରହିଛି। ସେହିପରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୨ଡିଗ୍ରୀ କମ୍ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ସ୍ବାଭାବିକ ଥିଲା। ତେବେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍ସିଂହପୁର, କଟକ ଏବଂ ବାଲେଶ୍ୱର ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ସୂଚନା ଦିଆଯାଇଛି।
କାଲି ଠାରୁ କମ୍ପିବ ବିଧାନସଭା । ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ତା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଗୃହ ସୁରଖୁରରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡିବେ ବାଚସ୍ପତି ।ବିରୋଧୀ-ଶାସକ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବେ ତାହା ଆଜି ବିଧାୟକ ଦଳ ବୈଠକରେ ଚୂଡାନ୍ତ ହେବ । ବଜେଟ୍ ଅଧିବେଶନ ଫେବ୍ରୁଆରି ୧୭ ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ରାଜ୍ଯପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୦ ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିବେ ।
ରାତି ପାହିଲେ ଲିଙ୍ଗରାଜଙ୍କ ଜାଗରଯାତ୍ରା । ୪୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ମହା ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଲାଗି କଟକଣା ଜାରି କରାଯାଇଛି । ଗାଡି ରଖିବା ଲାଗି ମୋଟ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି ।ରାତି ୧୦ଟାରେ ଉଠିବ ବାବା ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଏ ନେଇ ଆଗୁଆ ସତର୍କ କରିଛନ୍ତି ପୁଲିସ୍ କମିଶନର ଏବଂ କହିଛନ୍ତି ପାସ୍ ବିକ୍ରି ନେଇ ସୋସିଆଲ ମିଡିଆ କଥାକୁ ଗ୍ରହଣ କରନ୍ତୁ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ କେବଳ ସେବାୟତଙ୍କୁ ପାସ୍ ଦିଆଯାଇଛି। ପାସ୍ରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରାଯାଇଛି।…
ବିହାରର ଔରଙ୍ଗାବାଦ ଜିଲ୍ଲାରେ ୫ ଜଣ ନାବାଳିକା ସାଙ୍ଗ ବିଷର ସ୍ୱାଦ କିପରି ବୋଲି ଚାଖୁଥିଲେ । ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି।ଏବେ ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଳି ଦେଇଛି। ପୋଲିସ ଝିଅଟିର ବୟାନ ରେକର୍ଡ କରିଛି ଏବଂ ଘଟଣାର ତଦନ୍ତ କରୁଛି । ଘଟଣା ଜାନୁଆରୀ ୨୯ ତାରିଖରେ ଔରଙ୍ଗାବାଦ ଜିଲ୍ଲାର ମୋତି ବିହାରା ଗାଁରେ ଘଟିଥିଲା । ୫ ଜଣ ନାବାଳିକା ଝିଅ ଏକ ବିଲକୁ ଯାଇଥିଲେ, କିନ୍ତୁ କେବଳ ଜଣେ ହିଁ ଘରକୁ ଫେରିଥିଲେ। ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏକମାତ୍ର ବଞ୍ଚିଥିବା ଝିଅ ଘଟଣା ବାବଦରେ ବର୍ଣ୍ଣନା କରିଥିଲେ ।୧୪ ବର୍ଷୀୟା ଝିଅଙ୍କ ଅନୁଯାୟୀ, ସେମାନେ ସମସ୍ତେ ଏକ ନିର୍ଜନ ଅଞ୍ଚଳକୁ ଯାଇ ଏକ ବିଷାକ୍ତ ପଦାର୍ଥ ଖାଇଥିଲେ ଯାହା ସାଧାରଣତଃ ବଗ ମାରିବା ପାଇଁ ବ୍ୟବହୃତ ହେଉଥିଲା । ସେ କହିଥିଲେ ଯେ ସେମାନେ ସମସ୍ତେ ଏହାକୁ ସ୍ୱାଦ…
କଟକ ଜିଲ୍ଲାପାଳଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ ଘଟଣାରେ ଦେବାଶିଷ ପ୍ରତିକ୍ରିୟା ରଖି କହିଛନ୍ତି, ଏବାବଦରେ ମୁଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲି । ତାଙ୍କ ନିର୍ଦ୍ଦେଶକ୍ରମେ ଡିଓପିଟି ବିଭାଗ ଘଟଣାର ଅନୁଧ୍ୟାନ କରିବ । ପୂର୍ବରୁ ପ୍ରଟୋକଲ ମାନି ମତେ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି, ବର୍ତ୍ତମାନ ମୋ ସହ ଏଭଳି କାହିଁକି କଲେ ମୁ ଜାଣିନାହି । ଇମେଲରେ ନିମନ୍ତ୍ରଣ କରିଥିଲେ, ଇମେଲରେ ନିମନ୍ତ୍ରଣ ଯଥେଷ୍ଟ ନୁହେଁ । ରାତି ସାଢେ ୮ଟାରେ ଇମେଲ ଆସିଛି , ସକାଳେ କାର୍ଯ୍ୟକ୍ରମ । ଇମେଲ ମୋ ରାଜ୍ୟସଭା ଅଫିସକୁ ଆସିଛି । ଫଳକ ଓ ନିମନ୍ତ୍ରଣ କାର୍ଡରେ ମୋ ନାଁ ରଖିଲେନି । ଆଶା କରିବି ବିଭାଗ ଘଟଣାର ତର୍ଜମା କରି ପଦକ୍ଷେପ ନେବ । ଅନ୍ୟପଟେ ସେପଟେ ସ୍ୱାଧିକାର ଭଙ୍ଗ ନୋଟିସ୍ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଆମେ ପ୍ରୋଟୋକଲ ବାସ୍ତଵିକ କ’ଣ ରହିଛି…









